Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିମଷ୍ଟେକ ରାଷ୍ଟ୍ର ସମୂହର ଜାତୀୟ ସୁରକ୍ଷା ମୁଖ୍ୟ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିମଷ୍ଟେକ ରାଷ୍ଟ୍ର ସମୂହର ଜାତୀୟ ସୁରକ୍ଷା ମୁଖ୍ୟ


ବିମଷ୍ଟେକ ସଦସ୍ୟ ରାଷ୍ଟ୍ର ସମୂହର ଜାତୀୟ ସୁରକ୍ଷା ମୁଖ୍ୟମାନେ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ବିମଷ୍ଟେକ ପାଇଁ ପ୍ରଧାନମନ୍ତ୍ରୀଙ୍କ ଭବିଷ୍ୟଦୃଷ୍ଟିକୁ ଜାତୀୟ ସୁରକ୍ଷା ମୁଖ୍ୟମାନେ ବେଶ ପସନ୍ଦ କରିବା ସହ ଭାରତରେ ପ୍ରଥମ କରି ସଦସ୍ୟ ରାଷ୍ଟ୍ରମାନଙ୍କର ଜାତୀୟ ସୁରକ୍ଷା ମୁଖ୍ୟମାନଙ୍କ ଆନ୍ତର୍ଜାତିକ ବୈଠକ ଆୟୋଜନ କରାଯାଉଥିବାରୁ ଧନ୍ୟବାଦ ଜଣାଇଥିଲେ ।

ପ୍ରଥମ ବୈଠକରେ ଜାତୀୟ ସୁରକ୍ଷା ମୁଖ୍ୟମାନଙ୍କ ଦ୍ଵାରା ହୋଇଥିବା ବିଚାର ବିମର୍ଶ ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା ।
ପ୍ରଧାନମନ୍ତ୍ରୀ ମୋଦୀ ଆତଙ୍କବାଦ, ଉଗ୍ରବାଦ, ମୌଳବାଦ, ମାଦକଦ୍ରବ୍ୟ କାରବାର, ବେଆଇନ ଅସ୍ତ୍ରଶସ୍ତ୍ର ଓ ମାନବ ଚାଲାଣ ଏବଂ ପ୍ରାକୃତିକ ବିପର୍ଯୟ ଭଳି ପାରସ୍ପରିକ ନିରାପତ୍ତା ସ୍ଵାର୍ଥ ଓ ବିପଦର ମିଳିତ ମୁକାବିଲା କରିବା ଦିଗରେ ଏକଜୁଟ ହେବାକୁ ବିମଷ୍ଟେକ ସଦସ୍ୟ ରାଷ୍ଟ୍ରମାନଙ୍କୁ ଆହ୍ଵାନ ଜଣାଇଥିଲେ ।

ଏହାଛଡା ସାଇବର ନିରାପତ୍ତା ଓ ସାମୁଦ୍ରିକ ତଥା ଜଳପଥ ସୁରକ୍ଷା ଭଳି ଅଣପାରମ୍ପରିକ ବିପଦଗୁଡିକର ମିଳିତ ମୁକାବିଲା ଦିଗରେ ବିମଷ୍ଟେକ ସଦସ୍ୟ ରାଷ୍ଟ୍ରମାନଙ୍କର ସାମୁହିକ ପ୍ରୟାସ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଜାତୀୟ ସୁରକ୍ଷା ମୁଖ୍ୟମାନଙ୍କୁ କହିଥିଲେ ।

**********