Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତୀୟ ବିଜ୍ଞାନ କଂଗ୍ରେସର 104ତମ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଘାଟନୀ ସମ୍ଭାଷଣ

ଭାରତୀୟ ବିଜ୍ଞାନ କଂଗ୍ରେସର 104ତମ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଘାଟନୀ ସମ୍ଭାଷଣ

ଭାରତୀୟ ବିଜ୍ଞାନ କଂଗ୍ରେସର 104ତମ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଘାଟନୀ ସମ୍ଭାଷଣ


ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ, ଶ୍ରୀ ଇ.ଏସ୍.ଏଲ ନରସିଂହନ୍

ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ, ଶ୍ରୀ ଏନ୍.ଚନ୍ଦ୍ରବାବୁ ନାଇଡୁ

କେନ୍ଦ୍ର ବିଜ୍ଞାନ, କାରିଗରୀ କୌଶଳ ଏବଂ ଭୂ-ବିଜ୍ଞାନ ମନ୍ତ୍ରୀ, ଡକ୍ଟର ହର୍ଷ ବର୍ଦ୍ଧନ

କେନ୍ଦ୍ର ବିଜ୍ଞାନ, କାରିଗରୀ କୌଶଳ ଏବଂ ଭୂ-ବିଜ୍ଞାନ ରାଷ୍ଟ୍ରମନ୍ତ୍ରୀ, ଶ୍ରୀ ୱାଇ.ଏସ୍ ଚୌଧୁରୀ

ଭାରତୀୟ ବିଜ୍ଞାନ କଂଗ୍ରେସ ଆସୋସିଏସନର ଅଧ୍ୟକ୍ଷ ପ୍ରଫେସର ଡି. ନାରାୟଣ ରାଓ

ଭେଙ୍କଟେଶ୍ୱର ବିଶ୍ୱ ବିଦ୍ୟାଳୟର କୁଳପତି, ପ୍ରଫେସର ଏ.ଦାମୋଦରମ୍

ବରେଣ୍ୟ ପ୍ରତିନିଧିମଣ୍ଡଳୀ,

ମହିଳା ଓ ସୁଧିବୃନ୍ଦ,

ନୂଆ ବର୍ଷ ଅବସରରେ ତିରୁପତି ଭଳି ପବିତ୍ର ସହରରେ ଦେଶ ବିଦେଶର ବରେଣ୍ୟ ବୈଜ୍ଞାନିକଙ୍କ ଗହଣରେ ନିଜକୁ ପାଇ ମୁଁ ବେଶ୍ ଆନନ୍ଦିତ ।

ଶ୍ରୀ ଭେଙ୍କଟେଶ୍ୱର ବିଶ୍ୱ ବିଦ୍ୟାଳୟର ମନୋରମ ପରିସରରେ ଭାରତୀୟ ବିଜ୍ଞାନ କଂଗ୍ରେସର 104ତମ ଅଧିବେଶନକୁ ଉଦ୍ଘାଟନ କରି ମୁଁ ବେଶ ଖୁସି ।

ଆଉ ଭାରତୀୟ ବିଜ୍ଞାନ କଂଗ୍ରେସ ଆସୋସିଏସନ ଏକ ଉପଯୁକ୍ତ ବିଷୟ ‘ଜାତୀୟ ଉନ୍ନୟନ କ୍ଷେତ୍ରରେ ବିଜ୍ଞାନ ଓ ବୈଷୟିକ କୌଶଳ’କୁ ଚଳିତ ଥରର ବିଷୟବସ୍ତୁ ଭାବେ ବାଛି ଥିବାରୁ ମୁଁ ସେମାନଙ୍କୁ ପ୍ରଶଂସା କରୁଛି ।

ବରେଣ୍ୟ ପ୍ରତିନିଧିମଣ୍ଡଳୀ ,

ଦେଶ ସବୁବେଳେ ବୈଜ୍ଞାନିକମାନଙ୍କ ପାଖରେ କୃତଜ୍ଞ ରହିବା ଆବଶ୍ୟକ, କାରଣ ଆମ ସମାଜକୁ ସଶକ୍ତ କରିବା କ୍ଷେତ୍ରରେ ସେମାନଙ୍କର ଅବିରତ କାର୍ଯ୍ୟ, ଦୂରଦୃଷ୍ଟି, ଶ୍ରମ, ଓ ନେତୃତ୍ୱ ଦେଇ ଆସିଛି ।

2016 ନଭେମ୍ବରରେ, ଏହି ଦେଶ ଡକ୍ଟର ଏମ୍.ଜି.କେ ମେନନ୍ ଭଳି ଜଣେ ପ୍ରତିଷ୍ଠିତ ବୈଜ୍ଞାନିକ ଓ ପ୍ରତିଷ୍ଠାନ ନିର୍ମାତାଙ୍କୁ ହରାଇଲା, ଆପଣମାନଙ୍କ ସହିତ ମୁଁ ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ।

ବରେଣ୍ୟ ପ୍ରତିନିଧିମଣ୍ଡଳୀ ,

ଯେଉଁ ଗତି ଓ ମାନଦଣ୍ଡ ଆଧାରରେ ଆମେ ଆଜି ପରିବର୍ତ୍ତିନର ସମ୍ମୁଖିନ ହେଉଛେ ତାହା ଅଭୂତପୂର୍ବ ।

ଆମେ କିପରି ସେହି ଆହ୍ୱାନର ସାମ୍ନା କରିବାକୁ ଯାଉଛେ, ଯାହା କେବେ ଦେଖାଦେବ ବୋଲି ଆମେ ଜାଣି ନଥିଲୁ? ଗଭୀର ମୂଳ ତତ୍ତ୍ୱ ପାଖରେ ପହଞ୍ଚିବା ପାଇଁ ବୈଜ୍ଞାନିମାନଙ୍କର ଅନୁସନ୍ଧିତ୍ସୁ ପରମ୍ପରା, ଯାହାକି ସବୁ ସମୟରେ ଅତି ଶୀଘ୍ର ନୂତନ ବାସ୍ତବତା ପାଖରେ ପହଞ୍ଚାଇଥାଏ ।

ଆମ ଲୋକଙ୍କ ପାଇଁ ମୌଳିକ ଭିତ୍ତିଭୂମି ବାବଦରେ ଆଜି ଆମେ ଯାହା ନିବେଶ କରୁଛେ ତାହା ଭବିଷ୍ୟତରେ ବିଶେଷଜ୍ଞ ଭାବେ ଆସି ପହଞ୍ଚିବ । ମୋ ସରକାର ବୈଜ୍ଞାନିକ ଜ୍ଞାନର ବିଭିନ୍ନ ଧାରାକୁ ସହଯୋଗ କରିବା ପାଇଁ ପ୍ରତିଶୃତିବଦ୍ଧ; ମୌଳିକ ବିଜ୍ଞାନ ଠାରୁ ଆରମ୍ଭ କରି ବ୍ୟବହାରିକ ବିଜ୍ଞାନ ପର୍ଯ୍ୟନ୍ତ ଅଭିନବ ପ୍ରବର୍ତ୍ତନକୁ ଗୁରୁତ୍ୱ ଦିଆଯାଉଛି ।

ବରେଣ୍ୟ ପ୍ରତିନିଧିମଣ୍ଡଳୀ,

ବିଜ୍ଞାନ କଂଗ୍ରେସର ଆଗାମୀ ଦୁଇଟି ଶେଷ ଅଧିବେଶନରେ ପ୍ରଥମେ ଦେଶ ପାଇଁ ଥିବା ପ୍ରମୁଖ ଆହ୍ୱାନ ଓ ସମ୍ଭାବନା ସଂପର୍କରେ ମୁଁ ଆପଣମାନଙ୍କ ନିକଟରେ ଉପସ୍ଥାପନ କରିବି ।

କେତେକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ମଧ୍ୟରୁ ପ୍ରମୁଖ କ୍ଷେତ୍ର ହେଉଛି ସ୍ୱଚ୍ଛ ଜଳ ଓ ଶକ୍ତି, ଖାଦ୍ୟ, ପରିବେଶ, ଜଳବାୟୁ, ନିରପତ୍ତା ଏବଂ ସ୍ୱାସ୍ଥ୍ୟସେବା ।

ଆମେ ମଧ୍ୟ ସମପରିମାଣରେ ବୃଦ୍ଧି ପାଉଥିବା ବିଘଟନକାରୀ ବୈଷୟିକ ଜ୍ଞାନ ଉପରେ ଦୃଷ୍ଟି ରଖିବା ଏବଂ ସେମାନଙ୍କର ଅଭିବୃଦ୍ଧିକୁ ପ୍ରତିହତ କରିବା ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ । ପ୍ରତଦ୍ୱନ୍ଦିତାମୂଳକ ପୃଷ୍ଠଭୂମିରେ ବୈଷୟିକ ଜ୍ଞାନ କ୍ଷେତ୍ରରେ ଥିବା ଆହ୍ୱାନ ଓ ସମ୍ଭାବନାକୁ ସ୍ପଷ୍ଟ ଭାବେ ଆକଳନ କରିବା ଆବଶ୍ୟକ ।

ବୈଷୟିକ ଜ୍ଞାନ ଭିଜନ-2035ର ଚିଠା ଯାହା ଗତ ବର୍ଷର ବିଜ୍ଞାନ କଂଗ୍ରେସରେ ଉନ୍ମୋଚିତ ହୋଇଥିଲା, ଏବେ ବୈଷୟିକ ଜ୍ଞାନ କ୍ଷେତ୍ରର 12ଟି ପ୍ରମୁଖ ଦିଗକୁ ନେଇ ସମ୍ପୁର୍ଣ୍ଣ ରୋଡ ମେପ୍ ବିକଶିତ ହେଉଛି ବୋଲି ମୋତେ କୁହାଯାଇଛି । ପୁନଶ୍ଚ ନୀତି ଆୟୋଗ ଦେଶର ବିଜ୍ଞାନ ଓ ବୈଷୟିକ ଜ୍ଞାନ ସମ୍ବନ୍ଧୀୟ ଏକ ବାସ୍ତବଧର୍ମୀ ଆଭିମୁଖ୍ୟ ବିକଶିତ କରୁଛି ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଲକ୍ଷ୍ୟ ରଖି କହିବାର ଆବଶ୍ୟକତା ରହିଛି ତାହା ହେଲା ବିଶ୍ୱସ୍ତରରେ ବୃଦ୍ଧି ପାଉଥିବା ସାଇବର-ଫିଜିକାଲ ସିଷ୍ଟମ୍ । ଅପ୍ରତ୍ୟାଶିତ ଆହ୍ୱାନ ଓ ଗତିରୋଧର ମୁକାବିଲା ପାଇଁ ଏହାର ଯଥେଷ୍ଟ ଦକ୍ଷତା ରହିଛି । ଆମେ ଏହାକୁ ଗବେଷଣା, ତାଲିମ ଓ ରୋବୋଟିକ୍ସ କ୍ଷେତ୍ରରେ ଦକ୍ଷତା ବିକାଶ, କୃତ୍ରିମ ଗୁଇନ୍ଦା, ଡିଜିଟାଲ ବିନିର୍ମାଣ, ବୃହତ ଡାଟା ବିଶ୍ଳେଷଣ, ଗଭୀର ଅଧ୍ୟୟନ, କ୍ୱାଣ୍ଟମ୍ ଯୋଗାଯୋଗ, ଇଣ୍ଟରନେଟ୍-ଅଫ-ଥିଙ୍ଗସ ପରିବର୍ତ୍ତନ କରିପାରିବା ।

ବିନିର୍ମାଣ ଓ ସେବା କ୍ଷେତ୍ରରେ ଏହି ବୈଷୟିକ ଜ୍ଞାନର ପ୍ରୟୋଗକୁ ବିକଶିତ ଏବଂ ପୂର୍ଣ୍ଣ ଉପଯୋଗ କରାଯିବା ଦରକାର । କୃଷି, ଜଳ, ଶକ୍ତି ଏବଂ ଟ୍ରାଫିକ ପରିଚାଳନା, ସ୍ୱାସ୍ଥ୍ୟ, ପରିବେଶ, ଭିତ୍ତିଭୂମି ଏବଂ ଜିଓ ସୂଚନା ପ୍ରଣାଳୀ ନିରାପତ୍ତା, ଆର୍ଥିକ ବ୍ୟବସ୍ଥା ଓ ଅପରାଧର ମୁକାବିଲା କ୍ଷେତ୍ରରେ ମଧ୍ୟ ଉପଯୋଗ କରାଯିବା ଦରକାର ।

ଆମକୁ ଭବିଷ୍ୟତରେ ସାଇବର-ଫିଜିକାଲ ବ୍ୟବସ୍ଥାକୁ ସୁରକ୍ଷିତ କରିବା ଏବଂ ଗ୍ରାମ୍ୟ ଉନ୍ନୟନ ଭିତ୍ତିଭୂମି, ମାନବ ସମ୍ବଳ ଓ ଦକ୍ଷତା ବିକାଶ ପାଇଁ ଆନ୍ତଃ-ମନ୍ତ୍ରଣାଳୟ ଜାତୀୟ ମିଶନକୁ ବିକଶିତ କରିବାର ଆବଶ୍ୟକତା ରହିଛି ।

ବରେଣ୍ୟ ପ୍ରତିନିଧିମଣ୍ଡଳୀ,

ଭାରତୀୟ ଉପମହାଦେଶକୁ ଘେରି ରହିଥିବା ମହାସାଗରରେ ତେର ହଜାର ଚାରିଟି ଦ୍ୱୀପ ରହିଛି । ସେମାନେ ମଧ୍ୟ ଆମକୁ ସାଢେ ସାତ ହଜାର କିଲୋମିଟର ଉପକୂଳ ଏବଂ 2.4 ନିୟୁତ ବର୍ଗ କିଲୋମିଟର ସ୍ୱତନ୍ତ୍ର ଆର୍ଥିକ ଜୋନ୍ ଦେଇଛି ।

ସେମାନଙ୍କ ନିକଟରେ ଶକ୍ତି, ଖାଦ୍ୟ, ଔଷଧ ଏବଂ ଅନ୍ୟାନ୍ୟ ପ୍ରାକୃତିକ ସଂପଦ ସୃଷ୍ଟି ପାଇଁ ଅସଂଖ୍ୟ ସମ୍ଭାବନା ରହିଛି । ଆମ ନିରନ୍ତର ଭବିଷ୍ୟତ ପାଇଁ ସାମୁଦ୍ରିକ ଅର୍ଥବ୍ୟବସ୍ଥା ଗରୁତ୍ୱପୂର୍ଣ୍ଣ ଦିଗ ହୋଇପାରିବେ ।

ଭୂ-ବିଜ୍ଞାନ ମନ୍ତ୍ରଣାଳୟ ଗଭୀର ସମୁଦ୍ର ମିଶନ ଶୁଭାରମ୍ଭ କରିବା ଦିଗରେ କାର୍ଯ୍ୟ କରୁଛି ବୋଲି ମୋତେ କୁହାଯାଇଛି । ଦାୟିତ୍ୱପୂର୍ଣ୍ଣ ଭାବେ ଏହି ମିଶନ ସେହି ସମ୍ପଦର ଉତ୍ତୋଳନ, ବ୍ୟବହାର ଓ ବିନିଯୋଗ କରିପାରିବ ଯାହା ଦେଶର ସୁରକ୍ଷା ଓ ସମୃଦ୍ଧି  ପରିବର୍ତ୍ତିତ ପଦକ୍ଷେପ ଭାବେ ଗ୍ରହଣ କରାଯାଇପାରେ ।

ବରେଣ୍ୟ ପ୍ରତିନିଧିମଣ୍ଡଳୀ,

»