Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

୫୮ତମ ଅନ୍ତର୍ଜାତୀୟ ରସାୟନ ବିଜ୍ଞାନ ଅଲିମ୍ପିଆଡରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୫୮ ତମ ଅନ୍ତର୍ଜାତୀୟ ରସାୟନ ଅଲିମ୍ପିଆଡରେ ଚାରିଟି ସ୍ୱର୍ଣ୍ଣ ପଦକ ହାସଲ କରିଥିବାରୁ ଦେବଦତ୍ତ ପ୍ରିୟଦର୍ଶୀ, ହର୍ଷିତ ସିଂହଲ, କବୀର ଚିଲ୍ଲର ଏବଂ ସନ୍ଦୀପ କୁଚିର ଭାରତୀୟ ଦଳକୁ ଆଜି ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ବିଜ୍ଞାନ ପ୍ରତି ଦଳର ପ୍ରତିଭା, ସମର୍ପଣ ଏବଂ ଆଗ୍ରହ ସମଗ୍ର ଦେଶକୁ ଗର୍ବିତ କରିଛି ଏବଂ ଏହା ଅସଂଖ୍ୟ ଯୁବ ମସ୍ତିଷ୍କକୁ ରସାୟନ ବିଜ୍ଞାନରେ ଅଧ୍ୟୟନ ଏବଂ ଉତ୍କର୍ଷତା ପାଇଁ ପ୍ରେରିତ କରିବ।

ପ୍ରଧାନମନ୍ତ୍ରୀ ‘ଏକ୍ସ ’ ରେ ପୋଷ୍ଟ କରିଛନ୍ତି:

ଭାରତର ଯୁବ ଶକ୍ତି ବିଶ୍ୱ ସ୍ତରରେ ନିଜର ପରିଚୟ ସୃଷ୍ଟି କରିବା ଜାରି ରଖିଛି!

୫୮ ତମ ଆନ୍ତର୍ଜାତୀୟ ରସାୟନ ଅଲିମ୍ପିଆଡରେ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ଦେବଦତ୍ତ ପ୍ରିୟଦର୍ଶୀ, ହର୍ଷିତ ସିଂହଲ, କବୀର ଚିଲ୍ଲର ଏବଂ ସନ୍ଦୀପ କୁଚିଙ୍କ ଦଳକୁ ଅଭିନନ୍ଦନ। ଏହି ସମ୍ମାନଜନକ ମଞ୍ଚରେ ଏହା ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା।

ବିଜ୍ଞାନ ପ୍ରତି ସେମାନଙ୍କର ପ୍ରତିଭା, ସମର୍ପଣ ଏବଂ ଆଗ୍ରହ ସମଗ୍ର ଦେଶକୁ ଗର୍ବିତ କରିଛି। ଏହା ଅସଂଖ୍ୟ ଯୁବ ମସ୍ତିଷ୍କକୁ ରସାୟନ ବିଜ୍ଞାନରେ ଅଧ୍ୟୟନ ଏବଂ ଉତ୍କର୍ଷତା ପାଇଁ ମଧ୍ୟ ପ୍ରେରିତ କରିବ।

HS