ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିକିମର ଗାଙ୍ଗଟକଠାରେ ଥିବା ଅର୍ଚିଡାରିୟମ୍ ପରିଦର୍ଶନ କରିଥିଲେ ଏବଂ ଏହାର ସୌନ୍ଦର୍ଯ୍ୟ ତଥା ରାଜ୍ୟର ଅସାଧାରଣ ଜୈବ ବିବିଧତା ପ୍ରତି ଗଭୀର ପ୍ରଶଂସା ବ୍ୟକ୍ତ କରିଥିଲେ।
ପ୍ରଧାନମନ୍ତ୍ରୀ ତାଙ୍କ ଅର୍ଚିଡାରିୟମ୍ ଗସ୍ତକୁ ଏକ ମନ୍ତ୍ରମୁଗ୍ଧକର ଅନୁଭୂତି ବୋଲି ବର୍ଣ୍ଣନା କରିଥିଲେ। ଶ୍ରୀ ମୋଦୀ କହିଥିଲେ ଯେ ଏଭଳି ଉତ୍ସର୍ଗୀକୃତ ସଂରକ୍ଷଣ ପ୍ରୟାସ ପ୍ରାକୃତିକ ଜଗତ ସହିତ ଆମର ଗଭୀର ସୌହାର୍ଦ୍ଦ୍ୟକୁ ସମ୍ପୂର୍ଣ୍ଣ ଭାବେ ପ୍ରତିଫଳିତ କରିଥାଏ। ସେ ଆହୁରି ଉଲ୍ଲେଖ କରିଥିଲେ ଯେ ଏହି ପଦକ୍ଷେପଗୁଡ଼ିକ ନାଗରିକମାନଙ୍କ ପାଇଁ ସଂରକ୍ଷଣ ଏବଂ ସ୍ଥାୟୀ ଜୀବନଧାରଣକୁ ଗ୍ରହଣ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରେରଣା ଭାବେ କାର୍ଯ୍ୟ କରିଥାଏ।
ପ୍ରଧାନମନ୍ତ୍ରୀ ‘ଏକ୍ସ ’ ଉପରେ ଲେଖିଛନ୍ତି:
“ଗାଙ୍ଗଟକର ଅର୍ଚିଡାରିୟମ୍ ପରିଦର୍ଶନ କଲି ଏବଂ ଏହାର ସୌନ୍ଦର୍ଯ୍ୟ ଦ୍ୱାରା ମନ୍ତ୍ରମୁଗ୍ଧ ହେଲି। ସିକିମର ସମୃଦ୍ଧ ଜୈବ ବିବିଧତା ବାସ୍ତବରେ ଅସାଧାରଣ। ଏଭଳି ପ୍ରୟାସ ପ୍ରକୃତି ସହିତ ଆମର ଗଭୀର ସୌହାର୍ଦ୍ଦ୍ୟକୁ ପ୍ରତିଫଳିତ କରିଥାଏ। ସେମାନେ ଆମକୁ ସଂରକ୍ଷଣ ଏବଂ ସ୍ଥାୟୀ ଜୀବନଯାପନ ଦିଗରେ ମଧ୍ୟ ପ୍ରେରଣା ଦିଅନ୍ତି ।’’
HS
Visited the Orchidarium in Gangtok and was mesmerised by its beauty. Sikkim’s rich biodiversity is truly extraordinary. Such efforts reflect our deep harmony with nature. They also inspire us towards conservation and sustainable living. pic.twitter.com/rIj4nr70YA
— Narendra Modi (@narendramodi) April 28, 2026