ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମନିଲାରେ ଅନୁଷ୍ଠିତ ୨୧ତମ ପୂର୍ବ ଏସିଆ ଶିଖର ସମ୍ମିଳନୀ (ଇଏଏସ୍)କୁ ସମ୍ବୋଧିତ କରିଛନ୍ତି।
ନିଜର ସମ୍ବୋଧନରେ ପ୍ରଧାନମନ୍ତ୍ରୀ ବର୍ତ୍ତମାନର ସଙ୍କଟ ଓ ସଂଘର୍ଷପୂର୍ଣ୍ଣ ସମୟରେ ଶାନ୍ତି ପ୍ରତିଷ୍ଠା ପାଇଁ ସମସ୍ତ ପ୍ରୟାସକୁ ସମର୍ଥନ କରିବା ଲାଗି ଆଲୋଚନା, ପାରସ୍ପରିକ ସମ୍ମାନ ଓ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏକ ମୁକ୍ତ, ଅବାଧ, ସମାବେଶୀ ଓ ନିୟମ ଆଧାରିତ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ଆହ୍ୱାନ ଦେଇ ସେ କହିଥିଲେ ଯେ ବିଶ୍ୱସ୍ତରରେ ଶାନ୍ତି, ସ୍ଥିରତା ଓ ସୁନିଶ୍ଚିତତା ଆଣିବା ଦିଗରେ ପୂର୍ବ ଏସିଆ ଶିଖର ସମ୍ମିଳନୀ ଯୋଗଦାନ ଦେବା ଆବଶ୍ୟକ।
ବିଶ୍ୱରେ ସଙ୍କଟ ଓ ସଂଘର୍ଷ ଯୋଗୁଁ ଖାଦ୍ୟ, ଇନ୍ଧନ ଓ ସାର ସୁରକ୍ଷା ଉପରେ ପଡୁଥିବା ପ୍ରଭାବ ସମ୍ପର୍କରେ ସେ ବିଶେଷ ଭାବେ ଉଲ୍ଲେଖ କରିଥିଲେ। ଆନ୍ତର୍ଜାତିକ ଜଳପଥରେ ଆକ୍ରମଣର ଶିକାର ହେଉଥିବା ବାଣିଜ୍ୟିକ ଜାହାଜ ଓ ନାବିକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ମଧ୍ୟ ସେ ଆହ୍ୱାନ ଦେଇଥିଲେ। ୟୁକ୍ରେନ ଓ ପଶ୍ଚିମ ଏସିଆରେ ଜାରି ରହିଥିବା ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସମସ୍ତ ପ୍ରୟାସକୁ ଭାରତ ସମର୍ଥନ କରୁଥିବା ପ୍ରଧାନମନ୍ତ୍ରୀ କହିଥିଲେ।
ଶାନ୍ତିପ୍ରିୟ ସମାଜ ପାଇଁ ଆତଙ୍କବାଦ ସୃଷ୍ଟି କରୁଥିବା ବିପଦ ବିଷୟରେ ବି ସେ ଉଲ୍ଲେଖ କରିଥିଲେ।
ପୂର୍ବ ଏସିଆ ଶିଖର ସମ୍ମିଳନୀ ମଞ୍ଚ ମାଧ୍ୟମରେ ସହଯୋଗକୁ ଆହୁରି ସୁଦୃଢ଼ କରିବା ଲାଗି ପ୍ରଧାନମନ୍ତ୍ରୀ ନିମ୍ନଲିଖିତ ପ୍ରସ୍ତାବ ଦେଇଥିଲେ।
I) ମିଳିତ ତାଲିମ ଏବଂ ଜରୁରୀକାଳୀନ ପ୍ରତିକ୍ରିୟା କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହିତ କରିବା ଲାଗି ନାବିକ ସୁରକ୍ଷା ପଦକ୍ଷେପ
II) ଅନଲାଇନ୍ ଠକେଇ ଏବଂ ସାଇବର ଅପରାଧ ଭଳି ସୀମାପାର ଅପରାଧ ଦ୍ୱାରା ସୃଷ୍ଟି ହେଉଥିବା ଉଦୀୟମାନ ବିପଦକୁ ମୁକାବିଲା କରିବା ପାଇଁ ଜାତୀୟ ଫୋରେନସିକ୍ ସାଇନ୍ସ ବିଶ୍ୱବିଦ୍ୟାଳୟରେ ଏକ ଇଏଏସ୍ ସାଇବର ଅପରାଧ ସମ୍ମିଳନୀ ଆୟୋଜନ
III) ଲୋଥାଲରେ ଏକ ଇଏଏସ୍ ସାମୁଦ୍ରିକ ଐତିହ୍ୟ ମହୋତ୍ସବ ଆୟୋଜନ
IV) ଇଏଏସ୍ ଦେଶମାନଙ୍କ ସହିତ ଶୈକ୍ଷିକ ସହଯୋଗକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ନାଳନ୍ଦାରେ ଏକ ଇଏଏସ୍ ବିଶ୍ୱବିଦ୍ୟାଳୟ ସମ୍ମିଳନୀ ଆୟୋଜନ
ସଫଳତାର ସହ ଏହି ଶିଖର ସମ୍ମିଳନୀ ଆୟୋଜନ କରିଥିବାରୁ ଫିଲିପାଇନ୍ସ ଗଣରାଜ୍ୟର ରାଷ୍ଟ୍ରପତି ଫର୍ଡିନାଣ୍ଡ ଆର୍. ମାର୍କୋସଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ।
ପ୍ରଧାନମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ଅଭିଭାଷଣ ଏଠାରେ ପଢ଼ିହେବ: ଲିଙ୍କ୍।
***
TKM
My message at the East Asia Summit…the world needs PEACE, PROSPERITY and PREDICTABILITY. Also reiterated India’s commitment to working closely with ASEAN nations as well as a commitment to an Indo-Pacific that is free, open, inclusive and rules based. Announced important initiatives to give fresh momentum to regional cooperation. SEAFARERS’ SAFETY INITIATIVE: Greater coordination among nations to protect those who work at sea, particularly during emergencies and maritime crises. EAS CYBER CRIME CONFERENCE: India will host a conference at the National Forensic Sciences University to develop a stronger collective response to cyber threats, online fraud and transnational crime. EAS MARITIME HERITAGE FESTIVAL: The ancient port city of Lothal will bring together EAS nations to celebrate centuries of seafaring traditions, commerce and cultural exchanges. EAS UNIVERSITY CONCLAVE: Nalanda will serve as a platform for universities, scholars and students to forge new partnerships in education, research and innovation.
— Narendra Modi (@narendramodi) November 17, 2026