ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ ଭାରତ ଏବଂ ଇଟାଲୀ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ କିପରି ଏକ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଛି ସେ ସମ୍ପର୍କରେ ସେ ଇଟାଲୀର ପ୍ରଧାନମନ୍ତ୍ରୀ ସୁଶ୍ରୀ ଜର୍ଜିଆ ମେଲୋନିଙ୍କ ସହ ଏକ ମିଳିତ ସମ୍ପାଦକୀୟ ଲେଖିଛନ୍ତି।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଥିବା ବନ୍ଧୁତ୍ୱ ହେଉଛି ଏକ ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀ। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଏହି ସୁଦୃଢ଼ ସମ୍ପର୍କ ନବସୃଜନ, ସହଭାଗୀ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଭବିଷ୍ୟତ ପାଇଁ ଏକ ସାଧାରଣ ଦୃଷ୍ଟିକୋଣ ଦ୍ୱାରା ଦୃଢ଼ ଭାବେ ପରିଚାଳିତ।
ପ୍ରଧାନମନ୍ତ୍ରୀ ‘ଏକ୍ସ ’ ରେ ପୋଷ୍ଟ କରିଛନ୍ତି:
“ଭାରତ–ଇଟାଲୀ ସମ୍ପର୍କ କିପରି ଏକ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଛି ସେ ବିଷୟରେ ପ୍ରଧାନମନ୍ତ୍ରୀ ମେଲୋନିଙ୍କ ସହ ଏକ ମତାମତ ଲେଖିଲି। ନବସୃଜନ, ସହଭାଗୀ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଭବିଷ୍ୟତ ପାଇଁ ଏକ ସାଧାରଣ ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ ଆମର ଏକ ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀ ।’’
HS
Penned an op-ed with PM Meloni on how India-Italy ties have reached a decisive stage. Ours is a Special Strategic Partnership driven by innovation, shared democratic values and a common vision for the future.@GiorgiaMeloni https://t.co/4eEMaaInGc
— Narendra Modi (@narendramodi) May 20, 2026