ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ୟାରିସ୍ରେ ବିଏପିଏସ୍ ସ୍ୱାମୀନାରାୟଣ ହିନ୍ଦୁ ମନ୍ଦିରର ଉଦ୍ଘାଟନ ଅବସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମକୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ସମେମ୍ବାଧିତ କରିଥିଲେ । ଫ୍ରାନ୍ସର ରାଜଧାନୀରେ ଅନୁଷ୍ଠିତ ହେଉଥିବା ଏହି ଭବ୍ୟ ଉଦ୍ଘାଟନୀ ଉତ୍ସବ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହି ଐତିହାସିକ ଘଟଣାକୁ ଦ୍ୱିପାକ୍ଷିକ ସମ୍ପର୍କର ଏକ ମୂଳଦୁଆ ବୋଲି ବର୍ଣ୍ଣନା କରିଥିଲେ । ଶ୍ରୀ ମୋଦୀ କହିଥିଲେ, “ଏହି ଭବ୍ୟ ସ୍ୱାମୀନାରାୟଣ ମନ୍ଦିର ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସାଂସ୍କୃତିକ ସମ୍ପର୍କ କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ଅଟେ ।”
ଶ୍ରଦ୍ଧେୟ ସନ୍ଥ ଏବଂ ସନାତନ ପରମ୍ପରାର ମହାନ ବ୍ୟକ୍ତିତ୍ୱମାନଙ୍କ ଆଶୀର୍ବାଦ କାମନା କରି ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମର ପରିବେଶକୁ ବିଶ୍ୱସ୍ତରୀୟ ବନ୍ଧୁତ୍ୱର ଏକ ପ୍ରକୃତ ପ୍ରତିଫଳନ ବୋଲି ବର୍ଣ୍ଣନା କରିଥିଲେ । ସେ ଗୁରୁତ୍ୱାରୋପ କରିଥିଲେ ଯେ, ଏହି ସମାବେଶ ବିଶ୍ୱ ମଞ୍ଚରେ ପ୍ରାଚୀନ ଦର୍ଶନର ପ୍ରତିଫଳନ । ଶ୍ରୀ ମୋଦୀ କହିଥିଲେ, “ଆଜି ଏହି ମଞ୍ଚ ‘ବସୁଧୈବ କୁଟୁମ୍ବକମ୍’ (ସମଗ୍ର ବିଶ୍ୱ ଏକ ପରିବାର) ଭାବନାର ଏକ ଜାଗ୍ରତ ମଞ୍ଚରେ ପରିଣତ ହୋଇଛି ।”
ଦୈବୀ କୃପା ଏବଂ ଆଧ୍ୟାତ୍ମିକ ନେତାମାନଙ୍କ ସ୍ନେହ ପାଇଁ ଗଭୀର କୃତଜ୍ଞତା ଜଣାଇ ପ୍ରଧାନମନ୍ତ୍ରୀ ଏଭଳି ପବିତ୍ର କାର୍ଯ୍ୟକ୍ରମ ସହିତ ନିଜର ନିରନ୍ତର ଓ ସୌଭାଗ୍ୟପୂର୍ଣ୍ଣ ସମ୍ପର୍କ ବିଷୟରେ ଉଲ୍ଲେଖ କରିଥିଲେ । ଶ୍ରୀ ମୋଦୀ କହିଥିଲେ, “ମୁଁ ଏଭଳି ପବିତ୍ର ଉତ୍ସବ ସହିତ ଯୋଡି ହେବାର ସୁଯୋଗ ପାଉଛି ।”
ଭିଡିଓ ମାଧ୍ୟମରେ ଦୂରରୁ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ଉପସ୍ଥିତ ନ ଥାଇ ମଧ୍ୟ ଚାଲିଥିବା ଉତ୍ସବ ସହିତ ନିଜର ଗଭୀର ଭାବଗତ ସମ୍ପର୍କ ପ୍ରକାଶ କରିଥିଲେ । ଶ୍ରୀ ମୋଦୀ ଦୃଢ଼ତାର ସହ କହିଥିଲେ, “ମନ ଓ ଆତ୍ମାର ସ୍ତରରେ ମୁଁ ନିଜକୁ ଆପଣମାନଙ୍କ ମଧ୍ୟରେ ଅନୁଭବ କରୁଛି ।”
ପରମ ପୂଜ୍ୟ ପ୍ରମୁଖ ସ୍ୱାମୀଜୀ ମହାରାଜଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ ଭାରତର ପ୍ରାଚୀନ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଗୌରବର ପୁନରୁଦ୍ଧାର ପାଇଁ ଆରମ୍ଭ ହୋଇଥିବା ଦୂରଦୃଷ୍ଟିସମ୍ପନ୍ନ ଅଭିଯାନକୁ ସ୍ମରଣ କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ, କିପରି ଏହି ବିଶ୍ୱସ୍ତରୀୟ ଅଭିଯାନ ବର୍ଷ ବର୍ଷ ଧରି ଅତ୍ୟନ୍ତ ଗତିଶୀଳ ହୋଇପାରିଛି । ଶ୍ରୀ ମୋଦୀ କହିଥିଲେ, “ଆଜି ସେହି ନବଜାଗରଣର ଆଲୋକ ୟୁରୋପ ସମେତ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି ।”
୨୦୨୪ରେ ଉଦ୍ଘାଟିତ ହୋଇଥିବା ଆବୁଧାବିର ଭବ୍ୟ ମନ୍ଦିରଠାରୁ ଆରମ୍ଭ କରି ବର୍ତ୍ତମାନର ଏହି ଅଦ୍ଭୁତ ନିର୍ମାଣ ପର୍ଯ୍ୟନ୍ତ ଯାତ୍ରାକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଆଧ୍ୟାତ୍ମିକ ନେତାମାନଙ୍କର ନିରନ୍ତର ସମର୍ପଣ ଭାବ ଓ ଦୂରଦୃଷ୍ଟିସମ୍ପନ୍ନ ପ୍ରୟାସର ପ୍ରଶଂସା କରିଥିଲେ । ଶ୍ରୀ ମୋଦୀ ଦୃଢ଼ତାର ସହ କହିଥିଲେ, “ନିର୍ମାଣ କାର୍ଯ୍ୟର ଏହି ନିରନ୍ତର ପ୍ରବାହ ସନ୍ଥମାନଙ୍କର ଦୃଢ଼ ସଂକଳ୍ପର ପ୍ରମାଣ ଅଟେ ।”
ପରମ ପୂଜ୍ୟ ମହନ୍ତ ସ୍ୱାମୀ ମହାରାଜଙ୍କ ପ୍ରତି ଗଭୀର ଶ୍ରଦ୍ଧା ନିବେଦନ କରି ପ୍ରଧାନମନ୍ତ୍ରୀ ବିଏପିଏସ୍ ସଂସ୍ଥା ଏବଂ ଏହାର ଲକ୍ଷ୍ୟ ଲକ୍ଷ୍ୟ ଅନୁଗାମୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ । ଶ୍ରୀ ମୋଦୀ କହିଥିଲେ, “ମୁଁ ଏହି ପବିତ୍ର କାର୍ଯ୍ୟ ପାଇଁ କୃତଜ୍ଞତା ଜ୍ଞାପନ କରୁଛି ।”
ବିଶ୍ୱସ୍ତରରେ ମନ୍ଦିର ପ୍ରତିଷ୍ଠା କିପରି ଭାରତର ପ୍ରାଚୀନ ଦର୍ଶନକୁ ମଧ୍ୟ ବିଶ୍ୱରେ ପହଞ୍ଚାଉଛି, ତାହା ବ୍ୟାଖ୍ୟା କରି ପ୍ରଧାନମନ୍ତ୍ରୀ ଗଭୀର ମାନବୀୟ ଏକତାର ଆହ୍ୱାନ ଦେଉଥିବା ମୂଳ ନୀତିର ଉଲ୍ଲେଖ କରିଥିଲେ । ସେ ଗୁରୁତ୍ୱାରୋପ କରିଥିଲେ ଯେ, ଏହି ମୌଳିକ ମୂଲ୍ୟବୋଧଗୁଡିକ ଆଧ୍ୟାତ୍ମିକ ଉତ୍ସବ ସହିତ ସ୍ୱାଭାବିକ ଭାବେ ପ୍ରସାରିତ ହୋଇଥାଏ । ଶ୍ରୀ ମୋଦୀ କହିଥିଲେ, “ଭାରତୀୟ ଚିନ୍ତାଧାରା ଏହା ହିଁ ଶିକ୍ଷା ଦିଏ ଯେ, ଆମର ଚିନ୍ତାଧାରା ଏକ ହେବା ଉଚିତ୍ ଏବଂ ଆମ ହୃଦୟ ପରସ୍ପର ସହ ଯୋଡି ହେବା ଆବଶ୍ୟକ ।”
ବ୍ୟାପକ ସାମାଜିକ ପ୍ରଭାବକୁ ଇଙ୍ଗିତ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ଏହି ଚମତ୍କାର ଗଠନ ଏକକାଳୀନ ସ୍ଥାନୀୟ ସାଂସ୍କୃତିକ ଭୂଦୃଶ୍ୟକୁ ବୃଦ୍ଧି କରିବ ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ଗତିଶୀଳ କରିବ । ଶ୍ରୀ ମୋଦୀ ଦୃଢ଼ ଭାବରେ କହିଥିଲେ, “ଏହି ମନ୍ଦିର ନିଶ୍ଚିତ ଭାବରେ ଫ୍ରାନ୍ସର ବିବିଧତାକୁ ସମୃଦ୍ଧ କରିବ ଏବଂ ଆମର ସାଂସ୍କୃତିକ ସମ୍ପର୍କକୁ ମଜବୁତ କରିବ ।”
ସାମ୍ପ୍ରତିକ ବର୍ଷଗୁଡିକରେ କୂଟନୈତିକ ସମ୍ପର୍କର ବୃଦ୍ଧି ପଥରେ ପ୍ରତିଫଳିତ କରି ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନଙ୍କ ସହ ମିଶି କରାଯାଇଥିବା ସହଯୋଗୀ, ଦୂରଦୃଷ୍ଟିପୂର୍ଣ୍ଣ ପ୍ରୟାସ ଉପରେ ଆଲୋକପାତ କରିଥିଲେ । ଶ୍ରୀ ମୋଦୀ କହିଥିଲେ, “ଉଭୟ ଦେଶ ଏକାଠି ଏକ ସ୍ୱତନ୍ତ୍ର ବିଶ୍ୱ ରଣନୈତିକ ସହଭାଗିତା ନିର୍ମାଣ କରୁଛନ୍ତି ।”
ଏଆଇ, ପ୍ରତିରକ୍ଷା, ମହାକାଶ ଏବଂ ଜଳବାୟଚ କାର୍ଯ୍ୟକୁ ନେଇ ଦ୍ୱିପାକ୍ଷିକ ସହଯୋଗର ବ୍ୟାପକ ପରିସରକୁ ରୂପରେଖ ଦେଇ ପ୍ରଧାନମନ୍ତ୍ରୀ ଆଗାମୀ ୨୦୨୬ ଭାରତ–ଫ୍ରାନ୍ସ ନବାଚାର ବର୍ଷ ପ୍ରତି ଇଙ୍ଗିତ କରିଥିଲେ । ସେ କହିଥିଲେ ଯେ, ଏହି ମିଳିତ ପ୍ରୟାସଗୁଡିକ ଅଭୂତପୂର୍ବ ପ୍ରଯୁକ୍ତିବିଦ୍ୟା ଉନ୍ନତିକୁ ଉନ୍ମୋଚନ କରୁଛି । ଶ୍ରୀ ମୋଦୀ କହିଥିଲେ, “ଆମେ ଏକ ନୂଆ ଗତି ଏବଂ ଶକ୍ତି ସହିତ ଏକାଠି ଆଗକୁ ବଢ଼ୁଛୁ ।”
ଏହି ଆଧୁନିକ ମେଣ୍ଟର ବିଶେଷତ୍ୱ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଏହି ସମକାଳୀନ ଦୃଢ଼ତାର ଶ୍ରେୟ, ଉଭୟ ଦେଶ ମଧ୍ୟରେ ଥିବା ଦୀର୍ଘସ୍ଥାୟୀ ଐତିହାସିକ ସମ୍ପର୍କକୁ ଦେଇଥିଲେ । ଶ୍ରୀ ମୋଦୀ କହିଲେ, “ଏହି ରଣନୈତିକ ଭାଗିଦାରୀ ସ୍ୱତନ୍ତ୍ର ଅଟେ, କାରଣ ଏହା ଆମର ପୁରୁଣା ସାଂସ୍କୃତିକ ଓ ରାଜନୈତିକ ସମ୍ପର୍କର ଦୃଢ଼ ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ ।”
ଫ୍ରାନ୍ସ ମାଟିରେ ଭାରତୀୟ ସୈନିକମାନଙ୍କ ବୀରତ୍ୱକୁ ମନେ ପକାଇବା ସହ, ପ୍ରଧାନମନ୍ତ୍ରୀ ବିଶ୍ୱସ୍ତରରେ ଏକ ପ୍ରାଚୀନ ଭାରତୀୟ ଭାଷାର ପ୍ରସାର ଓ ଉନ୍ନତି କ୍ଷେତ୍ରରେ ଫରାସୀ ବିଦ୍ୱାନମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାର ମଧ୍ୟ ପ୍ରଶଂସା କରିଥିଲେ । ଶ୍ରୀ ମୋଦୀ କହିଥିଲେ, “ସଂସ୍କୃତ ଭାଷାକୁ ଲୋକପ୍ରିୟ କରିବାରେ ସେମାନେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଶ କରିଛନ୍ତି ।”
ସାହିତ୍ୟିକ ଓ ଆଧ୍ୟାତ୍ମିକ ଆଦାନପ୍ରଦାନ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଭାରତୀୟ ସାଧକ ଓ ରହସ୍ୟବାଦୀଙ୍କ ଉପରେ ରୋମେନ ରୋଲାଣ୍ଡଙ୍କ ଲିଖିତ ରଚନା ଏବଂ ‘ଦି ମଦର’ଙ୍କ ପୁଡୁଚେରୀ ଯାତ୍ରାକୁ ପାରସ୍ପରିକ ପ୍ରେରଣାର ଶକ୍ତିଶାଳୀ ମାଧ୍ୟମ ଭାବେ ଉଲ୍ଲେଖ କରିଥିଲେ । ଏହି ବୌଧିକ ପ୍ରୟାସଗୁଡିକ କିପରି ଉଭୟ ଦେଶର ଜିଜ୍ଞାସୁ ବ୍ୟକ୍ତିବିଶେଷଙ୍କୁ ଗଭୀର ଭାବେ ଅନୁପ୍ରାଣିତ କରିଛି, ତାହା ସେ ସ୍ୱୀକାର କରିଥିଲେ । ଶ୍ରୀ ମୋଦୀ କହିଥିଲେ, “ଏହି ଆଧ୍ୟାତ୍ମିକ ସମ୍ପର୍କଗୁଡିକ ବର୍ଷ ବର୍ଷ ଧରି ଆମ ସମାଜକୁ ପରସ୍ପରର ଅଧିକ ନିକଟତର କରିଛି ।”
ଧର୍ମର ଐତିହାସିକ ମାଇଲଖୁଣ୍ଟଗୁଡିକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଦଶନ୍ଧି ଦଶନ୍ଧି ପୂର୍ବେ ଫ୍ରାନ୍ସକୁ ଜଣେ ପ୍ରମୁଖ ଆଧ୍ୟାତ୍ମିକ ଗୁରୁଙ୍କ ଆଗମନ ବିଷୟରେ ଉଲ୍ଲେଖ କରିଥିଲେ । ଶ୍ରୀ ମୋଦୀ କହିଥିଲେ, “ଇସ୍କନ୍ ମାଧ୍ୟମରେ ଶ୍ରୀଲା ପ୍ରଭୂପାଦ ସ୍ୱାମୀଙ୍କ ଆଧ୍ୟାତ୍ମିକ ସମ୍ପର୍କର ଏକ ନୂତନ ଅଧ୍ୟାୟ ଆରମ୍ଭ କରିଥିଲେ ।”
ଆଇଫେଲ ଟାୱାର ନିକଟରେ ଯୋଗର ବ୍ୟାପକ ଗ୍ରହଣୀୟତା ଏବଂ ଏହି ନୂତନ ମନ୍ଦିର ମଧ୍ୟରେ ସାମଞ୍ଜସ୍ୟ ସ୍ଥାପନ କରି ପ୍ରଧାନମନ୍ତ୍ରୀ ଏଗୁଡିକୁ ଲୋକଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ବର୍ଣ୍ଣନା କରିଥିଲେ । ଶ୍ରୀ ମୋଦୀ ଦୃଢ଼ତାର ସହ କହିଥିଲେ, “ଏହି ଭବ୍ୟ ଓ ଦିବ୍ୟ ମନ୍ଦିର ମାଧ୍ୟମରେ ଆମର ସାଂସ୍କୃତିକ ସମ୍ପର୍କରେ ଏକ ନୂତନ ଅଧ୍ୟାୟ ଯୋଡା ଯାଉଛି ।”
ଆଧ୍ୟାତ୍ମିକ ବର୍ଣ୍ଣନାରେ ଅର୍ଥନୈତିକ ଶବ୍ଦାବଳୀର ସମାବେଶ ଘଟାଇ ପ୍ରଧାନମନ୍ତ୍ରୀ ହାସ୍ୟରସାତ୍ମକ ଭାବେ ଏହି ମନ୍ଦିରର ନିର୍ମାଣକୁ ଆଧୁନିକ ଦ୍ୱିପାକ୍ଷିକ ବ୍ୟବସାୟିକ ଆଲୋଚନା ସହିତ ତୁଳନା କରିଥିଲେ । ଶ୍ରୀ ମୋଦୀ କହିଥିଲେ, “ସ୍ୱାମୀନାରାୟଣ ମନ୍ଦିର ମିଳିତ ଉଦ୍ୟୋଗର ସମ୍ଭାବନା କ୍ଷେତ୍ରରେ ଏକ ସମ୍ପୂର୍ଣ୍ଣ ନୂତନ ଦିଗ ଯୋଡ଼ିଛି ।”
ସ୍ଥାପତ୍ୟକଳାର ସମନ୍ୱୟ ବିଷୟରେ ବିସ୍ତୃତ ଆଲୋଚନା କରି ପ୍ରଧାନମନ୍ତ୍ରୀ ବୁଝାଇଥିଲେ ଯେ, କିପରି ପ୍ରାଚୀନ ଭାରତୀୟ ଖୋଦେଇ କଳା ଏବଂ ଆଧୁନିକ ଫରାସୀ ଇଞ୍ଜିନିୟରିଂର ସୁନ୍ଦର ମିଳନରେ ଏହି ଭବ୍ୟ ଢ଼ାଞ୍ଚା ପ୍ରସ୍ତୁତ ହୋଇଛି । ସେ ଭାରତରୁ ପଠାଯାଇଥିôବା ପଥରଗୁଡିକ ଉପରେ କରାଯାଇଥିବା ସୁକ୍ଷମ କାରୁକାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ମୋଦୀ କହିଥିଲେ, “ଏହି ମନ୍ଦିର ପ୍ରକୃତରେ ‘ମେଡ୍ ଇନ୍ ଇଣ୍ଡିଆ’ ଏବଂ ‘ବିଲ୍ଟ ଇନ୍ ଫ୍ରାନ୍ସ’ ଅଟେ ।
ଭବିଷ୍ୟତ ଉପରେ ଦୂରଦୃଷ୍ଟିପୂର୍ଣ୍ଣ ଦୃଷ୍ଟି ପକାଇ ପ୍ରଧାନମନ୍ତ୍ରୀ ଏହି ସହଯୋଗମୂଳକ ସ୍ଥାପତ୍ୟକଳାର ଅତୁଳନୀୟ ଉତ୍ତରାଧିକାର ଉପରେ ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଥିଲେ । ଶ୍ରୀ ମୋଦୀ କହିଥିଲେ, “ଆଗାମୀ ଶତାବ୍ଦୀଗୁଡିକ ପାଇଁ ଏହା ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସହଯୋଗ ତଥା ସମ୍ଭାବନାର ପ୍ରତୀକ ହୋଇ ରହିବ ।”
ଏହି ଅନୁଷ୍ଠାନଗୁଡିକରେ ନିହିତ ଆଧ୍ୟାତ୍ମିକ ସାଧନା ଏବଂ ସାମାଜିକ କଲ୍ୟାଣର ଦ୍ୱୈତ ଉଦ୍ଦେଶ୍ୟକୁ ମଜବୁତ କରି ପ୍ରଧାନମନ୍ତ୍ରୀ ଏହି କେନ୍ଦ୍ରର ଆଗାମୀ ମାନବବାଦୀ ସେବା ଏବଂ କଲ୍ୟାଣକାରୀ ପ୍ରକଳ୍ପଗୁଡିକ ପ୍ରତି ଆଶା ବ୍ୟକ୍ତ କରିଥିଲେ । ସେ କହିଥିଲେ, “ସ୍ୱାମୀନାରାୟଣ ମନ୍ଦିରଗୁଡିକ ସର୍ବଦା ଭକ୍ତି ସହିତ ସେବାର ଏକ ମାଧ୍ୟମ ହୋଇ ରହିଆସିଛି ।”
ଏହି କେନ୍ଦ୍ରର ଆଞ୍ଚଳିକ ପ୍ରଭାବ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ଯେ, ଭାରତୀୟ ଐତିହ୍ୟର ମହାନ ମୂଲ୍ୟବୋଧ ସମଗ୍ର ମହାଦେଶର ଉନ୍ନତି ସାଧନ କରିବ । ସେ ଦୃଢ଼ ବିଶ୍ୱାସ ପ୍ରକାଶ କରିଥିଲେ ଯେ, ଏହି ଶିକ୍ଷାଗୁଡିକର ପ୍ରଭାବ ପ୍ୟାରିସର ସୀମା ଅତିକ୍ରମ କରି ବହୁ ଦୂର ପର୍ଯ୍ୟନ୍ତ ପହଞ୍ଚିବ । ଶ୍ରୀ ମୋଦୀ କହିଥିଲେ, “ଏଠାରୁ ଉଦ୍ଘୋଷିତ ଭାରତୀୟ ସଂସ୍କୃତିର ବାର୍ତ୍ତା ସମଗ୍ର ୟୁରୋପର ଲୋକଙ୍କ ପାଇଁ ହିତକର ହେବ ।” ସେ ଆହୁରି ମଧ୍ୟ କହିଥିଲେ, “ଭବିଷ୍ୟତରେ ଯେତେବେଳେ ମୁଁ ସମୟ ପାଇବି, ସେତେବେଳେ ଦର୍ଶନ ପାଇଁ ଏହି ମନ୍ଦିରକୁ ଆସିବାକୁ ଚେଷ୍ଟା କରିବି ।”
ନିଜର ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ଉପସ୍ଥିତ ବ୍ୟକ୍ତିବିଶେଷ, ପରିବାରବର୍ଗ, ଭକ୍ତ ଏବଂ ଏହି ଉଦ୍ଘାଟନ ଉତ୍ସବ ପାଳନ କରୁଥିବା ସମଗ୍ର ପ୍ରବାସୀ ସମ୍ପ୍ରଦାୟକୁ ଶୁଭେଚ୍ଛା ଜଣାଇଥିଲେ ।
SR
It is a matter of great joy that BAPS Swaminarayan Hindu Mandir is being inaugurated in Paris.@BAPS https://t.co/PaXRoM0mkv
— Narendra Modi (@narendramodi) September 6, 2026