Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜର୍ମାନୀ ଚାନ୍ସେଲରଙ୍କ ସହ ଟେଲିଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଜର୍ମାନୀର ଚାନ୍ସେଲର ମହାମହିମ ଫ୍ରେଡ଼ରିକ୍ ମର୍ଜ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିଥିଲେ। 

ଚଳିତ ବର୍ଷ ଭାରତ ଓ ଜର୍ମାନୀ ମଧ୍ୟରେ କୂଟନୈତିକ ସମ୍ପର୍କର ୭୫ ବର୍ଷ ପୂର୍ତ୍ତି ପାଳନ କରାଯାଉଥିବା ବେଳେ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚାନ୍ସେଲର ମର୍ଜ ଭାରତ – ଜର୍ମାନୀ ରଣନୈତିକ ଭାଗୀଦାରୀର ଅଗ୍ରଗତି ସମୀକ୍ଷା କରିଥିଲେ। ସେମାନେ ଉଚ୍ଚସ୍ତରୀୟ ଆଦାନପ୍ରଦାନରେ ନିରନ୍ତର ଗତିକୁ ଉଲ୍ଲେଖ କରିଥିଲେ । ବାଣିଜ୍ୟ ଏବଂ ନିବେଶ, ଉନ୍ନତ ପ୍ରଯୁକ୍ତି ବିଦ୍ୟା, ସ୍ୱଚ୍ଛ ଶକ୍ତି, ପ୍ରତିରକ୍ଷା, ଶିକ୍ଷା ଏବଂ ପ୍ରତିଭା ଗତିଶୀଳତା ସମେତ ପ୍ରମୁଖ କ୍ଷେତ୍ରରେ ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ନେତାମାନେ ପାରସ୍ପରିକ ସ୍ୱାର୍ଥ ସହିତ ଜଡ଼ିତ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ଘଟଣାବଳୀ ସମ୍ପର୍କରେ ମଧ୍ୟ ମତାମତ ଆଦାନପ୍ରଦାନ କରିଥିଲେ। ବିଶ୍ୱ ସ୍ତରରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଘନିଷ୍ଠ ଭାବେ କାର୍ଯ୍ୟ ଜାରି ରଖିବାକୁ ସହମତ ହୋଇଥିଲେ।

 

*********

SSP