Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କନ୍ନଡ ରାଜ୍ୟତ୍ସୋବ ଅବସରରେ କର୍ଣ୍ଣାଟକବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କନ୍ନଡ ରାଜ୍ୟତ୍ସୋବ ଅବସରରେ କର୍ଣ୍ଣାଟକବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ କର୍ଣ୍ଣାଟକ ହେଉଛି ସମୃଦ୍ଧ ପରମ୍ପରା, ଉଲ୍ଲେଖନୀୟ ସଫଳତା ଏବଂ ଅପାର ସମ୍ଭାବନାର ଭୂମି। ଏହାର ଗୌରବମୟ ଐତିହ୍ୟ ଏବଂ କାଳଜୟୀ ରୀତିନୀତି ଆମ ଦେଶର ସାଂସ୍କୃତିକ ଢାଞ୍ଚାକୁ ସମୃଦ୍ଧ କରିଛି।

କର୍ଣ୍ଣାଟକର ଲୋକମାନେ ସେମାନଙ୍କର କଠିନ ପରିଶ୍ରମ, ଉଦ୍ୟୋଗ ଏବଂ ଉଲ୍ଲେଖନୀୟ ଦକ୍ଷତା ମାଧ୍ୟମରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି, ବିଶେଷ କରି ଭବିଷ୍ୟତ କ୍ଷେତ୍ରରେ। ସୂଚନା ପ୍ରଯୁକ୍ତିବିଦ୍ୟା, ବାୟୋଟେକ୍ନୋଲୋଜି ଏବଂ ଏରୋସ୍ପେସ୍ ଠାରୁ ଆରମ୍ଭ କରି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଉନ୍ନତ ଉତ୍ପାଦନ ଏବଂ ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ କର୍ଣ୍ଣାଟକର ଲୋକମାନେ ବାରମ୍ବାର ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ‘ଏକ୍ସ ’ ରେ ପୋଷ୍ଟ କରିଛନ୍ତି:

କନ୍ନଡ ରାଜ୍ୟତ୍ସୋବର ଆନନ୍ଦମୟ ଅବସରରେ କର୍ଣ୍ଣାଟକର ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା!

କର୍ଣ୍ଣାଟକ ହେଉଛି ସମୃଦ୍ଧ ପରମ୍ପରା, ଉଲ୍ଲେଖନୀୟ ସଫଳତା ଏବଂ ଅପାର ସମ୍ଭାବନାର ଭୂମି। ଏହାର ଗୌରବମୟ ଐତିହ୍ୟ ଏବଂ କାଳଜୟୀ ରୀତିନୀତି ଆମ ଦେଶର ସାଂସ୍କୃତିକ ଢାଞ୍ଚାକୁ ସମୃଦ୍ଧ କରିଛି।

କର୍ଣ୍ଣାଟକର ଲୋକମାନେ ସେମାନଙ୍କର କଠିନ ପରିଶ୍ରମ, ଉଦ୍ୟୋଗ ଏବଂ ଉଲ୍ଲେଖନୀୟ ଦକ୍ଷତା ମାଧ୍ୟମରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି, ବିଶେଷ କରି ଭବିଷ୍ୟତ କ୍ଷେତ୍ରରେ। ସୂଚନା ପ୍ରଯୁକ୍ତି, ବାୟୋଟେକ୍ନୋଲୋଜି ଏବଂ ଏରୋସ୍ପେସ୍ ଠାରୁ ଆରମ୍ଭ କରି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଉନ୍ନତ ଉତ୍ପାଦନ ଏବଂ ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ କର୍ଣ୍ଣାଟକର ଲୋକମାନେ ବାରମ୍ବାର ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି। ସେମାନେ ବୈଶ୍ୱିକ ଆହ୍ୱାନର ସମାଧାନ ପ୍ରଦାନ କରିବାରେ ଅଗ୍ରଭାଗରେ ଅଛନ୍ତି।

ଏହି ସ୍ୱତନ୍ତ୍ର ଅବସର ଲୋକମାନଙ୍କ ଜୀବନରେ ଆନନ୍ଦ ଏବଂ ସମୃଦ୍ଧି ଆଣନ୍ତୁ।

HS