Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କାରଗିଲ ବିଜୟ ଦିବସ ଅବସରରେ ବୀର ସୈନିକମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ କାରଗିଲ ବିଜୟ ଦିବସ ଅବସରରେ ଆମ ଦେଶ ସାହସୀ ସୈନିକମାନଙ୍କ ଅସାଧାରଣ ସାହସ ଏବଂ ଭାରତକୁ ସୁରକ୍ଷିତ ରଖିବା ଦିଗରେ ପ୍ରତିବଦ୍ଧତା ପାଇଁ ସେମାନଙ୍କୁ କୃତଜ୍ଞତା ବ୍ୟକ୍ତ କରୁଛି।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସବୁଠାରୁ ଭୟଙ୍କର ପରିସ୍ଥିତିରେ ସେମାନଙ୍କ ବୀରତ୍ୱ ସବୁଦିନ ପାଇଁ ଜାତୀୟ ଗୌରବର ଉତ୍ସ ହୋଇ ରହିବ। ସେ କହିଥିଲେ ଯେ ସେମାନଙ୍କର ଅତୁଟ ଦେଶପ୍ରେମ ଏବଂ କର୍ତ୍ତବ୍ୟ ପ୍ରତି ସମର୍ପଣ ପିଢ଼ି ପରେ ପିଢ଼ି ପ୍ରେରଣା ଯୋଗାଇବ।

ଏକ୍ସ ରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି: 

“କାରଗିଲ ବିଜୟ ଦିବସ ଅବସରରେ, ଭାରତକୁ ସୁରକ୍ଷିତ ରଖିବା ଦିଗରେ ଅସାଧାରଣ ସାହସ ଏବଂ ପ୍ରତିବଦ୍ଧତା ପାଇଁ ଆମ ଦେଶ ସାହସୀ ସୈନିକମାନଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରୁଛି। ସବୁଠାରୁ ଭୟଙ୍କର ପରିସ୍ଥିତିରେ ସେମାନଙ୍କ ବୀରତ୍ୱ ସବୁଦିନ ପାଇଁ ଜାତୀୟ ଗୌରବର ଉତ୍ସ ହୋଇ ରହିବ। ସେମାନଙ୍କର ଅତୁଟ ଦେଶପ୍ରେମ ଏବଂ କର୍ତ୍ତବ୍ୟ ପ୍ରତି ସମର୍ପଣ ପିଢ଼ି ପରେ ପିଢ଼ି ପ୍ରେରଣା ଜାରି ରଖିବ ।’’

HS