ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ୧୮ତମ ବ୍ରିକ୍ସ ସମ୍ମିଳନୀ ଅବସରରେ କାଜାଖସ୍ତାନ ଯୁକ୍ତରାଜ୍ୟର ରାଷ୍ଟ୍ରପତି ମାନ୍ୟବର ଶ୍ରୀ କାସିମ୍-ଜୋମାର୍ଟ ଟୋକାୟେଭଙ୍କ ସହ ସାକ୍ଷାତ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ କାଜାଖସ୍ତାନ ସହ ଭାରତର ପ୍ରାଚୀନ ସଭ୍ୟତାଗତ ସମ୍ପର୍କକୁ ମନେ ପକାଇଥିଲେ ଏବଂ ନିକଟ ଅତୀତରେ ଭାରତ-କାଜାଖସ୍ତାନ ସମ୍ପର୍କରେ ନିରନ୍ତର ଅଗ୍ରଗତି ହେଉଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ। ଉଭୟ ନେତା ରାଜନୈତିକ, ବାଣିଜ୍ୟ, ପ୍ରତିରକ୍ଷା ଓ ସୁରକ୍ଷା, ସଂଯୋଗୀକରଣ, ଶକ୍ତି, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ସୃଜନଶୀଳ ଅର୍ଥନୀତି ଏବଂ ଜନସାଧାରଣଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ସମୀକ୍ଷା କରିଥିଲେ। ଏଥିସହ ସେମାନେ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ଘଟଣାବଳୀ ଉପରେ ମତ ବିନିମୟ କରିଥିଲେ।
ଉଭୟ ନେତା ପାରସ୍ପରିକ ହିତ ସହିତ ଉଭୟ ଦେଶର ଜନସାଧାରଣଙ୍କ କଲ୍ୟାଣ ତଥା ଅଞ୍ଚଳରେ ଶାନ୍ତି, ସ୍ଥିରତା, ବିକାଶ ଓ ସମୃଦ୍ଧି ପାଇଁ ଦୁଇ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ନିଜର ପ୍ରତିବଦ୍ଧତାକୁ ଦୋହରାଇଥିଲେ।
*****
MT
PM @narendramodi met President @TokayevKZ in Delhi today. The two leaders discussed ways to give fresh momentum to the India-Kazakhstan Strategic Partnership, with a focus on trade, energy, technology, connectivity, investment and innovation. They also emphasised strengthening… pic.twitter.com/GAasX9dUSb
— PMO India (@PMOIndia) September 13, 2026
Glad to meet President Kassym-Jomart Tokayev during his first visit to India as President.
— Narendra Modi (@narendramodi) September 13, 2026
We had a very productive discussion on giving fresh momentum to the India-Kazakhstan Strategic Partnership.
We see immense potential to deepen cooperation in trade, investment, energy,… pic.twitter.com/fIc6AHPUAf