ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଚାଲିଥିବା ଦ୍ୱାଦଶ ବ୍ରିକ୍ସ୍ ସଂସଦୀୟ ମଞ୍ଚ ୨୦୨୬ ଅବସରରେ ବ୍ରିକ୍ସ୍ ରାଷ୍ଟ୍ରଗୁଡ଼ିକର ସାଂସଦମାନଙ୍କ ସହ ଏକ ଚମତ୍କାର ବାର୍ତ୍ତାଳାପ କରିଛନ୍ତି।
ଏହି ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀ ଏବଂ ଗସ୍ତ କରିଥିବା ସଂସଦୀୟ ପ୍ରତିନିଧିମାନେ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରିଥିଲେ।
ପ୍ରଧାନମନ୍ତ୍ରୀ ‘ଏକ୍ସ ’ ରେ ସେୟାର କରିଛନ୍ତି:
“ଦିଲ୍ଲୀରେ ଆୟୋଜିତ ହେଉଥିବା ଦ୍ୱାଦଶ ବ୍ରିକ୍ସ୍ ସଂସଦୀୟ ମଞ୍ଚ ୨୦୨୬ ଅବସରରେ ବ୍ରିକ୍ସ୍ ରାଷ୍ଟ୍ରଗୁଡ଼ିକର ସାଂସଦମାନଙ୍କ ସହ ଏକ ଚମତ୍କାର ବାର୍ତ୍ତାଳାପ ହୋଇଥିଲା। ଆମେ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରିଥିଲୁ । “
HS
Had a wonderful interaction with MPs from BRICS nations during the 12th BRICS Parliamentary Forum 2026 being held in Delhi. We exchanged perspectives on a wide range of issues. https://t.co/a1aG8P7vny
— Narendra Modi (@narendramodi) October 26, 2026