ପିଏମଇଣ୍ଡିଆ
ପେରୁ ସହିତ ସାମଗ୍ରୀ, ସେବା ଏବଂ ପୁଞ୍ଜିନିବେଶ ତଥା ବ୍ୟାପାର କ୍ଷେତ୍ରରେ ବାଣିଜ୍ୟ ରାଜିନାମା ଲାଗି ଆଲୋଚନା ଆରମ୍ଭ କରିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି । ଜାନୁଆରୀ 15, 2015ରେ ପେରୁ ସହିତ ବାଣିଜ୍ୟ ରାଜିନାମା କରିବାର ସମ୍ଭାବ୍ୟ ଦିଗଗୁଡିକ ଉପରେ ପର୍ଯ୍ୟବେକ୍ଷଣ କରିବା ଲାଗି ଏକ ଯୁଗ୍ମ ଅନୁଧ୍ୟାନକାରୀ ଗୋଷ୍ଠୀ ଗଠନ କରାଯାଇଥିଲା । ଭାରତ ଓ ପେରୁର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଗଠିତ ଏହି ଯୁଗ୍ମ ଅନୁଧ୍ୟାନକାରୀ ଗୋଷ୍ଠୀ ସେମାନଙ୍କର ଅନୁଧ୍ୟାନ ସାରି ଅକ୍ଟୋବର 20, 2016ରେ ସେମାନଙ୍କର ରିପୋର୍ଟ ପ୍ରସ୍ତୁତ କରିଥିଲେ । ବିଶେଷକରି ବାଣିଜ୍ୟ, ବସ୍ତୁ, ସେବା ଓ ପୁଞ୍ଜିନିବେଶ କ୍ଷେତ୍ରରେ ଦ୍ୱିପାକ୍ଷିକ ଆଲୋଚନା ଜାରି ରଖିବାକୁ ଦୁଇ ପକ୍ଷ ସହମତ ହୋଇଥିଲେ ।