Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗାନ୍ଧୀନଗରଠାରେ ମହିଳା ସରପଞ୍ଚ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଗାନ୍ଧୀନଗରଠାରେ ମହିଳା ସରପଞ୍ଚ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଗାନ୍ଧୀନଗରଠାରେ ମହିଳା ସରପଞ୍ଚ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଗାନ୍ଧୀନଗରଠାରେ ମହିଳା ସରପଞ୍ଚ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଗାନ୍ଧୀନଗରଠାରେ ମହିଳା ସରପଞ୍ଚମାନଙ୍କୁ ନେଇ ଆୟୋଜିତ ସମ୍ମେଳନ – ସ୍ୱଚ୍ଛ ଶକ୍ତି 2017 କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇଥିଲେ  । 

ଏହି ଅବସରରେ ସେ କହିଥିଲେ ଯେ ସ୍ୱଚ୍ଛ ଭାରତ ଅଭିଯାନରେ ମହିଳା ସରପଞ୍ଚମାନଙ୍କ ବଳିଷ୍ଠ ଯୋଗଦାନ ପ୍ରତି ସମ୍ମାନ ଜଣାଇବା ଲାଗି ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି  । ସେ କହିଥିଲେ ଯେ 2019ରେ ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମବାର୍ଷିକୀ ପାଳନ କରାଯିବ  । ଗାନ୍ଧିଜୀ କହିଥିଲେ, ରାଜନୈତିକ ସ୍ୱାଧୀନତା ଅପେକ୍ଷା ସ୍ୱଚ୍ଛତା ଅଧିକ ଗୁରୁତ୍ୱପୂର୍ଣ୍ଣ  ।

ସ୍ୱଚ୍ଛତା ଦିଗରେ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ଆହୁରି ଆଗେଇ ନେବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସଭାରେ ଉପସ୍ଥିତ ମହିଳା ଜନପ୍ରତିନିଧିମାନଙ୍କୁ ଆହ୍ୱାନ ଜଣାଇଥିଲେ  । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱଚ୍ଛତା ଆମ ସମସ୍ତଙ୍କର ଅଭ୍ୟାସ ହେବା ଉଚିତ୍  । ଆମେ ସ୍ୱଚ୍ଛତା ହାସଲ କଲେ ଏବଂ ମଇଳା ଓ ଅପରିଚ୍ଛନ୍ନତା ଦୂର କରିପାରିଲେ ଗରିବ ଲୋକମାନେ ବିଶେଷ ଉପକୃତ ହୋଇପାରିବେ  ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ସଭାରେ ଯେଉଁ ମହିଳାମାନେ ସମ୍ମାନିତ ହୋଇଛନ୍ତି ସେମାନେ ଗ୍ରାମାଞ୍ଚଳରେ କିଭଳି ଏକ ସକାରାତ୍ମକ ପରିବର୍ତ୍ତନ ଆସିପାରିଛି ତା’ର ଅନେକ ଉଦାହରଣ ସୃଷ୍ଟି କରିଛନ୍ତି  ।

ଶ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ ଆହୁରି କହିଥିଲେ ଯେ ମହିଳା ସରପଞ୍ଚମାନଙ୍କ ସମର୍ପଣ ସକାରାତ୍ମକ ପରିବର୍ତ୍ତନ ଆଣିପାରିଛି  । ସେମାନେ ଗୁଣାତ୍ମକ ପରିବର୍ତ୍ତନ ଆଣିବାରେ ମଧ୍ୟ ସଫଳ ହେବେ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଥିଲେ  ।

ପକ୍ଷପାତମୂଳ ଚିନ୍ତାଧାରାକୁ ଗ୍ରହଣ କରାଯିବ ନାହିଁ ବୋଲି ମତବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉଭୟ ପୁଅ ଏବଂ ଝିଅଙ୍କୁ ଶିକ୍ଷାର ସମାନ ଅଧିକାର ମିଳିବା ଆବଶ୍ୟକ  ।

ପ୍ରଯୁକ୍ତି ବିଦ୍ୟା ଗ୍ରାମାଞ୍ଚଳରେ ଅଭୂତପୂର୍ବ ପରିବର୍ତ୍ତନ ଆଣିପାରିବ ବୋଲି ପ୍ରଧାନମନ୍ତ୍ରୀ ମତପ୍ରକାଶ କରିଥିଲେ  ।

ଏହି ଅବସରରେ ସମ୍ମାନିତ ବ୍ୟକ୍ତିବିଶେଷମାନେ ଦେଶ ପାଇଁ ପ୍ରେରଣାର ଉତ୍ସ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ  ।

 

**********