ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନକ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଏବଂ ଜନସେବାରେ ୨୫ ବର୍ଷ ପୂରଣ କରିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏକ୍ସ ର ଏକ ପୋଷ୍ଟରେ ସୁନକ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା, କାର୍ଯ୍ୟଶୈଳୀ ଓ ଉତ୍ସାହର ପ୍ରଶଂସା କରିଛନ୍ତି ଏବଂ ବିଶେଷ କରି ବଣିଜ୍ୟ, ପ୍ରଯୁକ୍ତିବିଦ୍ୟା ଓ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଭାରତ-ବ୍ରିଟେନ ସମ୍ପର୍କର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱାରୋପ କରିଥିଲେ ।
ପୋଷ୍ଟ ର ଉତ୍ତରରେ ଶ୍ରୀ ନରେନ୍ଦ୍ର ମୋଦୀ ଏକ୍ସ ରେ ଲେଖିଛନ୍ତି;
“ଆଜି ବ୍ଲୁମବର୍ଗ ଇକୋନୋମିକ୍ ଫୋରମରେ ଆପଣଙ୍କୁ ଭେଟି ବହୁତ ଖୁସି ଲାଗିଲା ।”
SR
Was wonderful meeting you at the Bloomberg New Economy Forum today!
— Narendra Modi (@narendramodi) October 13, 2026