ପିଏମଇଣ୍ଡିଆ
ବିଜ୍ଞାନ, ପ୍ରଯୁକ୍ତି ଓ ନବସୃଜନ କ୍ଷେତ୍ରରେ ସହଯୋଗ ନିମନ୍ତେ ଭାରତ ଓ ଫ୍ରାନ୍ସ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ରକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ସ୍ୱୀକୃତି ମିଳିଛି । ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟର ପ୍ରଯୁକ୍ତି ବିକାଶ ବୋର୍ଡ଼ (TDB) ଏବଂ ଫ୍ରାନ୍ସର ପବ୍ଲିକ ଇନଭେଷ୍ଟ ବ୍ୟାଙ୍କ-ବିପିଫ୍ରାନ୍ସ ମଧ୍ୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ଚୁକ୍ତିନାମାର ସର୍ତ୍ତାବଳୀ ଅନୁସାରେ ଉଭୟ ଦେଶର ଶ୍ରେଷ୍ଠ କାର୍ଯ୍ୟଧାରା ସଂପର୍କୀତ ସୂଚନା ଆଦାନ ପ୍ରଦାନ ସହିତ ସମନ୍ୱିତ ଧାରାରେ ପ୍ରଯୁକ୍ତି ଜ୍ଞାନ ଆଦାନ ପ୍ରଦାନ ବ୍ୟବସ୍ଥା ସ୍ଥାପନ କରାଯିବ । ଏହାଛଡା ବିଜ୍ଞାନ, ପ୍ରଯୁକ୍ତି ଏବଂ ନବସୃଜନ କ୍ଷେତ୍ରରେ ଗବେଷଣାଲବ୍ଧ ଜ୍ଞାନ ମଧ୍ୟ ବିନିମୟ କରାଯିବ । ଏଥିରେ ଉଭୟ ଦେଶର କମ୍ପାନୀ, ସଂଗଠନ ତଥା ପ୍ରତିଷ୍ଠାନମାନେ ପରସ୍ପର ମଧ୍ୟରେ ସହଯୋଗ ସ୍ଥାପନ କରିପାରିବେ ।