ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଦେଶରେ ତିନୋଟି ସ୍ୱତନ୍ତ୍ର କେମିକାଲ ବା ରାସାୟନିକ ପାର୍କ ପ୍ରତିଷ୍ଠା ପାଇଁ ‘‘ଭାରତ ଔଦ୍ୟୋଗିକ ବିକାଶ ଯୋଜନା – ରସାୟନ ବା ଭବ୍ୟ ରସାୟନ’’ ଯୋଜନାକୁ ଅନୁମୋଦନ କରିଛି । ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟରେ ଏହି ଯୋଜନା ଘୋଷଣା କରାଯାଇଥିଲା।
ଏହି ଯୋଜନା ପାଇଁ ମୋଟ ୩,୦୩୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏଥିରେ ରାସାୟନିକ ପାର୍କ ଭିତରେ ମୌଳିକ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ସୁବିଧା କରିବା ପାଇଁ ୩,୦୦୦ କୋଟି ଟଙ୍କା ଏବଂ ପ୍ରଶାସନିକ ଖର୍ଚ୍ଚ ୩୦ କୋଟି ଟଙ୍କା ସାମିଲ ରହିଛି । ଏହି ଯୋଜନା ୨୦୨୬-୨୭ ଆର୍ଥିକ ବର୍ଷରୁ ୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ଚାଲିବ ।
ଉକ୍ତ ଯୋଜନା ଅନୁଯାୟୀ, କେନ୍ଦ୍ର ପ୍ରତି ପାର୍କ ପାଇଁ ୧ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ଅନୁଦାନ ଯୋଗାଇ ଦେବ । ଏହା ସମ୍ପୃକ୍ତ ରାଜ୍ୟ ସରକାରଙ୍କ ସର୍ବନିମ୍ନ ୫୦୦ କୋଟି ଟଙ୍କା ଅବଦାନ ଉପରେ ନିର୍ଭର କରିବ ।
ଭବ୍ୟ ରସାୟନ ଯୋଜନା ଅର୍ଥବ୍ୟବସ୍ଥାକୁ ନିମ୍ନଲିଖିତ ଲାଭ ଆଣି ଦେବ ବୋଲି ଆଶା କରାଯାଉଛି:
ଏହି କ୍ଷେତ୍ର କୃଷି, ବୟନଶିଳ୍ପ, ଔଷଧ, ନ୍ୟୁଟ୍ରାସ୍ୟୁଟିକାଲ୍ସ, ନିର୍ମାଣ, ଅଟୋମୋବାଇଲ, ଇଲେକ୍ଟ୍ରୋନିକ୍ସ ଭଳି ବିଭିନ୍ନ ଡାଉନଷ୍ଟ୍ରିମ ଶିଳ୍ପରେ ବ୍ୟବହୃତ ରାସାୟନିକ ପଦାର୍ଥ ଏବଂ ପେଟ୍ରୋକେମିକାଲ୍ସ ଉତ୍ପାଦନ କରିଥାଏ । ତେଣୁ ଭବ୍ୟ ରସାୟନ ଯୋଜନା କାର୍ଯ୍ୟକାରୀ ହେବା ଦ୍ୱାରା ଘରୋଇ ଏବଂ ବିଦେଶୀ ନିବେଶ ଆସିବ । ଏଥିସହିତ ଘରୋଇ ଉତ୍ପାଦନ କ୍ଷମତା ବୃଦ୍ଧି ପାଇବ ଏବଂ ନିଯୁକ୍ତି ସୃଷ୍ଟି ସହ ଏହି କ୍ଷେତ୍ରର ବିକାଶ ସହଜ ହେବ। ଏହା ଦ୍ୱାରା ରାସାୟନିକ କ୍ଷେତ୍ରର ବିଶ୍ୱସ୍ତରୀୟ ପ୍ରତିଯୋଗିତା ବୃଦ୍ଧି ପାଇବ ଏବଂ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହନ ମିଳିବ।
ଉକ୍ତ ଯୋଜନା ଅନୁଯାୟୀ, କେନ୍ଦ୍ର ସରକାର ଚ୍ୟାଲେଞ୍ଜ ରୁଟ୍ ଅଧୀନରେ ରାଜ୍ୟ ସରକାରଙ୍କ ଦ୍ୱାରା ତିନୋଟି ସମର୍ପିତ ରାସାୟନିକ ପାର୍କର ବିକାଶକୁ ସହଜ କରିବେ । ଏପରି ପ୍ରତ୍ୟେକ ପାର୍କର ସର୍ବନିମ୍ନ ୮ ବର୍ଗ କିଲୋମିଟର (ସର୍ବନିମ୍ନ ୨୦୦୦ ଏକର) ସଂଲଗ୍ନ କ୍ଷେତ୍ରଫଳ ରହିବ। ଏହି ପାର୍କଗୁଡ଼ିକ ସାଧାରଣ ଭିତ୍ତିଭୂମି ସୁବିଧା ଏବଂ ରାସାୟନିକ ଶିଳ୍ପ ପାଇଁ ମୌଳିକ ଉପଯୋଗିତା ଭାବରେ ପ୍ଲଗ୍-ଏଣ୍ଡ-ପ୍ଲେ ଭିତ୍ତିଭୂମି ପ୍ରଦାନ କରିବ ଯଥା :
****
PS/Swadhin/ Manoj
The Cabinet’s approval of the BHAVYA-Rasayan Scheme marks an important step towards strengthening India’s chemical and petrochemical ecosystem.
— Narendra Modi (@narendramodi) July 24, 2026
Chemical Parks will be developed with modern plug-and-play infrastructure, utilities and robust environmental safeguards. The…