Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସମସ୍ତଙ୍କ ଚିରନ୍ତନ ପ୍ରାଚୁର୍ଯ୍ୟ, ସୁଖ ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରି ପ୍ରଏକ ସଂସ୍କୃତ ସୁଭାଶିତମ ସେୟାର କରିଛନ୍ତି ଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ସଂସ୍କୃତ ସୁଭାଶିତମ୍ ସେୟାର କରି କହିଛନ୍ତି ଯେ ପ୍ରକୃତିର ଅସୀମ କୃପା, ସୂର୍ଯ୍ୟଦେବଙ୍କ ଶକ୍ତି ଏବଂ ବର୍ଷାର ପବିତ୍ର ଆଶୀର୍ବାଦ ଆମ ଜୀବନକୁ ସୁଖ ଏବଂ ସୌଭାଗ୍ୟରେ ସମୃଦ୍ଧ କରେ ଶ୍ରୀ ମୋଦୀ ତାଙ୍କର ଆନ୍ତରିକ କାମନା ବ୍ୟକ୍ତ କରିଥିଲେ ଯେ ପୃଥିବୀ ସବୁଦିନ ପାଇଁ ଜୀବନ୍ତ, ସବୁଜ ଏବଂ ସମୃଦ୍ଧ ରହୁ

ପ୍ରଧାନମନ୍ତ୍ରୀଏକ୍ସ ରେ ପୋଷ୍ଟ କରିଛନ୍ତି:

ପ୍ରକୃତିର ଅସୀମ କୃପା, ସୂର୍ଯ୍ୟ ଦେବତାଙ୍କ ଶକ୍ତି ଏବଂ ବର୍ଷାର ପବିତ୍ର ଆଶୀର୍ବାଦ ଆମ ସମସ୍ତଙ୍କ ଜୀବନକୁ ସୁଖ ଏବଂ ସୌଭାଗ୍ୟରେ ସମୃଦ୍ଧ କରିଥାଏ ମୁଁ କାମନା କରୁଛି ଯେ ପୃଥିବୀରେ ସର୍ବଦା ସବୁଜ ଏବଂ ସମୃଦ୍ଧି ରହୁ

‘‘ଶଂ ନୋ ଦେବଃ ସବିତା ତାୟମାଣଃ ଶଂ ନୋ ଭବନ୍ତୁଷସୋ ବିଭାତିଃ ।

ଶଂ ନଃ ପର୍ଜନୌ ଭବତୁ ପ୍ରଜାଭ୍ୟଃ  ଶଂ ନଃ କ୍ଷେତ୍ରସ୍ୟ ପତିରସ୍ତୁ ଶମ୍ଭୁଃ ।।’’

ଦୁନିଆର ଉଜ୍ଜ୍ୱଳ ରକ୍ଷକ ସବିତା ଦେବ ଆମ ପାଇଁ ଶୁଭ ହୁଅନ୍ତୁ ଏହି ଉଜ୍ଜ୍ୱଳ ସକାଳ ଆମ ଜୀବନରେ ସୁଖ ଏବଂ କଲ୍ୟାଣ ଆଣନ୍ତୁ ବର୍ଷାର ଦେବତା ପରଜନ୍ୟ ଆମ ଲୋକଙ୍କ କଲ୍ୟାଣ କରନ୍ତୁ ଏବଂ କ୍ଷେତ, ଫସଲ ଏବଂ ଜମିର ଦୟାଳୁ ପ୍ରଭୁ ଆମକୁ ସୁଖ ଏବଂ ସମୃଦ୍ଧି ପ୍ରଦାନ କରନ୍ତୁ

HS