Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏସୀୟ ପାରା ଗେମ୍ସରେ ରୌପ୍ୟ ପଦକ ଜିତିଥିବାରୁ ଶୀତଲ ଦେବୀ ଏବଂ ପାୟଲ ନାଗଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏସୀୟ ପାରା ଗେମ୍ସ ୨୦୨୬ରେ ମହିଳା ପାରା କମ୍ପାଉଣ୍ଡ ଡବଲ୍ସ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଥିବାରୁ ଶୀତଲ ଦେବୀ ଏବଂ ପାୟଲ ନାଗଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଦଳଗତ ସହଯୋଗ ଏବଂ କ୍ରୀଡା ନୈପୁଣ୍ୟର ଉତ୍କୃଷ୍ଟ ପ୍ରଦର୍ଶନ ଯାହା ଦେଶକୁ ଗର୍ବିତ କରିଛି ସେଥିପାଇଁ ସେମାନଙ୍କୁ ପ୍ରଶଂସା କରିବା ସହ, ଶ୍ରୀ ମୋଦୀ ଉଭୟ ଖେଳାଳୀଙ୍କୁ ସେମାନଙ୍କର ଆଗାମୀ ଉଦ୍ୟମ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି;

“ଦଳଗତ ସହଯୋଗ ଏବଂ କ୍ରୀଡା ନୈପୁଣ୍ୟର ଏକ ଉତ୍କୃଷ୍ଟ ପ୍ରଦର୍ଶନ!

ଏସୀୟ ପାରା ଗେମ୍ସ ୨୦୨୬ରେ ମହିଳା ପାରା କମ୍ପାଉଣ୍ଡ ଡବଲ୍ସ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ଶୀତଲ ଦେବୀ ଏବଂ ପାୟଲ ନାଗଙ୍କୁ ଅଭିନନ୍ଦନ! ଉଭୟ ଖେଳାଳୀ ଦେଶକୁ ଗର୍ବିତ କରିଛନ୍ତି । ସେମାନଙ୍କ ଆଗାମୀ ଉଦ୍ୟମ ପାଇଁ ମୋର ଶୁଭେଚ୍ଛା : PM @narendramodi”

 

 

SR