Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଲିକଟେନ୍‌ଷ୍ଟିନ୍‌ର ହେରେଡିଟାରୀ ପ୍ରିନ୍ସ ଆଲୋଇସ୍‌ଙ୍କ ସହ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

ଲିକଟେନ୍‌ଷ୍ଟିନ୍‌ର ହେରେଡିଟାରୀ ପ୍ରିନ୍ସ ଆଲୋଇସ୍‌ଙ୍କ ସହ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲିକଟେନ୍‌ଷ୍ଟିନ୍‌ର ହେରେଡିଟାରୀ ପ୍ରିନ୍ସ (ଉତ୍ତରାଧିକାରୀ ରାଜକୁମାର) ଆଲୋଇସ୍‌ଙ୍କ ସହ ସାକ୍ଷାତ କରିଛନ୍ତି ।

ଭାରତ ଓ ଲିକଟେନ୍‌ଷ୍ଟିନ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ବିଭିନ୍ନ କ୍ଷେତ୍ର ଉପରେ ଆଲୋଚନା କରାଯାଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଉଭୟ ନେତା ଭାରତ-ଇଏଫ୍‌ଟିଏ ବାଣିଜ୍ୟ ଏବଂ ଅର୍ଥନୈତିକ ଭାଗୀଦାରୀ ଚୁକ୍ତି (ଇଏଫ୍‌ଟିଏ) ଅଧୀନରେ ହୋଇଥିବା ଅଗ୍ରଗତିର ସୀମକ୍ଷା କରିଛନ୍ତି । ଏହି ଚୁକ୍ତିର ପ୍ରଥମ ବର୍ଷ ସମ୍ପୂର୍ଣ୍ଣ ହୋଇସାରିଛି । ଏହା ସହିତ, ନିବେଶ ପ୍ରବାହ ବୃଦ୍ଧି ଏବଂ ଅର୍ଥନୈତିକ ସହଯୋଗକୁ ଆହୁରି ଗଭୀର କରିବା ପାଇଁ ଥିବା ସୁଯୋଗଗୁଡିକ ଉପରେ ମଧ୍ୟ ଆଲୋଚନା ହୋଇଛି ।

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;

ଲିକଟେନ୍‌ଷ୍ଟିନ୍‌ର ହେରେଡିଟାରୀ ପ୍ରିନ୍ସ ଆଲୋଇସ୍‌ଙ୍କ ସହ ଏକ ଉତ୍ତମ ଆଲୋଚନା ହେଲା ।

ଆମର ଆଲୋଚନା ବ୍ୟାପକ ଥିଲା ଏବଂ ଏଥିରେ ବିଭିନ୍ନ କ୍ଷେତ୍ରରେ ଭାରତ- ଲିକଟେନ୍‌ଷ୍ଟିନ୍ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ଆମେ ଐତିହାସିକ ଭାରତ-ଇଏଫଟିଏ ବାଣିଜ୍ୟ ଏବଂ ଅର୍ଥନୈତିକ ଭାଗୀଦାରୀ ଚୁକ୍ତି ଅଧୀନରେ ହୋଇଥିବା ଅଗ୍ରତିର ସମୀକ୍ଷା କଲୁ । ଏହି ଚୁକ୍ତିର ପ୍ରଥମ ବର୍ଷ ସମ୍ପୂର୍ଣ୍ଣ ହୋଇସାରିଛି ଏବଂ ଆମେ ଅଧିକ ନିବେଶ ତଥା ଅର୍ଥନୈତିକ ସହଯୋଗ ପାଇଁ ଥିବା ସୁଯୋଗଗୁଡିକ ଉପରେ ଅଲୋଚନା କଲୁ।

 

SR