Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସେପ୍ଟେମ୍ବର ୧୭ରେ ନୂଆଦିଲ୍ଲୀଠାରେ ‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୭ ସେପ୍ଟେମ୍ବର ୨୦୨୬ ସକାଳ ପ୍ରାୟ ୧୦ଟା ସମୟରେ ନୂଆଦିଲ୍ଲୀର ଯଶୋଭୂମିଠାରେସେମିକନ୍ ଇଣ୍ଡିଆ ୨୦୨୬ ଉଦ୍ଘାଟନ କରିବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଜନସାଧାରଣଙ୍କୁ ମଧ୍ୟ ସମ୍ବୋଧିତ କରିବେ

୧୭ ରୁ ୧୯ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ତିନି ଦିନିଆ ସମ୍ମିଳନୀ ପ୍ରଦର୍ଶନୀସିଲିକନ୍ ଟୁ ସିଷ୍ଟମ୍ସ: ବିଲ୍ଡିଂ ଇକୋସିଷ୍ଟମ୍‌’ ବିଷୟବସ୍ତୁ ଉପରେ ଆଧାରିତ ହେବ ଏହା ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ମୂଲ୍ୟ ଶୃଙ୍ଖଳା ସହ ଜଡ଼ିତ ବିଶ୍ୱସ୍ତରୀୟ ଭାରତୀୟ କମ୍ପାନୀ, ନୀତି ନିର୍ଦ୍ଧାରକ, ନିବେଶକ, ଗବେଷକ, ଷ୍ଟାର୍ଟଅପ୍‌, ଶିକ୍ଷାନୁଷ୍ଠାନ ଏବଂ ଛାତ୍ରଛାତ୍ରୀମାନଙ୍କୁ ଏକତ୍ରିତ କରିବ ଏହି ସମ୍ମିଳନୀ ଭାରତରେ ସହଯୋଗ, ନିବେଶ, ନବାଚାର ଏବଂ ପ୍ରତିଭା ବିକାଶକୁ ଆଗକୁ ବଢ଼ାଇବା ଉପରେ ଗୁରୁତ୍ୱାରୋପ କରିବ ସମାନ୍ତରଳ ଅଧିବେଶନଗୁଡିକ ମଧ୍ୟରେ ଡିସ୍ପ୍ଲେ ଶିଳ୍ପରେ ଅଗ୍ରଗତି, ସହଯୋଗ ମିଳିତ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ଛଅଟି ଦେଶରରାଉଣ୍ଡଟେବଲ୍ ବୈଠକ ଏବଂ ମହିଳା ନେତୃତ୍ୱ ଉପରେ ଏକ ଫୋରମ୍ ଆଦି ଅନ୍ତର୍ଭୁକ୍ତ ରହିବ

ସେମିକନ୍ ଇଣ୍ଡିଆ ୨୦୨୬ଏକ ବ୍ୟାପକ ମୂଲ୍ୟଶୃଙ୍ଖଳା ଦୃଷ୍ଟିକୋଣ ଗ୍ରହଣ କରିବ, ଯେଉଁଥିରେ ସେମିକଣ୍ଡକ୍ଟର ସାମଗ୍ରୀ, ଉପକରଣ ଏବଂ ଚିପ୍ ଡିଜାଇନ୍ଠାରୁ ଆରମ୍ଭ କରି ଫ୍ୟାବ୍ରିକେସନ୍‌, ଉନ୍ନତ ପ୍ୟାକେଜିଂ, ଇଲେକ୍ଟ୍ରୋନିକ୍ସ ଏବଂ ସିଷ୍ଟମ୍ ପର୍ଯ୍ୟନ୍ତ ଯାତ୍ରା ପ୍ରଦର୍ଶିତ ହେବ ନୂତନସ୍ୟାଣ୍ଡ୍ ଟୁ ସିଲିକନ୍ ଟୁ ସିଷ୍ଟମ୍ସମୂଲ୍ୟ ଶୃଙ୍ଖଳା ଅଭିଜ୍ଞତା କାର୍ଯ୍ୟକ୍ରମ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ମଧ୍ୟରେ ଏହି ଯାତ୍ରାକୁ ଉପସ୍ଥାପନ କରିବ

ସେମିକନ୍ ଇଣ୍ଡିଆ ୨୦୨୬ରେ ୬୦୦ରୁ ଅଧିକ କମ୍ପାନୀ ଅଂଶଗ୍ରହଣ କରିବେ ଏବଂ ଏଥିରେ ପ୍ରାୟ ୫୦,୦୦୦ ଦର୍ଶକଙ୍କ ସମାଗମ ହେବାର ଆଶା କରାଯାଉଛି ଏଥିରେ ୫୨ଟି ଦେଶର ପ୍ରତିନିଧି, ୪୦୦ରୁ ଅଧିକ ବରିଷ୍ଠ ଅଧିକାରୀ ଏବଂ ୧୫୦ରୁ ଅଧିକ ବକ୍ତା ସାମିଲ ହେବେ ଏହି ପ୍ରଦର୍ଶନୀରେ ଜାପାନ, ଦକ୍ଷିଣ କୋରିଆ, ମାଲେସିଆ, ନେଦରଲ୍ୟାଣ୍ଡ, ସିଙ୍ଗାପୁର ସ୍ୱିଡେନର ପ୍ରତିନିଧିତ୍ୱ କରୁଥିବା ଛଅଟି କଣ୍ଟ୍ରି ପାଭିଲିଅନ୍ ସହିତ ୧୨ଟି ରାଜ୍ୟସ୍ତରୀୟ ବୁଥ୍‌, ଏକ ଷ୍ଟାର୍ଟଅପ୍ ପାଭିଲିଅନ୍‌, ଇନୋଭେସନ୍ ଶୋକେସ୍‌, ଷ୍ଟୁଡେଣ୍ଟ୍ ହ୍ୟାକାଥନ୍ ଏବଂ କର୍ମଜୀବୀ ବିକାଶ ପାଭିଲିଅନ୍ ରହିବ

 

SR