ପିଏମଇଣ୍ଡିଆ
ମାନ୍ୟବର ବୃନ୍ଦ,
ବ୍ରିକ୍ସ ବ୍ୟବସାୟିକ ସମ୍ପ୍ରଦାୟର ନେତୃବୃନ୍ଦ,
ଉଦ୍ଭାବକ ଏବଂ ବନ୍ଧୁଗଣ,
ନମସ୍କାର!
ବ୍ରିକ୍ସ ବ୍ୟବସାୟିକ ଫୋରମ୍ରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ।
ଏହି ବର୍ଷ ଆମେ ବ୍ରିକ୍ସର ୨୦ ବର୍ଷ ପୂର୍ତ୍ତି ପାଳନ କରୁଛୁ। ଯେତେବେଳେ ୨୦୦୬ ମସିହାରେ ଏହି ଗୋଷ୍ଠୀର ଶୁଭାରମ୍ଭ ହୋଇଥିଲା, ସେତେବେଳେ ଏଥିରେ ମାତ୍ର ଚାରୋଟି ଦେଶ ସାମିଲ ଥିଲେ। ଆଜି, ବ୍ରିକ୍ସ ଏବଂ ବ୍ରିକ୍ସ ପାର୍ଟନର ଦେଶଗୁଡ଼ିକୁ ମିଶାଇ ଆମର ଏକବିଂଶଟି ଦେଶର ଏକ ପରିବାର ଗଠିତ ହୋଇଛି।
ବର୍ତ୍ତମାନ, ବ୍ରିକ୍ସ ଦେଶଗୁଡ଼ିକ ବିଶ୍ୱର ୫୦ ପ୍ରତିଶତ ଜନସଂଖ୍ୟା, ୪୦ ପ୍ରତିଶତ ଜିଡିପି ଏବଂ ୨୫ ପ୍ରତିଶତରୁ ଅଧିକ ବାଣିଜ୍ୟକୁ ପ୍ରତିନିଧିତ୍ୱ କରୁଛନ୍ତି। ଏତିକି ନୁହେଁ, ଏହି ବର୍ଷଗୁଡ଼ିକ ମଧ୍ୟରେ ବିଶ୍ୱ ଜିଡିପି ପ୍ରାୟ ଅଢ଼େଇ ଗୁଣ ବୃଦ୍ଧି ପାଇଥିବା ବେଳେ, ବ୍ରିକ୍ସ ଦେଶଗୁଡ଼ିକର ମିଳିତ ଜିଡିପି ପ୍ରାୟ ସାଢ଼େ ଚାରି ଗୁଣ ବୃଦ୍ଧି ପାଇଛି। ଅର୍ଥାତ୍, ବିଶ୍ୱ ତୁଳନାରେ ବ୍ରିକ୍ସର ଅର୍ଥନୈତିକ ଶକ୍ତି ପ୍ରାୟ ଦୁଇଗୁଣ ବେଗରେ ବୃଦ୍ଧି ପାଇଛି।
ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ବିଶ୍ୱସ୍ତରୀୟ ନବସୃଜନ ଓ ସମାଧାନ ପାଇଁ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ମଧ୍ୟ ଉଭା ହେଉଛନ୍ତି। ତୃଣମୂଳସ୍ତରୀୟ ପଦକ୍ଷେପଠାରୁ ଆରମ୍ଭ କରି ସୀମାନ୍ତ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ, ଆମ ଦେଶଗୁଡ଼ିକରେ ନବସୃଜନ ପାଇଁ ନୂତନ ସମ୍ଭାବନା ଆକାର ନେଉଛି। ବ୍ରିକ୍ସର ବଢ଼ୁଥିବା ପରିସର, ଗତି ଓ ଆଶାବାଦୀ ମନୋଭାବ ଆମ ମଧ୍ୟରେ ସ୍ପଷ୍ଟ ଭାବେ ପ୍ରତିଫଳିତ ହେଉଛି। ଭାରତରେ ଆୟୋଜିତ ଏହି ଫୋରମ୍ ଏଯାବତ୍ର ସବୁଠାରୁ ବଡ଼ ବ୍ରିକ୍ସ ବ୍ୟବସାୟିକ ଫୋରମ୍।
ବନ୍ଧୁଗଣ,
ଭାରତର ବ୍ରିକ୍ସ ଅଧ୍ୟକ୍ଷତାର ବିଷୟବସ୍ତୁ ହେଉଛି, “ସ୍ଥିରତା, ନବସୃଜନ, ସହଯୋଗ ଏବଂ ସ୍ଥାୟୀତ୍ୱ ପାଇଁ ନିର୍ମାଣ” ।
ଗତ ୧୨ ବର୍ଷ ମଧ୍ୟରେ ଭାରତ ଏହି ମନ୍ତ୍ରକୁ ନିଜର ଅର୍ଥନୈତିକ ଓ ବାଣିଜ୍ୟ ନୀତିର ଆଧାର କରିପାରିଛି। ସ୍ଥିରତା ବିଷୟରେ କହିବାକୁ ଗଲେ, ଭାରତ ଶକ୍ତିଠାରୁ ଆରମ୍ଭ କରି ପ୍ରଯୁକ୍ତି ପର୍ଯ୍ୟନ୍ତ ଯୋଗାଣ ଶୃଙ୍ଖଳକୁ ବିଭିନ୍ନ ପ୍ରକାରରେ ବିସ୍ତାରିତ ଓ ନିର୍ଭରଯୋଗ୍ୟ କରିପାରିଛି। ଏହି ସ୍ଥିରତାର ପରିଣାମ ସ୍ୱରୂପ, ବିଶ୍ୱସ୍ତରୀୟ ଅନିଶ୍ଚିତତା ମଧ୍ୟରେ ମଧ୍ୟ ଭାରତ ଆଜି ଅଭିବୃଦ୍ଧି ଓ ସ୍ଥିରତାର ନିଶ୍ଚିତତା ପ୍ରଦାନ କରୁଛି।
ଆମେ ସଡ଼କ, ରେଳପଥ, ବନ୍ଦର ଏବଂ ବିମାନବନ୍ଦର କ୍ଷେତ୍ରର ଦ୍ରୁତ ଗତିରେ ବିସ୍ତାର କରୁଛୁ। ଏଥିସହିତ, ଜାହାଜ ନିର୍ମାଣ, ସେମିକଣ୍ଡକ୍ଟର, କ୍ୱାଣ୍ଟମ୍, ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ ଜୈବ ପ୍ରଯୁକ୍ତିବିଦ୍ୟା ଭଳି ରଣନୈତିକ କ୍ଷେତ୍ରରେ ନୂଆ କ୍ଷମତା ବିକଶିତ କରୁଛୁ। ଏହି କ୍ଷେତ୍ରଗୁଡ଼ିକରେ ଭାରତ ବିଶ୍ୱ ବ୍ୟବସାୟ ପାଇଁ ନୂତନ ସୁଯୋଗର କେନ୍ଦ୍ର ଭାବରେ ଉଭା ହେଉଛି। ତେଣୁ, ମେକ୍ ଇନ୍ ଇଣ୍ଡିଆ, ଇନୋଭେଟ୍ ୱିଥ୍ ଇଣ୍ଡିଆ ଏବଂ ସ୍କେଲ୍ ଫର୍ ଦି ୱାର୍ଲ୍ଡ।
ବନ୍ଧୁଗଣ,
ଆଜି ଭାରତରେ ଏକ ‘ଷ୍ଟାର୍ଟଅପ୍ ବିପ୍ଳବ’ ଚାଲିଛି। ୨ ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ଏବଂ ୧୨୦ରୁ ଅଧିକ ‘ୟୁନିକର୍ଣ୍ଣ’ ସହିତ ଭାରତ ଆଜି ବିଶ୍ୱସ୍ତରୀୟ ସମାଧାନର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହେଉଛି। ଏହାର ଏକ ଝଲକ ଆପଣମାନେ ବ୍ରିକ୍ସ ଭାରତ ଇନୋଭେଟ୍ସ ଏକ୍ସପୋ (BRICS Bharat Innovates Expo)ରେ ଦେଖିପାରିବେ।
ଆମ ଷ୍ଟାର୍ଟଅପ୍ଗୁଡ଼ିକ ଏଆଇ (କୃତ୍ରିମ ବୁଦ୍ଧିମତ୍ତା) ମାଧ୍ୟମରେ ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପରିବର୍ତ୍ତନ ଆଣୁଛନ୍ତି, ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ବ୍ୟାଟେରୀ ଉପରେ କାର୍ଯ୍ୟ କରୁଛନ୍ତି ଏବଂ ପ୍ରତିରକ୍ଷା ଓ ମହାକାଶ କ୍ଷେତ୍ରରେ ମଧ୍ୟ ନୂତନ ସଫଳତା ହାସଲ କରୁଛନ୍ତି। ବର୍ତ୍ତମାନ, ଆମକୁ ବ୍ରିକ୍ସ ମଞ୍ଚ ମାଧ୍ୟମରେ ମଧ୍ୟ ଏହି ବିଶ୍ୱସ୍ତରୀୟ ନବସୃଜନଗୁଡ଼ିକୁ ବିଶ୍ୱ ବଜାରରେ ପହଞ୍ଚାଇବାକୁ ହେବ।
ବନ୍ଧୁଗଣ,
ଭାରତର ନବସୃଜନ ଯାତ୍ରାର ଅନ୍ୟ ଏକ ମୁଖ୍ୟ ବିଶେଷତ୍ୱ ହେଉଛି, ‘ବ୍ୟାପକ ଜନସ୍ତରରେ ନବସୃଜନ’। ଭାରତର ‘ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (ୟୁପିଆଇ) ବ୍ୟାପକ ସ୍ତରରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ଡିଜିଟାଲ୍ କାରବାରକୁ ନୂଆ ଗତି ପ୍ରଦାନ କରିଛି।
ଆଜି ବିଶ୍ୱର ‘୫୦ ପ୍ରତିଶତ ରିୟଲ୍-ଟାଇମ୍ ପେମେଣ୍ଟ’ ଏହି ଜ୍ଞାନକୌଶଳ ବ୍ୟବହାର ମାଧ୍ୟମରେ ସମ୍ପନ୍ନ ହେଉଛି। ଏହି ଡିଜିଟାଲ୍ ପ୍ଲାଟଫର୍ମ ବ୍ୟବସ୍ଥା ଉପରେ ଆଧାର କରି ନୂତନ ସମାଧାନ ବିକଶିତ କରିବା ପାଇଁ ଆମେ ଶିଳ୍ପଜଗତ ଓ ଷ୍ଟାର୍ଟଅପ୍ଗୁଡ଼ିକୁ ଏକ ‘ମୁକ୍ତ ଇକୋସିଷ୍ଟମ୍’ ପ୍ରଦାନ କରିଛୁ। ଭାରତର ଏହି ବିଶ୍ୱସ୍ତରୀୟ ଇକୋସିଷ୍ଟମ୍କୁ ଅନେକ ଦେଶ ଆପଣାଉଥିବାରୁ ଆମେ ଗର୍ବିତ। ବ୍ରିକ୍ସ ରାଷ୍ଟ୍ରଗୁଡ଼ିକର ନବସୃଜନକାରୀମାନେ ମଧ୍ୟ ଏହି ଅଭିଜ୍ଞତା ଆଧାରରେ ନିଜ ନିଜ ଦେଶ ପାଇଁ ନୂଆ ସମାଧାନ ବିକଶିତ କରିପାରିବେ।
ବନ୍ଧୁଗଣ,
ଆଜି ଏପରି ଏକ ସମୟରେ ଯେତେବେଳେ ବିଶ୍ୱରେ ବାଣିଜ୍ୟିକ ପ୍ରତିବନ୍ଧକ ବୃଦ୍ଧି ପାଉଛି, ଭାରତ ଆର୍ଥିକ ସେତୁ ନିର୍ମାଣ କରୁଛି। ୨୦୧୪ ପରଠାରୁ ଆମେ ବିଶ୍ୱର ପ୍ରାୟ ୪୦ଟି ଦେଶ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିଛୁ। ବ୍ରିକ୍ସରେ ମଧ୍ୟ ଆମର ଆଭିମୁଖ୍ୟ ସମାନ ରହିଛି, ବାଣିଜ୍ୟିକ ପ୍ରତିବନ୍ଧକ ହ୍ରାସ କରିବା ଏବଂ ବ୍ୟବସାୟ ପାଇଁ ସୁଯୋଗର ସମ୍ପ୍ରସାରଣ କରିବା।
ତେଣୁ, ଆମର ଅଧ୍ୟକ୍ଷତା କାଳରେ ଆମେ କୃଷି, ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ ଏବଂ ସ୍ମାର୍ଟ ଗ୍ରୀଡ୍ ଭଳି କ୍ଷେତ୍ରରେ ନୂତନ ସହଯୋଗ ନେଟୱାର୍କ ସ୍ଥାପନ କରିଛୁ। ଷ୍ଟାର୍ଟଅପ୍ ଏବଂ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏସ୍ଏମ୍ଇ)ଗୁଡ଼ିକୁ ବଜାର ଓ ଆର୍ଥିକ ସହାୟତା ସହିତ ଯୋଡ଼ିବା ପାଇଁ ଆମେ ବ୍ରିକ୍ସ ଇନ୍କ୍ୟୁବେଟର ନେଟୱର୍କ, ବ୍ରିକ୍ସ ଏମ୍ଏସ୍ଏମ୍ଇ ପୋର୍ଟାଲ୍ ଏବଂ ବ୍ରିକ୍ସ ଷ୍ଟାର୍ଟଅପ୍ ଇନୋଭେସନ୍ ଫଣ୍ଡ୍ ଭଳି ପଦକ୍ଷେପ ଗ୍ରହଣ କରିଛୁ।
ଆପଣ ସମସ୍ତେ ଏହି ସହଯୋଗ ବ୍ୟବସ୍ଥାର ଲାଭ ଉଠାଇପାରିବେ ଏବଂ ଆମ ଦେଶଗୁଡ଼ିକ ମଧ୍ୟରେ ନିବେଶ ଓ ପ୍ରତିଭାର ଆଦାନପ୍ରଦାନକୁ ବୃଦ୍ଧି କରିପାରିବେ।
ବନ୍ଧୁଗଣ,
ସାମୁଦ୍ରିକ ପଥ ସୁରକ୍ଷିତ ରହିଲେ, ଯୋଗାଣ ପଥ ଖୋଲା ରହିଲେ ଏବଂ ନାବିକମାନେ ସୁରକ୍ଷିତ ରହିଲେ ହିଁ ବିଶ୍ୱ ବାଣିଜ୍ୟ ଅଗ୍ରଗତି କରିପାରିବ। ସେଥିପାଇଁ ଭାରତ ନୌପରିବହନର ସ୍ୱାଧୀନତା ଏବଂ ନାବିକମାନଙ୍କ ସୁରକ୍ଷାର ଦୃଢ଼ ସମର୍ଥକ ଅଟେ।
‘ବ୍ରିକ୍ସ ମହିଳା ବ୍ୟବସାୟ ମେଣ୍ଟ’ ମଧ୍ୟ ଆମର ଦୂରଦୃଷ୍ଟିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଆମେ ଚାହୁଁଛୁ ଯେ, ମହିଳା ଉଦ୍ୟୋଗୀମାନେ ଆମର ବିକାଶ ଯାତ୍ରାର ନେତୃତ୍ୱ ନିଅନ୍ତୁ। ଭାରତରେ ଆୟୋଜିତ ଏହି ମେଣ୍ଟର ବୈଠକରେ ପ୍ରାୟ ୨୦୦ ଜଣ ମହିଳା ବ୍ୟବସାୟୀ ନେତ୍ରୀ ଅଂଶଗ୍ରହଣ କରିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ।
ବନ୍ଧୁଗଣ,
ଆଜି ବ୍ରିକ୍ସ ତାହାର ତୃତୀୟ ଦଶକରେ ପ୍ରବେଶ କରୁଥିବା ବେଳେ, ବ୍ରିକ୍ସ ବ୍ୟବସାୟିକ କାଉନସିଲ୍କୁ ମୋର ଅନୁରୋଧ ରହିବ ଯେ, ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଥିବା ‘ଶୀର୍ଷ ୧୦ଟି ବାଣିଜ୍ୟ ପ୍ରତିବନ୍ଧକ ହଟାଇବା ପାଇଁ ଆପଣମାନେ ଏକ ରିପୋର୍ଟ ପ୍ରସ୍ତୁତ କରିପାରିବେ କି?’ ପ୍ରତିବର୍ଷ ୧୦୦ଟି ବ୍ରିକ୍ସ ଷ୍ଟାର୍ଟଅପ୍କୁ ଅନ୍ୟ ବ୍ରିକ୍ସ ବଜାରରେ ନିଜର ବ୍ୟବସାୟ ବିସ୍ତାର କରିବା ପାଇଁ ଆମେ ସହାୟତା କରିପାରିବା କି? ଆମ ବ୍ୟବସାୟଗୁଡ଼ିକ ମଧ୍ୟରେ ୧,୦୦୦ଟି ନୂଆ ସହଭାଗିତା ବିକଶିତ କରିପାରିବା କି? ଏହି ତିନୋଟି ମାନଦଣ୍ଡ ଆଧାରରେ ଆମକୁ ପ୍ରତିବର୍ଷ ନିଜର ପ୍ରଗତିର ସମୀକ୍ଷା କରିବାକୁ ହେବ।
ଆସନ୍ତୁ, ବ୍ରିକ୍ସର ଆକାଂକ୍ଷାକୁ କାର୍ଯ୍ୟରେ ଏବଂ ଆମର ସାମୂହିକ ଶକ୍ତିକୁ ବିଶ୍ୱସ୍ତରୀୟ ସମାଧାନରେ ପରିଣତ କରିବା। ବ୍ରିକ୍ସ ଆଗକୁ ବଢ଼ୁ ଏବଂ ସମଗ୍ର ବିଶ୍ୱକୁ ମଧ୍ୟ ଆଗକୁ ଅଗ୍ରସର କରାଉ।
ଆପଣ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ।
*****
MT
Addressing the BRICS Business Forum. Strong business partnerships can open new avenues for growth, innovation and shared prosperity.@BricsIndia2026 https://t.co/EUIH6agfI2
— Narendra Modi (@narendramodi) September 11, 2026
BRICS nations are emerging as important centres of global innovation and solutions. pic.twitter.com/AeDHcssYgB
— PMO India (@PMOIndia) September 11, 2026
Amid global uncertainties, India today offers a source of confidence for growth and stability. pic.twitter.com/MaJczzt72J
— PMO India (@PMOIndia) September 11, 2026
Make in India.
— PMO India (@PMOIndia) September 11, 2026
Innovate with India.
Scale for the world. pic.twitter.com/uL8rshxUdL
At a time when trade barriers are rising across the world, India is building economic bridges. pic.twitter.com/7oEsyRo7Su
— PMO India (@PMOIndia) September 11, 2026
Global trade can move forward only when sea lanes are secure, supply routes remain open and seafarers are safe.
— PMO India (@PMOIndia) September 11, 2026
That is why India is a steadfast advocate of freedom of navigation and the safety of seafarers. pic.twitter.com/b1nJqA7v26
Let us turn BRICS' ambition into action and our collective strength into solutions for the world. pic.twitter.com/etC8f1veIj
— PMO India (@PMOIndia) September 11, 2026