ପିଏମଇଣ୍ଡିଆ
ମଞ୍ଚ ଉପରେ ବିରାଜିତ ସମସ୍ତ ଉପସ୍ଥିତ ମହାନୁଭବ ।
150ବର୍ଷର ସମାରୋହ ଏକ ପ୍ରକାରରେ ଆଜି ସମାପନ ହେଉଅଛି । କିନ୍ତୁ ବର୍ଷସାରା ଚାଲୁଥିବା ଏହି ସମାରୋହ ସମାପନ ସହିତ ନୂତନ ଉର୍ଜ୍ଜା, ନୂତନ ପ୍ରେରଣା, ନୂତନ ସଂକଳ୍ପ ଏବଂ ନବ ଭାରତର ସ୍ୱପ୍ନକୁ ପୂରା କରିବାରେ ଏକ ବହୁତ ବଡ଼ ଶକ୍ତି ହୋଇପାରେ । ଭାରତର ଯେଉଁ ନ୍ୟାୟିକ ବ୍ୟବସ୍ଥା ଅଛି ସେହି ନ୍ୟାୟିକ ବିଶ୍ୱ ବ୍ୟବସ୍ଥାରେ ଆଲ୍ଲାହାବାଦ ଦେଢଶହ ବର୍ଷ ପୁରୁଣା । ଗୋଟିଏ ପକ୍ଷରେ ମୁଁ ବୁଝିବାରେ ଭାରତର ନ୍ୟାୟିକ ବିଶ୍ୱ ବ୍ୟବସ୍ଥାର ଏହା ହେଉଛି ତୀର୍ଥ କ୍ଷେତ୍ର । ଆଉ ଏଇ ତୀର୍ଥ କ୍ଷେତ୍ରରେ ଏହି ମହତ୍ୱପୂର୍ଣ୍ଣ ସୋପାନରେ ଆପଣମାନଙ୍କ ଗହଣକୁ ଆସି ଆପଣମାନଙ୍କୁ ଶୁଣିବାର, ବୁଝିବାର ଅବସର ମିଳିଲା, କିଛି କଥା ମତେ ଜଣାଇବାର ସୁଯୋଗ ମିଳିଲା, ମୁଁ ଏହାକୁ ମୋର ଗୌରବ ମଣୁଛି ।
ମୁଖ୍ୟ ବିଚାରପତି ସାହେବ ଏବେ ନିଜର ମନର କଥା କହୁଥିଲେ ଆଉ ମୁଁ ମନଦେଇ ଶୁଣୁଥିଲି । ମୁଁ ତାଙ୍କର ପ୍ରତିଟି ଶବ୍ଦରେ ଗୋଟିଏ ପୀଡା ଅନୁଭବ କରୁଛି, କିଛି କରି ଯିବାର ସଂକଳ୍ପ ମୁଁ ଅନୁଭବ କରୁଛି । ଭାରତର ବିଚାରପତିମାନଙ୍କୁ, ଏହି ନେତୃତ୍ୱ ମୋର ବିଶ୍ୱାସ ଏହି ଯେ ସେମାନଙ୍କର ସଂକଳ୍ପ ପୂରା ହେବ, ପ୍ରତ୍ୟେକ ଯାହାର ଦାୟିତ୍ୱ ତାଙ୍କର ସାଥୀରେ ରହିବେ ଆଉ ଯେ ପର୍ଯ୍ୟନ୍ତ ସରକାରଙ୍କର କଥା ମୁଁ କଥା ଦେଉଛି ଯେ ଯେଉଁ ସଂକଳ୍ପକୁ ନେଇ ଆପଣମାନେ ପ୍ରେରଣା ପାଉଛନ୍ତି ଆମର ଯେଉଁଠାରେ ଯାହା ଯୋଗଦାନ ଦେବାକୁ ଥିବ ଆମେ ତାକୁ ପୂରା କରିବାର ଭରପୁର ପ୍ରୟାସ କରିବୁ, ଯେତେବେଳେ ଆଲ୍ଲାହାବାଦ କୋର୍ଟକୁ 100 ବର୍ଷ ହୋଇଥିଲା, ଶତାବ୍ଦୀର ଅବସର ଥିଲା ସେତେବେଳେ ଭାରତର ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର ରାଧାକ୍ରିଷ୍ଣନ୍, ଏଠାକୁ ଆସିଥିଲେ ଏବଂ ସେ ଯେଉଁ ବକ୍ତବ୍ୟ ଦେଇଥିଲେ ତାହାର ଗୋଟିଏ ଅନୁଚ୍ଛେଦ ମୁଁ ଭାବୁଛି ଯେ, ମୁଁ ପଢିବାକୁ ଚାହିଁବି । ଶହେ ବର୍ଷ ପୂର୍ବେ ଶହେ ବର୍ଷ ଯେବେ ପୂରଣ ହେଲା 50 ବର୍ଷ । ପୂର୍ବେ ଯେଉଁ କଥା କୁହାଯାଇଥିଲା ତାହାର ପୁନଃସ୍ମରଣ କେତେ ଆବଶ୍ୟକ ।
ଡକ୍ଟର ରାଧାକ୍ରିଷ୍ଣନ୍ କହିଥିଲେ “ଆଇନ ଏମିତି ଏକ ଜିନିଷ ଯାହା ଲଗାତାର ବଦଳି ଚାଲିଥାଏ, ଆଇନ ଲୋକଙ୍କର ସଦ୍ଭାବର ଅନୁକୂଳ ହେବା ଦରକାର ଏବଂ ଆଇନକୁ ଆଧୁନିକ ପ୍ରବୃତ୍ତି ଓ ଆହ୍ୱାନଗୁଡିକୁ ମଧ୍ୟ ଧ୍ୟାନ ରଖିବା ଦରକାର । ଆଇନର ସମୀକ୍ଷା ସମୟରେ ଏହି ସବୁ କଥା ଉପରେ ଧ୍ୟାନ ଦେବା ଦରକାର । କେଉଁ ଭଳି ଜୀବନ ଆମେ ଜୀଇଁବାକୁ ଚାହୁଁଛୁ । ଆଇନର କ’ଣ କହିବା ଦରକାର, ଆଇନର ଅନ୍ତିମ ଲକ୍ଷ୍ୟ କ’ଣ, ସବୁ ଲୋକଙ୍କ କଲ୍ୟାଣ ହେଉ କେବଳ ଧନୀ ଲୋକଙ୍କ କଲ୍ୟାଣ ନୁହେଁ । ଅର୍ଥାତ ଦେଶର ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣ ହେଉ । ଏହା ହେଉଛି ଆଇନର ଲକ୍ଷ୍ୟ ଏବଂ ଏହାକୁ ପୂରଣ କରିବା ପାଇଁ ପ୍ରୟାସ କରାଯିବା ଦରକାର”।
ମୁଁ ବୁଝିଛି ଯେ ଡକ୍ଟର ରାଧାକ୍ରିଷ୍ଣନ୍ଜୀ, 50 ବର୍ଷ ପୂର୍ବେ ଏହି ମାଟିରେ ଦେଶର ନ୍ୟାୟିକ ବିଶ୍ୱ ବ୍ୟବସ୍ଥାକୁ, ଦେଶର ଶାସକଙ୍କୁ ଏକ ମାର୍ମିକ ସନ୍ଦେଶ ଦେଇଥିଲେ ଏବଂ ତାହା ଆଜି ମଧ୍ୟ ହେଉଛି ସେତିକି ପ୍ରାସଙ୍ଗିକ ସେତିକି ସତ୍ୟନିଷ୍ଠ । ଯଦି ଥରେ ଯେମିତି ଗାନ୍ଧିଜୀ କହୁଥିଲେ ଯଦି ଆମେ କୌଣସି ମଧ୍ୟ ନିର୍ଣ୍ଣୟ କରିବା ଏହା ଠିକ୍ ଅବା ଭୁଲ, ଏହାକୁ କେମିତି ତଉଲିବା ତା’ର ମାନଦଣ୍ଡ କ’ଣ । ତ ଗାନ୍ଧିଜୀ ସରକାରଙ୍କ ପାଇଁ ବିଶେଷ କରି କହିଥିଲେ କି ଆପଣ ଯେତେବେଳେ କୌଣସି ନିର୍ଣ୍ଣୟ ନେଉଛନ୍ତି କିଛି ଅସାମଞ୍ଜସ୍ୟ ହେଉଛି ତ ଆପଣ କ୍ଷଣେ ମାତ୍ର ପାଇଁ ହିନ୍ଦୁସ୍ଥାନର ଶେଷ ଭାଗରେ ବସିଥିବା ମଣିଷର ସ୍ମରଣ କରିବା ଏବଂ କଳ୍ପନା କରିବାକୁ ହେବ କି ଆପଣଙ୍କ ନିର୍ଣ୍ଣୟ ତା’ ଜୀବନରେ କ’ଣ ପ୍ରଭାବ ପକାଇବ । ଯଦି ସକରାତ୍ମକ ପ୍ରଭାବ ହେବ ତ ବେଧଡକ୍ ଆଗକୁ ବଢନ୍ତୁ ଆପଣଙ୍କ ନିର୍ଣ୍ଣୟ ଠିକ୍ ହେବ । ଏହି ଭାବକୁ କେମିତି ଆମେ ଆମ ଜୀବନର ଅଂଶ ବୋଲି ବିଚାର କରିବା । ଏହି ମହାପୁରୁଷମାନେ କହିଥିବା କଥା କିପରି ଆମ ଜୀବନର ଉଦ୍ଦେଶ୍ୟ ହୋଇପାରିବ ଆଉ ତାହା ହିଁ ତ ହେଉଛି ଜୀବନ ପରିବର୍ତ୍ତନର ପୁରୋଧା ହୋଇଯିବ ।
ଏହି ଆଲ୍ଲାହାବାଦ ଆଡକୁ ଭାରତର ପୁରା ନ୍ୟାୟଜଗତ, ସ୍ୱାଧୀନତା ପୂର୍ବରୁ ହିନ୍ଦୁସ୍ଥାନର ସ୍ୱାଧୀନତା ଆନ୍ଦୋଳନକୁ ଯଦି କେହି ଶକ୍ତି ଦେଇଥିଲା ଭାରତର ସାଧାରଣ ମଣିଷମାନେ, ଇଂରେଜ ଶାସନ ସାମ୍ନାରେ ଅଭୟର ଯେଉଁ ସୁରକ୍ଷା ଚକ୍ର ଦେଲା, ସୁରକ୍ଷା କବଚ ଦେଲା । ଏହା ଭାରତର ନ୍ୟାୟଜଗତ ସହ ଯୋଡି ହୋଇଥିବା ଓକିଲମାନେ ଦେଇଥିଲେ ।
ଇଂରେଜ ସାମ୍ରାଜ୍ୟ ବିରୁଦ୍ଧରେ ଲଢୁଥିଲେ ଆଉ ତାଙ୍କର ଲଢିବାର ସୁଯୋଗ ଜଣେ, ଦୁଇଜଣ, ଚାରି ଅବା ପାଂଚ ଜଣଙ୍କ ପାଇଁ ଆସିଥିବ । କିନ୍ତୁ କୋଟି କୋଟି ଲୋକଙ୍କୁ ଲାଗୁଥିଲା କି ଆମକୁ ନିର୍ଭୟର ସହିତ ବଂଚିବା ଦରକାର, କିଏ ତ ମିଳିଯିବ ଇଂରେଜ ଅତ୍ୟାଚାର ଆଗରୁ ଆମକୁ ରକ୍ଷା କରିଦେବ ଆଉ ଏହି ପିଢି ଥିଲା ଯେଉଁମାନେ ଦେଶର ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ଭାଗିଦାରୀ ଦେଶର ଯେତେ ଗଣ୍ୟମାନ୍ୟ ନେତାମାନଙ୍କର ନାମ ଆମେ ସ୍ମରଣ କରୁଛେ ଅଧିକାଂଶଙ୍କ ପୃଷ୍ଠଭୂମୀ ଏହି ଅଦାଲତ, ଯେଉଁଠି ସଂଘର୍ଷ କରି ଜନ ସାଧାରଣଙ୍କ କଲ୍ୟାଣ ପାଇଁ ରାଜନୀତିର ରାସ୍ତା ସେମାନେ ବାଛି ନେଇଥିଲେ । ସ୍ୱାଧୀନତା ଆନ୍ଦୋଳନ ଚଳାଇଲେ ସ୍ୱାଧୀନତା ଆନ୍ଦୋଳନ ପରେ ଦେଶର ଶାସନ ବ୍ୟବସ୍ଥାରେ ନିଜର ଯୋଗଦାନ ଦେଶରେ ଯେଉଁ ମିଜାଜ୍ ଥିଲା, ସ୍ୱାଧୀନତା ଆନ୍ଦୋଳନରେ ପ୍ରତ୍ୟେକଙ୍କ ସ୍ୱପ୍ନ ଥିଲା ସ୍ୱାଧୀନ ହୋଇଯିବା ଆଉ ଯଦି ପ୍ରତ୍ୟେକ ମଣିଷର ସ୍ୱପ୍ନ ନ ହୋଇଥାନ୍ତା ତ ସ୍ୱାଧୀନତା ଆସିବା ମଧ୍ୟ ସମ୍ଭବ ହୋଇ ନ ଥାନ୍ତା । ଆଉ ଗାନ୍ଧିଜୀଙ୍କ ଏହି ବିଶେଷତ୍ୱ ଥିଲା କି ସେ ପ୍ରତ୍ୟେକ ହିନ୍ଦୁସ୍ଥାନୀର ହୃଦୟରେ ସ୍ୱାଧୀନତାର ଭାବ ଜାଗ୍ରତ କଲେ ତ ଯିଏ ଝାଡୁ ଲଗାଉଥିଲା ତ ତାକୁ ମଧ୍ୟ ଲାଗୁଥିଲା ମୁଁ ସ୍ୱାଧୀତନା ପାଇଁ କାମ କରୁଛି, ପ୍ରୋଢ ଶିକ୍ଷାର କାମ ମଧ୍ୟ ଥିଲା ତ ତାକୁ ଲାଗୁଥିଲା ମୁଁ ସ୍ୱାଧୀନତା ପାଇଁ କାମ କରୁଛି । ସେମାନେ ଦେଶର କୋଟି କୋଟି ଲୋକଙ୍କ ହୃଦୟରେ ସ୍ୱାଧୀନତାର ଉତ୍ସାହ ସେହି ବ୍ୟକ୍ତିର କ୍ଷମତା ଅନୁସାରେ ତାକୁ ସୁରକ୍ଷା ଦେଲା, ମୁଁ ଏମିତି ଜାଗାରେ ଠିଆ ହୋଇଛି ଆଜି ଆଲ୍ଲାହାବାଦ ଏହି ଆନ୍ଦୋଳନକୁ ବହୁତ ବଡ଼ ଶକ୍ତି ଦେଇଛି ।
ସ୍ୱାଧୀନତାର 70 ବର୍ଷ ପୂରା ହୋଇଗଲା 2022ରେ ସ୍ୱାଧୀନତାକୁ 75ବର୍ଷ ହେବାକୁ ଯାଉଛି କ’ଣ ଆଲ୍ଲାହାବାଦରୁ ଦେଶକୁ ପ୍ରେରଣା ମିଳି ପାରିବ କି? 2022ର ଯେଉଁ ଆଗ୍ରହ, ଯେଉଁ ନିଷ୍ଠା, ଯେଉଁ ତ୍ୟାଗ, ଯେଉଁ ତପସ୍ୟା ପରିଶ୍ରମର ପରାକାଷ୍ଠା ସ୍ୱାଧୀନତା ଆନ୍ଦୋଳନରେ ଦେଖା ଦେଇଥିଲା କ’ଣ ଏହି ପାଂଚ ବର୍ଷ ପାଇଁ ଶହେ ପଚିଶ କୋଟି ଦେଶବାସୀମାନଙ୍କ ମଧ୍ୟରେ ସେହି ଉତ୍ସାହ ଜନ୍ମାଇବା କି ଯେତେବେଳେ ସ୍ୱାଧୀନତାର 75 ବର୍ଷ ହେବ ଆମେ ହିନ୍ଦୁସ୍ଥାନକୁ ସେଠାକୁ ନେଇଯିବା ଯିଏ ଯେଉଁଠାରେ ଥିବ ସେ 2022ର କେଉଁ ସ୍ୱପ୍ନ, କେଉଁ ସଂକଳ୍ପ, କେଉଁ କାର୍ଯ୍ୟଖସଡା ପ୍ରସ୍ତୁତ କରି ପାରିବ ପ୍ରତ୍ୟେକ ନାଗରିକ ଯଦି ଏହା କରିନେବେ ମୁଁ ମାନିବି ନାହିଁ ଯେ ଦେଶର କୌଣସି ନାଗରିକଙ୍କର ଏପରି ଆଶଙ୍କା ସୃଷ୍ଟି ହେବ କି ପରିଣାମ ମିଳିବ ନାହିଁ ।
ଶହେ ପଚିଶ କୋଟି ଦେଶବାସୀଙ୍କ ନିଜସ୍ୱ ଶକ୍ତି, ଆମର ସଂସ୍ଥାମାନେ ଆମ ସରକାରଗୁଡିକ, ଆମ ସାମାଜିକ ଜୀବନ ସହ ଜଡିତ ଲୋକ ଏବଂ ଆଜି ଯେତେ ବେଳେ 150 ବର୍ଷର ସମାପନ ସମାରୋହରେ ଆମେ ବସିଛୁ ସେ ପର୍ଯ୍ୟନ୍ତ ଏକ ନୂଆ ସଂକଳ୍ପ ନେଇକରି ଯିବା କି 2022 ପର୍ଯ୍ୟନ୍ତ ଆମେ ଯେଉଁ କ୍ଷେତ୍ରରେ ଅଛୁ ସେହି କ୍ଷେତ୍ରରେ ଯାହା ଡକ୍ଟର ରାଧାକ୍ରିଷ୍ଣନ୍ କହିଥିଲେ ତାହା, ମହାତ୍ମା ଗାନ୍ଧୀ କହିଥିଲେ ତାହା ସେହି ମୂଲ୍ୟ ଆଧାରରେ ଦେଶ ପାଇଁ କିଛି କରିପାରିବା କି ମୋର ବିଶ୍ୱାସ ଅଛି କି ମୁଖ୍ୟ ବିଚାରପତି ଯେଉଁ ସ୍ୱପ୍ନ ଦେଖିଛନ୍ତି ଆପଣ ସମସ୍ତଙ୍କ ହୃଦୟରେ ମଧ୍ୟ ଯେଉଁ ବହ୍ନି ଅଛି ସେହି ବହ୍ନି ଏକ ଉର୍ଜ୍ଜା ହୋଇପାରିବ ଯେଉଁ ଉର୍ଜ୍ଜା ଦେଶର ପରିବର୍ତ୍ତନ ପାଇଁ କାମରେ ଆସିବ । ମୁଁ ମଧ୍ୟ ଆପଣମାନଙ୍କୁ ନିମନ୍ତ୍ରଣ ଦେଉଛି ଏହି ମଞ୍ଚ ମାଧ୍ୟମରେ ଦେଶବାସୀଙ୍କୁ ନିମନ୍ତ୍ରଣ ଦେଉଛି କି ଆସନ୍ତୁ 2022 ର କେଉଁ ସଂକଳ୍ପ ସ୍ଥିର କରନ୍ତୁ ଯେତେବେଳେ ସ୍ୱାଧୀନତାର 75 ବର୍ଷ ହେବ ତ ସ୍ୱାଧୀନତାର ପାଗଳମାନେ ଦେଶ ପାଇଁ ଯେଉଁ ପ୍ରକାରର ସ୍ୱପ୍ନ କୁ ପୂରା କରିବା ପାଇଁ ଲାଗିପଡିଥିଲେ ଆମେ ମଧ୍ୟ ନିଜସ୍ୱ ଭାବରେ କିଛି ଚେଷ୍ଟା କରିବା । ମୋର ବିଶ୍ୱାସ ଅଛ ଶହେ ପଚିଶ କୋଟି ଦେଶବାସୀଙ୍କ ସ୍ୱପ୍ନ, ଶହେ ପଚିଶ କୋଟି ଦେଶବାସୀଙ୍କ ପାଦ ଆଗକୁ ନେଇ ଯିବା ଏହି ଶକ୍ତି ଅଛି ସେହି ଶକ୍ତିକୁ ଆମେ କେମିତି ବଳ ଦେବା ସେହି ଦିଗରେ ପ୍ରୟାସ କରିବା, ଯୁଗ ବଦଳି ଯାଇଛି ।
ଯେତେବେଳେ ମୁଁ ନିର୍ବାଚନ ପ୍ରଚାର କରୁଥିଲି 2014 ରେ, ମୁଁ ଦେଶର କେତେକ ଲୋକଙ୍କ ପାଇଁ ଅପରିଚିତ ଥିଲି, ମୋର ପରିଚିତ ନ ଥିଲା କି ଏକ ଛୋଟ ସମାରୋହରେ ମତେ କେତେ ପ୍ରଶ୍ନ ପଚରାଯାଇଥିଲା ଏବଂ ମୁଁ କହିଥିଲି ମୁଁ ନୂଆ ଆଇନ କେତେ ତିଆରି କରିବି ମତେ ଜଣା ନାହିଁ କିନ୍ତୁ ମୁଁ ପ୍ରତ୍ୟେକ ଦିନ ଏକ ଆଇନ ନିଶ୍ଚୟ ଶେଷ କରିବି ଯଦି ମୁଁ ପ୍ରଧାନମନ୍ତ୍ରୀ ହୋଇଗଲି ତ । ଏହି ଆଇନର ଜଞ୍ଜାଳ ସରକାର ଯାହା ତିଆରି ନ କରିବେ ଏହି ଆଇନର ବୋଝ ସାଧାରଣ ମଣିଷ ଉପରେ ଯାହା ଲଦା ଯାଇଛି ଯେମିତି ମୁଖ୍ୟ ବିଚାରପତି ସାହେବ କହୁଥିଲେ କି ସେଥିରୁ କେମିତି ବାହାରି ଯିବା । ଆଉ ଆଜି ମୁଁ ଖୁସୀ ଯେ ଏବେ ପାଂଚ ବର୍ଷ ପୂରଣ ହୋଇ ନାହିଁ ଏ ପର୍ଯ୍ୟନ୍ତ ପାଖାପାଖି 1200 ଆଇନ ଆମେ ଶେଷ କରି ଦେଇଛୁ ପ୍ରତିଦିନ ଗୋଟିଏରୁ ଅଧିକ କରିପାରିଛୁ । ଏ ଯେଉଁ ସରଳୀକରଣ ଆମେ କରି ପାରିବା ଯେତେ ବୋଝ ଆମେ କମ୍ କରି ପାରିବା ନ୍ୟାୟ ବ୍ୟବସ୍ଥାକୁ ଶକ୍ତି ମିଳିବ ଏବଂ ଏହି କାମକୁ କରିବା ହେଉଛି ପରିବର୍ତ୍ତିତ ଯୁଗରେ ଟେକ୍ନୋଲଜିର ବହୁତ ବଡ଼ ଭୂମିକା ଅଛି ମୁଖ୍ୟ ବିଚାରପତି ସାହେବ କହୁଥିଲେ କି କୌଣସି ନଥିର ଆବଶ୍ୟକତା ନାହିଁ କି ଫାଇଲ୍ ନିଜକୁ ନିଜେ ଚାଲିଯିବ ଗୋଟିଏ ସେକେଣ୍ଡର ବ୍ୟବଧାନରେ ଚାଲି ଯିବ । ଭାରତ ସରକାର ମଧ୍ୟ ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ଭାରତର ନ୍ୟାୟ ବ୍ୟବସ୍ଥାକୁ ଆଧୁନିକ ଟେକ୍ନୋଲଜି – ଆଇସିଟିରେ ସୂଚନା ଯୋଗାଯୋଗ ଟେକ୍ନୋଲଜିରେ କେତେ ମଜବୁତ୍ କରାଯାଇ ପାରିବ କେତେ ସରଳ କରାଯାଇ ପାରିବ ଆଉ ପ୍ରଥମେ କେଉଁ ଯୁଗ ଥିଲା ଯେ ଆଜି ଜଜ୍ ଭାବେ ବସିଛନ୍ତି ସେମାନେ ଯେତେବେଳେ ଓକିଲାତି କରୁଥିବେ ସେମାନେ ଗୋଟିଏ ଗୋଟିଏ କେସ/ମୋକଦ୍ଦମାର ବିଭିନ୍ନ ଧାରାକୁ ନେଇ ଘଂଟା ଘଂଟା ବହି ଓଲଟାଇବାକୁ ପଡୁଥିଲା ।
ଆଜିର ଓକିଲମାନଙ୍କୁ ସେହି ପରିଶ୍ରମ କରିବାକୁ ପଡୁ ନାହିଁ ଗୁଗୁଲ୍ ଗୁରୁଙ୍କୁ ପଚାରି ନେଉଛନ୍ତି ଗୁଗୁଲ୍ ଗୁରୁ ତୁରନ୍ତ ବତାଇ ଦେଉଛନ୍ତି କି 1989 ରେ ଏହି କେସ ଥିଲା, ଏହି ଘଟଣା ଥିଲା ଏହି ଜଜ୍ ଥିଲେ ଏତେ ସରଳତା ଆସିଛି ଟେକ୍ନୋଲଜିରେ ପୁରା ଓକିଲ ସମୁଦାୟ ପାଖରେ ଏତେ ବଡ଼ ଶକ୍ତି ଆସିଛି କି ତର୍କର ଗୁଣବତ୍ତା ଅତ୍ୟାଧୁନିକ ସୂଚନା ସହିତ ଆମର ତର୍କ ନିଜକୁ ନିଜେ ଟେକ୍ନୋଲଜି ସହିତ ସ୍ଥିର କରିଥାଏ ଆଉ ଯେବେ କୋର୍ଟ ଭିତରେ ଗୁଣବତ୍ତାରେ ପରିବର୍ତ୍ତନ ଆସିବ, ତୀକ୍ଷ୍ଣତା ଆସିବ ତାରିଖ ନେବା ପାଇଁ ତୀକ୍ଷ୍ଣତାର ଆବଶ୍ୟକତା ପଡିବ ନାହିଁ ମୋର ବିଶ୍ୱାସ ଯେ ମାମଲା ସମାଧାନ କରିବା ପାଇଁ ଜଜ୍ଙ୍କ ସାମ୍ନାରେ ତୀକ୍ଷ୍ଣତାର ସହିତ ବିତର୍କ ହେବ ତ ତାଙ୍କୁ କ୍ଷୀର ରୁ କ୍ଷୀର ଓ ପାଣିରୁ ପାଣି କରି ସେଥିରୁ ସତ୍ୟ ଖୋଜିବାରେ ଡେରି ଲାଗିବ ନାହିଁ । ଆମ ନ୍ୟାୟ ପ୍ରକ୍ରିୟାକୁ ଗତି ନିଜକୁ ନିଜେ ଆସିବା ଆରମ୍ଭ ହେବ ଆମେ ପ୍ରତ୍ୟେକ ତର୍କ ପାଇଁ ଟେକ୍ନୋଲଜିର ଉପଯୋଗ କେମିତି କରିବା ଆଜି ଯେତେବେଳେ ଆମେ ତାରିଖ ଦେଉଛୁ, ଦୁଇ ମିନିଟ ନେଇ କଥା ହେବା ଅମୁକ ତାରିଖ, ସେତେ ତାରିଖ ଏହା ସବୁ ମୋବାଇଲ ଫୋନ୍ ଏସ୍ଏମ୍ଏସ ତାରିଖ ଦେବା ପରମ୍ପରା କେବେ ଆରମ୍ଭ ହେବ ।
ଆଜି ଜଣେ ଅଫିସର କେଉଁଠି ଚାକିର କରୁଛନ୍ତି । ତାଙ୍କ ସମୟରେ ଗୋଟିଏ କେସ ହୋଇଛି ତାଙ୍କର ବଦଳି ହୋଇ ଯାଇଛି କିନ୍ତୁ ତାଙ୍କ ସମୟର କେସ ବାହାରୁଛି ତ ତାଙ୍କୁ ଚାକିରି ଛାଡି ନିଜ ଅଂଚଳ ଛାଡି ଯାଇ କୋର୍ଟ ଯିବାକୁ ପଡୁଛି, କାହିଁକି ଆମେ ତାଙ୍କୁ ଭିଡିଓ କନଫେରେନ୍ସିଙ୍ଗରେ ଏମିତି ଲୋକଙ୍କ ପାଇଁ ସୁବିଧା ତିଆରି କରିବା । କମ୍ ସମୟରେ ଯେଉଁ ଜିନିଷ ପଚରା ଯାଇ ପାରିବ, ପଚରାଯାଉ ଫଳରେ ସେହି ଅଫିସରମାନଙ୍କ ସମୟ ମଧ୍ୟ ଶାସନ କାମରେ ଲାଗି ପାରିବ । ଏହି ସମସ୍ତ ଜିନିଷ ଜେଲ୍ର କଏଦୀମାନଙ୍କୁ ଅଦାଲତ ଆଣିବା, ସୁରକ୍ଷାରେ ଏତେ ଖର୍ଚ୍ଚ ଆଉ ସେହି ମାର୍ଗରେ କ’ଣ କ’ଣ ନ ହୁଏ ଏହା ସମସ୍ତେ ଜାଣନ୍ତି ।
ଏବେ ଯୋଗିଜୀ ଆସିଛନ୍ତି ତ ବୋଧହୁଏ ଏହା ବଂନ୍ଦ ହେଉ, ଯଦି ଭିଡିଓ କନଫେରେନ୍ସିଙ୍ଗରେ ଜେଲ ଏବଂ କୋର୍ଟକୁ ଆମେ ସଂଯୋଗ କରିଦେବା ତ କେତେ ଖର୍ଚ୍ଚ ବଞ୍ଚିଯାଇ ପାରିବ, କେତେ ସମୟ ବଞ୍ଚିଯାଇ ପାରିବ, କେତେ ସରଳତା ଆମେ ଉତ୍ପନ୍ନ କରିପାରିବା । ଭାରତ ସରକାରଙ୍କର ପ୍ରୟାସ ହେଉଛି କି ଆମର ନ୍ୟାୟ ବ୍ୟବସ୍ଥାକୁ ଆଧୁନିକ ଆଇସିଟି ଟେକ୍ନୋଲଜିର ପୂରା ଲାଭ ମିଳୁ । ତାକୁ ଅଗ୍ରାଧିକାର ଦିଆଯାଉ । ମୁଁ ଦେଶର ଷ୍ଟାର୍ଟ-ଅପବାଲା ଯୁବକମାନଙ୍କୁ ମଧ୍ୟ କହିବି ଭବିଷ୍ୟତ ଦେଶର ନ୍ୟାୟ ପ୍ରକ୍ରିୟା ପାଇଁ ନିଜ ଷ୍ଟାର୍ଟଅପ୍ରେ ନୂଆ ନୂଆ ସୃଷ୍ଟି କରନ୍ତୁ । ସେମାନେ ମଧ୍ୟ ଟେକ୍ନୋଲଜି ମାଧ୍ୟମରେ ବିଚାର ବିଭାଗକୁ ଶକ୍ତି ଦେଇ ପାରିବେ । ଯଦି ବିଚାର ବିଭାଗ ହାତରେ ସେହି ପ୍ରକାରର ନୂତନ ନବସୃଜନ ଆସିଯିବ । ମୋର ବିଶ୍ୱାସ ଅଛି କି ବିଚାର ବିଭାଗର ଲୋକ ଏହାର ଉପଯୋଗ କରି ଗତି ଦେବାରେ ବହୁତ ବଡ଼ ସାହାଯ୍ୟ କରି ପାରିବେ । ଏହିଭଳି ଚାରି ଦିଗରୁ ଆମେ ଯଦି ପ୍ରୟାସ କରିବା ତ ଆମେ ଜଣେ-ଅନ୍ୟ ଜଣକର ପରିପୂରକ ହୋଇପାରିବା । ଭଲ ପରିଣାମ ହୋଇକରି ରହିବ ।
ମୁଁ ପୁଣି ଥରେ ଦିଲୀପ ଜୀଙ୍କୁ ତାଙ୍କ ପୁରା ଟିମ୍କୁ, ଏଠାରେ ସମସ୍ତ ଆଦରଣୀୟ ବିଚାରପତିମାନଙ୍କୁ, ବାହାରର ବନ୍ଧୁମାନଙ୍କୁ, 150 ବର୍ଷର ଏହି ଯାତ୍ରାର ସମାପନ ସମୟରେ ଆଦର ପୂର୍ବକ ବହୁତ ବହୁତ ଶୁଭ କାମନା ଜଣାଉଛି ଏବଂ ମୋର ବିଶ୍ୱାସ ଯେ 2022ରେ ଭାରତର ସ୍ୱାଧୀନତାର 75 ବର୍ଷର ସ୍ୱପ୍ନକୁ ସଜାଇ ଏହିଠାରୁ ଚାଲୁ, ଯେତେ ଶୀଘ୍ର ହୋଇପାରେ ସେହି ସ୍ୱପ୍ନକୁ ସଂକଳ୍ପରେ ପରିବର୍ତ୍ତିତ କରୁ ଏବଂ ସେହି ସଂକଳ୍ପକୁ ପୁଣି ଥରେ କରିବା ପାଇଁ ନିଜର ସମସ୍ତ କ୍ଷମତାକୁ ଯୋଡି ଦେଉ । ଦେଶକୁ ନୂତନ ଶିଖରକୁ ନେଇଯାଉ । ନିଉ ଇଣ୍ଡିଆର ନୂତନ ପିଢୀ ପାଇଁ ଯେଉଁ ସ୍ୱପ୍ନ ଅଛି ତାକୁ ନୂଆ କରିବାର ପ୍ରୟାସ ଆମେ ସମସ୍ତେ କରିବୁ । ଏହି ଏକ ଅପେକ୍ଷା ସହିତ ମୁଁ ଆପଣମାନଙ୍କ ନିକଟରେ ବହୁତ କୃତଜ୍ଞ । ଧନ୍ୟବାଦ ।
The Allahabad HC is like a 'Tirtha Kshetra' for our judiciary: PM @narendramodi pic.twitter.com/Hi9fVjO7Cv
— PMO India (@PMOIndia) April 2, 2017
Those associated with the legal profession played a vital role in the freedom struggle & protected our people against colonialism: PM pic.twitter.com/E9sOGCzOZU
— PMO India (@PMOIndia) April 2, 2017
Gandhi Ji was special because he integrated everything he did, be it cleanliness or Khadi, with the freedom of India: PM @narendramodi
— PMO India (@PMOIndia) April 2, 2017
Let us think about the India we want to create when we mark 75 years of freedom in 2022. Let every citizen prepare that roadmap: PM
— PMO India (@PMOIndia) April 2, 2017
Over 1200 obsolete laws have been scrapped by the Government since May 2014: PM @narendramodi pic.twitter.com/OzEqM4jzsg
— PMO India (@PMOIndia) April 2, 2017
Technology is playing a big role in this century and I see technology having a big scope in the judiciary as well: PM @narendramodi
— PMO India (@PMOIndia) April 2, 2017
I urge those involved with the start up sector to innovate on aspects where technology can help the judiciary: PM @narendramodi pic.twitter.com/XiYRc5VP3u
— PMO India (@PMOIndia) April 2, 2017