ପିଏମଇଣ୍ଡିଆ
ଭାରତ ଓ ରୁଷିଆ ମଧ୍ୟରେ ଯୁବବ୍ୟାପାର ସଂକ୍ରାନ୍ତ କାର୍ଯ୍ୟକ୍ରମ ଆଦାନପ୍ରଦାନ ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଦୁଇ ଦେଶର ଜନସାଧାରଣଙ୍କ ମଧ୍ୟରେ ପ୍ରତ୍ୟକ୍ଷ ଯୋଗସୂତ୍ର ସ୍ଥାପନ, ଯୁବଗୋଷ୍ଠୀଙ୍କ ମଧ୍ୟରେ ଚିନ୍ତନ, ମୂଲ୍ୟବୋଧ ଓ ସଂସ୍କୃତିଗତ ଭାବଧାରାର ଆଦାନପ୍ରଦାନ ଲାଗି ଏହି ବୁଝାମଣା ଉଦ୍ଦିଷ୍ଟ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ଏହି ଯୁବ ବିନିମୟ ସଂକ୍ରାନ୍ତ ସହଯୋଗ ବୁଝାମଣାକୁ ଅନୁମୋଦନ କରାଯାଇଛି । ଏହି ବୁଝାମଣା ଅନୁଯାୟୀ ଯୁବ ବିନିମୟ କାର୍ଯ୍ୟକ୍ରମ ସକାଶେ ସ୍ୱଚ୍ଛତା ଆଧାରରେ ଅଂଶଗ୍ରହଣକାରୀମାନଙ୍କୁ ଚୟନ କରାଯିବ । ଏହା ଦୁଇ ଦେଶ ମଧ୍ୟରେ ସହଯୋଗକୁ ଆହୁରି ଦୃଢ଼ୀଭୂତ କରିବ ।