Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କେରଳର ତିରୁଭଲ୍ଲା ଶ୍ରୀ ରାମକୃଷ୍ଣ ବଚନାମୃତ ଅଧିବେଶନକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

କେରଳର ତିରୁଭଲ୍ଲା ଶ୍ରୀ ରାମକୃଷ୍ଣ ବଚନାମୃତ ଅଧିବେଶନକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ


ନମସ୍କାର, ସମସ୍ତଙ୍କୁ ଅଭିନନ୍ଦନ

ସ୍ୱାମୀ ନିର୍ଭିନ୍ନାନନ୍ଦ ଜୀ ଏବଂ ଏଠାରେ ଏକତ୍ରିତ ହୋଇଥିବା ଶ୍ରୀ ଶ୍ରୀ ଠାକୁର ରାମକୃଷ୍ଣ ପରମହଂସଙ୍କ ସମସ୍ତ ଭକ୍ତମଣ୍ଡଳୀକୁ ମୋର ଅଭିନନ୍ଦନ ।

7 ଦିନ ଧରି ଆରମ୍ଭ ହେଉଥିବା ଶ୍ରୀ ରାମକୃଷ୍ଣ ବଚନାମୃତ ଅଧିବେଶନରେ ଆପଣମାନଙ୍କ ମଧ୍ୟରେ ଉପସ୍ଥିତ ରହିବା ମୋର ପରମ ସୌଭାଗ୍ୟ ।

ମୁଁ ଯେତେବେଳେ ଭାବୁଛି ବଙ୍ଗଳାର ଏହି ମହାନ ମତବାଦ ମାଲୟାଲମ୍ ରେ ଅନୁବାଦ ହୋଇ କେରଳରେ ପଢାଯାଉଛି ଓ ବିତର୍କ ହେଉଛି, ମୁଁ ବିନମ୍ରତାର ସହ ଭାବୁଛି ଯେ ଦେଶବ୍ୟାପୀ ମତବାଦ ଗୁଡିକର କିପରି ପ୍ରସାର ଘଟୁଛି ଓ ଗ୍ରହଣୀୟ ହୋଇପାରୁଛି ।

ଏକ ଭାରତ….ଶ୍ରେଷ୍ଠ ଭାରତର ସବୁଠାରୁ ଭଲ ଉଦାହରଣ ଏହାଠାରୁ ଆଉ କ’ଣ ହୋଇ ପାରେ?

ଏହିଭଳି ଅଭ୍ୟାସ ଯାହା ଆପଣମାନେ ଆରମ୍ଭ କରିଛନ୍ତି ଶାସ୍ତ୍ର ଅଧ୍ୟୟନର ଏକ ଦୀର୍ଘ ପରମ୍ପରା ସୃଷ୍ଟି କରୁଛି, ମହାନ ଗୁରୁମାନଙ୍କର ବାଣୀ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେଉଛି ।

ପରିବର୍ତ୍ତିତ ସମୟ ଓ ପରିସ୍ଥିତିକୁ ଅନୁକୂଳ କରିବା ପାଇଁ ଶାଶ୍ୱତ ମୂଲ୍ୟକୁ ବଳବତ୍ତର ରଖିବା ନିମନ୍ତେ ଲଗାତାର ବିକାଶ କରାଯାଇଛି, ଯାହା ଭାରତର ଦୀର୍ଘ ମୌଳିକ ପରମ୍ପରାର ଅଂଶ ।

ଏହି ପରମ୍ପରା ଓ ସ୍ମୃତିଗୁଡିକୁ ଶ୍ରୁତିରେ ବିକଶିତ କରିଛି ।

ଶ୍ରୁତିଗୁଡିକ, ଚାରି ବେଦ ଏବଂ ଉପନିଷଦ ଗୁଡ଼ିକ ଧର୍ମର ଉତ୍ସ: ଏହି ପବିତ୍ର ଜ୍ଞାନ ପିଢି ପରେ ପିଢି ମହାନ ଭାରତୀୟ ଋଷିଙ୍କ ମାଧ୍ୟମରେ ପ୍ରସାରିତ ହେଉଛି ।

ଶ୍ରୁତିଗୁଡିକର ଦିବ୍ୟ ଜ୍ଞାନ, ମୌଖିକ ଭାବେ ପ୍ରସାରିତ ହୋଇଥାଏ ବୋଲି ବିଶ୍ୱାସ କରାଯାଏ ।

ସ୍ମୃତିଗୁଡିକ ହେଉଛି ଗ୍ରନ୍ଥ, ସ୍ମୃତି ଏବଂ ବ୍ୟାଖ୍ୟା ଆଧାରରେ ଏହା ହେଉଛି ଏକ ପ୍ରକାରର ବର୍ଗ ।

ଯଦିଓ ବେଦ ଏବଂ ଉପନିଷଦ ସାଧାରଣ ଲୋକଙ୍କ ବୁଝିବା ପାଇଁ କଷ୍ଟକର, ତେବେ ସ୍ମୃତିଗୁଡିକ ଉଦାହରଣ, ବ୍ୟାଖ୍ୟା, କାହାଣୀ, ନୈତିକ ଶିକ୍ଷା ଆଧାରରେ ପ୍ରାଥମିକ ରହସ୍ୟ ଉଦ୍ଘାଟନକୁ ସ୍ପଷ୍ଟ କରିବା ପାଇଁ ଲେଖାଯାଇଥିଲା ।

ଏହିପରି ଭାବେ ଏହା ସ୍ପଷ୍ଟ ଯେ, ମହାକାବ୍ୟ, ପୁରାଣ ଏବଂ କୌଟିଲ୍ୟଙ୍କ ଅର୍ଥ ଶାସ୍ତ୍ର ସବୁଗୁଡିକ ହେଉଛି ସ୍ମୃତି ।

ଏହାର ଅର୍ଥ ଏହି ଯେ, ସବୁଠାରୁ ଭଲ କରିବା ପାଇଁ ସେସବୁକୁ ଉପଯୁକ୍ତ ମାଧ୍ୟମରେ ପ୍ରତ୍ୟେକ ଲୋକଙ୍କ ପାଖରେ ପହଂଚାଇବା ପାଇଁ ସମୟ ସହିତ ପ୍ରୟାସ ଜାରି ରହିଛି ।

ସାଧାରଣ ଲୋକଙ୍କ ପାଖରେ ପହଂଚିବା, ଗୋଟିଏ ଧର୍ମ ହେବାର ଆବଶ୍ୟକତା, ଏବଂ ଅଧିକ ସୁଲଭ ଓ ସେମାନଙ୍କ ଦୈନନ୍ଦିନ ଜୀବନର ନିକଟତର କରିବାର ଆବଶ୍ୟକତା ରହିଛି ।

ଦେବର୍ଷି ନାରଦ, ଭଗବାନଙ୍କ ସ୍ତୁତିଗାନ କରିବା ସଂପର୍କରେ ଭାଗବତରେ ବର୍ଣ୍ଣନା କରାଯାଇଛି:

ଅହୋ ଦେବର୍ଷିର୍ଧନ୍ୟୟଂ ୟତକିର୍ତ୍ତୀ ଶାଂର୍ଗଧନ୍ୟଙ୍ଗ ।

ଗାୟନ୍ମାଦ୍ୟନ୍ନିନ୍ଦମ ତନ୍ତ୍ରୟା ରମୟତ୍ୟାତୁରମ ଜଗତ୍ ।

‘ଅହୋ ! ଏହି ଦେବର୍ଷି ନାରଦଜୀ ଧନ୍ୟ, ଯିଏ ବୀଣା ବଜାଇ, ହରିଗୁଣ ଗାଇ ଏବଂ ଉନ୍ମତ ହୋଇ ଏହି ଦୁଃଖୀ ସଂସାରକୁ ଆନନ୍ଦିତ କରି ଚାଲିଛନ୍ତି ।

ଭକ୍ତି ଗୁରୁମାନେ ସଙ୍ଗୀତ, କବିତା, ସ୍ଥାନୀୟ ଭାଷାକୁ ବ୍ୟବହାର କରି ଭଗବାନଙ୍କୁ ଲୋକଙ୍କ ନିକଟତର କରିବା ପାଇଁ-ଜାତି, ବର୍ଗ, ଧର୍ମ ଓ ଲିଙ୍ଗର ପ୍ରତିବନ୍ଧକ ଭାଙ୍ଗି ଦେଇଥିଲେ ।

ସନ୍ଥ ମାନଙ୍କର ବାଣୀ ବା ସନ୍ଦେଶ ଲୋକଗୀତ ଗାୟକ, କଥା-ବାଚକ, ପ୍ରବଚକମାନଙ୍କ ମାଧ୍ୟମରେ ଆଗକୁ ପ୍ରସାରିତ ହେଲା ।

କବୀରଙ୍କ ଦୋହା, ମୀରାଙ୍କ ଭଜନ ଗାୟକମାନଙ୍କ ଦ୍ୱାରା ଗାଁ ଗାଁରେ ପହଁଚୁ ଥିଲା ।

ଭାରତ ଏପରି ଏକ ଭୁମି, ଯେଉଁଠାରେ ଏକ ସମୃଦ୍ଧ ସାଂସ୍କୃତିକ ଏବଂ ବୌଦ୍ଧିକ ବାତାବରଣ ମଧ୍ୟରେ ଆଶୀର୍ବାଦ ଦିଆଯାଇଥାଏ ।

ଆମର ମାଟି – ଲେଖକ, ବିଦ୍ୱାନ, ସାଧୁ ଏବଂ ସନ୍ଥ ଯେଉଁମାନେ ନିଜେ ସ୍ୱତନ୍ତ୍ର ଭାବେ ଓ ନିର୍ଭୟରେ ନିଜର ମତ ଉପସ୍ଥାପିତ କରିଛନ୍ତି – ସେମାନଙ୍କର ଘର ।

ଆଉ ଯେତେବେଳେ ମାନବ ସଭ୍ୟତାର ଇତିହାସ, ଜ୍ଞାନ ଯୁଗରେ ପ୍ରବେଶ କଲା, ଭାରତ ପଥ ପ୍ରଦର୍ଶନ କରିଛି ।

ଭାରତ ବିଷୟରେ ଏକ ଭ୍ରାନ୍ତ ଧାରଣା ସୃଷ୍ଟି କରାଯାଇଛି ଯେ, ବାହାର ଲୋକଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ସଂସ୍କାର ଭାରତ ପାଇଁ ଆବଶ୍ୟକ ।

ଉପନିବେଶବାଦକୁ ପ୍ରମାଣିତ କରିବା ପାଇଁ ଏହା ମଧ୍ୟ ଏକ କାରଣ ।
ସେହି ରାଷ୍ଟ୍ରଗୁଡିକ ସମ୍ପୂର୍ଣ୍ଣ ଭ୍ରାନ୍ତ ଧାରଣା ମଧ୍ୟରେ ଅଛନ୍ତି କାରଣ ଭାରତର ମାଟି ଏମିତି ଏକ ମାଟି ଯେଉଁଠାରୁ ସବୁ ସମୟରେ ପରିବର୍ତ୍ତନ ଜନ୍ମ ନେଇଥାଏ ।

ଆଉ ସେହି ପରିବର୍ତ୍ତନ ଆମ ଭିତରୁ ଜାତ ହୋଇଥାଏ, ସମାଜରେ ପରିବର୍ତ୍ତନ ଓ କୁସଂସ୍କାର ପ୍ରବେଶକୁ ରୋକିବା ପାଇଁ ସାଧୁ ସନ୍ଥ ଯେଉଁମାନେ ହିଁ ଏକ ଲକ୍ଷ୍ୟ ବା ମିଶନ ଭାବେ ଜନ ଆନ୍ଦୋଳନ ଆରମ୍ଭ କରିଥିଲେ ।

ଆମ ସନ୍ଥମାନେ ସାମାଜିକ ସଂସ୍କାର ପାଇଁ ପ୍ରତ୍ୟେକ ଓ ସମସ୍ତ ନାଗରିକଙ୍କୁ ସମନ୍ୱିତ ଭାବେ ସ୍ୱୀକୃତି ଦେଇଛନ୍ତି ।

କାହାକୁ ମଧ୍ୟ ସେହି ପରିସରରୁ ବାଦ ଦିଆଯାଇ ନାହିଁ ।

ଏହି କାରଣରୁ ଆମ ସଭ୍ୟତା ସମସ୍ତ ପ୍ରତିବନ୍ଧକର ମୁକାବିଲା କରି ସୁଦୃଢ ଭାବେ ଦଣ୍ଡାୟମାନ ହୋଇ ରହିଛି ।

ଯେଉଁ ସଭ୍ୟତା ସମୟ ସହିତ ପରିବର୍ତ୍ତନ ହୋଇ ନାହାନ୍ତି ସେମାନଙ୍କ ସତ୍ତା ଲୋପ ପାଇଛି ।
ଅନ୍ୟ ପକ୍ଷରେ, ଆମେ ଶତାବ୍ଦୀ ଶତାବ୍ଦୀ ଧରି ପ୍ରଚଳିତ ପ୍ରଥାକୁ ବଦଳାଇ ଦେଇଛୁ ।

କିଛି ଅଭ୍ୟାସ, କିଛି ପ୍ରଥା ବିଗତ କେତେ ଶତାବ୍ଦୀ ପୂର୍ବରୁ ପ୍ରଚଳିତ ହୋଇ ଆସୁଥିଲା, କିନ୍ତୁ ଯେତେବେଳେ ତାହାକୁ ନିରର୍ଥକ ବୋଲି ଧରି ନିଆଗଲା, ତାହାକୁ ବଦଳାଇ ଦିଆଯାଇଥିଲା ।

ଆମେ ସବୁବେଳେ ନୂତନ ଚିନ୍ତାଧାରାକୁ ସ୍ୱାଗତ କରିବା ପାଇଁ ଉନ୍ମୁକ୍ତ ରହିଥାଉ ।

ଆମ ଇତିହାସ ମାଧ୍ୟମରେ, ଆମ ସନ୍ଥମାନେ ଯେଉଁ କାର୍ଯ୍ୟ କରିଛନ୍ତି ତାହା ଛୋଟ ବୋଲି ପ୍ରତୀୟମାନ ହେଉଥିଲେ ମଧ୍ୟ ତାହାର ପ୍ରଭାବ ବହୁତ ବଡ ଥିଲା ଏବଂ ଏହା ଆମ ଇତିହାସର ଧାରାକୁ ବଦଳାଇ ଦେଇଥିଲା ।
ଦୀର୍ଘ ଦିନ ପୂର୍ବରୁ ଯେ କୌଣସି କଥାକୁ ବିଶ୍ୱାସ କରିବା ପୂର୍ବରୁ, ଯେ କୌଣସି ସଂସ୍କୃତି, ଭାରତୀୟ ମହିଳା ସନ୍ଥମାନେ ଲିଙ୍ଗଗତ ସମାନତା ପ୍ରସଙ୍ଗକୁ ଉଠାଇଥିଲେ ।

ସେମାନେ ନିର୍ଭୟ ଭାବରେ ଲେଖିଥିଲେ ଓ ନିଜର ଶକ୍ତିଶାଳୀ ଲେଖନୀ ମାଧ୍ୟମରେ ନିଜକୁ ବ୍ୟକ୍ତ କରିଥିଲେ ।

ହିନ୍ଦୁ ଦର୍ଶନ ଅନୁସାରେ ସମୟକୁ ନିରପେକ୍ଷ ଭାବେ ଏକ ମହତ୍ୱପୂର୍ଣ୍ଣ କାରଣ ଭାବେ ସ୍ୱୀକାର କରାଯାଏ । ଆମେ Dik-Kaal-Baadhit- ସମୟ ଓ ଶୂନ୍ୟତା ଦ୍ୱାରା ଅନୁବନ୍ଧିତ ।

ସମୟର ସନ୍ଦର୍ଭରେ ଶାଶ୍ୱତ ମୂଲ୍ୟକୁ ବ୍ୟାଖ୍ୟା କରିବାରେ ଗୁରୁମାନଙ୍କର ଭୂମିକା ରହିଛି । ଯେପରି ଏକ ନଦୀ ବହି ଚାଲିଥାଏ, ଏବଂ ସ୍ରୋତ ଅନୁସାରେ ନିଜକୁ ନୂଆ ରୂପ ଦେଇଥାଏ, ଜ୍ଞାନର ଧାରା ମଧ୍ୟ ସବୁବେଳେ ସତେଜ ଓ ଜୀବନ୍ତ ।

ଆମ ଶାସ୍ତ୍ର କହେ:

ପ୍ରେରକଃ ସୂଚକଶ୍ୱୈବ ବାଚକୋ ଦର୍ଶକସ୍ତଥା ।

ଶିକ୍ଷକୋ ବୋଧକଶ୍ଚୈବ ଷଡେତେ ଗୁରବଃ ସ୍ମୃତାଃ

ଯେଉଁମାନେ ଆପଣମାନଙ୍କୁ ପ୍ରେରଣା ଦେଇଥାନ୍ତି, ଯେଉଁମାନେ ଆପଣମାନଙ୍କୁ ସୂଚନା ଦେଇଥାନ୍ତି, ଯେଉଁମାନେ ଆପଣମାନଙ୍କୁ ସତ୍ୟ କହିଥାନ୍ତି, ଯେଉଁମାନେ ଆପଣମାନଙ୍କୁ ଶିକ୍ଷା ଦେଇଥାନ୍ତି, ଯେଉଁମାନେ ଆପଣମାନଙ୍କୁ ସଠିକ୍ ମାର୍ଗ ଦେଖାଇ ଜାଗ୍ରତ କରିଥାନ୍ତି, ସେମାନେ ସମସ୍ତେ ଆପଣ ମାନଙ୍କର ଗୁରୁ ।

କେରଳକୁ ପରିବର୍ତ୍ତନ କରିବାରେ ଶ୍ରୀ ନାରାୟଣ ଗୁରୁଙ୍କ ଭୂମିକାକୁ ଆମେ ସମସ୍ତେ ସ୍ମରଣ କରୁ ।

ପଛୁଆ ବର୍ଗର ଜଣେ ସନ୍ଥ ଓ ସମାଜ ସଂସ୍କାରକ ଯିଏ ସାମାଜିକ ନ୍ୟାୟକୁ ପ୍ରୋତ୍ସାହନ ଦେବା ପାଇଁ ଜାତିପ୍ରଥାର ପ୍ରତିବନ୍ଧକକୁ ଅତିକ୍ରମ କରିଯାଇଥିଲେ ।

ଯେତେବେଳେ ଶିବଗିରି ତୀର୍ଥ ଯାତ୍ରା ଆରମ୍ଭ କରାଯାଇଥିଲା, ସେ ଘୋଷଣା କରିଥିଲେ-ଶିକ୍ଷା, ସଫା-ସୁତୁରା(ସ୍ୱଚ୍ଛତା), ଭଗବାନଙ୍କ ପ୍ରତି ସମର୍ପଣ, ସଂଗଠନ, କୃଷି, ବ୍ୟବସାୟ, ହସ୍ତଶିଳ୍ପ ଓ ବୈଷୟିକ ତାଲିମକୁ ପ୍ରୋତ୍ସାହନ ଦେବା ଏହାର ଲକ୍ଷ୍ୟ ।

ସମାଜର ଉନ୍ନତି ପାଇଁ ଗୁରୁଙ୍କ ଦ୍ୱାରା ମାନକ ନିର୍ଦ୍ଧାରଣ କ୍ଷେତ୍ରରେ ଏହାଠାରୁ ଭଲ ଉଦାହାରଣ ଆଉ କ’ଣ ହୋଇପାରେ?
ଏଠାରେ ସଭାରେ ସମବେତ ଜନତାଙ୍କୁ ଶ୍ରୀ ରାମକୃଷ୍ଣଙ୍କ ବିଷୟରେ କହିବା ଜ୍ଞାନୀଙ୍କୁ ପ୍ରବଚନ ଭଳି, କିନ୍ତୁ ସେହି ବିଶେଷତ୍ୱକୁ ଏତେ ଥର ପ୍ରସ୍ତୁତ କରିବାକୁ ଓ ପ୍ରାସଙ୍ଗିକ କରିବାକୁ ବର୍ଣ୍ଣନା କରିବା ପୂର୍ବରୁ ମୁଁ ନିଜକୁ ରୋକି ପାରୁ ନାହିଁ ।

ସେ ଭକ୍ତି ସନ୍ଥ ପରମ୍ପରାର ଏକ ଅଂଶ ଥିଲେ ଏବଂ କଥାମୃତରେ ଆମେ ଚୈତନ୍ୟ ମହାପ୍ରଭୁଙ୍କ ସନ୍ଦର୍ଭରେ ଅନେକ କଥା – ତାଙ୍କ ସମାଧି, ତାଙ୍କ ଗୀତ, ତାଙ୍କ କହିବାର ଭକ୍ତି ଭାବ ବିଷୟରେ ଜାଣି ପାରିବା ।

କିନ୍ତୁ ସେ ପରମ୍ପରାରେ ନୂତନତ୍ୱ ଆଣି ତାହାକୁ ମଜବୁତ କଲେ ।

ଆମକୁ ଅଲଗା କରି ରଖୁଥିବା ଧର୍ମ-ଧର୍ମ ମଧ୍ୟରେ, ଜାତି-ଜାତି ମଧ୍ୟରେ ଥିବା ବିଭେଦକୁ ଦୂର କରିବା ପାଇଁ ସେ ଆମର ମାନସିକ ଗତିରୋଧକୁ ଭାଙ୍ଗି ଦେଇଥିଲେ ।

ସେ ଜଣେ ସନ୍ଥ ଥିଲେ ଯିଏ ସାମାଜିକ ସଦ୍ଭାବ ପ୍ରତିଷ୍ଠା କରିଥିଲେ ।

ତାଙ୍କର ସନ୍ଦେଶ ଥିଲା ସହିଷ୍ଣୁତାର ସହ ଭକ୍ତି, ବିଭିନ୍ନ ନାମରେ ଗୋଟିଏ ପ୍ରଭୁଙ୍କର ଦିବ୍ୟ ରୂପ ପାଇଁ ନିଜକୁ ସମର୍ପଣ କରିବା,- ଜ୍ଞାନୀ, ଯୋଗୀ ଏବଂ ଭକ୍ତ । ସେଇ ଗୋଟିଏ ହୋଇଥିଲେ ମଧ୍ୟ ଯାହାକୁ ଜ୍ଞାନୀ କହନ୍ତି ବ୍ରହ୍ମ-ପୂର୍ଣ୍ଣ, ଆତ୍ମା କୁହନ୍ତି ବିଶ୍ୱାତ୍ମା, ଯୋଗୀ ମଧ୍ୟ କହନ୍ତି ଭଗବାନ-ବ୍ୟକ୍ତିଗତ, ଭଗବାନ ଦିବ୍ୟ ଗୁଣ ଆଧାରିତ ବୋଲି ଭକ୍ତମାନେ କୁହନ୍ତି ।

ସେ ମୁସଲମାନ ମାନଙ୍କ ଭଳି ଜୀବନ ବିତାଉଥିଲେ, ସେ ଖ୍ରୀଷ୍ଟିଆନ ମାନଙ୍କ ଭଳି ଜୀବନ ବିତାଉଥିଲେ, ସେ ମଧ୍ୟ ତନ୍ତ୍ର ଅଭ୍ୟାସ କରୁଥିଲେ ।
ପରମାତ୍ମାଙ୍କୁ ପାଇବା ପାଇଁ ସେ ଅନେକ ମାର୍ଗ ପାଇଥିଲେ, କିନ୍ତୁ ଭକ୍ତିର ସହ ଅନୁସରଣ କରୁଥିଲେ, ସବୁକିଛି ଗୋଟିଏ ଲକ୍ଷ୍ୟ ଆଡକୁ ଯାଉଥିଲା ।
“ବାସ୍ତବିକତା ଏକ ଏବଂ ଗୋଟିଏ ହିଁ ଥିଲା” ସେ କହିଥିଲେ “ରୂପ ଓ ନାମରେ ହିଁ କେବଳ ପ୍ରଭେଦ ଅଛି”

“ଏହା ପାଣି ଭଳି, ଯାହା ଭିନ୍ନ ଭିନ୍ନ ଭାଷାରେ ଏବଂ ଭିନ୍ନ ଭିନ୍ନ ନାମରେ, ଯେମିତି ଜଳ, ନୀର, ପାଣି ଏବଂ ଆହୁରି ଅନେକ” ।

ଯେଭଳି, ଜର୍ମାନରେ ଏହା ‘ୱାସେର’, ଫରାସୀ ମାନେ ଏହାକୁ ‘ଇଆଉ’, ‘ଆକ୍ୱା’ ଇଟାଲୀ ଭାଷାରେ, ଜାପାନୀଜରେ ‘ମିଜୁ’ ବୋଲି କହନ୍ତି ।

କେରଳରେ ଆପଣ ଏହାକୁ ‘ଭେଲମ୍’ କହନ୍ତି ।

ସମସ୍ତେ ଗୋଟିଏ ଓ ସମାନ ଜିନିଷ ପାଇଥିଲେ, ଯାହା ପ୍ରଭେଦ କେବଳ ନାମ ମାତ୍ର ।

ଠିକ୍ ସେହିଭଳି ଭାବରେ, କେତେକ ବାସ୍ତବିକତାକୁ ‘ଆହ୍ଲା’ ବୋଲି କହନ୍ତି, କେତେକ କହନ୍ତି ‘ଭଗବାନ’, କେତେକ କହନ୍ତି ‘ବ୍ରହ୍ମା’, କେତେକ କହନ୍ତି ‘କାଳୀ’, ଆଉ ଅନ୍ୟମାନେ ସେହି ନାମରେ ‘ରାମ’, ‘ଯୀଶ’, ‘ଦୁର୍ଗା’, ‘ହରି’।

ତାଙ୍କ ଶିକ୍ଷା ବାସ୍ତବରେ ବର୍ତ୍ତମାନ ପାଇଁ ବେଶ ପ୍ରାସଙ୍ଗିକ ଅଟେ, ଯେତେବେଳେ ଆମେ ଧର୍ମର ଉପଯୋଗ ସହିତ ଜାତି ବିଭାଜନ ଓ ଶତ୍ରୁତା ସୃଷ୍ଟି କରିବା ଭଳି ପରିସ୍ଥିତର ସାମ୍ନା କରୁଛୁ ।

ମହାତ୍ମା ଗାନ୍ଧୀ କହିଥିଲେ: ରାମକୃଷ୍ଣଙ୍କ ଜୀବନୀ ଆମକୁ ଭଗବାନଙ୍କ ଚେହେରା ଦେଖିବା ପାଇଁ ସକ୍ଷମ କରିଥାଏ ।

କେହି ମଧ୍ୟ ତାଙ୍କ ଜୀବନୀ ଆଶ୍ଵସ୍ତ ହୋଇ ପଢିପାରିବେ ନାହିଁ, ଯେ ଏକା ଭଗବାନ ହିଁ ବାସ୍ତବ ଆଉ ସବୁ କିଛି କେବଳ ଭ୍ରମ ।

ଶ୍ରୀ ରାମକୃଷ୍ଣ ହେଉଛନ୍ତି ପ୍ରାଚୀନ ଓ ଆଧୁନିକ ମଧ୍ୟରେ ଏକ ଯୋଗ ସୁତ୍ର ।
ସେ ଦେଖାଇ ଦେଇଛନ୍ତି କିଭଳି ପ୍ରାଚୀନ ଆଦର୍ଶ ଓ ଅଭିଜ୍ଞତା ସହିତ ଆଧୁନିକ ଜୀବନ ଶୈଳୀକୁ ଅନୁଭବ କରିହେବ ।

ସରଳ ଉପାଖ୍ୟାନ, ସରଳ ସନ୍ଦେଶ – ସରଳତାର କଥା କହିଥାଏ ।
କିନ୍ତୁ ତାଙ୍କର ଅତି ସରଳତା, ଏହା ସବୁ ଶ୍ରୋତାଙ୍କ ମନରେ ବାନ୍ଧିହୋଇ ରହୁଥିଲା ।

ଯଦି ଆମ ପାଖରେ ତାଙ୍କ ଭଳି ଶିକ୍ଷକ ନ ଥାନ୍ତେ, ସେଠାରେ ସ୍ୱାମୀ ବିବେକାନନ୍ଦଙ୍କ ଭଳି ଶିଷ୍ୟ କେଉଁଠୁ ମିଳିଥାନ୍ତେ?

ସେହି ମହାନ କର୍ମ ଯୋଗୀ ନିଜ ଗୁରୁଙ୍କ ଚିନ୍ତାଧାରାକୁ ଆଗକୁ ନେଇ ଚାଲିଥିଲେ । –

ଯତ୍ର ଜୀବ, ତତ୍ର ଶିବ – ଯେଉଁଠାରେ ଜୀବନ ଅଛି, ସେଠାରେ ଶିବ ଅଛନ୍ତି; ଏବଂ

ଜୀବେ ଦୟା ନୋୟ, ଶିବ ଜ୍ଞାନେ ଜୀବ ସେବା”- କେବଳ ଜୀବିତ ମାନଙ୍କ ପ୍ରତି ଦୟାଭାବ ନୁହେଁ, କିନ୍ତୁ ଜୀବିତ ମାନଙ୍କ ସେବା କରିବା ହିଁ ସ୍ୱୟଂ ଶିବଙ୍କ ପୂଜା ସହ ସମାନ-

ସାରା ଜୀବନ ସେ ଦରିଦ୍ର ନାରାୟଣଙ୍କ ସେବାରେ ନିଜକୁ ନିୟାଜିତ କରିଥିଲେ ।

ସ୍ୱାମୀ ବିବେକାନନ୍ଦ କହିଥିଲେ- ତମେ କେଉଁଠାକୁ ଭଗବାନଙ୍କୁ ଖୋଜିବାକୁ ଯାଉଛ?
ତାଙ୍କର ଆହ୍ୱାନ-“ ଏବେ ଚାହୁଁଛି ସଂଯୁକ୍ତ ରାଷ୍ଟ୍ରକୁ ଘେରି ରହିଥିବା ସାହସ ଏବଂ ହୃଦୟରେ ଥିବା ଅଦମ୍ୟ ଶକ୍ତି ସହିତ ତୀବ୍ର କର୍ମ ଯୋଗ । ତା’ ପରେ ଦେଶର ଲୋକଙ୍କୁ ଜାଗ୍ରତ କରାଯାଇ ପାରିବ”

ସବୁ ଗରିବମାନେ, ଦୁଃଖୀ, ଦୁର୍ବଳମାନେ କ’ଣ ଭଗବାନ ନୁହନ୍ତି? ପ୍ରଥମେ କାହିଁକି ସେମାନଙ୍କୁ ପୂଜା କରିବା ନାହିଁ? ଏହି ଲୋକମାନଙ୍କୁ ତୁମର ଭଗବାନ ବୋଲି ଭାବନ୍ତୁ ।

-ଲଗାତର ଜାଗ୍ରତ କରି ଆମକୁ କର୍ଯ୍ୟରେ ନିୟୋଜିତ କରିବା, ଆମକୁ ସାହସ ଦେବା ପାଇଁ ଲଗାତର ପ୍ରୟାସ ଜାରି ରଖିବା ।

ସେବା କ୍ଷେତ୍ରରେ ରାମକୃଷ୍ଣ ମିଶନର ରେକର୍ଡ ଏହାର ପ୍ରତିବଦ୍ଧତାର ପ୍ରମାଣ ।

ଗରିବ ଲୋକ ରହୁଥିବା ଅଂଚଳରେ ଆମେ ମିଶନକୁ ଦେଖିବାକୁ ପାଇବା, ଆଦିବାସୀମାନଙ୍କ ମଧ୍ୟରେ, ଜରୁରୀ ଆବଶ୍ୟକତା ଥିବା ଅଂଚଳରେ ଏବଂ ବିପର୍ଯୟ ପୀଡିତ ଅଂଚଳରେ ଲୋକଙ୍କର କଷ୍ଟ ଦୂର କରିବାକୁ ସେମାନେ ପ୍ରୟାସ କରୁଥିବେ ।

ଏଥିରେ କୌଣସି ଫରକ୍ ପଡେ ନାହିଁ କି କେଉଁ ସଂପ୍ରଦାୟର ସେହି ଲୋକ, ସେ କେଉଁ ଜାତି କିମ୍ବା ସେ କାହାକୁ ବିଶ୍ୱାସ କରେ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏହା ଯେ ନିସ୍ୱାର୍ଥପର ଭାବେ ତାକୁ ସାହାଯ୍ୟ କରାଯାଇ ପାରେ ।

ମିଶନର ୱେବସାଇଟରେ,

ଆମେ ବ୍ରହ୍ମ ବାକ୍ୟ ପାଇବା – ଆତ୍ମନୋ ମୋକ୍ଷାର୍ଥମ୍ ଜଗତ ହିତାୟ ଚ

ଜଣକୁ ନିଜର ଉଦ୍ଧାର ପାଇଁ ଏବଂ ବିଶ୍ୱର କଲ୍ୟାଣ ପାଇଁ ।

ସେବା ପରମୋ ଧର୍ମଃ
ପୃଥିବୀଂ ଧର୍ମଣାଂ ଧୃତାଂ ଶିବାଂ ସ୍ୱୟୋନାମନୁ ଚରମେ ବିଶ୍ୱହା ।

(ଧର୍ମ ଦ୍ୱାରା ଧାରଣ କରାଯାଇଥିବା ଏହି ମାତୃଭୂମିର ସେବା ଆମେ ସର୍ବଦା କରି ଚାଲିବା)

ମୈତ୍ରୀ କରୁଣା ମୁଦିତୋପେକ୍ଷାଣାଂ । ସୁଖ ଦୁଃଖ ପୁଣ୍ୟା ପୁଣ୍ୟ ବିଷୟାଣାଂ । ବନାତଶ୍ଚିତପ୍ରାସାଦନମ୍ ।

(ଅନ୍ୟର ଦୁଃଖକୁ ଦେଖି ମନରେ କରୁଣା, ଅନ୍ୟର ପୁଣ୍ୟ (ସମାଜ ସେବା ଆଦି) ଦେଖି ଆନନ୍ଦ ଭାବ, ତଥା କିଏ ପାପ କର୍ମ କରିଲା ତ ମନରେ ଉପେକ୍ଷା କରିବାର ଭାବ ‘କରିଥିବ ଛାଡ’ ପ୍ରତିକ୍ରିୟା ଉତ୍ପନ୍ନ ହେବା ଦରକାର)

ଆଜି ଯେଉଁ ଜ୍ୟୋତି ପ୍ରଜ୍ୱଳିତ ହୋଇଛି – ଯେଉଁ ଅଧିବେଶନ ଆରମ୍ଭ ହୋଇଛି – ଆମ ହୃଦୟକୁ ଆଲୋକିତ କରିବା ଦରକାର – ଗୋଟିଏ ଦୀପରୁ ଆଉ ଗୋଟିଏ ଜଳୁ, ଜଳୁ ହଜାର ହଜାର ଦୀପ ।

ଆମର ପ୍ରିୟ ଶ୍ରୀ ଅଟଳ ବିହାରୀ ବଜପେୟୀଙ୍କୁ ଉଦ୍ଧୃତ କରି କହିବି:

ଆସ ପୁଣି ଥରେ ଦୀପ ଜଳାଇବା

ଦିନ ଦ୍ୱିପହରରେ ଅନ୍ଧାର

ସୂର୍ଯ୍ୟ ନିଜ ପ୍ରତିବିମ୍ବ ଠାରୁ ହାରିଲା

ପ୍ରିୟ ଲୋକର ସ୍ନେହ କମି ଗଲା

ଲିଭି ଯାଇଥିବା ବତୀ ଜଳାଇବା ।

ଆସ ପୁଣି ଥରେ ଦୀପ ଜଳାଇବା ।

ଆସନ୍ତୁ ଶ୍ରୀ ଶ୍ରୀ ଠାକୁର ରାମକୃଷ୍ଣ ପରମହଂସଙ୍କ ବାଣୀ ଆମକୁ ପ୍ରେରଣା ଦେଉଥାଉ, ସବୁକଥାରେ ପରମାତ୍ମାଙ୍କୁ ଦେଖିବା ପାଇଁ, ନିଜର ଅଂହଭାବକୁ ଦମନ କରି ସବୁଠାରୁ ଗରିବ ଓ ସବୁଠାରୁ ଦୁର୍ବଳଙ୍କ ସେବାରେ ନିୟୋଜିତ କରିବା, ଫଳରେ ଆମେ ଅଧିକରୁ ଅଧିକ ଶକ୍ତି ପାଇବା ଯାହା ସବୁ ଧର୍ମର ସାର ତତ୍ତ୍ଵକୁ ବୁଝାଇ ଥାଏ ।

ପୁଣିଥରେ, ଏହା ହେଉଛି ସେହି ଶିଷ୍ୟଙ୍କ ବାଣୀ ଯାହାଙ୍କୁ ମୁଁ ମୋ ମାର୍ଗ ଦର୍ଶକ ଭାବେ ବାଛିବି: ଚାଲନ୍ତୁ କାମ କରିବା, ଆମ କର୍ତ୍ତବ୍ୟ କ୍ଷେତ୍ରରେ ଯାହା ବି ଘଟୁ, ଚକ ପାଇଁ ଆମ କାନ୍ଧ ଦରକାର ପଡିଲେ ଲଗାଇଦେବା ନିମନ୍ତେ ସବୁବେଳେ ପ୍ରସ୍ତୁତ ଥିବା ।

ତାହେଲେ ନିଶ୍ଚୟ ଆମେ ଆଲୋକ ଦେଖିପାରିବା!

ଧନ୍ୟବାଦ । ବହୁତ ବହୁତ ଧନ୍ୟବାଦ ।

***********