Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ସଂକ୍ରାନ୍ତ ଆଲୋଚନାରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର


ମାନନୀୟ ଅଧ୍ୟକ୍ଷା,

ରାଷ୍ଟ୍ରପତି ମହୋଦୟ ସଂସଦର ଉଭୟ ସଦନକୁ 2017ର ପ୍ରାରମ୍ଭରେ ସମ୍ବୋଧନ କରିଛନ୍ତି  । ଭାରତ କେଉଁଭଳି ଦୃତଗତିରେ ବଦଳୁଛି, ଦେଶର ଜନଶକ୍ତିର ସାମର୍ଥ୍ୟ କ’ଣ, ଗାଁ, ଗରିବ, କୃଷକର ଜୀବନ କି ପ୍ରକାରରେ ବଦଳିବାରେ ଲାଗିଛି, ତା’ର ଏକ ବିସ୍ତୃତ ଚିତ୍ର ସଦନରେ ରଖାଯାଇଥିଲା  । ମୁଁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଦେବା ପାଇଁ ଆପଣମାନଙ୍କ ସମ୍ମୁଖରେ ଉପସ୍ଥିତ ହୋଇଛି ଏବଂ ତାଙ୍କୁ ହୃଦୟର ସହିତ କୃତଜ୍ଞତା ଜଣାଉଛି  ।

ଏହି ଆଲୋଚନାରେ ଆଦରଣୀୟ ଶ୍ରୀ ମଲ୍ଲିକାର୍ଜ୍ଜୁନ, ତାରିକ ଅନୱର, ଶ୍ରୀ ଜୟପ୍ରକାଶ ନାରାୟଣ, ଶ୍ରୀ ତଥାଗତ ଶତପଥୀ, କଲ୍ୟାଣ ବାନାର୍ଜୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଅନେକ ବରିଷ୍ଠ ମହାନୁଭବ ଅଂଶଗ୍ରହଣ କରି ଆଲୋଚନାକୁ ପ୍ରାଣବନ୍ତ କରିଛନ୍ତି  । କେତେକ ବିଷୟକୁ ଆଲୋଚନା ମାଧ୍ୟମରେ ସାମ୍ନାକୁ ଆଣିବାକୁ ଚେଷ୍ଟା କରିଛନ୍ତି । ଆଉ ଏଥିପାଇଁ ଆଲୋଚନାରେ ଭାଗ ନେଇଥିବା ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଉଛି  ।

କାଲି ଭୂକମ୍ପ ଆସିଥିଲା  । ଏହି ଭୂକମ୍ପ କାରଣରୁ ଯେଉଁ ସବୁ କ୍ଷେତ୍ରରେ ଅସୁବିଧା ହୋଇଛି, ମୁଁ ସେମାନଙ୍କ ପ୍ରତି ମୋର ସମବେଦନା ବ୍ୟକ୍ତ କରୁଛି ଏବଂ କେନ୍ଦ୍ର ସରକାର ରାଜ୍ୟଗୁଡିକ ସହିତ ପୁରା ସଂପର୍କ ରଖିଛନ୍ତି  । ପରିସ୍ଥିତିର ଆବଶ୍ୟକତା ଅନୁସାରେ ଟିମ୍ ସେଠାରେ ମଧ୍ୟ ପହଂଚି  ଯାଇଛି  । କିନ୍ତୁ ଯା’ହେଉ ଶେଷରେ ଭୂକମ୍ପ ଆସିଗଲା ! ମୁଁ ଭାବୁଥିଲି ଭୂକମ୍ପ କେମିତି ଆସିଲା? କାରଣ ବହୁତ ପୂର୍ବରୁ ତ ଧମକ ଶୁଣିଥିଲି  । କିଛି ତ’ କାରଣ ଥିବ ଯେଉଁଥିପାଇଁ ମା ଧରିତ୍ରୀ ରାଗିଥିବେ  ।

ଆଦରଣୀୟ ଅଧ୍ୟକ୍ଷା, ଭୂକମ୍ପ କାହିଁକି ଆସିଲା, ଯେତେବେଳେ କେଉଁ ଭ୍ରଷ୍ଟାଚାରରେ ସେବା ଭାବ ଦେଖିଥାଏ, ଭ୍ରଷ୍ଟାଚାରରେ ନମ୍ରତାର ଭାବ ଦେଖିଥାଏ ତ’ ଖାଲି ମା’ ନୁହେଁ, ଧରଣୀ ମାତା ମଧ୍ୟ ଦୁଃଖୀ ହୋଇଯାଏ ଆଉ ସେତେବେଳେ ଯାଇ ଭୂକମ୍ପ ଆସିଥାଏ ।

ଆଉ ଏଥିପାଇଁ ରାଷ୍ଟ୍ରପତି ନିଜ ଅଭିଭାଷଣରେ ଜନଶକ୍ତି ବିଷୟରେ ବର୍ଣ୍ଣନା କରିଛନ୍ତି । ଆମେ ଏହା ଜାଣିଛୁ କୌଣସି ବ୍ୟବସ୍ଥା ଲୋକତାନ୍ତ୍ରିକ ହେଉ କି ଅଗଣତାନ୍ତ୍ରିକ ହେଉ, ଜନଶକ୍ତିର ମନୋଭାବ ଅନ୍ୟ କିଛି ହୋଇଥାଏ । କାଲି ଆମ ମଲ୍ଲିକାର୍ଜ୍ଜୁନଜୀ କହୁଥିଲେ କି, କଂଗ୍ରେସର କୃପା ଯୋଗୁଁ ଲୋକତନ୍ତ୍ର ବଂଚି ରହିଛି ଏବଂ ଆପଣ ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି  । ବାଃ! କ’ଣ ସାୟରୀ ଶୁଣାଇଛନ୍ତି  । ବହୁତ ବଡ଼ ବଡ଼ କୃପା କରିଛନ୍ତି ଆପଣ ଏହି ଦେଶ ଉପରେ, ଲୋକତନ୍ତ୍ରକୁ ବଂଚାଇଛନ୍ତି! କେତେ ମହାନ ଲୋକ ଆପଣମାନେ, କିନ୍ତୁ ଅଧ୍ୟକ୍ଷାଜୀ, ସେହି ପାର୍ଟିର ଲୋକତନ୍ତ୍ରକୁ ଲୋକେ ଭଲଭାବରେ ଜାଣିଛନ୍ତି  । ପୁରା ଲୋକତନ୍ତ୍ର ଗୋଟିଏ ପରିବାରକୁ ଉତ୍ସର୍ଗ କରି ଦିଆଯାଇଛି  । ଆଉ 75 ର କାଳଖଣ୍ଡ ମାନନୀୟା ଅଧ୍ୟକ୍ଷାଜୀ, 75 ର କାଳଖଣ୍ଡ ଯେତେବେଳେ ଦେଶ ଉପରେ ଜରୁରୀକାଳୀନ ପରିସ୍ଥିତିକୁ ଲଦି ଦିଆଗଲା, ହିନ୍ଦୁସ୍ଥାନକୁ ଜେଲଖାନା କରି ଦିଆଯାଇଥିଲା, ଦେଶର ଗଣ୍ୟମାନ୍ୟ ନେତା ଜୟପ୍ରକାଶ ବାବୁଙ୍କ ସମେତ ଲକ୍ଷ ଲକ୍ଷ ଲୋକଙ୍କୁ ଜେଲର କୋଠରୀ ଭିତରେ ବନ୍ଦୀ କରିଦିଆ ଯାଇଥିଲା । ସମ୍ବାଦପତ୍ର କାର୍ଯ୍ୟାଳୟରେ ତାଲା ଲଗାଇ ଦିଆଯାଇଥିଲା । ଆଉ ତାଙ୍କୁ ମାଲୁମ୍ ନ ଥିଲା କି ଜନଶକ୍ତି ହେଉଛି କ’ଣ, ଲୋକତନ୍ତ୍ରକୁ ପଦଦଳିତ କରିବା ପରେ ଅନେକ ପ୍ରୟାସ ପରେ ମଧ୍ୟ ଏହି ଦେଶର ଜନଶକ୍ତିର ସାମର୍ଥ୍ୟ ଥିଲା, ଲୋକତନ୍ତ୍ର ପୁନଃସ୍ଥାପିତ ହେଲା, ଆଉ ଏହି ଜନଶକ୍ତିର ତାକତ୍ ଏହା ଯେ ଗରୀବ ମାଆର ପୁଅ ମଧ୍ୟ ଏହି  ଦେଶର ପ୍ରଧାନମନ୍ତ୍ରୀ ହୋଇପାରେ । ଆଉ ଏଥିପାଇଁ ରାଷ୍ଟ୍ରପତିଜୀ ଜନଶକ୍ତି ବିଷୟରେ ଉଲ୍ଲେଖ କରି ଯାହା କହିଛନ୍ତି – ଚଳିତ ବର୍ଷ ହେଉଛି ଚମ୍ପାରଣ ସତ୍ୟାଗ୍ରହର ଶତାବ୍ଦୀ ବର୍ଷ । ଇତିହାସ ଖାଲି ପୁସ୍ତକ ଗଦା ଭିତରେ ପଡିରହେ, ତ ସମାଜ ଜୀବନକୁ ପ୍ରେରଣା ଦେଇ ନ ଥାଏ  । ପ୍ରତ୍ୟେକ ଯୁଗରେ ଇତିହାସକୁ ଜାଣିବା ପାଇଁ, ଇତିହାସକୁ ଜୀଇଁବା ପାଇଁ ପ୍ରୟାସ ଆବଶ୍ୟକ ହୋଇଥାଏ  । ସେଥିରେ ଆମେ ଥାଉ ବା ନ ଥାଉ, ଆମ ଶ୍ୱାନ ଥାଆନ୍ତୁ ଅବା ନ ଥାଆନ୍ତୁ, ଅନ୍ୟ ମାନଙ୍କର ଶ୍ୱାନ ହୋଇଥାଇ ପାରନ୍ତି  । ଆମେ ଶ୍ୱାନ ଭଳି ପରମ୍ପରାରେ ଲାଳିତ ପାଳିତ ହୋଇନାହୁଁ, କିନ୍ତୁ ଦେଶରେ କୋଟି କୋଟି ଲୋକ ଥିଲେ ଯେତେବେଳେ କଂଗ୍ରେସ ପାର୍ଟି ମଧ୍ୟ ଜନ୍ମ ହୋଇ ନ ଥିଲା  । 1857ର ସ୍ୱତନ୍ତ୍ରତା ସଂଗ୍ରାମ ଏହି ଦେଶର ଲୋକ ନିଜ ଜୀବନକୁ ବାଜି ଲଗାଇ ଲଢିଥିଲେ ଆଉ ସମସ୍ତେ ମିଳି ମିଶି ଲଢିଥିଲେ । ସଂପ୍ରଦାୟର କେଉଁ ଭେଦଭାବ ନ ଥିଲା, ଆଉ ସେତେବେଳେ ମଧ୍ୟ ପଦ୍ମ ଥିଲା ଆଜି ମଧ୍ୟ ରହିଛି  ।

ଏଠାରେ ଏପରି ବହୁତ ଲୋକ ଅଛନ୍ତି ଯେଉଁମାନେ ମୋ ଭଳି ଦେଶ ସ୍ୱାଧୀନତା ଲାଭ କରିବା ପରେ ଜନ୍ମ ହୋଇଛନ୍ତି, ଆଉ ଏଥିପାଇଁ ଆମ ଭିତରୁ ଏପରି ବହୁତ ଲୋକ ଅଛନ୍ତି ଯେଉଁମାନଙ୍କୁ ସ୍ୱାଧୀନତା ଲଢେଇରେ ସାମିଲ ହେବାର ସୌଭାଗ୍ୟ ମିଳି ନାହିଁ, କିନ୍ତୁ ଦେଶ ପାଇଁ ତ ବଂଚିବାର ସୌଭାଗ୍ୟ ମିଳିଛି । ଆଉ ଆମେ ବଂଚିବା ପାଇଁ ଚେଷ୍ଟା କରି ଚାଲିଛୁ  ।

ମାନନୀୟ ଅଧ୍ୟକ୍ଷାଜୀ, ଆଉ ଏଥିପାଇଁ ଅପାର ଜନଶକ୍ତିକୁ ଦେଶ ଦର୍ଶନ କରିଛି । ଲାଲ ବାହାଦୂର ଶାସ୍ତ୍ରୀଜୀ, ତାଙ୍କର ନିଜର ଜଣେ ଗରୀବ ମାଆ ଥିଲେ । ଯୁଦ୍ଧର ଦିନ ଥିଲା, ପ୍ରତ୍ୟେକ ହିନ୍ଦୁସ୍ଥାନୀର ହୃଦୟରେ ଭାରତ ବିଜୟ ଭାବର ଉଚ୍ଛ୍ଵାସ ଥିଲା । ଆଉ ସେହି ସମୟରେ ଯେତେବେଳେ ଲାଲ ବାହାଦୂର ଶାସ୍ତ୍ରୀ କହିଥିଲେ, ଦେଶବାସୀ ଅନ୍ନ ବା ଖାଦ୍ୟ ତ୍ୟାଗ କରିବା ପାଇଁ ଯୁକ୍ତି ଦର୍ଶାଇଥିଲେ  ।

ସରକାର ଗଠନ ହେବା ପରେ ଆଜିର ରାଜନୈତିକ ବାତାବରଣ ବିଷୟରେ ଆମେ ଜାଣିଛୁ । ଅଧିକାଂଶ ରାଜ ବ୍ୟବସ୍ଥା, ସେହି ରାଜ ନେତାମାନେ, ରାଜ୍ୟ ସରକାରମାନେ, କେନ୍ଦ୍ର ସରକାରମାନେ ଜନ ସାମର୍ଥ୍ୟକୁ ପ୍ରାୟ ଚିହ୍ନିବା ଭୁଲିଯାଇଛନ୍ତି । ଆଉ ଲୋକତନ୍ତ୍ର ପାଇଁ ସବୁଠାରୁ ବଡ଼ ଚିନ୍ତାର ବିଷୟ ମଧ୍ୟ ହୋଇ ଯାଇଛି  । ମୋ ଭଳି ସାଧାରଣ ବ୍ୟକ୍ତି କଥାରେ କଥାରେ କହି ଦେଇଥିଲି ଯେ ଯେଉଁମାନେ ତୁଲାଇ ପାରିବେ ଗ୍ୟାସ୍ ରିହାତି ଛାଡି ଦିଅନ୍ତୁ  । ଯେତେବେଳେ ଆମେ ଜନତାଠାରୁ ଦୂରେଇ ଯାଉଛୁ, ଜନ-ଜନ ଠାରୁ ଦୂରେଇ ଯାଉଛୁ, 2014ରେ ଆମେ ନିର୍ବାଚନ ଲଢୁଥିଲୁ, ତ ଗୋଟିଏ ଦଳ ଏହି ପ୍ରସଙ୍ଗୁ ନେଇ ନିର୍ବାଚନ ଲଢୁଥିଲା କି ନଅ ସିଲିଣ୍ଡର ଦେବେ କି 12ସିଲିଣ୍ଡର ଦେବେ  । ଆମେ ଆସି 9 ଏବଂ 12 ଚର୍ଚ୍ଚାକୁ କେଉଁଠିକୁ ନେଇଗଲୁ, ଆମେ କହିଲୁ କି ଯେଉଁମାନେ ତୁଲାଇ ପାରିବେ ଗ୍ୟାସ୍ ରିହାତି ଛାଡି ପାରିବେ କି? ଖାଲି କହିଥିଲୁ  । ଏହି ଦେଶର 1 କୋଟି 20 ଲକ୍ଷରୁ ଅଧିକ ଲୋକ ଗ୍ୟାସ୍ ରିହାତି ଛାଡିବାକୁ ଆଗେଇ ଆସିଲେ  ।

ଏହି ସରକାର ଆଉ ସେଠାରେ ବସିଥିବା ଲୋକଙ୍କର ଗର୍ବର ବିଷୟ ସିମୀତ ନୁହେଁ  । ଏହା ଶହେ ପଚିଶ କୋଟି ଦେଶବାସୀଙ୍କର ଶକ୍ତିର ପରିଚାୟକ । ଆଉ ମୁଁ ଏହି ସଦନକୁ ପ୍ରାର୍ଥନା କରୁଛି । ରାଷ୍ଟ୍ରପତିଜୀଙ୍କ ଉଦ୍ବୋଧନକୁ ପ୍ରାର୍ଥନା କରୁଛି, ରାଷ୍ଟ୍ରପତିଜୀଙ୍କ ଉଦ୍ବୋଧନ ମାଧ୍ୟମରେ  ପ୍ରାର୍ଥନା କରିବାକୁ ଚାହୁଁଛି କି, ଆଉ ଦେଶର ରାଜନୈତିକ ଜୀବନର ନିର୍ଣ୍ଣାୟକ ଅବସ୍ଥାରେ ବସିଥିବା ତଥା ନିଷ୍ପତ୍ତି ପ୍ରକ୍ରିୟାର ଭାଗିଦାରୀରେ ସମସ୍ତଙ୍କୁ ଆହ୍ୱାନ କରୁଛି କି, ଆମେ ଆମ ଦେଶର ଜନଶକ୍ତିକୁ ଚିହ୍ନିବା, ସେହି ସାମର୍ଥ୍ୟକୁ ଚିହ୍ନିବା,ଆମେ ଭାରତକୁ ନୂଆ ଶିଖରରେ ପହଂଚାଇବା ପାଇଁ ଜନ ଆନ୍ଦୋଳନକୁ ପରିଚାଳିତ କରି ଏକ ସକରାତ୍ମକ ପରିବେଶ ତିଆରି କରି ଦେଶକୁ ଆଗକୁ ନେବା ପାଇଁ ଦିଗରେ କାମ କରୁଛୁ । ଦେଖନ୍ତୁ ପ୍ରଥମେ ଯାହା ମିଳି ନଥିଲା ତା’ ଠାରୁ ଭଲ ପରିଣାମ ମିଳିବ ।

ଆଉ ସେହି କାରଣରୁ ଅନେକ ଗୁଣ ଶକ୍ତି ବଢିଯିବ । ଦେଶର ଶକ୍ତି ବଢିଯିବ । ଏମାନଙ୍କ ମଧ୍ୟରେ କେହି ଏମିତି ନାହାନ୍ତି କି ଯିଏ ଦେଶର ଆଗାମୀ ଭବିଷ୍ୟତକୁ ଖରାପ ଭାବେ ଦେଖିବାକୁ ଚାହୁଁଥିବ । ଏମାନଙ୍କ ମଧ୍ୟରେ କେହି ଏମିତି ନାହାନ୍ତି କି ଯିଏ ହିନ୍ଦୁସ୍ଥାନର ଖରାପ ଚାହୁଁଥିଲା । ପ୍ରତ୍ୟେକ ଚାହୁଁଛନ୍ତି ଗରୀବର ଭଲ ହେଉ । ପ୍ରତ୍ୟେକ ଚାହୁଁଛନ୍ତି ଗାଁ, ଗରୀବ, କୃଷକଙ୍କୁ କିଛି ମିଳୁ । ପ୍ରଥମରୁ ମଧ୍ୟ ଯେ କିଏ ପ୍ରୟାସ କରି ନାହାନ୍ତି ତାହା ମୁଁ କହିଲାବାଲା ଲୋକ ନୁହେଁ । ମୁଁ  ଏହି ସଦନରେ ବାରମ୍ବାର କହି ସାରିଛି । ମୁଁ ଲାଲକିଲ୍ଲା ଉପରୁ କହି ସାରିଛି ଯେ ଏପର୍ଯ୍ୟନ୍ତ ଯେତେ ସରକାର ଆସିଛନ୍ତି, ଯେତେ ପ୍ରଧାନମନ୍ତ୍ରୀ ଆସିଛନ୍ତି ପ୍ରତ୍ୟେକଙ୍କର ନିଜସ୍ୱ ଯୋଗଦାନ ରହିଛି ।

ସେପଟେ ବସିଥିବା ଲୋକଙ୍କଠାରୁ କେବେ ଶୁଣିବାକୁ ମିଳି ନ ଥିଲା କି ଏହି ଦେଶରେ କେଉଁ “ଚାପେକର” ଭ୍ରାତା ଥିଲେ, ସ୍ୱାଧୀନତା ଆନ୍ଦୋଳନରେ ଯାହାଙ୍କର ମଧ୍ୟ ବଡ଼ ଭୁମିକା ଥିଲା, ତାଙ୍କ ମୁହଁରୁ ଶୁଣିବାକୁ ମିଳି ନାହିଁ, କେବେ ସାବରକରଜୀ ମଧ୍ୟ ଥିଲେ, ଯିଏ କଳାପାଣିରେ ଦଣ୍ଡ ଭୋଗୁଥିଲେ, ତେବେ ଯାଇ ଦେଶ ସ୍ୱାଧୀନ ହୋଇଥିଲା । ତାଙ୍କ ମୁହଁରୁ କେବେ ଶୁଣିବାକୁ ମିଳି ନାହିଁ, ଯେ ଭଗତ ସିଂହ, ଚନ୍ଦ୍ର ଶେଖର ଆଜାଦ ଯେଉଁମାନେ ଦେଶ ପାଇଁ ପ୍ରାଣବଳୀ ଦେଇଥିଲେ । ତାଙ୍କୁ ଲାଗୁଛି ଯେ, ସ୍ୱାଧୀନତା ଗୋଟିଏ ପରିବାର ହିଁ ଦେଇଛନ୍ତି  । ସମସ୍ୟାର ମୂଳ କାରଣ ସେଇଠି ଅଛି  ।

ଆମେ ଦେଶକୁ ତା’ର ପୂର୍ଣ୍ଣତାରେ ସ୍ୱୀକାର କରିବା, ଆଉ ଏଥିପାଇଁ ଜନଶକ୍ତିକୁ ମିଶାଇବା  । ଆମର ଏଠାରେ ଶାସ୍ତ୍ରରେ କୁହାଯାଇଛି :-

ଅମନ୍ତ୍ରମ୍ ଅକ୍ଷରମ୍ ନାସ୍ତି, ମୂଲମ୍ ଅନୌଷିଧମ୍ ଅଯୋଗ୍ୟ ପୁରୁଷୋ ନାସ୍ତି ୟୋଜକ ତନ୍ତ୍ର ଦୁର୍ଲଭ ।

କେଉଁ ଅକ୍ଷର ଏମିତି ନାହିଁ, ଯାହାକୁ ମନ୍ତ୍ରରେ ସ୍ଥାନ ପାଇବାକୁ ସାମର୍ଥ୍ୟ ନାହିଁ  । କୌଣସି ଏମିତି ମୂଳ ନାହିଁ ଯାହାକୁ ଔଷଧରେ ସ୍ଥାନ ପାଇବାକୁ ସାମର୍ଥ୍ୟ ନାହିଁ  । କେହି ଏପରି ମଣିଷ ନାହିଁ ଯିଏ କିଛି କରି ସମାଜ ଓ ଦେଶ ପାଇଁ ଦେଇ ନ ପାରିବ  । ଆବଶ୍ୟକତା ଅଛି ଦୁଲର୍ଭ ଯୋଡି ହେବାର ତନ୍ତ୍ର । ଯୋଡି ହେବାର ଆବଶ୍ୟକତା ରହିଛି  । ଆଉ ଏହି ସଂସାର ପ୍ରତ୍ୟେକ ଶକ୍ତିକୁ ମିଶାଇ ଯୋଡିବାର ପ୍ରୟାସ କରିଛି  । ଆଉ ଜନ ଶକ୍ତିର ଭରସାରେ ତାକୁ ଆଗକୁ ବଢାଇବାର ପ୍ରୟାସ କରିଛି  ।

ସ୍ୱଚ୍ଛତାର ଅଭିଯାନ, ମୁଁ ଆଶ୍ଚର୍ଯ୍ୟ ହେଉଛି ଏହି କଥା ପାଇଁ କି କ’ଣ ଆମକୁ ଭାବିବା ଉଚିତ ନୁହେଁ, ସ୍ୱାଧୀନତାର ଏତେ ବର୍ଷ ହୋଇଗଲାଣି  । ମହାତ୍ମା ଗାନ୍ଧୀଙ୍କ ନାଁ ଆମେ ନେଇଛୁ, ଗାନ୍ଧିଜୀଙ୍କର ଦୁଇଟି ପ୍ରିୟ ଚିହ୍ନ ଥିଲା  । ଗାନ୍ଧିଜୀ କହୁଥିଲେ ଯେ ସ୍ୱାଧୀନତାର ପୂର୍ବରୁ ମଧ୍ୟ ଯଦି ମତେ କିଛି ପାଇବାର ଅଛି ତ’ ମତେ ସ୍ୱଚ୍ଛତା ଦରକାର  । ଆମେ ସ୍ୱଚ୍ଛତାକୁ ଗାନ୍ଧିଜୀଙ୍କ କଥା ଭାବି ଆପଣଙ୍କ ସାମ୍ନାକୁ ଆଣିଲୁ । ଦେଶ ସମ୍ମୁଖକୁ ଆସିଲୁ  । ଏତେ ସରକାର ଆସିଲା, ଏତେ ସଂସଦର ଅଧିବେଶନ ଚାଲିଲା । କ’ଣ କେବେ ସଂସଦରେ ସ୍ୱଚ୍ଛତା ବିଷୟରେ ଆଲୋଚନା ହୋଇଥିଲା । ଆଉ ଏଥିପାଇଁ ଏହି ସରକାର ପ୍ରଥମ ଥର ଆସିବା ପରେ, ଆଉ ଏଥି ପାଇଁ କ’ଣ ସ୍ୱଚ୍ଛତାକୁ ମଧ୍ୟ ଆମେ ସାମଜିକ ଏଜେଣ୍ଡାର ଅଂଶ କରି ପାରିବା । ଆପଣମାନଙ୍କ ମଧ୍ୟରୁ କିଏ ଅଛନ୍ତି ଯିଏ ଅଳିଆ ଆବର୍ଜନା ଓ ଅପରିଷ୍କାର ଜୀବନ ପସନ୍ଦ କରିବ? ଆପଣଙ୍କ ଅଂଚଳରେ କିଏ ଅଛନ୍ତି ଯିଏ ଅଳିଆ ଆବର୍ଜନା ଓ ଅପରିଷ୍କାର ଚାହୁଁଛନ୍ତି? ଆପଣ ମଧ୍ୟ ଚାହୁଁ ନାହାନ୍ତି । ଏଠାରେ ଥିବା  ଲୋକ ମଧ୍ୟ ଚାହୁଁ ନାହାନ୍ତି, ଏଠାକାର ଲୋକ ମଧ୍ୟ ଚାହୁଁ ନାହାନ୍ତି । କେହି ଚାହୁଁ ନାହାନ୍ତି । କିନ୍ତୁ କ’ଣ ଆମେ ମିଳିମିଶି ଏକ ସ୍ୱରରେ ସମାଜକୁ ଏହି ପବିତ୍ର କାର୍ଯ୍ୟରେ ଯୋଡିବାକୁ, ଗାନ୍ଧିଜୀଙ୍କ ସ୍ୱପ୍ନକୁ ପୂରା କରିବାକୁ ଆଗକୁ ବଢି ପାରିବା ନାହିଁ  । କିଏ ରୋକୁଛି?

ଆଉ ଏଥିପାଇଁ ମାନନୀୟ ଅଧ୍ୟକ୍ଷାଜୀ, ଏହି ଅପାର ଜନ ଶକ୍ତିକୁ ଆଗକୁ ନେଇ ଏଥର ଏକ ଆଲୋଚନା, ଏବେ ଏହା ମଧ୍ୟ ଠିକ୍ ଅଛି କି ଯେତେବେଳେ ରାଷ୍ଟ୍ରପତିଙ୍କ ଉଦ୍ବୋଧନ ବିଷୟରେ ଆଲୋଚନା ହେଉଛି ଆଉ ବଜେଟ ମଧ୍ୟ ଆସିଛି, ତ ବଜେଟ କଥା ମଧ୍ୟ ଆସି ଯାଉଛି ଏବଂ ରାଷ୍ଟ୍ରପତିଙ୍କ ଉଦ୍ବୋଧନ କଥା ମଧ୍ୟ ଆସିଯାଉଛି । ବଜେଟ ବିଷୟରେ ଯେତେବେଳେ ଆଲୋଚନା ହେବ ସେତେବେଳେ ଅର୍ଥମନ୍ତ୍ରୀ ବିସ୍ତୃତ ଭାବେ କହିବେ, କିନ୍ତୁ ଗୋଟିଏ କଥାକୁ ନେଇ ଆଲୋଚନା ହେଉଛି କି  ବଜେଟ  କାହିଁକି ଶିଘ୍ର ଆସିଲା? ଭାରତ ହେଉଛି ଏକ କୃଷି ପ୍ରଧାନ ଦେଶ । ଆମର ପୂରା ଆର୍ଥିକ କାରବାର କୃଷି ଉପରେ ଆଧାରିତ । ଆଉ ସାଧାରଣତଃ କୃଷିର ସ୍ଥିତି ବିଷୟରେ ଦିପାବଳୀ ପର୍ଯ୍ୟନ୍ତ ଜଣା ପଡିଥାଏ । ଆମ ଦେଶରେ ଗୋଟିଏ ଅସୁବିଧା ହେଉଛି କି, ଆମେ ଇଂରେଜ ପରମ୍ପରାକୁ ଛାଡିପାରୁନୁ, ଏବେ ମଧ୍ୟ ତା’କୁ ସାଙ୍ଗରେ ନେଇ ଚାଲୁଛୁ ।

ଆମେ ପାଖାପାଖି ମଇ ମାସରେ ବଜେଟ ପ୍ରକ୍ରିୟାରୁ ବାହାରିଥାଉ  । ଆଉ ଜୁନ୍ ପରେ ହିନ୍ଦୁସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଥାଏ । ତିନି ମାସ ପର୍ଯ୍ୟନ୍ତ ବଜେଟ ଉପଯୋଗ କରିବା ଅସମ୍ଭବ ହୋଇଯାଇଥାଏ । ଏକ ପ୍ରକାରେ କାର୍ଯ୍ୟ କରିବାର ସମୟ ଆମ ପାଖରେ ବହୁତ କମ୍ ରହିଯାଇଥାଏ । ଆଉ ଯେତେବେଳେ ସମୟ ହୋଇଥାଏ, ସେତେବେଳେ ଶେଷ ସମୟରେ ଯାହା ପୂରା କରିବାର ହୋଇଥାଏ, ଆମେ ଜାଣିଛୁ, ସରକାର ଜାଣିଛନ୍ତି, ଡିସେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ କିପରି ବିଲ୍ ତିଆରି ହୋଇଥାଏ,ଆଉ କିଭଳି ଭାବରେ ଟଙ୍କା ଖର୍ଚ୍ଚ ହେବାର ହିସାବ ଦିଆଯାଇଥାଏ । ଏବେ ଆମକୁ ଏହା ଭାବିବାକୁ ପଡିବ, ମୁଁ କାହାକୁ ସମାଲୋଚନା କରୁନାହିଁ । ଏବେ ମଧ୍ୟ କେହି  ବୁଝିପାରୁଛନ୍ତି କି ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ କେଉଁ କାରଣ ପାଇଁ ସଂଧ୍ୟା ପାଂଚଟାରେ ବଜେଟ ଆଗତ ହେଉଥିଲା । କେହି ଭାବୁ ନଥିଲେ ସଂଧ୍ୟା ପାଂଚଟାରେ ବଜେଟ ଚାଲୁଥିଲା, ଚାଲିଥିଲା । କ’ଣ ପାଇଁ ଚାଲିଥିଲା ଭାଇ? ପାଂଚଟାରେ ଏଇଥିପାଇଁ ବଜେଟ ହେଉଥିଲା କି ଲଣ୍ଡନର ପାର୍ଲାମେଂଟ ହିସାବରେ ହିନ୍ଦୁସ୍ଥାନରେ ଇଂରେଜ ଅମଳରୁ ସଂଧ୍ୟା ପାଂଚଟାରେ ବଜେଟ ଆସୁଥିଲା । ଏବେ ଆମେ ଏହାକୁ ଚାଲୁ ରଖିଲୁ । ଆଉ ବହୁତ କମ୍ ଲୋକଙ୍କୁ ଜଣାଥିବ । ଆମେ ଘଂଟା ଏମିତି ଧରୁଛୁ ତ, ଭାରତୀୟ ସମୟ, ଘଂଟା ସେମିତି ଧରୁଛୁ ତ, ଲଣ୍ଡନ ସମୟ । ଆପଣଙ୍କ ପାଖରେ ଘଂଟା ଅଛି ତ ଦେଖି ନିଅନ୍ତୁ  ।

ସେହି ପ୍ରକାରରେ ଯେତେବେଳେ ଅଟଳଜୀଙ୍କ ସରକାର ଆସିଲା ସେତେବେଳେ ସମୟ ବଦଳା ଗଲା  । ଆମର  ମଧ୍ୟ ଏହା ପ୍ରୟାସ  ଏବଂ ଯେତେବେଳେ ଆପଣଙ୍କ ସରକାର ଥିଲା ସେତେବେଳେ ଆପଣମାନେ ମଧ୍ୟ ବଜେଟ ସମୟ ସମ୍ବନ୍ଧରେ ଏକ କମିଟି ଗଠନ କରିଥିଲେ । ତାହାର ବିସ୍ତୃତ ରିପୋର୍ଟ ଅଛି । ଆଉ ଆପଣ ମଧ୍ୟ ଚାହୁଁଥିଲେ ଏବେ ଏହି ସମୟ ବଦଳିବା ଦରକାର । ଆଉ ସେମାନେ ଯେଉଁ ପ୍ରସ୍ତାବ ଦେଇଛନ୍ତି, ଆମେ ତାକୁ ଧରିଛୁ , କିନ୍ତୁ ଆପଣମାନେ କରି ପାରିଲେ ନାହିଁ ।  କାରଣ ଆପଣଙ୍କ ଅଗ୍ରାଧିକାର ଭିନ୍ନ ଥିଲା । ଆପଣମାନେ ଚାହୁଁ ନ ଥିଲେ, ଏମିତି କଥା ନୁହେଁ ।  କିନ୍ତୁ ସେହି ଅଗ୍ରାଧିକାର ଭିତରେ କେବେ ନମ୍ବର ଆସିବ । ତେଣୁ ସେଥିପାଇଁ ଯେଉଁ କଥାଗୁଡିକ ଆପଣଙ୍କ ସାମ୍ନାରେ ଘଟିଛି, ସେହି କଥା ଗୁଡିକୁ ଆପଣ ଗର୍ବର ସହିତ କହିବା ଦରକାର, ଲାଭ ଉଠାନ୍ତୁ ନା, ଏହା ତ ଆମ ସାମ୍ନାରେ ଘଟିଛି । ଏବେ ଆପଣ ଏହି କଥାକୁ ଭୁଲି ଯାଉଛନ୍ତି, ଚାଲନ୍ତୁ ମୁଁ ମନେ ପକାଇ ଦେଲି, ଆପଣ ଏହାର ମଧ୍ୟ ଲାଭ ନିଅନ୍ତୁ ।

ରେଳବାଇ ବିଷୟରେ ବଜେଟରେ ଯେବେ ବିସ୍ତୃତଭାବେ ଚର୍ଚ୍ଚା ହେବ, କିନ୍ତୁ ମୋଟିଏ କଥା ବୁଝି ନିଅନ୍ତୁ 90 ବର୍ଷ ପୂର୍ବେ ଯେବେ ରେଳ ବଜେଟ ଆସୁଥିଲା ସେତେବେଳେ ପରିବହନର ଏକ ପ୍ରମୁଖ ମାଧ୍ୟମ କେବଳ ରେଳ ହିଁ ଥିଲା । ଆଜି ପରିବହନ ଏକ ବହୁତ ବଡ଼ ଅତ୍ୟ।ବଶ୍ୟକ ସେବା ପାଲଟିଛି । ଏବଂ କେବଳ ମାତ୍ର ରେଳବାଇ ହିଁ ନୁହେଁ, ନାନା ପ୍ରକାରର ପରିବହନର ମାଧ୍ୟମ ଅଛି । ଯେ ପର୍ଯ୍ୟନ୍ତ ଆମେ ପର୍ଯ୍ୟାପ୍ତ ପରିବହନ ଏହି ବିଷୟକୁ ଯୋଡି କରି ଚାଲିବା ନାହିଁ ତ ଆମେ ସମସ୍ୟା ଗୁଡିକ ସହିତ ଲଢେଇ କରୁଥିବା  । ଆଉ ଏଥିପାଇଁ ମୁଖ୍ୟଧାରାରେ ରେଳ ବ୍ୟବସ୍ଥା ମଧ୍ୟ ରହିବ । ସେଥିରେ କୌଣସି ଘରୋଇକରଣର ଅସୁବିଧା ନାହିଁ, ତାହାର ସ୍ୱତନ୍ତ୍ରତାକୁ କୌଣସି ଅସୁବିଧା ନାହିଁ । କିନ୍ତୁ ଭାବିବା ପାଇଁ ସରକାର ଏକ ସାଥୀରେ ସୁପରିକଳ୍ପିତ, ପ୍ରତ୍ୟେକ ପ୍ରକାରର ପରିବହନର ମାଧ୍ୟମକୁ ଦେଖିବା ଆରମ୍ଭ କରିବେ, ଏହା ଆବଶ୍ୟକ ଅଟେ । ଆଉ ଆମେ ଯେବେଠାରୁ ଆସିଛୁ, ଆମେ ରେଳବାଇରେ, ବଜେଟରେ, ପରିବର୍ତ୍ତନ କରିଛୁ ।

ଆପଣ ଜାଣନ୍ତି ଆଗେ ବଜେଟରେ ଆମ ଗୌଡା ଜୀ କହିଥିଲେ ପାଖାପାଖି 1500 ଘୋଷଣା ହୋଇଥିଲା ଏବଂ କେଉଁମାନେ ମଜବୁତ୍ ଅଟନ୍ତି, କେଉଁମାନେ ଗୃହରେ ଅଧିକ ବ୍ୟତିବ୍ୟସ୍ତ କରନ୍ତି, ତାହାକୁ ଧ୍ୟାନରେ ରଖି ତାଙ୍କୁ ଖୁସି କରି କିଛି କିଛି କଥା କହି ଦିଆଯାଉଥିଲା । ସେମାନେ ମଧ୍ୟ ତାଳି ବଜାଇ ଦେଉଥିଲେ, ନିଜ ଅଂଚଳରେ ଯାଇ କହି ଦେଉଥିଲେ ଏ କାମଟି ହୋଇଗଲା । ଆମେ ଦେଖିଲୁ, ଏଭଳି 1500 କାର୍ଯ୍ୟ ହୋଇଥିଲା, ଯାହା  କାଗଜ ଉପରେ ମୋକ୍ଷ ପ୍ରାପ୍ତ ହୋଇ ଯାଇଥିଲା । ତ, ଏମିତି କାମ ଆମେ କାହିଁକି କରୁଛେ । ମୁଁ ଜାଣେ ଏହା ଦ୍ୱାରା ରାଜନୈତିକ ଦୃଷ୍ଟିରେ ଆମକୁ କ୍ଷତି ହୁଏ । କିନ୍ତୁ କାହାକୁ ନା କାହାକୁ ତ ଦାୟିତ୍ୱ ନେବାକୁ ପଡିବ, ଦେଶରେ ଯେଉଁ ଖରାପ ଜିନିଷ ଗୁଡିକର ବିକାଶ ହୋଇଯାଇଛି, ତାକୁ ଆମେ ରୋକିବା । ଆଉ ଅମଲାତନ୍ତ୍ରକୁ ଏହା ସହଯୋଗ କରିଥାଏ । ଏଭଳି ଜନିଷ ସେମାନଙ୍କୁ ମାନିଥାଏ ଯେ ରାଜନେତା ତାଳି ବଜାଇ ଦେବେ, ସେମାନଙ୍କର ଗାଡି ଚଲାଇ ଦେବେ । ମତେ ଚାଲିବାର ନାହିଁ ଆଜ୍ଞା ।

ଦେଶର ସାଧାରଣ ଲୋକର ଆଶା ଆକାଂକ୍ଷା ପାଇଁ ନିଷ୍ପତ୍ତି ନେବାର ଅଛି, ଭଲ ନିଷ୍ପତ୍ତି ନେବାର ପ୍ରୟାସ ଜାରି ରହିଛି । ଭଲ କରିବାର ପ୍ରୟାସ ଜାରି ରହିଛି । ଆଉ ଏଥିପାଇଁ ଆମେ ସେହି ଦିଗରେ ଆଗକୁ ବଢୁଛୁ, ଆମେ ଏହି କାମକୁ କରୁଅଛୁ  ।

ଗୋଟିଏ ବିଷୟ ବିମୁଦ୍ରୀକରଣ ବାବଦରେ ଆସିଛି । ପ୍ରଥମ ଦିନରୁ ଏହି ସରକାର କହିଛି ଆମେ ବିମୁଦ୍ରୀକରଣ ଉପରେ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛୁ, କିନ୍ତୁ ଆପଣମାନଙ୍କୁ ଲାଗୁଥିଲା କି TVରେ ଲମ୍ବା ଧାଡି ଦେଖୁଥିଲେ, ତ, କାଲି କିଛି ନା କିଛି ହୋଇଯିବ, ପୁଣି ଦେଖିବା । ଆପଣମାନଙ୍କୁ ଲାଗୁଥିଲା କି ଏହି ସମୟରେ ଆଲୋଚନା କରିଲେ ବୋଧହୁଏ ମୋଦୀ ଫାଇଦା ଉଠାଇ ନେବେ । ଆଉ ଏଥିପାଇଁ  ଆଲୋଚନା କରିବା ବଦଳରେ, ଆପଣମାନଙ୍କୁ ଟି.ଭିରେ ସାକ୍ଷାତକାର ଦେବାକୁ ଆଗ୍ରହ ଥିଲା । ଏଥିପାଇଁ  ଆଲୋଚନା ହୋଇ ପାରିଲା ନାହିଁ । ଭଲ ହେଲା କି ଏଥର ଆପଣମାନେ କିଛି ଧୈର୍ଯ୍ୟ ଧରିଛନ୍ତି ଏବଂ କେତେବଡ଼ ପରିବର୍ତ୍ତନ  ଆସିଛି  । ଆଉ ମୋର ବିଶ୍ୱାସ ଅଛି, ଯେଉଁମାନେ ଟିକିନିଖି ଭାବେ ବିଷୟକୁ ଅଧ୍ୟୟନ କରୁଛନ୍ତି, ଏ ପର୍ଯ୍ୟନ୍ତ ସେମାନଙ୍କର ଧ୍ୟାନ ଯାଇ ନାହିଁ, ତ ମୁଁ ଚାହିଁବି  କି ସେମାନଙ୍କର ଧ୍ୟାନ ଯାଉ । 2014ର ପୂର୍ବ ସମୟକୁ ଦେଖନ୍ତୁ । 2014 ମଇ ମାସର ପହିଲାକୁ । ସେଠାରୁ ସ୍ୱର ଉଠୁଥିଲା ଯେ କୋଇଲାରେ କେତେ ଖାଇଲେ? ଟୁ-ଜିରେ କେତେ ଗଲା, ପାଣି ଘୋଟାଲାରେ କେତେ ଗଲା, ବାୟୁ ଭ୍ରଷ୍ଟାଚାରରେ କେତେ ଗଲା, ଆକାଶ ଘୋଟାଲାରେ କେତେ ଗଲା, କେତେ ଲକ୍ଷ ଗଲା, ଏହା ସେଠାରୁ ଆୱାଜ ଆସୁଥିଲା । ଏହା ମୋ ପାଇଁ ଖୁସିର ଖବର ଯେ ଯେତେବେଳେ ସେଠାରୁ ଆୱାଜ ଆସୁଥିଲା ମୋଦୀ ଜୀ କେତେ ଆଣିଲେ, କେତେ ଆଣିଲେ, କେତେ ଆଣିଲେ । ସେତେବେଳେ ଆୱାଜ ଉଠୁଥିଲା କେତେ ଗଲା । ଏବେ ଆୱାଜ ଉଠୁଛି କେତେ ଆଣିଲେ, ଏହାଠାରୁ ବଡ଼ ସନ୍ତୋଷ ଜୀବନରେ କ’ଣ ହୋଇପାରେ । ଏହାହିଁ ଉଚିତ ପଦକ୍ଷେପ ଅଟେ ।

ଦ୍ୱିତୀୟ କଥାଟି ଆମ ଖଡଗେଜୀ କହିଥିଲେ ଯେ କଳାଧନ, ହୀରା, ଗହଣାରେ ଅଛି, ସୁନାରେ ଅଛି, ରୂପାରେ ଅଛି, ସଂପତ୍ତିରେ ଅଛି । ମୁଁ ଆପଣଙ୍କ କଥାରେ ସହମତ କିନ୍ତୁ ସଦନ ଏହା ଜାଣିବାକୁ ଚାହୁଁଛି ଏହି ଜ୍ଞାନ ଆପଣଙ୍କୁ କେବେ ହେଲା । କାରଣ ଏହି କଥାକୁ କେହି ନାହିଁ କରି ପାରିବେ ନାହିଁ ଯେ, ଭ୍ରଷ୍ଟାଚାରର ଆରମ୍ଭ ନଗଦରୁ ହୁଏ । ତାହାର ଆରମ୍ଭ ନଗଦରୁ ଏବଂ ପରିଣାମ ସଂପତ୍ତିରେ ହୁଏ, ପରିଣାମରେ ଗହଣା ହୁଏ, ପରିଣାମରେ ସୁନା ହୁଏ । ଆରମ୍ଭ ନଗଦରୁ ହୁଏ । ଦ୍ୱିତୀୟତଃ ଆପଣଙ୍କୁ ଜଣାଥିବ ଏହା ଖରାପ ଜିନିଷର କେନ୍ଦ୍ରରେ ଥାଏ । ବେନାମୀ ସଂପତ୍ତି ଅଛି, ଗହଣା ଅଛି, ସୁନା ଅଛି, ରୂପା ଅଛି, ଟିକେ ଆପଣମାନେ କୁହନ୍ତୁ 1988ରେ ଯେବେ ଶ୍ରୀମାନ ରାଜୀବ ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ଥିଲେ, ପଣ୍ଡିତ ନେହେରୁଙ୍କ ଠାରୁ ମଧ୍ୟ ଅଧିକ ବହୁମତ ଏହି ସଦନରେ ଆପଣଙ୍କ ପାଖରେ ଥିଲା, ଦୁଇ ସଦନରେ ଆପଣଙ୍କ ପାଖରେ ଥିଲା । ପଂଚାୟତରୁ ନେଇ ପାର୍ଲାମେଂଟ ପର୍ଯ୍ୟନ୍ତ ସବୁକିଛି ଆପଣଙ୍କ ଅଧିନରେ ଥିଲା । ଆପଣ ହିଁ ଆପଣ ଥିଲେ ଆଉ କେହି ନଥିଲେ ।

1988 ରେ ଆପଣ ବେନାମୀ ସମ୍ପତ୍ତି ଆଇନ ପ୍ରସ୍ତୁତ କଲେ । ଆପଣଙ୍କର ଯେଉଁ ଜ୍ଞାନ ଆଜି ହୋଇଛି, କ’ଣ କାରଣ ଥିଲା କି 26 ବର୍ଷ ପର୍ଯ୍ୟନ୍ତ ସେହି ନିୟମକୁ ନିର୍ଦ୍ଦେଶାବଳୀ ଭାବେ ବିଜ୍ଞପ୍ତି ପ୍ରକାଶ କରାଗଲା ନାହିଁ? କ’ଣ କାରଣ ଥିଲା, ତାକୁ ଚପାଇ ରଖିବା ପାଇଁ । ଯଦି ସେହି ସମୟରେ ବିଜ୍ଞପ୍ତି ପ୍ରକାଶ କରାଯାଇଥାନ୍ତା, ତ ଯେଉଁ ଜ୍ଞାନ ଆଜି ଆପଣଙ୍କୁ ମିଳିଛି । 26 ବର୍ଷ ପୂର୍ବର ସ୍ଥିତି କିଛି ଠିକ୍ ଥିଲା । ଦେଶକୁ ବହୁତ ଶୀଘ୍ର ସଫା ସୁତୁରା ହେବା ଦିଗରେ, ଗୋଟିଏ କାମ କମି ଯାଇଥାନ୍ତା । ସେମାନେ କେଉଁ ଲୋକ ଥିଲେ, ଯେଉଁ ମାନଙ୍କୁ ଆଇନ କଲା ପରେ ଜ୍ଞାନ ହେଲା ଯେ ଏବେ ଆଇନକୁ ଦବାଇ ଦେବାରେ ହିଁ ଫାଇଦା । ସେ କିଭଳି ପରିବାର…. ଆପଣ ଏଥିରୁ ବଂଚି ପାରିବେ ନାହିଁ, ଆପଣ କାହାର ନାମ ଦେଇ କରି ବଂଚି ପାରିବେ ନାହିଁ । ଆପଣଙ୍କୁ ଦେଶକୁ ଜବାବ୍ ଦେବାକୁ ପଡିବ । ଯେଉଁ ଜ୍ଞାନ ଆଜି ହୋଇଛି ଏବଂ ଏହି ସରକାର ଯିଏ ବିମୁଦ୍ରୀକରଣ ପୂର୍ବରୁ, ପ୍ରଥମ ପଦକ୍ଷେପ ସେମାନଙ୍କ ବିରୁଦ୍ଧରେ ଉଠାଇଲେ । ଆଉ ମୁଁ ଆଜି ଏହି ସଦନ ମାଧ୍ୟମରେ ଦେଶବାସୀଙ୍କୁ କହିବାକୁ ଚାହୁଁଛି, ଆପଣ ଯେତେ ବଡ଼ ହୁଅନ୍ତୁ ନା କାହିଁକି ଗରିବଙ୍କ ହକ୍ ଆପଣଙ୍କୁ ଫେରାଇବାକୁ ପଡିବ । ଆଉ ମୁଁ ଏହି ରାସ୍ତାରୁ ପଛକୁ ଫେରିଲାବାଲା ନୁହେଁ । ମୁଁ ଗରିବଙ୍କ ପାଇଁ ଲଢେଇ ଲଢୁଛି, ଆଉ ଗରିବଙ୍କ ପାଇଁ ଲଢେଇ ଲଢିଚାଲିବି । ଏହି ଦେଶର ଗରିବୀର ମୂଳରେ, ଏହି ଦେଶର ଗରିବୀର ମୂଳରେ ଦେଶର ଅମାପ ପ୍ରାକୃତିକ ସଂପଦ କମ୍ ନ ଥିଲା, ଦେଶରେ ମାନବ ସଂସାଧନ ମଧ୍ୟ କମ୍ ନ ଥିଲା, କିନ୍ତୁ ଦେଶରେ ଏଭଳି ଏକ ବର୍ଗ ଜନ୍ମ ନେଲା, ଯେଉଁମାନେ ଲୋକଙ୍କର ହକ୍ ଲୁଟି ଚାଲିଲେ, ତାହାର ପରିଣାମ ଏହା ଯେ ଦେଶ ଯେଉଁ ଶିଖରରେ ପହଂଚିବାର ଦରକାର ଥିଲା, ପହଂଚି ପାରିଲା ନାହିଁ ।

ଗୋଟିଏ କଥା ମୁଁ କହିବାକୁ ଚାହୁଁଛି, ଆମେ ଜାଣୁ ଯେ ଅର୍ଥ ବ୍ୟବସ୍ଥାକୁ ଏହି କଥାକୁ କେହି ଅସ୍ୱୀକାର କରିପାରିବେ ନାହିଁ, ଏକ ସମାନ୍ତର ଅର୍ଥ ବ୍ୟବସ୍ଥା ବିକଶିତ ହୋଇଥିଲା । ଆଉ ଏଭଳି ନୁହେଁ ଯେ ଏଭଳି କାମ  ଆପଣଙ୍କ ଜ୍ଞାତସାରରେ ଆଗରୁ ମଧ୍ୟ ଆସିଥିଲା । ଏହି ବିଷୟ ଆପଣଙ୍କ ସରକାରଙ୍କ, ଆପଣଙ୍କ କମିଟିମାନେ ଆପଣଙ୍କୁ ପରାମର୍ଶ ଦେଇଥିଲେ । ଯେବେ ଇନ୍ଦିରାଜୀ ରାଜୁତି କରୁଥିଲେ ତେବେ ଯଶୱନ୍ତ ରାଓ ଚୌହାନ ଏହି ବିଷୟ ନେଇ  ତାଙ୍କ ପାଖକୁ ଯାଇଥିଲେ । ଆଉ ତେବେ ଯାଇ ସେ କହିଥିଲେ କ’ଣ ଭାଇ କଂଗ୍ରେସକୁ ନିର୍ବାଚନ ଲଢିବାର ନାହିଁ କି । ଆପଣଙ୍କର ନିଷ୍ପତ୍ତି ଭୁଲ ଥିଲା, ନିର୍ବାଚନର ଡର ଥିଲା । ଆମକୁ ନିର୍ବାଚନର ଚିନ୍ତା ନାହିଁ, ଦେଶର ଚିନ୍ତା ଅଛି, ତେଣୁ ଆମେ ନିଷ୍ପତ୍ତି ନେଲୁ । ତେଣୁ ଆମେ ନିଷ୍ପତ୍ତି ନେଲୁ । ଆଉ ଏଇ କଥା ନିଶ୍ଚିତ କେହି ମନା କରି ପାରିବେ ନାହିଁ, ଯେ କୌଣସି ବ୍ୟବସ୍ଥାରେ ‘ନଗଦ କେତେ, ଚେକ୍ କୁ ମନା’, ଏହି କାରବାର ବିକଶିତ ହୋଇ ସାରିଛି । ଆଉ ଏକ ପ୍ରକାରରେ ଜୀବନର ଅଂଶ ହୋଇଯାଇଛି, ଯେ ପର୍ଯ୍ୟନ୍ତ ଆପଣ ତାକୁ ଗଭୀର କ୍ଷତ ନ କରିବେ ସେ ପର୍ଯ୍ୟନ୍ତ ସ୍ଥିତିରୁ ବାହାରି ପାରିବେ ନାହିଁ । ଆଉ ଏଥି ପାଇଁ ଆମେ ଯେଉଁ ସବୁ ନିଷ୍ପତ୍ତି ନେଇଛୁ ।

ଆପଣ କିଭଳି ଦେଶ ଚଳାଇଛନ୍ତି, ଏଭଳି ଲାଗୁଛି ଯେ କିଛି ଦଳଙ୍କ ମନ ମସ୍ତିଷ୍କରେ ଚାର୍ବାକ୍ ମନ୍ତ୍ର ତାଙ୍କ ଜୀବନରେ ବହୁତ କାମରେ ଆସିଛି । ସେମାନେ ଚାର୍ବାକର ମନ୍ତ୍ରକୁ ନେଇ କରି ବୋଧହୁଏ ଏବଂ ସେତେବେଳେ ଯାଇ କରି କୌଣସି ଦେଶ ଇଂରେଜ କବିଙ୍କୁ ଉଲ୍ଲେଖ କରି ଏହା ମଧ୍ୟ କହି ଦେଉଥିଲେ ବଡ଼ ବଡ଼ ବ୍ୟକ୍ତିଙ୍କ ମୃତ୍ୟୁ ପରେ କ’ଣ ହେଲା! କ’ଣ ଦେଖିଲେ! ଏବେ ତ ଚାର୍ବାକଙ୍କର ତତ୍ୱ ଜ୍ଞାନ ଅଛି । ମୁଁ ସେ ସଦନକୁ ଯିବି, ତେବେ ତାହାର ଉଲ୍ଲେଖ ବିଶଦ ଭାବରେ କରିବି, କିନ୍ତୁ ଚାର୍ବାକ କହୁଥିଲେ-

ୟବଜ୍ଜିବେତ, ସୁଖମ୍ ଜୀବେତ ।

ଋଣମ୍ କୃତ୍ୱା, ଘୃତମ୍ ପିବେତ । ।

ଭସ୍ମିଭୁତସ୍ୟ ଦେହସ୍ୟ

ପୁନାର୍ଗମନମ୍ କୃତ:?

ଯେ ପର୍ଯ୍ୟନ୍ତ ବଂଚୁଛ , ମଉଜ କର । ବଂଚ, ଯେ ପର୍ଯ୍ୟନ୍ତ ବଂଚୁଛ, ମଉଜ କର । କେଉଁ କଥାର ଚିନ୍ତା, କରଜ କର, ଆଉ ଘିଅ ଖାଅ, ସେହି ସମୟରେ ଏଭଳି ସଂସ୍କାର ଥିଲା । ତେଣୁ ଘିଅ କହିଲେ, ଭାଇ ଭଗବନ୍ତ ମାନ ନୁହେଁ, ଆଉ ଅନ୍ୟ କିଛି ପିଇବାକୁ କହିଥାନ୍ତେ । କିନ୍ତୁ ସେହି ସମୟରେ ଋଷିମାନେ ମହା ସଂସ୍କାରୀ ଥିଲେ, ସେ ଘିଅ ପିଇବା କଥା କହିଥିଲେ । ବୋଧହୁଏ ଆଜିର ସମୟ ହୋଇଥିଲେ ଅନ୍ୟ କିଛି ପିଇବାର ଚର୍ଚ୍ଚା କରିବାକୁ ପଡିଥାନ୍ତା । କିନ୍ତୁ ଏହି ପ୍ରକାରର ଦର୍ଶନ ଶାସ୍ତ୍ରରୁ ଲାଗୁଛି ଯେ, ଯେତେବେଳେ ଅର୍ଥ ବ୍ୟବସ୍ଥା ଭଲ ରହିଥିଲା ତ ଆପଣ ଏଭଳି ସମୟରେ ଏପରି ନିଷ୍ପତ୍ତି କାହିଁକି କଲେ? ଏହା ଠିକ୍ କଥା । ଆପଣ ଜାଣିଛନ୍ତି ଆପଣଙ୍କୁ କୌଣସି ରୋଗ ହୋଇଛି ଆଉ ଡାକ୍ତର କହୁଛନ୍ତି ଅସ୍ତ୍ରୋପଚାର କରିବାକୁ ପଡିବ, ଅସ୍ତ୍ରୋପଚାର ବହୁତ ଜରୁରୀ ଅଟେ । ପୁଣି ମଧ୍ୟ ସେ କହନ୍ତି, ଆଗ ଭାଇ ଆପଣଙ୍କ ଶରୀର ଠିକ୍ କରିବାକୁ ପଡିବ । ମଧୁମେହ ନିୟନ୍ତ୍ରଣ କରିବାକୁ ପଡିବ, ଠିଗ୍ନା ନିୟନ୍ତ୍ରଣ କରିବାକୁ ପଡିବ, ସାତ-ଆଠ-କୋଡିଏଟା ଉପଦେଶ, ପୁଣି ପରେ ଅସ୍ତ୍ରୋପଚାର କରିବା । ଯେ ପର୍ଯ୍ୟନ୍ତ ସେ ସୁସ୍ଥ ହୋଇ ନାହିଁ ଅସ୍ତ୍ରୋପଚାର କରିବାକୁ ଡାକ୍ତର ପସନ୍ଦ କରି ନ ଥାନ୍ତି, ସ୍ଥିତି ଯେତେ ବି ଜଟିଳ ହୋଇଥାଉ ନା କାହିଁକି । ବିମୁଦ୍ରୀକରଣ ପାଇଁ ଏହି ସମୟ ଏତେ ପର୍ଯ୍ୟାପ୍ତ ଥିଲା ଯେ ଦେଶର ଅର୍ଥ ବ୍ୟବସ୍ଥା ସ୍ୱାସ୍ଥ୍ୟପ୍ରଦ ଥିଲା । ଯଦି ଦୁର୍ବଳ ହୋଇଥାନ୍ତା ଆମେ ଏହାକୁ କେବେ ବି ସଫଳତା ପୂର୍ବକ କରିପାରି ନ ଥାନ୍ତୁ । ଏହା ତେବେ ସଫଳ ହୋଇଥାଏ, ଅର୍ଥାତ ଅର୍ଥ ବ୍ୟବସ୍ଥା ମଜବୁତ ଥିଲା ଆଉ ଏହି ସମୟ ଉପଯୁକ୍ତ ଥିଲା ।

ଦ୍ୱିତୀୟରେ ଏହି ସମୟ, ଏଭଳି ଭାବନ୍ତୁ ନାହିଁ ଯେ ତରବରରେ ହୁଏ । ଏଥି ପାଇଁ ଆପଣଙ୍କୁ ମୋଦୀଙ୍କୁ ଅଧ୍ୟୟନ କରିବାକୁ ପଡିବ । ଆଉ ଆପଣ ଦେଖନ୍ତୁ ଆମ ଦେଶରେ ବର୍ଷକରେ କେତେ ବେପାର ହୋଇଥାଏ, ପାଖାପଖି ସେତିକି କାରବାର ଦିପାବଳୀର ଦିନଗୁଡିକରେ ହୋଇଥାଏ । ଅର୍ଥାତ 50% ଦିପାବଳୀର ଦିନଗୁଡିକରେ, 50% ବର୍ଷ ତମାମ୍  । ଗୋଟିଏ ପ୍ରକାର ସଂମ୍ପର୍ଣ୍ଣ ଉଦ୍ୟୋଗ, ବ୍ୟାପାର, କୃଷି ସବୁ କାମ ଦିପାବଳୀର ପାଖାପାଖି ଶୀର୍ଷରେ ପହଂଚିଯାଇଥାଏ । ତାପରେ ପ୍ରାକୃତିକ ଆରାମ ସମୟ ଆମ ଦେଶରେ ସବୁବେଳେ ଥାଏ । ଦିପାବଳୀ ପରେ 15-15 ଦିନ ଦୋକାନ ବନ୍ଦ କରି ଦୋକାନୀ ବାହାରକୁ ଚାଲି ଯାଆନ୍ତି, ଳୋକମାନେ ମଧ୍ୟ ନିଜେ ନିଜେ ବୁଲିବାକୁ ଚାଲିଯାଆନ୍ତି । ଏହି ପ୍ରକୃଷ୍ଟ ସମୟ ଥିଲା ଯେତେବେଳେ ସାମାନ୍ୟ କାରବାର ଶୀର୍ଷରେ ପହଂଚିଯାଇଥିଲା । ଏହା ପରେ ଯଦି 15-20 ଦିନ ଅସୁବିଧା ହୁଏ ଆଉ ଯଦି 50 ଦିନରେ ଠିକ୍ ଠାକ୍ ହୋଇଯାଏ ଆଉ ମୁଁ ଦେଖୁଛି ମୁଁ ଯେଉଁ ହିସାବ କିତାବ କରିଥିଲି, ସେହି ପ୍ରକାରରେ ଗାଡି ଚାଲିଛି ।

ଆଉ ଏଥିପାଇଁ  ଆପଣ ମଧ୍ୟ ଜାଣିଛନ୍ତି, ଆପଣ ଏହା ଜାଣିଛନ୍ତି, ଗୋଟିଏ ସମୟ ଥିଲା ଆୟକର ବିଭାଗର ଇଚ୍ଛା ଉପରେ…. ଗୋଟିଏ ସମୟ ଥିଲା ଯେତେବେଳେ ଦେଶରେ ଆୟକର ବିଭାଗର ଅଧିକାରୀ ମନଇଚ୍ଛା ଯେଉଁଠିକି ଚାହୁଁଥିଲେ ସେଠାରେ ଯାଇ ପହଂଚି ଯାଉଥିଲେ । ଆଉ ପରେ କ’ଣ ହେଉଥିଲା ପୁରୁଣା ଇତିହାସକୁ କିଛି ବି ଦୋହରାଇବାର ଆବଶ୍ୟକତା ନାହିଁ ।

ବିମୁଦ୍ରୀକରଣ ପରେ ସବୁ କଥା ରେକର୍ଡରେ ରହିଛି । କେଉଁଠାରୁ ଆସିଲା, କିଏ ଆଣିଲା, କେଉଁଠାରେ ରଖିଲା । ଏବେ ସେଥିରୁ ସର୍ବୋଚ୍ଚ ନାମ ଗୁଡିକୁ ବୈଷୟିକ ଜ୍ଞାନ ଦ୍ୱାରା ତଥ୍ୟ ଭିତ୍ତିକ କରି ବାହାର କରି ଦିଆ ଯାଇଛି । ଏବେ ଆୟକର ଅଫିସକୁ ଯିବାର ନାହିଁ କେବଳ ଏସ୍ଏମ୍ଏସ୍ କରି ପଚାରିବା ଭାଇ ଟିକେ ବତାନ୍ତୁ ତଥ୍ୟ କ’ଣ ଅଛି? ଆପଣ ଦେଖିବେ କୌଣସି ପ୍ରକାର ଅଫିସରଗିରି ବିନା ଯାହାକୁ ମଧ୍ୟ ମୁଖ୍ୟଧାରାରେ ଆସିବାର ଅଛି, ତାହା ପାଇଁ ଏକ ସୁଯୋଗ ପ୍ରାପ୍ତ ହୋଇଛି । ଆଉ ମୁଁ ମାନୁଛି ଏହା ଦ୍ୱାରା Clean India ସ୍ୱଚ୍ଛ ଭାରତର ମୋର ଯେଉଁ ଅଭିଯାନ ଚାଲୁ ରହିଛି, ସେହିଭଳି ଆର୍ଥିକ ଜୀବନରେ ‘ସ୍ୱଚ୍ଛ ଭାରତ ଅଭିଯାନ’ ମଧ୍ୟ ତୀବ୍ର ଗତିରେ ଆଗକୁ ବଢି ଚାଲିଛି ।

ଆଉ ବେନାମୀ ସମ୍ପତ୍ତିର ଆଇନ ପାସ୍ ହୋଇଯାଇଛି, ବିଜ୍ଞପ୍ତି ପ୍ରକାଶ ପାଇଛି । ଆଉ ଯେପରି ଖଡଗେ ଜୀ କହିଲେ ସେହିଠାରେ ସବୁ ଅଛି । ଆପଣ ଭଲ ଉପଦେଶ ଦେଇଛନ୍ତି । ଆମେ ମଧ୍ୟ କିଛି କରିଦେଖାଇବୁ । ଆଉ ଯେଉଁମାନେ ବି ଶୁଣୁଛନ୍ତି ସେମାନେ ବୁଝିଯାଆନ୍ତୁ ଆଉ ତାହାର ପ୍ରାବଧାନ ଜାଣି ନିଅନ୍ତୁ ଯେ କେତେବଡ଼ କଠୋର ଆଇନ ଅଟେ, ଯାହା ପାଖରେ ବି ବେନାମୀ ସମ୍ପତ୍ତି ଅଛି ସେମାନଙ୍କୁ ମୋର ଅନୁରୋଧ ନିଜ ଚାଟାର୍ଡ ଏକାଉଟାଂଟକୁ ପଚାରନ୍ତୁ କ’ଣ ପ୍ରାବଧାନ ଅଛି? ଆଉ ତେଣୁ ମୋର ସମସ୍ତଙ୍କୁ ଅନୁରୋଧ ଯେ ମୁଖ୍ୟଧାରାରେ ଆସନ୍ତୁ, ଦେଶର ଗରିବଙ୍କ ପାଇଁ କିଛି ଭଲ କରିବା ପାଇଁ ଆପଣ ମଧ୍ୟ କିଛି ଯୋଗଦାନ କରନ୍ତୁ ।

ଯେଉଁଠି ଯେଉଁଠି କେବେ କେବେ ଲାଗେ ଯେ ଏହି ନିଷ୍ପତ୍ତି ହଠାତ୍ ହେଲା କି । ମୁଁ ଟିକେ ଜଣାଇଦେବାକୁ ଚାହୁଁଛି ଯେଉଁଦିନ ଆମ ସରକାର ଗଠନ ହେଲା, ସବୁଠୁ ପ୍ରଥମ କାମ କ୍ୟାବିନେଟରେ ଥିଲା, ଏସ୍ଆଇଟି ଗଠନ କରିବା । ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଦୀର୍ଘ ସମୟ ଧରି ପଡି ରହିଥିବା, ବିଦେଶର କଳାଧନ ପାଇଁ ଏସ୍ଆଇଟି ଗଠନ କର । ଆମେ ଗଠନ କଲୁ । ସର୍ବୋଚ୍ଚ ନ୍ୟାୟାଳୟ ଯେଭଳି କହିଥିଲେ ଆମେ ସେଭଳି କଲୁ । ଆଉ ସର୍ବୋଚ୍ଚ ନ୍ୟାୟାଳୟ କ’ଣ କହିଥିଲେ, 26 ମାର୍ଚ୍ଚ, 2014,– 1947 ମସିହା ପରଠାରୁ ଦୀର୍ଘ 65 ବର୍ଷ ଧରି କେହି ମଧ୍ୟ ଚିନ୍ତା କଲେ ନାହିଁ ବିଦେଶର ବ୍ୟାଙ୍କ ଗୁଡିକରେ ରହିଥିବା ଧନକୁ ନିଜ ଦେଶକୁ ଫେରାଇ ଆଣିବା । 65 ବର୍ଷ ଧରି ସରକାର ନିଜ ଭୁମିକା ତୁଲାଇବାରେ ବିଫଳ ହୋଇଛନ୍ତି । ନ୍ୟାୟାଳୟ ଅନୁଭବ କରୁଛନ୍ତି ଯେ ଆପଣ ନିଜ କର୍ତ୍ତବ୍ୟ ସଂପାଦନ କରିବାରେ ବିଫଳ ହୋଇଛନ୍ତି । ତେଣୁ ଏହା ନିର୍ଦ୍ଦେଶ ଦିଆଯାଉଛି ଯେ, ଏହି ନ୍ୟାୟାଳୟର ପୂର୍ବତନ ବିଚାରପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଉ । ତିନି ବର୍ଷ ବିତି ଯାଇଛି, କିନ୍ତୁ ଆପଣ ନିର୍ଦ୍ଦେଶ ପାଳନ କରିବା ପାଇଁ କିଛି କରି ନାହାନ୍ତି । ଆପଣ କ’ଣ କରିଛନ୍ତି? କେବଳ ମାତ୍ର ଗୋଟିଏ ରିପୋର୍ଟ ଦାଖଲ କରିବା ଛଡା ଆପଣ କିଛି କରି ନାହାନ୍ତି ।

ଏହା 26 ମାର୍ଚ୍ଚ, 2014, ରେ ସୁପ୍ରିମ କୋର୍ଟ ସେହି ସରକାରଙ୍କୁ କହିଥିଲେ । ସେହି କଥା ତ ମୁଁ କହୁଥିଲି ସେହି ସମୟ ଥିଲା ସେତେବେଳେ ଆୱାଜ ଉଠୁଥିଲା କି କେତେ ଗଲା । ଏବେ ଆୱାଜ ଉଠୁଛି କି କେତେ ଆସିଲା ଆଉ କେତେ ଆସିବ । ଆପଣ ଦେଖନ୍ତୁ ଗୋଟିଏ ପରେ ଗୋଟିଏ, ଗୋଟିଏ ପରେ ଗୋଟିଏ ଦେଖନ୍ତୁ ବିଦେଶରେ ଜମା ହୋଇଥିବା କଳାଧନ ବିରୁଦ୍ଧରେ କଠୋର ନିୟମ ତିଆରି ହୋଇଛି । ସଂପ୍ରତି ଜବତ କରିବା କଥା କୁହାଯାଇଛି । ଏଥର ମଧ୍ୟ ବଜେଟରେ ଏକ ନୂଆ ନିୟମ ବିଷୟରେ କୁହାଯାଇଛି । ଦଣ୍ଡ ମଧ୍ୟ 7 ବର୍ଷରୁ 10 ବର୍ଷ କରି ଦିଆଯାଇଛି । ଟିକସ ଫାଙ୍କିବାର ସ୍ଵର୍ଗ (Tax Havens) ଯାହା ମରିସସ୍, ସିଙ୍ଗାପୁର ଆଦି ସ୍ଥାନରେ ଥିଲା ସେହି ପୁରୁଣା ନିୟମ ତିଆରି କରି ଆପଣ ଯାଇଥିଲେ, ସେ ନେଇ ଆମେ କଥାବାର୍ତ୍ତା କରିଛୁ । ତାଙ୍କୁ ବୁଝାଇଛୁ , ଆମ ପରିସ୍ଥିତି ବିଷୟରେ ବୁଝାଇଛୁ । ତାକୁ ଆମେ ନେଇ ଆସିଲୁ । ଆମେ ସ୍ୱିଜରଲ୍ୟାଣ୍ଡ ସହିତ ବୁଝାମଣା କଲୁ । ସେମାନେ ପ୍ରକୃତ ସମୟରେ ସୂଚନା ଦେବେ । କୌଣସି ହିନ୍ଦୁସ୍ଥାନୀ ନାଗରିକ ପଇସା ରଖିବ ତ ଜଣା ପଡିଯିବ । ଆମେ ଅମେରିକା ସହିତ ଅନ୍ୟ କେତେକ ଦେଶ ସହିତ ଏହି ପ୍ରକାରର ବୁଝାମଣା କରିଛୁ, ଯେଉଁଠାରେ ଆମର କୌଣସି ଭାରତୀୟ ନାଗରିକ, ଭାରତୀୟ ବଂଶୋଦ୍ଭବ ପଇସା ରଖିବ ତ ତାହାର ସୂଚନା ଭାରତକୁ ମିଳିବ ।

ଏହି ପ୍ରକାର ସମ୍ପତ୍ତି ବିକ୍ରି, 20 ହଜାରରୁ ଅଧିକ ନଗଦ ନୁହେଁ, ଏହିଭଳି ନିୟମ କରିଛୁ । ରିୟଲ ଇଷ୍ଟେଟ ବିଲ୍ କୁ ପାସ କରିଛୁ । ଗହଣା ବଜାରରେ ମଧ୍ୟ 1% ଏକ ଉତ୍ପାଦ ଶୁଳ୍କ ରଖିଲୁ ଫଳରେ  ଜିନିଷ ଗୁଡିକୁ ମୁଖ୍ୟଧାରାରେ ସାମିଲ କରିବାର ଥିଲା । କାହାକୁ ଅସୁବିଧାରେ ପକାଇବାର ନ ଥିଲା ।

ଆଉ ଆପଣମାନେ ହିଁ । ଏହି ଦେଶ ସଦନରେ ଏପଟେ ହେଉ ବା ସେପଟେ ହେଉ । ମୋ ପାଖକୁ ଚିଠି ଆସିଛି, ଯେବେ ଆମେ କହିଲୁ ଯେ ଦୁଇ ଲକ୍ଷରୁ ଉପରକୁ ଯଦି କେହି ଗହଣା କିଣନ୍ତି, ତ ତାକୁ ପ୍ୟାନ୍ ନମ୍ବର ଦେବାକୁ ହେବ । ମୁଁ ଆଶ୍ଚର୍ଯ୍ୟ ହେଉଛି କଳାଧନ ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଭାଷଣ ଦେଉଥିବା ଲୋକ ମତେ ଚିଠି ଲେଖିଥିଲେ ଯେ PAN ନମ୍ବର ମାଗିବାର ନିୟମକୁ ରଦ୍ଦ କରି ଦିଅନ୍ତୁ, ଫଳରେ ଲୋକମାନେ ନଗଦ ଟଙ୍କାରେ ସୁନା ନେଇ ଚାଲନ୍ତୁ, ଗହଣା ନେଇ ଚାଲନ୍ତୁ, ଆଉ କଳା ବଜାରୀ ଚାଲୁ ରହୁ । ଆମେ ସ୍ଥିର ରହିଲୁ, ତାହା କରି ଦେଖାଇଲୁ, ଗୋଟିଏ ଗୋଟିଏ ପାଦ ବଢାଇଲୁ । ମୁଁ ଜାଣେ ରାଜନୈତିକ ଲାଭ ପାଇଁ କେହି ଏଭଳି କାମ କରି ପାରିବ ନାହିଁ, ନଚେତ ଆପଣ ଆଗ କରିଥାନ୍ତେ । ଏହା କଠିନ ଅଟେ, କିନ୍ତୁ ଦେଶର ମଙ୍ଗଳ  କରିବା ପାଇଁ  ନିଷ୍ପତ୍ତି କରିବାକୁ ଦିଅନ୍ତୁ ଏବଂ ଗରିବଙ୍କ ଭଲ କରିବାର ଥିଲା, ତେଣୁ ନିଷ୍ପତ୍ତି କଲି ।

ଦୁଇ ଲକ୍ଷରୁ ଅଧିକ କୌଣସି ଜିନିଷ ଉପରେ, ଦଶ ଲକ୍ଷରୁ ଅଧିକ ମହଙ୍ଗା ଗାଡି ଉପରେ 1% ଅତିରିକ୍ତ କର ଲଗାଇଦେଲୁ । ଆମେ ଆୟକର ଘେଷଣା ଯୋଜନା ମଧ୍ୟ ଆଣିଲୁ । ଆଉ ଏ ପର୍ଯ୍ୟନ୍ତ ଏହି ଯୋଜନାରେ ସବୁଠାରୁ ଅଧିକ ପଇସା ଲୋକମାନେ ଘୋଷଣା କଲେ ।  1100ରୁ ଅଧିକ ପୁରୁଣା ଆଇନକୁ ଆମେ ଶେଷ କରିଦେଲୁ । ଆଉ ଏଠାରେ କୁହାଗଲା କି ଆପଣ ନିଜର ବିମୁଦ୍ରୀକରଣ ସମ୍ବନ୍ଧରେ କେହି କହୁଛି 150 ଥର, କେହି କହୁଛି 130ଥର, ସେସବୁ ଅଲଗା ଅଲଗା ସଂଖ୍ୟା କହୁଛନ୍ତି, କେତେ ନିୟମ ବଦଳିଛି । ବହୁତ ଭଲ ମନେ ରଖୁଛନ୍ତି ।

ଏବେ ମୁଁ ଆପଣଙ୍କୁ କହିବାକୁ ଚାହୁଁଛି କି ଏହା ଏଭଳି ଏକ କାମ ଥିଲା ଯେଉଁଥିରେ ଆମେ ଲୋକଙ୍କର କୌଣସି ଅସୁବିଧାକୁ ସଙ୍ଗେ ସଙ୍ଗେ ବୁଝି ରାସ୍ତା ଖୋଜିବାର ପ୍ରୟାସ କରୁଥିଲୁ । ଅପର ପକ୍ଷରେ ଯେଉଁ ଲୋକମାନଙ୍କୁ ବର୍ଷ ବର୍ଷ ଧରି ଲୁଟିବାର ଅଭ୍ୟାସ ଥିଲା ସେମାନେ ରାସ୍ତା ଖୋଜୁଥିଲେ, ତ ଆମକୁ ତାକୁ ବନ୍ଦ କରିବା ପାଇଁ କିଛି ନା କିଛି କରିବାକୁ ପଡୁଥିଲା । ଲଢେଇର ମୌସମ ଥିଲା । ଗୋଟିଏ ପଟେ ଦେଶକୁ ଲୁଟିବାବାଲା ଥିଲେ ଆଉ ଅନ୍ୟ ପଟେ ଦେଶକୁ ସଚ୍ଚୋଟତା ଆଡକୁ ନେଲାବାଲା ଲୋକମାନଙ୍କର ଦଳ ଲାଗି ରହିଥିଲେ । ପ୍ରତିକ୍ଷଣ ଲଢେଇ ଚାଲୁ ରହିଥିଲା । ତାହା ଏଭଳି- ତୁ ଡାଳେ ଡାଳେ ତ, ମୁଁ ପତ୍ରେ ପତ୍ରେ ଏହିଭଳି ଲଢେଇ ଚାଲୁ ରହିଥିଲା । କିନ୍ତୁ ଯାହା ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ଅଟେ, ଯାହାକୁ ନେଇ ଆପଣ ପିଠି ଥାପୁଡେଇଛନ୍ତି ପ୍ରକୃତରେ ତା ପାଇଁ ଆପଣଙ୍କର ହକ୍ ନାହିଁ, କାରଣ ଯେବେ ଏହି ଦେଶରେ ରାଜା ମହାରାଜାମାନଙ୍କର ଶାସନ ଥିଲା ତେବେ ମଧ୍ୟ ଗରିବଙ୍କ ପାଇଁ ଆଶ୍ୱାସନା ନାମରେ ଯୋଜନା ଚାଲୁଥିଲା । ତା’ପରେ ମଧ୍ୟ ହିନ୍ଦୁସ୍ଥାନରେ ଖାଦ୍ୟ ପାଇଁ କାମ ନାମରେ କେତେ ଯୋଜନା । ଦେଶ ସ୍ୱାଧୀନ ହେବା ପରେ ନଅ ପ୍ରକାରରେ ଅଲଗା ଅଲଗା ନାମରେ ଚାଲୁଥିବା ଯୋଜନା ଚାଲି-ଚାଲି-ଚାଲି ସେ ଏକ ନାମ ନେଲା, ଯାହାକୁ ମନରେଗା (MGNREGA) କୁହାଯାଏ । କେତେ ଯାତ୍ରା କରି ଆସିଛି, ଆଉ ପ୍ରତ୍ୟେକ ରାଜ୍ୟରେ ଯେଉଁଠାରେ କମ୍ୟୁନିଷ୍ଟ ସରକାର ଥିଲା ସେମାନେ ମଧ୍ୟ, ପଶ୍ଚିମ ବଙ୍ଗଳାରେ କରିଥିଲେ, ଯେଉଁଠାରେ ଶରଦ ପାୱାରଙ୍କ ସରକାର ଥିଲା, ମହାରାଷ୍ଟ୍ରରେ କରିଥିଲେ । ଗୁଜୁରାଟରେ ମଧ୍ୟ ଯେଉଁ କଂଗ୍ରେସ ସରକାର ଥିଲା… ପ୍ରତ୍ୟେକ ରାଜ୍ୟରେ କେହି ନା କେହି ସ୍ୱାଧୀନତା ପରେ ଏହି ପ୍ରକାର କାମ କରିଥିଲେ । ପ୍ରତ୍ୟେକ କରିଥିଲେ, ତେଣୁ କୌଣସି ନୂଆ କଥା ନଥିଲା, କିନ୍ତୁ ନାମ ନୂଆ ଥିଲା । କିନ୍ତୁ ଦେଶକୁ ଆଉ ଆପଣ ନିଜେ ଏହା ଜାଣି ଆଶ୍ଚର୍ଯ୍ୟ ହେବେ କି ଶାନ୍ତ ରୂପରେ ଏତେ ବର୍ଷ ଧରି ଚାଲିଆସିଥିବା ଯୋଜନା ପରେ ମଧ୍ୟ ମନରେଗାରେ 1035 ଥର ପରିବର୍ତ୍ତନ କରିଛନ୍ତି । 1035 ଥର ନିୟମ ବଦଳା ଯାଇଛି । ଆପଣ କେବେ ନିଜକୁ ତ ଆଇନାରେ ଦେଖନ୍ତୁ । ଆଉ ସେଥିରେ ତ ଲଢାଇ ନ ଥିଲା । ଏତେବଡ଼ ଚାପରେ କାମ କରିବାର ନ ଥିଲା । କ’ଣ କାରଣ ଥିଲା ଯେ ମନରେଗା ଭଳି ଏକ ଯୋଜନା ଯାହା ଦୀର୍ଘ ଦିନ ଧରି ଚାଲି ଆସୁଥିଲା ତାହାକୁ ମଧ୍ୟ ଆପଣଙ୍କୁ 1035 ଥର ନିୟମ ବଦଳାଇବାକୁ ପଡିଲା । ଆଉ ଏଥି ପାଇଁ  ନିୟମରେ ପରିବର୍ତ୍ତନ କଲେ । ଆଇନ ଥରେ ହୋଇଗଲା । ଆଇନ 1035 ଥର ପରିବର୍ତ୍ତିତ ହୋଇନାହିଁ  ।

ଆଉ ଏଥି ପାଇଁ ମୁଁ କହିବାକୁ ଚାହୁଁଛି, ଆଜି ମୁଁ ଆପଣଙ୍କୁ କାକା ହାଥରସୀଙ୍କ କବିତାର ଶବ୍ଦ ଶୁଣୁଛି ଏବଂ କାକା ହାଥରସୀଙ୍କୁ ମନେ ପକାଉଛି, ତ କେହି ଉତ୍ତର ପ୍ରଦେଶର ନିର୍ବାଚନ ସହିତ ଏହାକୁ ନ ଯୋଡନ୍ତୁ । କାରଣ ତାଙ୍କର ସବୁ ନିର୍ବାଚନରେ କାକା ହାଥରସୀଙ୍କ କଥା ଚାଲିଥାଏ । କାକା ହାଥରସୀ କହିଥିଲେ-

ଅନ୍ତର ମଧ୍ୟକୁ ଖୋଜନ୍ତୁ, ଲୁଚି ରହିଛି ଦୁର୍ଗୁଣ’,

ଆଉ ହାଥରସୀ ଆଗକୁ କହିଲେ ମିଳିଯିବ ଆପଣଙ୍କୁ, ସଂପୂର୍ଣ୍ଣ ସତ୍ୟ ରିପୋର୍ଟ ।

ଆଦରଣୀୟ ଅଧ୍ୟକ୍ଷାଜୀ, ମୁଁ ଗୋଟିଏ କଥା ଆଡକୁ ଆଉ ମଧ୍ୟ ଧ୍ୟାନ ଦେବାକୁ ଚାହୁଁଛି,ସରକାର ନିୟମରେ ଚାଲନ୍ତି, ସାମ୍ବିଧାନିକ ଦାୟିତ୍ୱବୋଧ ସହ ଚାଲନ୍ତି । ଯେଉଁ ନିୟମ ଆପଣମାନଙ୍କ ପାଇଁ ଥିଲା, ସେହି ନିୟମ ଆମ ପାଇଁ ମଧ୍ୟ ଅଛି । କିନ୍ତୁ ତଫାତ୍ କାର୍ଯ୍ୟ ସଂସ୍କୃତିର ହୋଇଥାଏ । ନୀତିଗୁଡିକର ଶକ୍ତି ମଧ୍ୟ ନିୟମ ସହିତ ଯୋଡି ହୋଇଥାଏ । ଯଦି ନିୟମରେ ତୃଟି ଥାଏ ତ ନୀତିଗୁଡିକର ଶକ୍ତି ବିଯୁକ୍ତକୁ ଚାଲି ଯାଇଥାଏ, ଶୂନ୍ୟ ଛାଡନ୍ତୁ, ବିଯୁକ୍ତକୁ ଚାଲି ଯାଇଥାଏ ଆଉ ସେଇଥି ପାଇଁ ଆମ ଦେଶରେ ସେହି କାର୍ଯ୍ୟ ସଂସ୍କୃତିକୁ ମଧ୍ୟ ବୁଝିବା ଆବଶ୍ୟକ ।  ଯେତେବେଳେ ମଧ୍ୟ ଆମେ କିଛି କହୁଛୁ, ଏଠାରୁ ଏହା ତ ଆମର ସମୟ ଥିଲା, ଏହା ତ ଆମର ସମୟ ଥିଲା । ତ ମତେ ଲାଗୁଛି ମୁଁ ହିଁ ଟିକେ ତା’ ଉପରେ ଖେଳେ । ଆପଣଙ୍କ ପଡିଆରେ ଖେଳିବାକୁ ଆସିବା ପାଇଁ ମୁଁ ପସନ୍ଦ କରିବି । ଆଉ ଏଥି ପାଇଁ ଏହା କାହିଁକି ହେଲା ଏଭଳି ନ ଥିଲା କି ଆପଣଙ୍କର ଜ୍ଞାନ ନ ଥିଲା । ଆପଣଙ୍କୁ ଜ୍ଞାନ କାଲି ହିଁ ହେଲା, ଏହା କିଛି ହେଲା । ଆପଣମାନଙ୍କୁ ଜଣାଥିଲା, କିନ୍ତୁ ମହାଭାରତରେ ଏହି ପ୍ରକାର କୁହାଯାଇଛି-

ଯା ନାମି ଧର୍ମମ୍ ନଚମେ ପ୍ରବୃତିଃ, ଯା ନାମି ଅଧର୍ମମ୍ ନଚମେ ନିବୃତିଃ ।

ଧର୍ମ କ’ଣ ଏହାତ ଆପଣ ଜାଣନ୍ତି, କିନ୍ତୁ ତାହା ଆପଣଙ୍କ ପ୍ରବୃତ୍ତି ନ ଥିଲା । ଅଧର୍ମ କ’ଣ ତାହା ମଧ୍ୟ ଜାଣଇଥିଲେ କିନ୍ତୁ ତାକୁ ଛାଡିବାର ସାମର୍ଥ୍ୟ ଆପଣଙ୍କର ନ ଥିଲା । ମୁଁ କହୁଛି ଆଜ୍ଞା, ଏବେ ମତେ କୁହନ୍ତୁ ନେସନାଲ ଅପଟିକାଲ ଫାଇବର ନେଟୱାର୍କ, ଯଦି ମୁଁ ତା ବିଷୟରେ କିଛି ମଧ୍ୟ କହିବି, ତ ସେଠାରୁ ସ୍ୱର ଉଠି ଆସିବ ଏହାକୁ ଆମେ ଆରମ୍ଭ କରିଥିଲୁ । ଆମେମାନେ ଆରମ୍ଭ କରିଥିଲୁ, ମୁଁ ସେହିଠାରୁ ଆରମ୍ଭ କରିବାକୁ ଚାହୁଁଛି । ଏବେ ଦେଖନ୍ତୁ ନେସନାଲ ଅପଟିକାଲ ଫାଇବର ନେଟୱାର୍କ, 2011ରୁ 2014 ତିନି ବର୍ଷ କେବଳ 59 ଗାଁରେ ଏହି ଅପଟିକାଲ ଫାଇବର ନେଟୱାର୍କ ଲାଗିଲା ଆଉ ଏଥିରେ ମଧ୍ୟ ଶେଷ ପର୍ଯ୍ୟନ୍ତ ଯୋଗାଯୋଗର ପ୍ରାବଧାନ ନ ଥିଲା । ସଂଗ୍ରହ ପ୍ରକିୟା ସଂପୂର୍ଣ୍ଣ ଭାବେ କେନ୍ଦ୍ରୀଭୁତ ହୋଇ ରହିଥିଲା, ତା’ର କାରଣ କ’ଣ ସମସ୍ତେ ଜାଣିଛନ୍ତି । ଏବେ ଆପଣ ଦେଖନ୍ତୁ, ଆମେ… ସଂପୂର୍ଣ୍ଣ କାର୍ଯ୍ୟ ସଂସ୍କୃତି କିପରି ବଦଳୁଛି, ଅନୁମୋଦନ କିପରି ବଦଳୁଛି । ସବୁ ରାଜ୍ୟକୁ ପ୍ରଥମେ ସାଙ୍ଗରେ ନେଲୁ । ଶେଷ ମାଇଲ କନେକ୍ଟିଭିଟି ଅର୍ଥ ସ୍କୁଲରେ ଅପଟିକାଲ ଫାଇବର ନେଟୱାର୍କ ମିଳିବା ଦରକାର, ଡାକ୍ତରଖାନାରେ ମିଳିବା ଦରକାର, ପଂଚାୟତରେ ମିଳିବା ଦରକାର । ଏହି ପ୍ରାଥମିକତାଗୁଡିକୁ ସ୍ଥିର କଲୁ । ସଂଗ୍ରହ ପ୍ରକିୟା କ’ଣ ଥିଲା, ତାହା ଭାରତ ସରକାରଙ୍କ ହାତରୁ ଆଣି ଆମେ ତା’କୁ ବିକେନ୍ଦ୍ରୀକରଣ କଲୁ । ଆଉ ପରିଣାମ ଏଇଆ ହେଲା ଏତେ କମ୍ ସମୟ ମଧ୍ୟରେ ଏ ପର୍ଯ୍ୟନ୍ତ 76,000 ଗାଁରେ ଅପଟିକାଲ ଫାଇବର ନେଟୱାର୍କ, ଶେଷ ମାଇଲ ସଂଯୋଗୀକରଣ ସହିତ ସଂପୂର୍ଣ୍ଣ ହୋଇଗଲା ।

ଦ୍ୱିତୀୟରେ, ଏବେ ଏହା କୁହାଯାଉଛି କି ଆପଣ କାଲିର କମ୍ ନଗଦ ସମାଜର କିମ୍ବା ନଗଦବିହୀନ ସମାଜ ପାଇଁ କହୁଥିଲେ । ଲୋକଙ୍କ ପାଖରେ କ’ଣ ଅଛି? ମୋବାଇଲ… ମୁଁ ଆଶ୍ଚର୍ଯ୍ୟ, ମୁଁ 2007 ପରେ ଯେତେ ନିର୍ବାଚନୀ ସଭା ଶୁଣିଛି ଆପଣଙ୍କ ନେତା ଗାଁ ଗାଁକୁ ଯାଇ କହୁଛନ୍ତି ଯେ ରାଜୀବ ଗାନ୍ଧୀ କଂପ୍ୟୁଟର ଆନ୍ଦୋଳନ ଆଣିଲେ, ରାଜୀବ ଗାନ୍ଧୀ ମୋବାଇଲ ଫୋନ ଆଣିଲେ, ରାଜୀବ ଗାନ୍ଧୀ ଗାଁ ଗାଁରେ ଯୋଗାଯୋଗ ଆଣିଲେ । ଆପଣଙ୍କର ହିଁ ଭାଷଣ ଅଟେ । ଆଉ ଯେବେ ମୁଁ କହୁଛି କି ସେହି ମୋବାଇଲ ଫୋନର ଉପଯୋଗ ବ୍ୟାଙ୍କରେ ମଧ୍ୟ ପରିବର୍ତ୍ତିତ କରାଯାଇ ପାରିବ, ତ, କହୁଛନ୍ତି ମୋବାଇଲ ଫୋନ ହିଁ କେଉଁଠି ଅଛି । ଏହା ବୁଝା ପଡୁ ନାହିଁ ଭାଇ  ଆପଣ କହୁଛନ୍ତି ଯେ ଆମେ ଏତେ କରିଦେଲୁ । ଆଉ ଯେବେ ମୁଁ କିଛି ଭଲ ଯୋଡିବାକୁ ଚାହୁଁଛି କହୁଛନ୍ତି ଯେ ତାହା ହିଁ ନାହିଁରେ ଭାଇ । ତ ଏହା ଆପଣଙ୍କୁ କ’ଣ ବୁଝାଉଛି । କାହିଁକି ଏପରି କରୁଛ? ଗୋଟିଏ କଥା ଆପଣ ବି ମାନୁଛନ୍ତି, ମୁଁ ବି ମାନୁଛି ଯେ ସାରା ଦେଶରେ ସବୁ କିଛି ନାହିଁ । କିନ୍ତୁ ମାନି ନିଅନ୍ତୁ ଯଦି 40% ଙ୍କ ପାଖରେ ଅଛି, ତ କ’ଣ ସେହି 40% ଲୋକଙ୍କୁ ଏହି ଆଧୁନିକ ବ୍ୟବସ୍ଥା ସହିତ ଯୋଡିବା ଦିଗରେ ଆମ ସମସ୍ତଙ୍କର ସାମୁହିକ ଚେଷ୍ଟା ରହିବା ଦରକାର । କି ରହିବା ଦରକାର ନୁହେଁ? 60% ଙ୍କ କଥା ପରେ ଦେଖିବା ।  କେଉଁଠାରୁ ତ ଆରମ୍ଭ କରିବା, ଆଉ ଏହାର ଲାଭ ଡିଜିଟାଲ ମୁଦ୍ରାକୁ ଆମେ କମ୍ ଭାବିବା ନାହିଁ । ଆଜି ଆମର ପ୍ରତ୍ୟେକ ଏଟିଏମ୍ କୁ ସମ୍ଭାଳିବା ପାଇଁ ହାରାହାରି ପାଂଚ ଜଣ ପୁଲିସବାଲା ଲାଗୁଛନ୍ତି । ନୋଟ୍ କୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ନେବା ପାଇଁ ପରିବା ଆଉ କ୍ଷୀର ପରିବହନରେ ଯେତିକି ଖର୍ଚ୍ଚ ହୁଏ, ତା ଠାରୁ ଅଧିକ ତା’ର ପ୍ରସ୍ତୁତି କରଣ ପାଇଁ ଖର୍ଚ୍ଚ ହୋଇଥାଏ । ଯଦି ଆମେ ଏହି କଥାକୁ ବୁଝିପାରିବା, ତ ଯାହା କରି ପାରିବା, ସବୁ କରି ପାରିବା ନାହିଁ, ଆମେ ବୁଝି ପାରିବା, କିନ୍ତୁ ଯାହା କରିପାରିବା, ତାଙ୍କୁ କରିବା ପାଇଁ ପ୍ରୋତ୍ସାହିତ କରିବା ଏହା ହେଉଛି ନେତୃତ୍ୱର କାମ, କେଉଁ ଦଳର କାମ  ହୋଇଥାଉ, ସେଥିରେ ଲୋକଙ୍କର ଭଲ ହେବ । ଏବେ ମତେ କିଏ କହୁଥିଲା,ଏକ ପରିବା ଦେକାନୀ ଆରମ୍ଭ କଲା । କାଲି କିଏ ମତେ ରିପୋର୍ଟ ଦେଇକରି ଗଲା । ତାକୁ ପଚାରିଲି ତୋର କ’ଣ ଲାଭ ହେବ । କହିଲା ସାହେବ ପ୍ରଥମେ କ’ଣ ହେଉଥିଲା ଗୋଟିଏ ପଟେ ମୋର ସ୍ଥାୟୀ ଗ୍ରାହକ ଥିଲେ । ସମସ୍ତଙ୍କୁ ମୁଁ ଜାଣିଥିଲି । ଏବେ ଧରି ନିଅନ୍ତୁ 52 ଟଙ୍କାର ପରିବା ନେଲେ ତ ପୁଣି ସେହି ମାଡମ୍ କହୁଥିଲେ ଚାଲ ପକେଟରେ ପଇସା ନାହିଁ, 50 ଟଙ୍କାର ନୋଟ ଅଛି ନେଇ ନିଅ, ତ ମୋର ଦୁଇ ଟଙ୍କା ଚାଲିଯାଉଥିଲା । ସେତେବେଳେ ବି ମୁଁ କିଛି କହି ପାରୁ ନ ଥିଲି ଆଉ କହି ଚାଲିଥିଲି ହିସାବରେ ବର୍ଷ ସାରା ମୋର ଆଠ ଶହ-ହଜାର ଟଙ୍କା ନ ମିଳି ଚାଲିଯାଉଥିଲା । ତାପରେ କହିଲେ ଭୀମ୍ ଆପ୍ ଲଗାଇବା ପରେ 52 ଟଙ୍କାର ହେଉଛି ତ 52 ଟଙ୍କା ମିଳୁଛି । 53 ଟଙ୍କା ହେଉଛି ତ 53 ଟଙ୍କା ମିଳୁଛି । 48 ଟଙ୍କା 45 ପଇସା ହେଉଛି ତ ପୁରା ପଇସା ମିଳୁଛି । କହିଲା କି ମୋର ତ ଆଠ ଶହ-ହଜାର ଟଙ୍କା ବଂଚି ଗଲା ।

ଦେଖନ୍ତୁ ଜିନିଷ କିପରି ବଦଳୁଛି, ଆଉ ଏଥି ପାଇଁ ଆମେ ଅତି କମ୍ ରୁ କମ୍ ମୋଦୀଙ୍କର ବିରୋଧ କରିବା, କିଛି କଥା ନାହିଁ ଆପଣଙ୍କ କାମ ମଧ୍ୟ ଅଟେ, କରିବାକୁ ମଧ୍ୟ ହେବ । କିନ୍ତୁ ଯାହା ଭଲ ଜିନିଷ ତାକୁ ଆଗକୁ ବଢାନ୍ତୁ । ଯାହା ଧରି ନିଅନ୍ତୁ ଗାଁରେ ନାହିଁ । ସହରରେ ଅଛି ତ ଆଗକୁ ତ ବଢାନ୍ତୁ, ସେଥିରେ ଯୋଗଦାନ କରନ୍ତୁ, ଦେଶର ଭଲ ହେବ । ଆମକୁ ଆଉ କେଉଁ ବ୍ୟକ୍ତିର ମଲ ଦରକାର ନାହିଁ ଆଉ ଏଥି ପାଇଁ ମୁଁ ଅନୁରୋଧ କରିବି କି କିଛି ଜିନିଷରେ ଆମେ ସହାଯ୍ୟ କରି ପରିବା, ତ କରିବା ଦରକାର ।

କାର୍ଯ୍ୟ ଆଉ ସଂସ୍କୃତି କିପରି ବଦଳିଥାଏ । ଏବେ ଏହି ରାସ୍ତା ତିଆରି ହେବା ଆମ ଆସିବା ପରେ ହେଲା କି । ଏହା ତୋଡରମଲଙ୍କ ସମୟରୁ ଚାଲି ଆସୁଛି । ଶେର ଶାହା ସୁରୀଙ୍କ ସମୟରୁ ଚାଲି ଆସୁଛି, ତ କହିବାର ଏହା ଯେ ଆମ ଜବାନଙ୍କ କଥା କହିବାର ଥିଲା, ଆମ ସମୟରେ ଥିଲା । ଏବେ କେଉଁଠିକି କେଉଁଠିକି ଯିବ ଭାଇ । ପ୍ରଭେଦ ହେଉଛି କ’ଣ ବିଗତ ସରକାରରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡକ ଯୋଜନାରେ ପ୍ରତି ଦିନ 69 କିଲୋମିଟର ହେଉଥିଲା । ଆମେ ଆସିବା ପରେ 111 କିଲୋମିଟର ହୋଇଯାଇଛି, ଏହା ହେଉଛି ପ୍ରଭେଦ ।

ଆଉ, ଆଉ ଆମେ ରାସ୍ତା ତିଆରିରେ ମହାକାଶ ଜ୍ଞାନ କୌଶଳର ଉପଯୋଗ କରିଲୁ । ମହାକାଶ ଜ୍ଞାନ କୌଶଳରେ ଫଟୋଗ୍ରାଫି ରହିଛି, ନିରିକ୍ଷଣ ରହିଛି । ଆମେ ରେଳବାଇରେ ଡ୍ରୋନର ଉପଯୋଗ କରିଲୁ । ଫଟୋଗ୍ରାଫି କରିଲୁ, କାମର ହିସାବ ନେଇଛୁ । କାର୍ଯ୍ୟ ସଂସ୍କୃତି ବୈଷୟିକ ଜ୍ଞାନର ସହାୟତାରେ କିପରି ପରିବର୍ତ୍ତନ ଅଣା ଯାଇପାରୁଛି ।

ଆବସ ଯୋଜନା, ଗ୍ରାମୀଣ ଆବସ ଯୋଜନା, ରାଜନୈତିକ ଲାଭ ଉଠାଇବା ପାଇଁ ନାମକୁ ଯୋଡି ତାର ଯେଉଁ ଉପଯୋଗ ହେଲା, ତାହା ହେଲା । କିନ୍ତୁ ପୁଣି ମଧ୍ୟ ଆପଣଙ୍କ ସମୟରେ ଗୋଟିଏ ବର୍ଷରେ 10,83,000 ଘର ତିଆରି ହେଉଥିଲା । ଏହି ସରକାରରେ ଗୋଟିଏ ବର୍ଷରେ 22,27,000 ଘର ତିଆରି ହୋଇଛି । ଜାତୀୟ ସହରାଂଚଳ ନବୀକରଣ ମିଶନରେ ଗୋଟିଏ ମାସରେ 8017 ଘର ତିଆରି ହୋଇଥିଲା । ଆମ ଯୋଜନାରେ 13,530 ଘର ତିଆରି ହୋଇଛି ।

ରେଳବାଇ- ଆଗେ ବ୍ରଡଗେଜ ରେଲପଥ ନିର୍ମାଣ ଗୋଟିଏ ବର୍ଷରେ 1500 କିଲୋମିଟର ହେଉଥିଲା । ପୂର୍ବ ବର୍ଷ ଏହା ବଢି କରି 1500 କିଲୋମିଟ ସାମ୍ନାରେ 3000 କିଲୋମିଟର, ଦୁଇଗୁଣା ଆଉ ଆମେ  3500 କିଲୋମିଟର ପର୍ଯ୍ୟନ୍ତ ଏବଂ ଏଥିପାଇଁ ଏହି ପରିଣାମ ଅଚାନକ ଆସି ନାହିଁ ।  ଯୋଜନାବଦ୍ଧ ଭାବରେ, ପ୍ରତି କ୍ଷଣ, ପ୍ରତ୍ୟେକ ଜିନିଷର ନିରିକ୍ଷଣ ବା ଅନୁଧ୍ୟାନ କରୁ କରୁ ସେହି ଲୋକ, ସେହି ନିୟମ, ସେହି କର୍ମଚାରୀ, ସେହି ପରିବେଶ ତା ପରେ ମଧ୍ୟ ପରିବର୍ତ୍ତନ ଆଣି ଦ୍ରୁତ ଗତିରେ ଆଗକୁ ବଢି ଚାଲିଛୁ । ଆଉ ଏହା ଅଚାନକ ହୁଏ  ନାହିଁ  ।

ଏଥିପାଇଁ ପୁରୁଷାର୍ଥ କରିବାକୁ ପଡିଥାଏ ଆଉ ଏଥିପାଇଁ ଆମ ଶାସ୍ତ୍ରରେ କୁହାଯାଇଛି-

ଉଦ୍ୟମେନ ହି ସିଦ୍ଧ୍ୟନ୍ତି କାର୍ଯ୍ୟାଣି ନ ମନୋରଥେଃ ।

ନ ହି ସୁପ୍ତସ୍ୟ ସିଂହସ୍ୟ ପ୍ରବିଶ୍ୟନ୍ତି ମୁଖେ ମୃଗାଃ । ।

ଉଦ୍ୟମରେ ହିଁ କାର୍ଯ୍ୟ ସିଦ୍ଧି ହୋଇଥାଏ, ନା କେବଳ ମନୋରଥରେ, ଶୋଇଥିବା ସିଂହର ପାଟିରେ ହରିଣ ଆସି ପ୍ରବେଶ କରେ ନାହିଁ, ତାକୁ ମଧ୍ୟ ଶିକାର କରିବାକୁ ପଡିଥାଏ ।

ଆଦରଣୀୟ ଅଧ୍ୟକ୍ଷା ମହୋଦୟ, କିଛି ଆମୁଳଚୂଳ ପରିବର୍ତ୍ତନ କେମିତି ଆସିଥାଏ । ଆମେ ଜାଣିଛୁ କି ରାଜ୍ୟଗୁଡିକର ବିଦ୍ୟୁତ ବୋର୍ଡ DISCOM ସାରା ରାଜ୍ୟରେ ସଂକଟରେ ରହିଛି । ସେଥିପାଇଁ ତ ହିନ୍ଦୁସ୍ଥାନରେ ଲାଲକିଲା ଉପରୁ ସେଥିପାଇଁ ଚିନ୍ତା କରାଯାଇଥିଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା । ଏତେ ପରିମାଣରେ ଏହି ପରିସ୍ଥିତି ବିଗିଡି ଯାଇଥିଲା । ବିଗତ ଦୁଇ ବର୍ଷରେ ବିଜୁଳି ଉତ୍ପାଦନର କ୍ଷମତା ବଢିଲା । ପାରମ୍ପରିକ ଶକ୍ତିକୁ ତାହା ସହିତ ଯୋଡାଗଲା । ପରିବହନ ଲାଇନରେ ବୃଦ୍ଧି କରାଗଲା, ସୌର ଶକ୍ତିକୁ ଅଣାଗଲା । 2014 ରେ 2700  ମେଗାୱାଟ ଥିଲା, ଆଜି ଆମେ ତାହାକୁ 9100  ମେଗାୱାଟ ପର୍ଯ୍ୟନ୍ତ ପହଂଚାଇ ଦେଲୁ । ସବୁଠାରୁ ବଡ କଥା DISCOM  ଯୋଜନା କାରଣରୁ, ଉଦୟ ଯୋଜନା ମାଧ୍ୟମରେ ରାଜ୍ୟ ଗୁଡିକ ଏହି ଯୋଜନାକୁ ସଫଳ କରି ପାରିଲେ ପ୍ରାୟ 1 କୋଟି 60 ହଜାର ଟଙ୍କାରୁ ଅଧିକ ଅର୍ଥ ରାଜ୍ୟମାନଙ୍କ ରାଜକୋଷରେ ସଂଚୟ ହେବ ଆଉ ରାଜ୍ୟଙ୍କ ସହିତ ଯୋଡି ଭାରତ ସରକାର ଯଦି 1 କୋଟି 60 ହଜାରର ଘୋଷଣା କରି ଦିଅନ୍ତି ତାହେଲେ ଚାରିଆଡେ କହନ୍ତେ ବାଃ, ମୋଦୀ ସରକାର ଏତେ ପଇସା ଦେଲେ । ଆମେ ଏପରି ଯୋଜନା କଲୁ ରାଜ୍ୟମାନଙ୍କ ରାଜକୋଷରେ 1 କୋଟି 60 ହଜାର ଟଙ୍କା DISCOM  ଦ୍ୱାରା, ଉଦୟ ଯୋଜନା  ଦ୍ୱାରା, ସଂଚୟ ହେବ, ଯାହା ତାଙ୍କ ପାଇଁ ବିକାଶର କାମରେ ଆସିବ ଏବଂ ଉର୍ଜ୍ଜା କ୍ଷେତ୍ରରେ ଯେଉଁ ବୋଝ ଅଛି ସେହି ବୋଝରୁ ସେ ରକ୍ଷା ପାଇବେ ।

କୋଇଲା- ଆପଣ ଜାଣନ୍ତି କୋଇଲା ଯେଉଁଠାରୁ ବାହାରେ, ତା ପାଖକୁ ଦିଆ ଯାଉ ନ ଥିଲା । ଦୂରରୁ ଦେଖାଯାଉଥିଲା କହିଁକି? ତ କହିଲେ ରେଳବାଇର କିଛି ଆୟ ହୋଇଯାଉ । ଆମେ କହିଲୁ ଭାଇ ବହୁତ ଭଲ, ରେଳବାଇର ଆୟ ପାଇଁ ଏତେ କଥା କହୁଛ, ଆମେ ସମାନୁପାତରେ କରିଦେଲୁ, ଯିଏ ପାଖରେ ଅଛି ତାକୁ ସେଠାରୁ କୋଇଲା ମିଳିବ, କୋଇଲାର ଖର୍ଚ୍ଚ ହେଉ, ସେହି ଦିଗରେ ପ୍ରୟାସ କଲୁ, ଆଉ ସେହି କାରଣରୁ ପାଖାପାଖି 1300 କୋଟି ଟଙ୍କା କୋଇଲା ପରିବହନ ଖର୍ଚ୍ଚ କମିଲା ।

ଏଲ୍ଇଡି ବଲବ୍- ଏବେ ଏହାତ ଆମେ କହୁ ନାହୁଁ ଯେ ଏଲ୍ଇଡି ବଲବ୍ ଆମେ ଆଣିଛୁ । ବୈଜ୍ଞାନିକ ଗବେଷଣା ହେଲା, ଆପଣ ବି ଆରମ୍ଭ କଲେ କିନ୍ତୁ ଆପଣଙ୍କ ସମୟରେ ସେହି ଏଲ୍ଇଡି ବଲବ୍ ପାଖାପାଖି ତିନି ଶହ, ସାଢେ ତିନି ଶହ, ତିନି ଶହ ଅଶି ଟଙ୍କାରେ ଚାଲୁଥିଲା । ଏଲ୍ଇଡି ବଲବ୍ ରେ ଶକ୍ତି ସଂରକ୍ଷଣ ହେଲେ ଆମେ ତାକୁ ବଡ଼ ମିଶନ ରୂପେ ନେଲୁ ଏବଂ ପାଖାପାଖି ଏତେ କମ୍ ସମୟରେ ଆଠ ନଅ ମାସରେ ଏହି ଯୋଜନାକୁ ଗୁରୁତ୍ୱ ଦେଲୁ । ଏତେ କମ୍ ସମୟ ମଧ୍ୟରେ 21 କୋଟି ଏଲ୍ଇଡି ବଲବ୍ ଲଗାଇବାରେ ସଫଳତା ପାଇଲୁ ଏବଂ ତୀବ୍ର ଗତିରେ ଆଗକୁ ବଢୁଛୁ  । ଆଉ ଏ ପର୍ଯ୍ୟନ୍ତ ଯେଉଁ ଏଲ୍ଇଡି ବଲବ୍ ଲାଗିଛି ସେହି କାରଣରୁ ପରିବାରରେ ଯେଉଁ ବିଜୁଳି ବିଲ୍ ଆସୁଥିଲା, ସେ ବିଜୁଳି ବିଲ୍ କମି ଯାଇଛି, ସେହି ପରିବାର ମାନଙ୍କରେ ପାଖାପାଖି 11,000 କୋଟି ଟଙ୍କାର ସଂଚୟ ହୋଇଛି । ଯଦି କୌଣସି ସରକାର ବଜେଟରେ 11,000 କୋଟି ବିଜୁଳି ଉପଭୋକ୍ତାମାନଙ୍କୁ ଦେବାର ନିଷ୍ପତ୍ତି କରିଥାନ୍ତେ ତ ଖବର କାଗଜରେ ମୁଖ୍ୟ ସମାଚାର ହୋଇଥାନ୍ତା । ଆମେ  ଏଲ୍ଇଡି ବଲବ୍ ଲଗାଇବା ମାତ୍ରେ 11,000 କୋଟି ବିଜୁଳି ବିଲ୍ ସାଧାରଣ ନାଗରିକ ଘରେ କମି ଗଲା । କାର୍ଯ୍ୟ ସଂସ୍କୃତି ଅଲଗା ହୋଇଥାଏ, କିଭଳି ପରିବର୍ତ୍ତନ ଆସିଥାଏ ଏହାର ଏ ଏକ ନମୂନା ଅଟେ ।

ଏଠାରେ ଆମ ବିରୋଧୀ ନେତା ଅନୁସୂଚିତ ଜାତିର ବଜେଟକୁ ନେଇ ଭାଷଣ ଦେଉଥିଲେ । କିନ୍ତୁ ବଡ ଚାଲାକିରେ 13-14 ସଂଖ୍ୟାକୁ ସେ କହିବାକୁ ଭଲ ପାଇଲେ ନାହିଁ । ପାଟି ଲାଗୁଥିଲା, 13-14 ଆସୁଥିଲା ଅଟକି ଯାଉଥିଲେ । ଅନୁସୂଚିତ ଜାତି ଉପ ଯୋଜନାରେ ମୋଟ ଆବଂଟନ 2012-13 ରେ 37113 କୋଟି; 13-14 ରେ 41561 କୋଟି; 14-15 ରେ 38833 କୋଟି ; ଏବଂ 16-17=40920, 33.7% ବୃଦ୍ଧି ଏବଂ ଏହି ବର୍ଷ ବଜେଟରେ 52393; ଏବଂ ଏଥିପାଇଁ ସତ ଶୁଣିବା ନିମନ୍ତେ ସାହସ ଦରକାର । ଗୋଟିଏ ପଟେ ମୁଁ କାମ ବିଷୟରେ ଜଣାଇବାକୁ ଚାହୁଁଛି, ଏ ସରକାର ଭ୍ରଷ୍ଟାଚାର ବିରୁଦ୍ଧରେ ଲଢିବାବାଲା ସରକାର ଅଟେ । ଭ୍ରଷ୍ଟାଚାର ବିରୁଦ୍ଧରେ ଲଢାଇ ଲଢିବା ସମୟ କି ପ୍ରକାରରେ କାମ କରାଯାଇଥାଏ ।

17 ମନ୍ତ୍ରଣାଳୟରେ 84 ଯୋଜନା, ଆମେ ସିଧାସଳଖ ସୁବିଧା ହସ୍ତାନ୍ତର ଆଧାର ଯୋଜନା ସହିତ ଯୋଡି ତାକୁ ଆଗକୁ ନେଲୁ ଏବଂ 32 କୋଟି ଲୋକଙ୍କୁ 1 ଲକ୍ଷ 56 ହଜାର କୋଟି ଟଙ୍କା  ସିଧାସଳଖ ସୁବିଧା ହସ୍ତାନ୍ତର ଯେଜନାରେ ଦିଆଗଲା । ଏବେ ତା ଦ୍ୱାରା କ’ଣ ଲାଭ ହେଲା ଆଉ ଏହାକୁ ବୁଝିବାକୁ ହେବ ଯେ କିଭଳି ପ୍ରତି ଗଳି କନ୍ଦିରେ ଚୋରୀ ଲୁଟ୍ ବ୍ୟବସ୍ଥା ଥିଲା । ଆଉ ମୁଁ ଜାଣେ ଏତେ ସୁକ୍ଷ୍ମ ଭାବରେ ପ୍ରତି ଜାଗାରେ ଚୋରୀ ଲୁଟ୍ ରୋକିବି ତ ମୋ ପାଖରେ ଝଡ ହେବ । ଆଉ ତେବେ ଯାଇ ମୁଁ ଗୋଆରେ କହିଥିଲି ମୁଁ ଜାଣେ ମୁଁ ଏଭଳି ନିଷ୍ପତ୍ତି କରୁଛି । ମୋ ଉପରେ କ’ଣ ବିତିବ ମତେ ହିଁ ଜଣା । ଆଜି ମଧ୍ୟ ଜଣା । ଆଉ ଏଥିରେ ପୁଣି ଥରେ କହୁଛି ଏଭଳି ବଡ଼ ବଡ଼ ଲୋକଙ୍କୁ ଅସୁବିଧା ହେଉଛି ଏବଂ ଅଧିକ ହେବାକୁ ଯାଉଛି । ସେହି କାରଣରୁ ମୋର ଅନୁମାନ ମୋ ଉପରେ କ’ଣ କ’ଣ ଦଣ୍ଡ ଆସିବାକୁ ଅଛି । ସେଥିପାଇଁ ମୁଁ ପ୍ରସ୍ତୁତ । କାରଣ ଦେଶ ପାଇଁ, ମୁଁ ହିଁ ପଣ କରି ବାହାରିଥିବା ଲୋକଟିଏ ଆଉ ଏଥି ପାଇଁ ପଦକ୍ଷେପ ନେଇଛି ।

ପହଲ ଯୋଜନା- ଆମର ଏଠି ଗ୍ୟାସ ସିଲିଣ୍ଡର ଯାଉଥିଲା, ରିହାତି ମିଳୁଥିଲା, ଯେତେବେଳେ ତାକୁ ଆଧାର ଯୋଜନା ସହିତ ଯୋଡିଲୁ ତ, ତାହାର ବାଟମାରଣା ପାଖାପାଖି 26 ହଜାର କୋଟି ଟଙ୍କାରୁ ଅଧିକ ବାଟମାରଣା ରୋକିହେଲା, ଯାହାର ପରିଣାମ ଏହା ଆସିଲା ପାଖାପାଖି କି ଦେଢ କୋଟି ଗରିବ ପରିବାରରେ ଗ୍ୟାସ ସଂଯୋଗ ଦେବାରେ ଆମେ ସଫଳ ହୋଇଛୁ । ଆପଣ ଟିକେ ଅଧ୍ୟୟନ କରି ନିଅନ୍ତୁ ମୁଁ ଯେବେ ସଦନରେ କହୁଛି ତ ଦାୟିତ୍ୱର ସହିତ କହୁଛି । ବିଗତ ଅଢେଇ ବର୍ଷରେ ନକଲି ସଂଯୋଗ, ଗରିବ ଲୋକର ହକ୍ ଛଡାଇ ନେବାର କାମ, ନକଲି ରାସନ କାର୍ଡବାଲା କରୁଥିଲେ । ଗରିବକୁ ଯାହା ମିଳିବାର ଥିଲା, ତାକୁ କଳାବଜାରୀ ନିଜ ପାଖରେ ନକଲି ରାସନ କାର୍ଡ ମାଧ୍ୟମରେ ମୋହର ମାରି ମାଲ ଚୋରିକରି ନେଉଥିଲେ ଏବଂ କଳାବଜାରରେ ବିକ୍ରି କରି ଦେଉଥିଲେ । ଯେତେବେଳେ ଠାରୁ ଆମେ ଟେକ୍ନୋଲଜିର ଉପଯୋଗ କଲୁ ଆଧାରର ଉପଯୋଗ କଲୁ ପାଖାପାଖି 4 କୋଟି, 3 କୋଟି 95 ଲକ୍ଷ, ପାଖାପାଖି 4କୋଟି ନକଲି ରାସନ କାର୍ଡ ଧରା ପଡିଲା, ସେଥିରୁ ପାଖାପାଖି 14 ହଜାର କୋଟି ଟଙ୍କା କଳାବଜାରୀ ମାନେ ମାରି ଖାଇ ଦେଉଥିଲେ, ଗରିବର ହକ୍ କୁ ମାରି ଖାଇ ଦେଉଥିଲେ, ତାହା ମୁଖ୍ୟଧାରାକୁ ଆସିଲା ଆଉ ଗରିବଙ୍କ ପାଖକୁ ଗଲା ।

ମନରେଗା-ମନରେଗା ରେ ଆଧାର ମାଧ୍ୟମରେ ପ୍ରାପ୍ୟ ଦିଆଯାଉଛି, ସିଧାସଳଖ ପଇସା ହସ୍ତାନ୍ତର ହେଉଛି, ପାଖାପାଖି 94% ସଫଳତା ମିଳିଛି । ଆଉ ଏହାର ପରିଣାମ ଏହା ହୋଇଛି ଯେ 7633 କୋଟି ଟଙ୍କାର ବାଟମାରଣାକୁ ରୋକାଯାଇ ପାରିଛି, ଏହି ବାଟମାରଣା ଏ ପର୍ଯ୍ୟନ୍ତ ରୋକାଯାଇ ପାରିଛି ଆଉ ପ୍ରତି ବର୍ଷ ଆସିବାର ନାହିଁ ପ୍ରତି ବର୍ଷ ସଂଚୟ ହୋଇ ରହିବ ।

ଆଉ ଆଗକୁ ମଧ୍ୟ ଯାହା ଅଛି ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ପାଖାପାଖି 400 କୋଟି ଟଙ୍କା ଅଛି ଯାହାର କିଛି ହିସାବ କିତାବ ବିଲକୁଲ ନାହିଁ, କିନ୍ତୁ ପଇସା ଯାଉଥିଲା କିଛି ତ ଏମିତି ଜିନିଷ ମିଳିଳା ଯେଉଁ ଝିଅର ଜନ୍ମ ହୋଇ ନାହିଁ,  ତ ସେହି ଝିଅ ବିଧବା ମଧ୍ୟ ହୋଇଗଲା ଏବଂ ରାଜକୋଷରୁ ଧନ ମଧ୍ୟ ଯାଉଛି । ଏହି ସବୁକୁ ରୋକିବାର କାର୍ଯ୍ୟ ସଂସ୍କୃତିକୁ ନେଇ ଆମେ ଚାଲିଛୁ । ଛାତ୍ରବୃତ୍ତି, ଏମିତି କେତେ ଜିନିଷ ଅଛି ଏକ ବଡ଼ ବଡ଼ ଅନୁମାନ ଲଗାଉଛି । ଗୋଟିଏ ବର୍ଷରେ ଆଉ ପ୍ରତି ବର୍ଷ ଏବେ ତ ମୁଁ କହୁଛି ଆରମ୍ଭ ହୋଇଛି 49,500 କୋଟି ଟଙ୍କା, ଏହା କଳାବଜାରୀମାନଙ୍କ ପାଖକୁ ଯିବାରୁ ବଂଚିଗଲା ।ଆପଣ କଳ୍ପନା କରି ପାରିବେ କି ପାଖାପାଖି 50 ହଜାର କୋଟି ଟଙ୍କା ଯାହା ଗରିବଙ୍କ ହକ୍ ଥିଲା ତାହା କଳାବଜାରୀ ଖାଇ ଯାଉଥିଲେ, ଭ୍ରଷ୍ଟାଚାର ନାମରେ, ଲୁଟ୍ ନାରେ ତାକୁ ରୋକିବାର କାମ ତା ପାଇଁ ବଡ଼ ସାହସର ସହିତ ଜୁଟାଇବାକୁ ପଡିଥାଏ ତାହା କରି ଦେଖାଇଲୁ ।

ଆଦରଣୀୟ ଅଧ୍ୟକ୍ଷାଜୀ, ମୁଁ କାର୍ଯ୍ୟ ସଂସ୍କୃତିର ଉଦାହରଣ ମଧ୍ୟ ଦେବାକୁ ଚାହୁଁଛି କୃଷକମାନଙ୍କୁ ନେଇ ବଡ ବଡ଼ କଥା କହୁଛନ୍ତି । ପ୍ରତି ବର୍ଷ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀ ଭାରତ ସରକାରଙ୍କୁ ଏହି କଥା ପାଇଁ ଚିଠି ଲେଖୁଥିଲେ କି ଆମକୁ ୟୁରିଆ ମିଳିବା ଦରକାର, ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ଥିଲି ସେତେବେଳେ ଏହା ଲେଖୁଥିଲି ଏବଂ ୟୁରିଆ ପାଇବା ପାଇଁ ବହୁତ ବଡ଼ ଅସୁବିଧା ହେଉଥିଲା । ମୁଁ ଆଜି ବଡ଼ ଆତ୍ମସନ୍ତୋଷର ସହ କହୁଛି କି ବିଗତ ଦୁଇ ବର୍ଷ ମଧ୍ୟରେ କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ୟୁରିଆ ପାଇଁ  ଚିଠି ଲେଖିବାକୁ ପଡି ନାହିଁ, କେଉଁଠାରେ ୟୁରିଆ ପାଇଁ  ଲାଇନ ଲାଗି ନାହିଁ, କେଉଁଠାରେ ୟୁରିଆ ପାଇଁ  ଲାଠି ଚାର୍ଜ ହୋଇ ନାହିଁ, କିନ୍ତୁ ଏକଥା ଆମେ ଭୁଲି ନାହୁଁ  ପୁରୁଣା ସମ୍ବାଦ ପତ୍ର କାଢି  ଦେଖି ନିଅନ୍ତୁ, କୃଷକ ମାନଙ୍କୁ ୟୁରିଆ ପାଇବା ପାଇଁ କେତେ କଷ୍ଟ ହେଉଥିଲା । ଏବେ ମତେ କୁହନ୍ତୁ ନିମଯୁକ୍ତ, ନିମ-ଲେପିତ ୟୁରିଆ ଯାହାର ଜ୍ଞାନ କ’ଣ କେବଳ ଆମକୁ ଜଣାଅଛି? କ’ଣ ଆପଣଙ୍କୁ ଜଣା ନ ଥିଲା ? ଆପଣ ଜାଣି ଥିଲେ, ଆପଣ 5  ଅକ୍ଟୋବର 2007  ନିମବୋଳା ୟୁରିଆର ଚର୍ଚ୍ଚା ଆପଣଙ୍କ ମନ୍ତ୍ରୀସ୍ତରୀୟ ଗୋଷ୍ଠୀଙ୍କ ଦ୍ୱାରା ପ୍ରଧାନତଃ ଅନୁମୋଦନ ଲାଭ କରିଥିଲା, 5  ଅକ୍ଟୋବର 2007 ରୁ ନେଇ କ’ଣ ହୋଇଥିଲା? ପାଖାପାଖି ଛଅ ବର୍ଷ! ଗୋଟିଏ ଆପଣ ମାନଦଣ୍ଡ ରଖିଲେ 35%, ରୁ ଅଧିକ ନିମପ୍ରଲେପ କରିବା, ଆପଣ 100%,  କରିଲେ ନାହିଁ  ସେଥିରୁ କୌଣସି ଲାଭ ମିଳିବ ନାହିଁ, କାରଣ ୟୁରିଆ ଚୋରୀ ହେଉଥିଲା କାରଖାନକୁ ଚାଲି ଯାଉଥିଲା କୃଷକଙ୍କ ନାମରେ ରିହାତିର ବିଲ୍ କଟା ଯାଉଥିଲା କିନ୍ତୁ  କୃଷକଙ୍କୁ ଲାଭ ମିଳୁ ନ ଥିଲା  । ୟୁରିଆର ଦ୍ୱିତୀୟ ଉପଯୋଗ ହେଉଥିଲା ସିନ୍ଥେଟିକ୍ କ୍ଷୀର ପ୍ରସ୍ତୁତିରେ ଏବଂ ସେହି କାରଣରୁ ଗରିବ ପିଲାର ଜୀବନ ସହିତ ଖେଳା ଯାଉଥିଲା । ୟୁରିଆକୁ 100%, ନିମ-ଲେପିତ କରିବା ପାଇଁ ନିଷ୍ପତ୍ତି କରି ଥିଲୁ, ଛଅ ବର୍ଷରେ ଆପଣ  ମାତ୍ର 20%, 20% ପର୍ଯ୍ୟନ୍ତ ଲାଗାଇବା ପରେ 35%  ରେ ପହଂଚି ପାରିଲେ ନାହିଁ, ମାତ୍ର 20%, ନିମ-ଲେପିତ କରିଥିଲେ । ଆମେ ଆସିବା ପରେ ଏହି କଥା ହାତକୁ ନେଲୁ ଏବଂ 188 ଦେଶ, ଆପଣଙ୍କ ଛଅ ବର୍ଷ, ମୋର ଛଅ ମାସ ହିନ୍ଦୁସ୍ଥାନରେ 100%, ନିମ-ଲେପିତ ୟୁରିଆର କରି ଦେଲୁ, ଆମଦାନୀ ହେଉଥିବା ୟୁରିଆକୁ ମଧ୍ୟ ନିମ-ଲେପିତ  କରି ଦେଲୁ । ଆଉ ଏହି ନିମ-ଲେପିତ ହେବାର ଲାଭ, ଯାହାର ଆମେ ସର୍ଭେ କରିଲୁ ଅର୍ଥାତ ଆପଣଙ୍କ କାର୍ଯ୍ୟ ସଂସ୍କୃତି ଏବଂ ଆମ କାର୍ଯ୍ୟ ସଂସ୍କୃତିରେ ତଫାତ୍ ଏହା ଯେ, ନିମ-ଲେପିତ କଥା ଆସୁଛି ଆପଣ ଠିଆ ହୋଇ ଯାଇ କହୁଛନ୍ତି କି ଇଏ ଆପଣଙ୍କ ସମୟର କଥା, ଏହା ଆପଣଙ୍କ ସମୟର କଥା, ଆପଣଙ୍କ ପଡିଆରେ ଖେଳିବାର ସେଥିପାଇଁ ଖେଳ କରି ଦେଖାଉଛି କି  ଆପଣ ଅବସ୍ଥା କ’ଣ? Agriculture Development and Rural Transformation Centre ସେମାନେ ତ ବିଶ୍ଳେଷଣ କରି ରିପୋର୍ଟ ଦେଇଛନ୍ତି, କୃଷକଙ୍କ ମଙ୍ଗଳ ହେଉଛି ଦେଖନ୍ତୁ । ଧାନ ଉତ୍ପାଦନରେ 5 ପ୍ରତିଶତ ବୃଦ୍ଧି, ଆଖୁ ଉତ୍ପାଦନରେ 15 ପ୍ରତିଶତ ବୃଦ୍ଧି, ଆପଣ କଳ୍ପନା କରି ପାରିବେ କି କୃଷକର ଏଥିପାଇଁ କେତେ ଖର୍ଚ୍ଚ ବଂଚୁଛି ।

କେଉଁ ପ୍ରକାରରେ ଆଦରଣୀୟ ରାଷ୍ଟ୍ରପତି ଜୀ, ଆମ ସମସ୍ତଙ୍କୁ ଏକ ଆହ୍ୱାନ  କଲେ ଯେ, ଲୋକସଭା ଏବଂ ବିଧାନସଭାର ନିର୍ବାଚନ ଏକା ସାଙ୍ଗରେ କରାଇବା ଦିଗରେ ଭାବିବାର  ସମୟ ଆସିଯାଇଛି । ଏହାକୁ ରାଜନୈତିକ ନିକିତିରେ ତଉଲା ଯାଉ, ତତ୍କାଳ ପ୍ରତେକ୍ୟଙ୍କୁ ଅଳ୍ପ ବେଶୀ କ୍ଷତି ହେବ । ପ୍ରତେକ୍ୟଙ୍କୁ ଅଳ୍ପ ବେଶୀ ହେବ, କିନ୍ତୁ ଏହି ବିଷୟ ଉପରେ ଗମ୍ଭୀରତାର ସହିତ ଭାବିବାର ଆବଶ୍ୟକତା ଅଛି । ଆଜି ପ୍ରତି ବର୍ଷ, ପାଂଚ-ସାତ ରାଜ୍ୟରେ ନିର୍ବାଚନ ହୋଇ ଚାଲିଛି । ଏକ କୋଟିରୁ ଅଧିକ ସରକାରୀ କର୍ମଚାରୀ କେବେ ନା କେବେ ନିର୍ବାଚନରେ ଲାଗୁଛନ୍ତି । ସବୁଠାରୁ ଅଧିକ କ୍ଷତି ଶିକ୍ଷା କ୍ଷେତ୍ରରେ ଜଡିତ ଆମର ଅଧ୍ୟାପକ, ପ୍ରାଧ୍ୟାପକଙ୍କୁ ନିର୍ବାଚନ କାମରେ ଯିବାକୁ ପଡୁଛି । ଭବିଷ୍ୟତ ପିଢିଙ୍କର କ୍ଷତି ହେଉ, ବାରମ୍ବାର ନିର୍ବାଚନ କାରଣରୁ ହେଉଛି ଏବଂ ତା କାରଣରୁ ଖର୍ଚ୍ଚର ମଧ୍ୟ ବହୁତ ବଡ ବୃଦ୍ଧି ହେଉଛି । ଆଉ ଏଥି ପାଇଁ 2009ରେ ଯେବେ ଲୋକସଭା ନିର୍ବାଚନ ହେଲା ତ 11,000କୋଟି ଟଙ୍କା ଖର୍ଚ୍ଚ ହେଲା ଏବଂ 2014ରେ ଯେବେ ଲୋକସଭା ନିର୍ବାଚନ ହେଲା 4000 କୋଟି ଟଙ୍କାରୁ ମଧ୍ୟ ଅଧିକ ଖର୍ଚ୍ଚ ହେଲା । ଆପଣ କଳ୍ପନା କରି ପାରୁଥିବେ ଏହି ଗରିବ ଦେଶ ଉପରେ, ଏ ଗରିବ ଦେଶ ଉପରେ କେତେ ବଡ ବୋଝ ପଡୁଛି । ଆଜି ଆଇନ ବ୍ୟବସ୍ଥା ଦୃଷ୍ଟିରୁ ଅନେକ ନୂଆ ନୂଆ ଆହ୍ୱାନ ଆସୁଅଛି । ପ୍ରାକୃତିକ ସଂକଟ କାରଣରୁ ମଧ୍ୟ ସୁରକ୍ଷା ବଳର ସାହାଯ୍ୟ ଲାଗୁଛି, ସାରା ଦୁନିଆରେ ଖେଳାଇ ହୋଇ ରହିଥିବା ଆତଙ୍କବାଦ ଆଉ ଶତ୍ରୁ ଦେଶ ଯେଉଁ ପ୍ରକାରର କାର୍ଯ୍ୟ କଳାପ କରୁଛନ୍ତି ଆମ ସୁରକ୍ଷା ବଳକୁ ସେଥିରେ ମଧ୍ୟ ଶକ୍ତି ଲଗାଇବାକୁ ପଡୁଛି । ଏତେବଡ କାମ ବଢି ଚାଲିଛି । ଅନ୍ୟ ପଟେ ସୁରକ୍ଷା ବଳଙ୍କୁ ଅଧିକ ଶକ୍ତି ନିର୍ବାଚନୀ ବ୍ୟବସ୍ଥାରେ ଲଗାଇବାକୁ ପଡୁଛି, ସେମାନଙ୍କୁ ପଠାଇବାକୁ ପଡୁଛି । ଏହି ସଂକଟକୁ ଆମେ ବୁଝିବା ଏବଂ ଏକ ଦୀର୍ଘ ଦ୍ରଷ୍ଟା ରୂପରେ କୌଣସି ଗୋଟିଏ ଦଳ ଏହାର ନିର୍ଣ୍ଣର୍ୟ ନେଇ ପାରିବ ନାହିଁ । ସରକାର ଏହାର ନିଷ୍ପତ୍ତି କେବେ ବି ନେଇ ପାରିବ ନାହିଁ, କିନ୍ତୁ ଅନୁଭବ ଆଧାରରେ ଦାୟିତ୍ୱପୂର୍ଣ୍ଣ ଲୋକମାନେ ମିଶି ଏହି ସମସ୍ୟାର ସମାଧାନ ଆମକୁ ଖୋଜିବାକୁ ହେବ, ଆମକୁ ରାସ୍ତା ଖୋଜିବାକୁ ହେବ, ଏବଂ ରାଷ୍ଟ୍ରପତି ଜୀ,  ଯେଉଁ ଚର୍ଚ୍ଚା ବାହାର କରିଛନ୍ତି ସେହି ଚର୍ଚ୍ଚାକୁ ଆମକୁ ଆଗକୁ ବଢାଇବାକୁ ହେବ । ତାଙ୍କର ଧନ୍ୟବାଦ କରିବା ସହିତ ତାଙ୍କ ଧନ୍ୟବାଦ ପାଇବା ପାଇଁ ଆମକୁ ପ୍ରୟାସ କରିବା ଆବଶ୍ୟକ ।

ଆଦରଣୀୟ ଅଧ୍ୟକ୍ଷାଜୀ, ଆମ ଦେଶର ଗ୍ରାମୀଣ ଅର୍ଥ-କାରଣକୁ ମଜବୁତ ନ କରି ଦେଶର ଅର୍ଥ-କାରଣ ଆଗକୁ ବଢି ପାରିବ ନାହିଁ । ମୁଁ ଆଶ୍ଚର୍ଯ୍ୟ ଆମ ବିରୋଧୀ ନେତାଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଦଳିତ, ପିଡୀତ, ଶୋଷିତ, ବଂଚିତ, ଯୁବ- ମଜଦୁର ଏ ସବୁର ଉଲ୍ଲେଖରେ ବି ବ୍ୟସ୍ତ ହୋଇଛନ୍ତି । କ’ଣ ଏହି ଦେଶରେ ଦଳିତ, ପିଡୀତ, ଶୋଷିତ, ବଂଚିତ ଏହି ଲୋକଙ୍କୁ , ଏହି ଲୋକଙ୍କର କ’ଣ ସେହି ଲୋକଙ୍କର ରାଷ୍ଟ୍ରପତିଙ୍କ ଭାଷଣରେ ସ୍ଥାନ ନ ଥିବା ଦରକାର । ସେଥିରେ କଷ୍ଟ ହେବା ଦରକାର, ମୁଁ ଆଶ୍ଚର୍ଯ୍ୟ ଯେ ଏଭଳି ପୀଡା କାହିଁକି ହେଉଛି । ଆମେ କୃଷି ସିଂଚନ ଯୋଜନା ଉପରେ ଗୁରୁତ୍ୱ ଦେଲୁ କାରଣ ମୁଁ ମାନୁଛି ଏବେ ଆପଣ ଦେଖନ୍ତୁ ମନରେଗାରେ କିଭଳି ମୂଳତଃ ପରିବର୍ତ୍ତନ ଆସିଛି, ଆପଣ ତିନି ବର୍ଷରେ କେବଳ 600 କୋଟି ଟଙ୍କା ବଢାଇଥିଲେ । ଆମେ ଆସି ଦୁଇ ବର୍ଷରେ 11,000 କୋଟି ଟଙ୍କା ବଢାଇ ଦେଲୁ  । କ’ଣ ଆମେ ସେଥିରେ ମହାକାଶ ବିଜ୍ଞାନର ଉପଯୋଗ କଲୁ, ଆମେ ତା ମଧ୍ୟରେ Zero Takingର ବ୍ୟବସ୍ଥା କରିଛୁ ଏବଂ ଆମେ ଗୁରୁତ୍ୱ ଦେଉଛୁ, ଗୁରୁତ୍ୱ ଦେଉଛୁ ଯେ ପ୍ରତିଟି ପୋଖରୀ ଉପରେ ଗୁରୁତ୍ୱ ଦିଆଯାଉ କି ସିଂଚନ ହୁଏତ ସବୁଠାରୁ ବଡ କଥା କିନ୍ତୁ ମତ୍ସ୍ୟ ପାଳନ ପାଇଁ ଛୋଟ ଛୋଟ ପୋଖରୀ ଦରକାର । ଗରିବ ଲୋକେ ରୋଜଗାର କରି ପାରିବ ଆଉ ଏହି କାରଣରୁ ପାଖାପାଖି 10ଲକ୍ଷରୁ ଅଧିକ ପୋଖରୀ କରିବାର ସଂକଳ୍ପ ନେଇ ଆମେ ଚାଲିଛୁ ଏବଂ ଗତ ଥର ମଧ୍ୟ ଆମେ ପୋଖରୀ ଆଡେ ଗୁରୁତ୍ୱ ଦେଇଥିଲୁ । ଏଥିରେ ଆମର ଯେଉଁ କୃଷକ ଅଛନ୍ତି ସେମାନଙ୍କୁ ବହୁତ ବଡ ଲାଭ ହେବାର ସମ୍ଭାବନା ରହିଛି । ନିରୀକ୍ଷଣର ବ୍ୟବସ୍ଥା ରହିଛି । Zero Taking କାରଣରୁ ନିରୀକ୍ଷଣ ବ୍ୟବସ୍ଥା ରହିଛି, ତାହାର ମଧ୍ୟ ଲାଭ ହେବ । ଆଉ ମହାକାଶ ବିଜ୍ଞାନ, ସାଟେଲାଇଟ ଭିତରେ ବହୁତ ଜିନିଷ ଥିବା କାରଣରୁ ମଧ୍ୟ ଆମେ ତାହାର ଉପଯୋଗ କଲୁ ନାହିଁ ଆମେ ଉପଗ୍ରହ ଛାଡି ଖବର କାଗଜ ମୁଖ୍ୟାଶଂରେ ରହିଲୁ । ଏହି ସରକାର ଯିଏ ଲଗାତାର ଭରପୁର ପ୍ରୟାସ କରୁଛନ୍ତି ଏବଂ ତାହାକୁ ଆଗକୁ ବଢାଇବା ପାଇଁ କାମ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା- ଫସଲ ବୀମା ଆଗରୁ ମଧ୍ୟ ଥିଲା କିନ୍ତୁ ଫସଲ ବୀମା ନେବା ପାଇଁ କୃଷକ ଆଗେ ପ୍ରସ୍ତୁତ ନ ଥିଲା । ଫସଲ ବୀମା ଆଗେ ଥିଲା କିନ୍ତୁ କୃଷକଙ୍କର ହକ୍ ରକ୍ଷା ହେଉନ ଥିଲା । ମୁଁ ଚାହୁଁଛି ଆମେ ସବୁ ସାର୍ବଜନିକ ଜୀବନରେ କାମ କରୁଥିବା ଲୋକ । ରାଜନୈତିକ ଦଳକୁ ଛାଡି ଦେଲେ ମଧ୍ୟ ସମାଜ ପ୍ରତି ଆମର ଗୋଟିଏ ଦାୟିତ୍ୱ ଅଛି । ଏହି ସଦନର ସମସ୍ତ ବ୍ୟକ୍ତି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଅଧ୍ୟୟନ କରନ୍ତୁ ଏବଂ ଆମ ଅଂଚଳର କୃଷକମାନଙ୍କୁ କିପରି ସହାୟତା ମିଳି ପାରିବ ସେଥିପାଇଁ ଏହାର ଲାଭ ତାଙ୍କ ନିକଟରେ ପହଁଚାନ୍ତୁ । ପ୍ରଥମ ଥର ବୁଣା ନ ହୋଇଥିବ, ଯଦି କୌଣସି ପ୍ରାକୃତିକ ବିପଦ କାରଣରୁ ତାହେଲେ ମଧ୍ୟ ସେ ବୀମାର ହକଦାର ଏବଂ ଫସଲ କାଟିବା ପରେ ମଧ୍ୟ ଯଦି 15ଦିନ ଭିତରେ ଅନ୍ୟ କୌଣସି ବିପତ୍ତି ଆସିଲା ତାହେଲେ ମଧ୍ୟ ସେ ବୀମାର ହକଦାର ହେବ, ଏହି ନିଷ୍ପତ୍ତି ଛୋଟ ନୁହେଁ ଆଉ ଏଥି ପାଇଁ ଏହା ଆମ ସମସ୍ତଙ୍କ ଦାୟିତ୍ୱ ଅଟେ ଯେ ଆମେ ଆମ କୃଷକଙ୍କୁ ଏ ଯେଉଁ ଲାଭ ମିଳିଛି ତାହା ସେହି ରାଜ୍ୟକୁ ଆମେ ପହଂଚାଇବା ।

ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ-ରାଜନୈତିକ ଭେଦଭାବ ଥାଇ ପାରେ କିନ୍ତୁ ନିଜ ଅଂଚଳର କୃଷକଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ସଂପର୍କରେ ବୁଝାନ୍ତୁ । ତାହାର ସୁଫଳ ମିଳିବ, ସେମାନଙ୍କର କ୍ଷତି କମିଯିବ ।  ଉପଯୁକ୍ତ ମାଟିରେ ସଠିକ ଫସଲରୁ ଉପଯୁକ୍ତ ଲାଭ ହେବ । ଏହା ସିଧା ସଳଖ ବିଜ୍ଞାନ ଅଟେ । ସେଥିରେ ରାଜନୀତି କରିବାର କୌଣସି ଆବଶ୍ୟକତା ନାହିଁ । ଏହାକୁ ଆମକୁ ଆଗକୁ ବଢାଇବାକୁ ହେବ ଆଉ ସେଥିରେ ମୁଁ ଚାହିଁବି ଛେଟ ଛୋଟ ଉଦ୍ୟୋଗୀ ଆଗକୁ ଆସନ୍ତୁ ନିଜେ ନିଜର ବ୍ୟକ୍ତିଗତ ପରୀକ୍ଷାଗାର ତିଆରି କରନ୍ତୁ ଏବଂ ସେମାନେ ନିଜେ ପଞ୍ଜିକୃତ ପରୀକ୍ଷାଗାର ଦ୍ୱାରା ଧିରେ ଧିରେ ଗାଁ ମାନଙ୍କରେ ମଧ୍ୟ ଏକ ନୂଆ ରୋଜଗାରର କ୍ଷେତ୍ର ଖୋଲିବେ ସେହି ଦିଗରେ କାମ କରିବା ଦରକାର ।

ଆଦରଣୀୟ ଅଧ୍ୟକ୍ଷା ମହୋଦୟ, ଆମେ ଆଉ ମଧ୍ୟ ଅନେକ ବିଷୟ ଏହିଠାରେ ଯୁବକଙ୍କ ପାଇଁ ଚର୍ଚ୍ଚା ହୋଇଛି ରୋଜଗାର ଅବସର ପାଇଁ । ମୁଦ୍ରା ଯୋଜନାରେ ପାଖାପାଖି ଦୁଇ କୋଟିରୁ ଅଧିକ ଲୋକଙ୍କୁ ବିନା କୌଣସି ଗ୍ୟାରେଂଟି ରେ ଯେଉଁ ଧନ ଦିଆ ଯାଇଛି ହୁଏତ ସେ ନିଜେ ନିଜ ଗୋଡରେ ଠିଆ ହୋଇଛି କିମ୍ବା ଆଗରୁ ଥିଲା ତ ଏବେ ଏକରୁ ଅଧିକ ବ୍ୟକ୍ତିଙ୍କୁ ରେଜଗାର ଦେବାର ଶକ୍ତି ଆସିଛି । ଆମେ, ଆମ ମାନଙ୍କର ଏହି ଚିନ୍ତା ଶକ୍ତି, ଯେ ପର୍ଯ୍ୟନ୍ତ ଦେଶରେ ରୋଜଗାରର ଅବସର ନ ବଢାଇବା ଆମ ନୀତି ତାହା ହେବା ଦରକାର ଯେ ପ୍ରତିଟି ଜାଗାରେ ତାହାର ରୋଜଗାର ସମ୍ଭାବନା ବଢୁ ଏବଂ ଆମେ ଏହି ନୀତିକୁ ଆପଣାଇଲୁ, ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଲୁ ଏବଂ ଏହାର ଲାଭ ଆମର ଏଠି କୃଷି କ୍ଷେତ୍ର… ଏଇ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା, ଏହି ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା ଯେବେ ଆରମ୍ଭ କରୁଛୁ ତ ସେହି କାମରେ ଲୋକମାନଙ୍କୁ ରୋଜଗାର ମିଳିବ କି ମିଳିବ ନାହିଁ? ଆମେ ଲୋକମାନଙ୍କୁ ଉର୍ଜ୍ଜା ଗଙ୍ଗା ଯୋଜନା ସହିତ ପୂର୍ବ ଭାରତକୁ ଗ୍ୟାସ ପାଇପ୍ ଲାଇନରେ ଯୋଡିବାର ଏକ ବଡ ଅଭିଯାନ ଚଲାଇଛୁ । ଶହ ଶହ କିଲୋମିଟର ଗ୍ୟାସ ପାଇପ୍ ଲାଇନ ଲାଗିବ କ’ଣ ଏଥିରେ ଯୁବକମାନଙ୍କର ରୋଜଗାରର ସମ୍ଭାବନା ଅଛି କି ନାହିଁ?

ଆଉ ଏଥିପାଇଁ ବିକାଶର ଏହି ଦିଗ ହେଉଛି ଯେଉଁଥିରେ ଯୁବକମାନଙ୍କୁ ରୋଜଗାର ମିଳୁ, ଆମେ ଏବେ ବୟନ ଶିଳ୍ପରେ, ଜୋତା ତିଆରି କ୍ଷେତ୍ରରେ ଅନେକ ଅଭିନବ ପ୍ରୟାସ କରିଛୁ, ଯେଉଁଥିରେ ଅନେକ ଲୋକଙ୍କ ପାଇଁ ନୂଆ ରୋଜଗାରଏବଂ ନୂଆ ନୂଆ କ୍ଷେତ୍ରରେ ରୋଜଗାରର ସମ୍ଭାବନା ସୃଷ୍ଟି ହୋଇଛି । ଦେଶର ଛୋଟ ଉଦ୍ୟୋଗକୁ ଆଗେଇ ନେବା ବହୁତ ଜରୁରୀ  ଅଟେ, ଏହି ବଜେଟରେ ମଧ୍ୟ ବହୁତ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି କରାଯାଇଛି ଏବଂ ଛୋଟ ଛୋଟ ଉଦ୍ୟୋଗଗୁଡିକୁ ଯେତେ ଶକ୍ତି ମିଳିବ ସେହି କାରଣରୁ ଆମ ଦେଶରେ ରୋଜଗାର ର ସମ୍ଭାବନା ବଢିବ ।

‘Zero Defect Zero Effect’ ଏହା ଆମ ଉତ୍ପାଦନର ମାନ ରଖିବା ତ ଆମେ ଦୁନିଆର ବଜାରକୁ ମଧ୍ୟ କାବୁ କରି ପାରିବା ଆଉ ଆମର ଛୋଟ ଉଦ୍ୟୋଗ –କାର ଗୁଡିକୁ ରପ୍ତାନୀ କରିବାର ଶକ୍ତି ଥାଏ, ବଡ ବଡ଼ ଉଦ୍ୟୋଗ – କାର ଗୁଡିକର ଯନ୍ତ୍ରାଂଶ ଲଗାନ୍ତି ତାହା ଛୋଟ ଛୋଟ କାରଖାନାରେ ମିଳେ ଏବଂ ବହୁତ ବଡ ଇଂଜିନୟରିଂ ଦୁନିଆରେ ଆମେ ଯାଦୁ କରିପାରିବା । ଆଉ ଏଥିପାଇଁ  ସରକାର ଏବଂ ଏବେ ବଜେଟରେ ଯେଉଁ ଯୋଜନା ଆଣିଛନ୍ତି, ନୂଆ ବଜେଟରେ ତାହାର ଲାଭ 96% ଉଦ୍ୟେଗୀମାନଙ୍କୁ ମିଳିବ, 96% ।  4% ଯେଉଁ ବଡ଼ ଲୋକ ଅଛନ୍ତି ସେମାନେ ବାହାରେ ରହିଗଲେ କିନ୍ତୁ 50କୋଟିରୁ କମ୍ ପାଖାପାଖି 96% ଅଛନ୍ତି ସେହି ସମସ୍ତଙ୍କୁ ଲାଭ ମିଳୁଛି ଏବଂ ବହୁତ ବଡ଼ ଲାଭ ମିଳୁଛି । ଏହି କାରଣରୁ ରୋଜଗାର ପାଇଁ ବହୁତ ବଡ଼ ସମ୍ଭାବନା ବଢିବ ।

ସର୍ଜିକାଲ ଷ୍ଟ୍ରାଇକ- ମୁଁ ଆଶ୍ଚର୍ଯ୍ୟ, ନିଜ ଛାତିରେ ହାତ ରଖି ପଚାରନ୍ତୁ ସର୍ଜିକାଲ ଷ୍ଟ୍ରାଇକର ପ୍ରଥମ 24 ଘଂଟା ରାଜନେତା ମାନେ କିଭଳି କିଭଳି ବୟାନ ଦେଇଥିଲେ, କିଭଳି ଭାଷାର ପ୍ରୟୋଗ କରିଥିଲେ, କିନ୍ତୁ ଯେବେ ଦେଖିଲେ ଯେ ଦେଶର ମିଜାଜ୍ ଅଲଗା ଅଛି, ସେମାନଙ୍କୁ ନିଜର ଭାଷା ବଦଳାଇବାକୁ ପଡିଲା, ଆଉ ମୁଁ ଆଜି ଆପଣମାନଙ୍କୁ ଅନୁରୋଧ କରୁଛି ଏହା ବହୁତ ବଡ ନିଷ୍ପତ୍ତି ଥିଲା ଏବଂ ସେହି ନିଷ୍ପତ୍ତି ପାଇଁ କେହି ମତେ ପଚାରି ନାହାନ୍ତି, ବିମୁଦ୍ରୀକରଣରେ ତ ମତେ ପଚାରିଲେ ମୋଦୀଜୀ ଗୁପ୍ତ କାହିଁକି ରଖିଲେ କ୍ୟାବିନେଟରେ କାହିଁକି କହିଲେ ନାହିଁ! ସର୍ଜିକାଲ ଷ୍ଟ୍ରାଇକ୍ ସମ୍ବନ୍ଧରେ କେହି ପଚାରୁ ନାହାନ୍ତି । ଭାଇମାନେ ଓ ଭଉଣୀମାନେ! ଆମ ଦେଶର ସେନାର, ଆମ ଦେଶ ସେନାର ଯେତେ ଗୁଣଗାନ କରିବା, ଆମ ଦେଶ ସେନାର ଯେତେ ଗୁଣଗାନ କରିବା ତାହା କମ୍ ହେବ ଏବଂ ଏତେ ବଡ଼ ଧରଣର ଏତେ ସଫଳ ସର୍ଜିକାଲ ଷ୍ଟ୍ରାଇକ୍ କରିଛନ୍ତି, ସର୍ଜିକାଲ ଷ୍ଟ୍ରାଇକ୍ ଆପଣଙ୍କୁ ବ୍ୟସ୍ତ କରୁଛି ମୁଁ ଜାଣିଛି । ସର୍ଜିକାଲ ଷ୍ଟ୍ରାଇକ୍ ଆପଣଙ୍କୁ ବ୍ୟସ୍ତ କରୁଛି ଆଉ ଏଥିପାଇଁ ସର୍ଜିକାଲ ଷ୍ଟ୍ରାଇକ୍ ଆପଣଙ୍କ ଅସୁବିଧା ଏହି ଯେ ସାଧାରଣରେ ଯାଇ କହି ପାରୁ ନାହଁ ଭିତରେ ପୀଡା ଅନୁଭବ କରୁଛ । ଏ ଆପଣଙ୍କର ଅସୁବିଧା । କିନ୍ତୁ ଆପଣ ଏହା ମାନି ଚାଲନ୍ତୁ ଏହି ଦେଶ, ଏ ଦେଶ, ଆମର ସେନା ଏହି ରାଷ୍ଟ୍ରର ରକ୍ଷା ପାଇଁ ସଂପୂର୍ଣ୍ଣ ସାମର୍ଥ୍ୟବାନ ଓ ସଂପୂର୍ଣ୍ଣ ଶକ୍ତିବାନ ଅଟେ ।

ଆଦରଣୀୟ ଅଧ୍ୟକ୍ଷା ମହୋଦୟ, ମୋର ବିଶ୍ୱାସ ଯେ ଆମେ ଏହି ସଦନରେ ସମ୍ବାଦ ହେଉ ନୂଆ ନୂଆ ଗବେଷଣା ହେଉ, ନୂଆ ନୂଆ ବିଚାର ରଖାଯାଉ କାରଣ ଆମେ ତ ଜ୍ଞାନର ପୂଜାରୀ, ବିଚାରକୁ ସ୍ୱାଗତ କରିଲାବାଲା ଲୋକ, ଯେତେ ନୂଆ ବିଚାର ମିଳିବ କୌଣସି ଦିଗରୁ ଏହି ବିଚାର ଆସିବ ଜରୁରୀ ନୁହେଁ କି ବିଚାର ଏହି ଦିଗରେ ଆସିବ, ଏହି ଦିଗରେ  ବିଚାର ଆସିଲେ ଉତ୍ତମ ବିଚାର ଗୁଡିକୁ ସ୍ୱାଗତ କରାଯିବ କାରଣ ଆମେ ସମସ୍ତେ ମିଶି ଏକ ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟ ଅଟେ ଯେ ଦେଶକୁ ଆଗକୁ ବଢାଇବା, ନିର୍ଦ୍ଧିଷ୍ଟ ଭାବେ ଉଦ୍ଦେଶ୍ୟ ଅଟେ ଦେଶକୁ ଖରାପ ପ୍ରଭାବରୁ ମୁକ୍ତ କରିବା, ନିର୍ଦ୍ଧିଷ୍ଟ ଭାବେ ଉଦ୍ଦେଶ୍ୟ ଅଟେ ଦେଶକୁ ନୂତନ ଶିଖରକୁ ନେଇଯିବା । ଆଉ ବିଶ୍ୱରେ ଗୋଟିଏ ଅବସର ଆସିଛି ଏଭଳି ଅବସର ବହୁତ କମ୍ ଆସେ । ଆଜି ବିଶ୍ୱରେ ଯେଉଁ ବ୍ୟବସ୍ଥା ଅଛି ସେଥିରେ ଭାରତ ପାଇଁ ଏକ ଅବସର ଆସିଛି, ଏହି ଅବସରର ଯଦି ଆମେ ଲାଭ ଉଠାଇବା ଏବଂ ଗୋଟିଏ ସ୍ୱରରେ ଏକ ଶକ୍ତିର ସହିତ ଆମେ ଦୁନିଆ ସାମ୍ନାରେ ପ୍ରସ୍ତୁତ ହେବା । ମୋର ବିଶ୍ୱାସ ବିଶ୍ୱରେ ମଧ୍ୟ ଯେଉଁ ସ୍ୱପ୍ନ ଆମ ପୂର୍ବ ପୁରୁଷ ଦେଖି ଚାଲିଥିଲେ ତାକୁ ଆମେ ପୁରା କରି ପାରିବା ।

ଆଦରଣୀୟ ଅଧ୍ୟକ୍ଷ। ମହୋଦୟ, ଆପଣ ମତେ ସମୟ ଦେଲେ ସଦନ ମୋତେ ଶୁଣିଲା ଏଥିପାଇଁ ମୁଁ ଆପଣଙ୍କ ନିକଟରେ କୃତଜ୍ଞ ଏବଂ ମୁଁ ପୁଣିଥରେ ଆଦରଣୀୟ ରାଷ୍ଟ୍ରପତିଙ୍କୁ ହୃଦୟର ସହିତ ଅଭିନନ୍ଦନ କରି ମୋ କଥାକୁ ବିରାମ ଦେଉଛି, ବହୁତ ବହୁତ ଧନ୍ୟବାଦ ।

 

**********