ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ଆଷାଢ଼ୀ ଏକାଦଶୀ ଅବସରରେ ଆଜି ଶୁଭେଚ୍ଛା ଜଣାଇଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ଏହି ଶୁଭ ଦିବସ ହେଉଛି ଭକ୍ତି ଏବଂ କରୁଣାର ଚିରନ୍ତନ ବାର୍ତ୍ତା।
ଶ୍ରୀ ମୋଦୀ ପ୍ରାର୍ଥନା କରିଥିଲେ ଯେ ଭଗବାନ ବିଠଲଙ୍କ ଆଶୀର୍ବାଦ ଆନନ୍ଦ, ସୌହାର୍ଦ୍ଦ୍ୟ ଏବଂ ସମୃଦ୍ଧି ଆଣିବ ଏବଂ ସମସ୍ତଙ୍କୁ ଏକ ଉନ୍ନତ ସମାଜ ଦିଗରେ ମାର୍ଗଦର୍ଶନ କରିବ। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କାମନା କରିଥିଲେ ଯେ ସେ ପ୍ରତ୍ୟେକ ବ୍ୟକ୍ତିଙ୍କ କଲ୍ୟାଣ ଏବଂ ମର୍ଯ୍ୟାଦା ପାଇଁ ସେବା ଏବଂ ଅକ୍ଳାନ୍ତ ପରିଶ୍ରମ କରିବାର ଆମର ସଂକଳ୍ପକୁ ମଜବୁତ କରିବେ।
ଏକ୍ସ ରେ ଏକାଧିକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି:
“ପବିତ୍ର ଆଷାଢ଼ୀ ଏକାଦଶୀ ଅବସରରେ ଶୁଭେଚ୍ଛା। ଏହି ଶୁଭ ଦିନ ଭକ୍ତି ଏବଂ କରୁଣାର ଚିରନ୍ତନ ବାର୍ତ୍ତା ବିଷୟରେ। ଭଗବାନ ବିଠଲଙ୍କ ଆଶୀର୍ବାଦ ଆନନ୍ଦ, ସୌହାର୍ଦ୍ଦ୍ୟ ଏବଂ ସମୃଦ୍ଧି ଆଣି ଆମକୁ ଏକ ଉନ୍ନତ ସମାଜ ଦିଗରେ ମାର୍ଗଦର୍ଶନ କରୁ। ପ୍ରତ୍ୟେକ ବ୍ୟକ୍ତିଙ୍କ କଲ୍ୟାଣ ଏବଂ ମର୍ଯ୍ୟାଦା ପାଇଁ ଅକ୍ଳାନ୍ତ ପରିଶ୍ରମ କରିବା ଏବଂ ସେବା କରିବା ଲାଗି ସେ ଆମର ସଂକଳ୍ପକୁ ସୁଦୃଢ଼ କରନ୍ତୁ। “
HS
Greetings on the sacred occasion of Ashadhi Ekadashi. This auspicious day is about the eternal message of devotion and compassion. May Bhagwan Vitthal’s blessings bring joy, harmony and prosperity and guide us towards a better society. May He strengthen our resolve to serve and…
— Narendra Modi (@narendramodi) July 25, 2026
आषाढी एकादशीच्या पवित्र पर्वानिमित्त हार्दिक शुभेच्छा. हा मंगलमय दिवस भक्ती, करुणा आणि सामाजिक सलोख्याचा चिरंतन संदेश देणारा आहे. भगवान विठ्ठलाचे आशीर्वाद आपल्या सर्वांच्या आयुष्यात आनंद, सलोखा आणि समृद्धी घेऊन येवो, हीच कामना. समाजातील प्रत्येक व्यक्तीच्या कल्याणासाठी आणि…
— Narendra Modi (@narendramodi) July 25, 2026