Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଫିଲିପାଇନ୍ସ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଫିଲିପାଇନ୍ସ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ୧୮ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ଫିଲିପାଇନ୍ସ ଗଣତନ୍ତ୍ରର ରାଷ୍ଟ୍ରପତି ଫର୍ଡିନାଣ୍ଡ ଆର୍‌. ମାର୍‌କୋସ୍ ଜୁନିୟର୍‌ଙ୍କୁ ଭେଟିଛନ୍ତି ବର୍ତ୍ତମାନର ଆସିଆନ୍ ଅଧ୍ୟକ୍ଷ ଭାବରେ ବ୍ରିକ୍ସ ସମ୍ମିଳନୀରେ ଫିଲିପାଇନ୍ସର ଅଂଶଗ୍ରହଣକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ

ଉଭୟ ନେତା ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗରେ ହୋଇଥିବା ଅଗ୍ରଗତି ଉପରେ ସନ୍ତୋଷ ପ୍ରକାଶ କରିଥିଲେ ସେମାନେ ପ୍ରତିରକ୍ଷା ସୁରକ୍ଷା, ବାଣିଜ୍ୟ ନିବେଶ, ମହାକାଶ, ରେଳ ଭିତ୍ତିଭୂମି, ଫିନ୍‌ଟେକ୍‌, ଶିକ୍ଷା, ପର୍ଯ୍ୟଟନ, ବିଜ୍ଞାନ ପ୍ରଯୁକ୍ତିବିଦ୍ୟା, ନବାଚାର ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ ଆଦି କ୍ଷେତ୍ରରେ ସହଯୋଗକୁ ଆହୁରି ଗଭୀର ବ୍ୟାପକ କରିବାକୁ ସହମତ ହୋଇଥିଲେ ଅଗଷ୍ଟ ୨୦୨୫ରେ ରାଷ୍ଟ୍ରପତି ମାର୍‌କୋସଙ୍କ ଭାରତ ଗସ୍ତ ସମୟରେ ଉଭୟ ଦେଶ ମଧ୍ୟରେ ସ୍ଥାପିତ ରଣନୀତିକ ଭାଗୀଦାରୀ ଅଧୀନରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଆଗକୁ ବଢ଼ାଇବାକୁ ଉଭୟ ନେତା ସହମତ ହୋଇଥିଲେ ବିପର୍ଯ୍ୟୟ-ସହନଶୀଳ ଭିତ୍ତିଭୂମି ପାଇଁ ମେଣ୍ଟରେ ଯୋଗଦେବାକୁ ଫିଲିପାଇନ୍ସର ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ

ଉଭୟ ନେତା ପାରସ୍ପରିକ ସ୍ୱାର୍ଥ ସହିତ ଜଡିତ ଆଞ୍ଚଳିକ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ମତାମତ ଆଦାନ ପ୍ରଦାନ କରିଥିଲେ ଏବଂ କୌଶଳଗତ ଭାଗୀଦାରୀର ସମସ୍ତ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ନିଜର ପ୍ରତିବଦ୍ଧତା ଦୋହରାଇଥିଲେ

 

SR