ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଅରବିନ୍ଦଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଥିଲେ ଯେ ଜଣେ ମହାନ ଦାର୍ଶନିକ, ଜାତୀୟତାବାଦୀ, କବି ଏବଂ ଚିନ୍ତାନାୟକ ଶ୍ରୀ ଅରବିନ୍ଦ ଭାରତର ସ୍ୱାଧୀନତା ତଥା ମାନବ ପ୍ରଗତିର ବୃହତ୍ତର ଅନ୍ୱେଷଣ ପାଇଁ ତାଙ୍କ ଜୀବନ ଉତ୍ସର୍ଗ କରିଥିଲେ।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ବିଭିନ୍ନ ବିଷୟ ଉପରେ ତାଙ୍କର କାର୍ଯ୍ୟ ବିଶ୍ୱର ପିଢ଼ି ପିଢ଼ିଙ୍କୁ ପ୍ରେରଣା ଯୋଗାଇବ। ଶ୍ରୀ ମୋଦୀ କହିଥିଲେ ଯେ, ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆମ ରାଷ୍ଟ୍ରର ଭାଗ୍ୟ ଏବଂ ମାନବ ପରିବର୍ତ୍ତନର ଅସୀମ ସମ୍ଭାବନା ଉପରେ ଶ୍ରୀ ଅରବିନ୍ଦଙ୍କ ବିଶ୍ୱାସ ଆଜି ମଧ୍ୟ ଗଭୀର ଭାବେ ପ୍ରାସଙ୍ଗିକ ରହିଛି।
ଏକ୍ସ ଉପରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି:
“ଶ୍ରୀ ଅରବିନ୍ଦଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ସ୍ମରଣ କରୁଛି।
ଜଣେ ମହାନ ଦାର୍ଶନିକ, ଜାତୀୟତାବାଦୀ, କବି ଏବଂ ଚିନ୍ତାନାୟକ, ଶ୍ରୀ ଅରବିନ୍ଦ ଭାରତର ସ୍ୱାଧୀନତା ତଥା ମାନବ ପ୍ରଗତି ପାଇଁ ବୃହତ୍ତର ଅନୁସନ୍ଧାନ ପାଇଁ ତାଙ୍କ ଜୀବନ ଉତ୍ସର୍ଗ କରିଥିଲେ। ବିଭିନ୍ନ ବିଷୟ ଉପରେ ତାଙ୍କର କାର୍ଯ୍ୟ ସମଗ୍ର ବିଶ୍ୱରେ ପିଢ଼ି ପରେ ପିଢ଼ି ପ୍ରେରଣା ଜାରି ରଖିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆମ ରାଷ୍ଟ୍ରର ଭାଗ୍ୟ ଏବଂ ମାନବ ପରିବର୍ତ୍ତନର ଅସୀମ ସମ୍ଭାବନା ଉପରେ ତାଙ୍କର ବିଶ୍ୱାସ ଗଭୀର ଭାବେ ପ୍ରାସଙ୍ଗିକ ରହିଛି ।
HS
Remembering Sri Aurobindo on his birth anniversary.
— Narendra Modi (@narendramodi) August 15, 2026
A towering philosopher, nationalist, poet and thinker, Sri Aurobindo dedicated his life to India’s freedom as well as to the larger quest for human progress. His works on various subjects continue to inspire generations across… pic.twitter.com/sEBTfCezMm
শ্রী অরবিন্দকে তাঁর জন্মবার্ষিকীতে স্মরণ করছি।
— Narendra Modi (@narendramodi) August 15, 2026
একজন বিশিষ্ট দার্শনিক, জাতীয়তাবাদী, কবি এবং চিন্তাবিদ, শ্রী অরবিন্দ তাঁর জীবনকে ভারতের স্বাধীনতার পাশাপাশি মানব অগ্রগতির বৃহত্তর অনুসন্ধানে উৎসর্গ করেছিলেন। বিভিন্ন বিষয়ে তাঁর কালজয়ী সৃষ্টি বিশ্বজুড়ে প্রজন্ম থেকে প্রজন্মকে… pic.twitter.com/K393Cu7qnI