Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ-ରୱାଣ୍ଡା ମଧ୍ୟରେ ବିମାନ ସେବା ରାଜିନାମା ହସ୍ତାକ୍ଷରକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦ


ଭାରତ-ରୱାଣ୍ଡା ମଧ୍ୟରେ ବିମାନ ସେବା ରାଜିନାମା ହସ୍ତାକ୍ଷରକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି ।

ଏଭଳି ରାଜିନାମା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ବ୍ୟବସାୟ, ପୁଞ୍ଜିନିବେଶ, ପର୍ଯ୍ୟଟନ, ସାଂସ୍କୃତିକ ବିନିମୟ କ୍ଷେତ୍ରକୁ ବ୍ୟାପକ କରିବା ସହ ଏହିସବୁ କ୍ଷେତ୍ରରେ ଅଭିବୃଦ୍ଧିର ବଡ ସୁଯୋଗ ସୃଷ୍ଟି କରିବାର ସାମର୍ଥ୍ୟ ରଖିଛି । ଏହା କେବଳ ବେସାମରିକ ବିମାନ ଚଳାଚଳ କ୍ଷେତ୍ରକୁ ବିକଶିତ କରିବ ତା’ନୁହେଁ ବରଂ ଦୁଇ ଦେଶ ମଧ୍ୟରେ ଗମନାଗମନ, ସୁରକ୍ଷା ସେବାକୁ ପରିବ୍ୟାପ୍ତ କରିବ ।

***