Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଋଷି ପତଞ୍ଜଳି ଏବଂ ଯୋଗର ଗୁଣକୁ ସମ୍ମାନ ଜଣାଇ ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଋଷି ପତଞ୍ଜଳିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ଏବଂ ଯୋଗର ଗଭୀର ଲାଭ ଉପରେ ଆଲୋକପାତ କରୁଥିବା ଏକ ସଂସ୍କୃତ ସୁଭାଶିତମ ସେୟାର କରିଛନ୍ତି ଶ୍ରୀ ମୋଦୀ କହିଥିଲେ ଯେ ଯୋଗର ନିୟମିତ ଅଭ୍ୟାସ ଶରୀରକୁ ସୁସ୍ଥ ଏବଂ ମନକୁ ଶାନ୍ତ ରଖିଥାଏ ଏବଂ ଏହାକୁ ଦୈନନ୍ଦିନ କାର୍ଯ୍ୟର ଏକ ଅଂଶ କରିବା ଦ୍ୱାରା ଜୀବନ ସନ୍ତୁଳିତ ଏବଂ ଶକ୍ତିଶାଳୀ ହୋଇଥାଏ

ପ୍ରଧାନମନ୍ତ୍ରୀଏକ୍ସ ରେ ପୋଷ୍ଟ କରିଛନ୍ତି:

ନିୟମିତ ଯୋଗ ଅଭ୍ୟାସ ଶରୀରକୁ ସୁସ୍ଥ ଏବଂ ମନକୁ ଶାନ୍ତ ରଖିଥାଏ ଏହାକୁ ଆପଣଙ୍କ ଦୈନନ୍ଦିନ କାର୍ଯ୍ୟର ଏକ ଅଂଶ କରିବା ଦ୍ୱାରା ଜୀବନ ସନ୍ତୁଳିତ ଏବଂ ଶକ୍ତିଶାଳୀ ହୋଇଥାଏ

‘‘ଯୋଗେନ ଚିତସ୍ୟ ପଦେନ ବାଚାଂ

ମଳଂ ଶରୀରସ୍ୟ ଚ ବୈଦ୍ୟକେନ ।

ଯୋପାରୋତ୍‍ ତଂ ପରବରଂ ମୁନିନାଂ

ପତଞ୍ଜଳି ପ୍ରାଜ୍ଞଜଳିରାନତୋସ୍ମି ।।’’

ମୁଁ ଧ୍ୟାନଶୀଳ ଋଷିମାନଙ୍କ ମଧ୍ୟରେ ସବୁଠାରୁ ଉଚ୍ଚସ୍ତରର ଋଷି ପତଞ୍ଜଳିଙ୍କୁ ହାତ ଯୋଡ଼ି ପ୍ରଣାମ କରୁଛି, ଯିଏକି ଯୋଗ ମାଧ୍ୟମରେ ମନସନ୍ତୋଷ, ବ୍ୟାକରଣ ମାଧ୍ୟମରେ ଭାଷଣ ଏବଂ ଆୟୁର୍ବେଦ ମାଧ୍ୟମରେ ଶରୀରର ଅଶୁଦ୍ଧତାକୁ ଦୂର କରିଛନ୍ତି

HS