ପିଏମଇଣ୍ଡିଆ
ଦୁଇ ଦେଶ ମଧ୍ୟରେ ବନ୍ଧୁତାକୁ ସୁଦୃଢ଼ କରିବାରେ ନିଜର ବିଶେଷ ଯୋଗଦାନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଉଜବେକିସ୍ତାନର ରାଷ୍ଟ୍ରପତି ମହାମହିମ ଶଭକାତ୍ ମିର୍ଜିୟୋୟେଭ “ଓଲି ଦରାଜାଲି ଦୋସ୍ତଲିକ୍” (ସର୍ବୋଚ୍ଚ ବନ୍ଧୁତ୍ୱ ସମ୍ମାନ)ରେ ସମ୍ମାନିତ କରିଛନ୍ତି। ଏହା ବିଦେଶୀ ନେତାମାନଙ୍କ ପାଇଁ ଉଜବେକିସ୍ତାନର ସର୍ବୋଚ୍ଚ ବେସାମରିକ ସମ୍ମାନ।
ଏହି ସମ୍ମାନକୁ ଗ୍ରହଣ କରି ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ଭାରତର ୧୪୦ କୋଟି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ଏବଂ ଏହା ଦୁଇ ଦେଶ ଓ ସଭ୍ୟତା ମଧ୍ୟରେ ଥିବା ସୁଦୃଢ଼ ବନ୍ଧୁତାର ପ୍ରତୀକ ବୋଲି ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ମିର୍ଜିୟୋୟେଭ ତାଙ୍କ ପ୍ରତି କହିଥିବା ପ୍ରଶଂସାର ଶବ୍ଦଗୁଡ଼ିକ ଭାରତ ଏବଂ ଉଜବେକିସ୍ତାନ ମଧ୍ୟରେ ଥିବା ଶତାବ୍ଦୀ ପୁରୁଣା ବନ୍ଧୁତା ଓ ସାଧାରଣ ଐତିହ୍ୟ ପ୍ରତି ଏକ ବିଶେଷ ଶ୍ରଦ୍ଧାଞ୍ଜଳି ବୋଲି ସେ ଦର୍ଶାଇଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ସମ୍ମାନ ଭାରତ ପାଇଁ ଏକ ଅତିରିକ୍ତ ଦାୟିତ୍ୱ ଆଣିଦେଇଛି ଯେମିତି ମାନବଜାତିର କଲ୍ୟାଣ ପାଇଁ ଗ୍ଲୋବାଲ୍ ସାଉଥ୍ର ସହଯୋଗୀ ଭାବେ ଭାରତ ଓ ଉଜବେକିସ୍ତାନ ମିଳିମିଶି କାର୍ଯ୍ୟ କରିବେ।
“ଓଲି ଦରାଜାଲି ଦୋସ୍ତଲିକ୍” ଅର୍ଡର ପ୍ରଦାନ ଭାରତ-ଉଜବେକିସ୍ତାନ ମଧ୍ୟରେ ଗଭୀର ସଭ୍ୟତାଗତ ସମ୍ପର୍କ ଏବଂ କ୍ରମଶଃ ସୁଦୃଢ଼ ହେଉଥିବା ବ୍ୟାପକ ରଣନୈତିକ ଭାଗୀଦାରିର ପ୍ରତିଫଳନ।
*****
MT
Honoured to receive the ‘Oliy Darajali Do’stlik’ Order. I dedicate this to the enduring bond between India and Uzbekistan. https://t.co/nu1LoNGXFM
— Narendra Modi (@narendramodi) August 30, 2026