Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଶ୍ୱ ଖାଉଟୀ ଅଧିକାର ଦିବସରେ ଉପଭୋକ୍ତାମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ, ଡିଜିଟାଲ ନେଣଦେଣକୁ ଆଦରିବା ପାଇଁ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିବେଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ଖାଉଟୀ ଅଧିକାର ଦିବସ ଅବସରରେ ଉପଭୋକ୍ତାମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଡିଜିଟାଲ କାରବାରକୁ ଆପଣେଇବା ପାଇଁ ଆହ୍ୱାନ କରିଛନ୍ତି ।

“ବିଶ୍ୱ ଖାଉଟୀ ଅଧିକାର ଦିବସରେ ଉପଭୋକ୍ତାମାନଙ୍କୁ ଆମର ଅଭିବାଦନ । ସେମାନଙ୍କ କ୍ରୟ ଶକ୍ତିର ସାମର୍ଥ୍ୟ ଉପରେ ଆମର ଅର୍ଥବ୍ୟବସ୍ଥା ନିର୍ଭରଶୀଳ ।

ଉପଭୋକ୍ତାମାନଙ୍କ ଅଧିକାରର ସୁରକ୍ଷା ପାଇଁ ଭାରତ ସରକାର ଅନେକଗୁଡିଏ ସକ୍ରିୟ ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ ସେମାନଙ୍କ ଆପତ୍ତି ଅଭିଯୋଗର ଆଶୁ ସମାଧାନକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ।

ଆଜିର ଏହି ବିଶ୍ୱ ଖାଉଟୀ ଅଧିକାର ଦିବସରେ, ଡିଜିଟାଲ କାରବାରକୁ ଆପଣେଇବା ପାଇଁ ମୁଁ ଉପଭୋକ୍ତାମାନଙ୍କୁ ନିବେଦନ କରୁଛି ଏବଂ କଳାଧନ ତଥା ଭ୍ରଷ୍ଟାଚାରର ବିଲୋପ ପାଇଁ ଚାଲିଥିବା ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଜଣାଉଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।