Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମାର୍କିନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଟେଲିଫୋନ ବାର୍ତ୍ତାଳାପ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୁଧବାର ସନ୍ଧ୍ୟାରେ ଆମେରିକାର ରାଷ୍ଟ୍ରପତି ମିଷ୍ଟର ବାରାକ ଓବାମାଙ୍କ ଠାରୁ ଏକ ଫୋନ କଲ୍ ପାଇ କଥାବାର୍ତ୍ତା ହୋଇଥିଲେ ।

ଗତ କିଛିବର୍ଷ ମଧ୍ୟରେ ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ କ୍ଷେତ୍ରରେ ହୋଇଥିବା ଅଭିବୃଦ୍ଧି ଏବଂ ପାରସ୍ପରିକ ସହଯୋଗ ନେଇ ଉଭୟ ନେତା ଆଲୋଚନା କରିବା ବେଳେ ସନ୍ତୋଷ ବ୍ୟକ୍ତ କରିଥିଲେ ।

ଭାରତ – ଆମେରିକା ମଧ୍ୟରେ କୂଟନୈତିକ ସମ୍ପର୍କ ସୁଦୃଢ଼ କରିବା ଦିଗରେ ରାଷ୍ଟ୍ରପତି ଓବାମାଙ୍କ ସହଯୋଗ ଓ ଯୋଗଦାନ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ଅଶେଷ ଧନ୍ୟବାଦ ଜଣାଇଥିଲେ ।

ଏଥିସହିତ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଓବାମାଙ୍କ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଥିଲେ ।