ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସେନା ଦିବସ ଅବସରରେ ଭାରତୀୟ ସେନାର ଅଦମ୍ୟ ସାହସ ଏବଂ ଅମୂଲ୍ୟ ସେବା ପାଇଁ ପ୍ରଶଂସା ଓ ଅଭିବାଦନ କରିଥିଲେ ।
“ସେନାବହୀନିର ସମସ୍ତ ଯବାନ, ପ୍ରବୀଣ ସେନା ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ । ଭାରତୀୟ ସେନାର ଅଦମ୍ୟ ସାହସ ଏବଂ ଅମୂଲ୍ୟ ସେବା ପାଇଁ ଆମେ ଗର୍ବିତ ।
ଭାରତୀୟ ସେନା ସର୍ବଦା ନେତୃତ୍ୱ ନେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଆମ ଦେଶର ସଂହତି ରକ୍ଷା ହେଉ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନାଗରୀକମାନଙ୍କୁ ସାହାଯ୍ୟ ସହଯୋଗ ଦେବା କ୍ଷେତ୍ରରେ ସର୍ବାଗ୍ରେ ରହିଛି ।
ଆମ ବୀର ସେନାନୀ ଯେଉଁ ବଳିଦାନ ଦେଇଛନ୍ତି ସେଥିପାଇଁ ସେମାନେ ସର୍ବଦା ସ୍ମରଣୀୟ ଏବଂ ତାଙ୍କ ପାଇଁ ଆମେ ଗୌରବାନ୍ଵିତ । ସେମାନେ ତାଙ୍କ ଜୀବନକୁ ବାଜି ଲଗାଇ 125 କୋଟି ଭାରତୀୟଙ୍କୁ ଶାନ୍ତିପୂର୍ଣ୍ଣ ଜୀବନ ପ୍ରଦାନ କରୁଛନ୍ତି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
Greetings to all soldiers, veterans & their families on Army Day. We salute the courage & invaluable service of the Indian Army.
— Narendra Modi (@narendramodi) January 15, 2017
Indian Army always leads from the front, be it in protecting the sovereignty of our nation or helping citizens during natural disasters.
— Narendra Modi (@narendramodi) January 15, 2017
We remember with great pride all the sacrifices made by our Army. They put their lives at risk so that 125 crore Indians live peacefully.
— Narendra Modi (@narendramodi) January 15, 2017