Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ – ପର୍ତ୍ତୁଗାଲ ମଧ୍ୟରେ କୃଷି, ଆନୁସଙ୍ଗିକ କ୍ଷେତ୍ରରେ ସହଯୋଗ ବୁଝାମଣାକୁ କେବିନେଟର ଅନୁମୋଦନ


କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଏବଂ ପର୍ତ୍ତୁଗାଲ ମଧ୍ୟରେ ବୁଝାମଣା ପତ୍ର ହସ୍ତାକ୍ଷର ପାଇଁ ଆଜି (04.01.2017) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେବିନେଟ ବୈଠକରେ ମଞ୍ଜୁରି ପ୍ରଦାନ କରାଯାଇଛି । ଏହି ବୁଝାମଣା ପତ୍ରରେ ବିଜ୍ଞାନ ଏବଂ ବୈଷୟିକ ସୂଚନା ଆଦାନ ପ୍ରଦାନ, ଉଦ୍ଭିଦ ଏବଂ ଉଦ୍ଭିଦଜାତ ଦ୍ରବ୍ୟର ବ୍ୟବସାୟ, ଫାଇଟୋସାନିଟାରୀ ସମସ୍ୟା, ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ସେମିନାର ଆୟୋଜନ, ବିଶେଷଜ୍ଞ ଏବଂ ପରାମର୍ଶଦାତାଙ୍କ ଗସ୍ତ ଆଦିକୁ ସାମିଲ କରାଯାଇଛି । ବୁଝାମଣା ହେଲେ ଦୁଇ ଦେଶର ପ୍ରତିନିଧିମାନଙ୍କର ଏକ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯିବ, ଯାହା ବୁଝାମଣା ଅନୁଯାୟୀ କାର୍ଯ୍ୟନ୍ୱୟନର ଅନୁଧ୍ୟାନ କରିବ । କୃଷି କ୍ଷେତ୍ର ଏବଂ ଅନ୍ୟ ଆନୁସଙ୍ଗିକ କ୍ଷେତ୍ର ପାଇଁ ପ୍ରସ୍ତାବ ଦେବା ସହ ଆଗାମୀ ଦିନରେ ଏହି କ୍ଷେତ୍ରଗୁଡିକରେ ସହଯୋଗ ପାଇଁ ନିୟମାବଳୀ ପ୍ରସ୍ତୁତ କରାଯିବ । ଏହି ବୁଝାମଣା ହସ୍ତାକ୍ଷର ହେବା ଦିନଠାରୁ ଆଗାମୀ 5 ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ ଏବଂ ଏହାପରେ ମଧ୍ୟ ସ୍ୱତଃପ୍ରବୃତ ଭାବେ ଅବଧି ବୃଦ୍ଧି ହୋଇଚାଲିବ । ଅବଧି ପୂରଣର 6 ମାସ ପୂର୍ବରୁ କୌଣସି ଦେଶ ଲିଖିତ ଭାବେ ବୁଝାମଣା ରଦ୍ଦ ପାଇଁ ତାଙ୍କ ଅଭିପ୍ରାୟ ନଜଣାଇଲେ ଏହା ସ୍ୱତଃପ୍ରବୃତ ଭାବେ ବଳବତ୍ତର ରହୁଥିବ ।