ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟି20 ଦୃଷ୍ଟିହୀନ ବିଶ୍ୱ କପ୍ କ୍ରିକେଟ ବିଜୟୀ ଭାରତୀୟ ଦଳର ସଦସ୍ୟମାନଙ୍କୁ ସାକ୍ଷାତ କରିଛନ୍ତି ।
ଏହି ଅବସରରେ ସେ ବିଜୟ ପାଇଁ ଦଳକୁ ଅଭିନନ୍ଦନ ଜଣାଇବା ସହିତ ଭବିଷ୍ୟତରେ ଆହୁରି ଭଲ ଖେଳ ପ୍ରଦର୍ଶନ କରିବା ପାଇଁ ଆହ୍ୱାନ ଜଣାଇଥିଲେ । ଦଳର ସଦସ୍ୟମାନଙ୍କ ଏକାଗ୍ରତା ଏବଂ ବିଶେଷ କୌଶଳର ସେ ବେଶ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ଦଳର ସଦସ୍ୟମାନଙ୍କ କ୍ରିଡା ନୈପୁଣ୍ୟ କୋଟି କୋଟି ଲୋକଙ୍କ ସହ ଦିବ୍ୟାଙ୍ଗମାନଙ୍କ ପାଇଁ ପ୍ରେରଣାଦାୟୀ ହେବ ।
ଦଳର ସଦସ୍ୟମାନେ ହସ୍ତାକ୍ଷର କରିଥିବା ଏକ ବ୍ୟାଟ, ବଲ୍ ଏବଂ ପ୍ରଧାନମନ୍ତ୍ରୀଙ୍କ ନାମ ଥିବା ଟିମ୍ ଜର୍ସୀ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ ।
ପ୍ରଧାନମନ୍ତ୍ରୀ ମଧ୍ୟ ନିଜ ସ୍ୱାକ୍ଷରିତ ଏକ ବ୍ୟାଟ ଏବଂ ବଲ୍ ଭାରତୀୟ ଦଳକୁ ପ୍ରଦାନ କରିଥିଲେ ।