ପିଏମଇଣ୍ଡିଆ
ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାଇଜେରିଆର ଉପରାଷ୍ଟ୍ରପତି ଶ୍ରୀ କାଶିମ୍ ସେତ୍ତିମା ମୁସ୍ତଫାଙ୍କୁ ଭେଟିଥିଲେ । ଉପରାଷ୍ଟ୍ରପତି କାଶିମ୍ ସେତ୍ତିମା ମୁସ୍ତଫା ନୂଆଦିଲ୍ଲୀରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀ ପାଇଁ ନାଇଜେରିଆ ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି । ଏହି ପ୍ରତିନିଧି ଦଳରେ ବୈଦେଶିକ ବ୍ୟାପାର; ଶିଳ୍ପ, ବାଣିଜ୍ୟ ଓ ନିବେଶ; ଯୋଗାଯୋଗ, ନବାଚାର ଓ ଡିଜିଟାଲ ପ୍ରଯୁକ୍ତିବିଦ୍ୟା; ମାନବୀୟ ବ୍ୟାପାର ଓ ଦାରିଦ୍ର୍ୟ ହ୍ରାସ; ମହିଳା ବ୍ୟାପାର ତଥା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ମନ୍ତ୍ରୀମାନଙ୍କ ସମେତ ଅନେକ ମନ୍ତ୍ରୀ ସାମିଲ ଅଛନ୍ତି ।
ଉଭୟ ନେତା ଭାରତ–ନାଇଜେରିଆ ମଧ୍ୟରେ ଥିବା ବହୁମୁଖୀ ସମ୍ପର୍କର ସମୀକ୍ଷା କରିଥିଲେ ଏବଂ ବିଭିନ୍ନ କ୍ଷେତ୍ରରେ ହୋଇଥିବା ନିରନ୍ତର ଅଗ୍ରଗତି ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ । ସେମାନଙ୍କ ଆଲୋଚନା ବାଣିଜ୍ୟ ଓ ନିବେଶ, ପ୍ରତିରକ୍ଷା ଓ ସୁରକ୍ଷା, ଶକ୍ତି ଭାଗୀଦାରୀ, କୃଷି, ସ୍ୱାସ୍ଥ୍ୟ ଏବଂ ଡିଜିଟାଲ ପ୍ରଯୁକ୍ତିବିଦ୍ୟା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ କେନ୍ଦ୍ରିତ ଥିଲା । ସେମାନେ ଭାରତ–ନାଇଜେରିଆ ରଣନୀତିକ ଭାଗୀଦାରୀକୁ ଆହୁରି ମଜବୁତ କରିବା ପାଇଁ ନିଜର ପ୍ରତିବଦ୍ଧତା ଦୋହରାଇଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଉପରାଷ୍ଟ୍ରପତି ସେତ୍ତିମା ମୁସ୍ତଫା ପାରସ୍ପରିକ ସ୍ୱାର୍ଥର ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ମତାମତ ଆଦାନପ୍ରଦାନ କରିଥିଲେ, ଯେଉଁଥିରେ ଗ୍ଲୋବାଲ୍ ସାଉଥ୍ର ପ୍ରାଥମିକତା ଓ ଚିନ୍ତାଧାରା ଅନ୍ତର୍ଭୁକ୍ତ ଥିଲା । ସେମାନେ ବହୁପକ୍ଷୀୟ ମଞ୍ଚରେ ସହଯୋଗ ବୃଦ୍ଧି କରିବା ଏବଂ ଅଧିକ ପ୍ରତିନିଧିମୂଳକ, ସମାବେଶୀ ତଥା ବହୁଧ୍ରୁବୀୟ ଅନ୍ତର୍ଜାତୀୟ ବ୍ୟବସ୍ଥା ଦିଗରେ ମିଳିତ ଭାବେ କାର୍ଯ୍ୟ କରିବାର ମହତ୍ୱ ଉପରେ ଜୋର ଦେଇଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀ ନାଇଜେରିଆ ସହିତ ଭାଗୀଦାରୀକୁ ସୁଦୃଢ଼ କରିବା ଏବଂ ଆଫ୍ରିକା ସହିତ ଭାରତର ସମ୍ପର୍କକୁ ଅଧିକ ଗଭୀର କରିବା ଦିଗରେ ଭାରତର ନିରନ୍ତର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ । ଉପରାଷ୍ଟ୍ରପତି ସେତ୍ତିମା ମୁସ୍ତଫା ଭାରତର ବିକାଶ ଅଭିଜ୍ଞତା ତଥା ନାଇଜେରିଆରେ କ୍ଷମତା ନିର୍ମାଣ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଭାରତର ଅବଦାନକୁ ପ୍ରଶଂସା କରିଥିଲେ ।
ଏହି ବୈଠକ ଉଭୟ ଦେଶ ତଥା ବ୍ୟାପକ ଗ୍ଲୋବାଲ୍ ସାଉଥ୍ ଅଞ୍ଚଳରେ ଶାନ୍ତି, ସମୃଦ୍ଧି ଓ ବିକାଶରେ ଯୋଗଦାନ ଦେବା ଲକ୍ଷ୍ୟରେ ଏକ ସୁଦୃଢ଼ ଓ ଭବିଷ୍ୟତମୁଖୀ ଭାଗୀଦାରୀ ଗଠନ କରିବା ଦିଗରେ ଭାରତ ଓ ନାଇଜେରିଆର ମିଳିତ ପ୍ରତିବଦ୍ଧତାକୁ ପୁନଃ ନିଶ୍ଚିତ କରିଥିଲା ।
SR
PM @narendramodi met Vice President @KashimSM of Nigeria on the sidelines of the BRICS Summit in Delhi. The two leaders discussed ways to expand bilateral cooperation in trade, defence, power and clean energy. They also reviewed collaboration in sectors such as healthcare,… pic.twitter.com/fCjzysx0NQ
— PMO India (@PMOIndia) September 13, 2026
Delighted to meet Vice President Kashim Shettima of Nigeria on the sidelines of the Delhi BRICS Summit.
— Narendra Modi (@narendramodi) September 13, 2026
We discussed cooperation in areas such as trade, power, clean energy, fertilisers and defence.
We also reviewed cooperation in health, capacity building, technology and… pic.twitter.com/ZNp4YibXVC