Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ଗୁରୁତ୍ୱାରୋପ କରିଛନ୍ତି ଯେ ଦେଶ ସର୍ବଦା ତାଙ୍କ ଦୂରଦୃଷ୍ଟି ଏବଂ କାର୍ଯ୍ୟରୁ ପ୍ରେରଣା ନେବ

ପ୍ରତ୍ୟେକ ଭାରତୀୟଙ୍କ ପ୍ରଗତି ଏବଂ ଦେଶକୁ ପ୍ରଗତିଶୀଳ ତଥା ସମୃଦ୍ଧ କରିବା ପାଇଁ କାର୍ଯ୍ୟ ଜାରି ରଖିବା ଲାଗି ପ୍ରଧାନମନ୍ତ୍ରୀ ନିଜର ପ୍ରତିବଦ୍ଧତାକୁ ଦୋହରାଇଥିଲେ

ଏକ୍ସ ଉପରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି:

ଆଜି ସକାଳେ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲି ଆମେ ସବୁବେଳେ ତାଙ୍କ ଦୂରଦୃଷ୍ଟି ଏବଂ କାର୍ଯ୍ୟରୁ ପ୍ରେରଣା ପାଇବା ଜାରି ରଖିବୁ ଆମେ ପ୍ରତ୍ୟେକ ଭାରତୀୟଙ୍କ ପ୍ରଗତି ଏବଂ ଆମ ଦେଶକୁ ପ୍ରଗତିଶୀଳ ତଥା ସମୃଦ୍ଧ କରିବା ପାଇଁ କାର୍ଯ୍ୟ ଜାରି ରଖିବୁ ।’’

HS