Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଉତ୍ତରାଖଣ୍ଡ କେଦାରନାଥ ମନ୍ଦିରରେ ପୂଜା କଲେ ମୋଦୀ

ଉତ୍ତରାଖଣ୍ଡ କେଦାରନାଥ ମନ୍ଦିରରେ ପୂଜା କଲେ ମୋଦୀ

ଉତ୍ତରାଖଣ୍ଡ କେଦାରନାଥ ମନ୍ଦିରରେ ପୂଜା କଲେ ମୋଦୀ

ଉତ୍ତରାଖଣ୍ଡ କେଦାରନାଥ ମନ୍ଦିରରେ ପୂଜା କଲେ ମୋଦୀ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡ ଗସ୍ତ କରିଥିଲେ । ସେ କେଦାରନାଥ ମନ୍ଦିରରେ ପୂଜା କରିଥିଲେ ଏବଂ ସେଠାରେ ଉପସ୍ଥିତ ବହୁ ସଂଖ୍ୟାରେ ଲୋକମାନଙ୍କୁ ଅଭିବାଦନ ଜଣାଇଥିଲେ ।

ଏହାପରେ ପ୍ରଧାନମନ୍ତ୍ରୀ ହରିଦ୍ୱାର ଜିଲ୍ଲାରେ ପତଞ୍ଜଳି ଗବେଷଣା ପ୍ରତିଷ୍ଠାନର ଉଦ୍ଘାଟନ କରିଥିଲେ । ସେ ଔଷଧ ଉଦ୍ଭାବନ ଏବଂ ଗବେଷଣା ପରୀକ୍ଷାଗାର ବୁଲି ଦେଖିଥିଲେ । ଏହି ଅବସରରେ ତାଙ୍କ ସହ ସ୍ୱାମୀ ରାମଦେବ ଏବଂ ଆଚାର୍ଯ୍ୟ ବାଳକୃଷ୍ଣ ଉପସ୍ଥିତ ଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରି କହିଥିଲେ ଯେ ଆମର ସମୃଦ୍ଧଶାଳୀ ଐତିହ୍ୟକୁ ଆମେ ଭୁଲଯିବା ନାହିଁ କିମ୍ବା ଅଣଦେଖା କରିବା ନାହିଁ । ସେ ଆହୁରି କହିଥିଲେ ଯେ ଆମ ପୂର୍ବପୁରୁଷମାନଙ୍କ ଓଜସ୍ୱୀ ଜ୍ଞାନକୁ ଜାଗ୍ରତ ରଖାଯିବା ଆବଶ୍ୟକ ।

ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ଅଧିକରୁ ଅଧିକ ଲୋକମାନଙ୍କୁ ଏକତ୍ରିତ କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଥିଲେ । ସ୍ୱାସ୍ଥ୍ୟ ଏବଂ କଲ୍ୟାଣର ବିଭିନ୍ନ ଦିଗ ପ୍ରତି ଗୁରୁତ୍ୱ ଦେଉଥିବା ନୂଆ ସ୍ୱାସ୍ଥ୍ୟ ନୀତି ସମ୍ପର୍କରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱଚ୍ଛତା ହେଉଛି ସ୍ୱାସ୍ଥ୍ୟସମସ୍ୟା ନିରାକରଣର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ।

ପ୍ରଧାନମନ୍ତ୍ରୀ ମଧ୍ୟ ବିଶ୍ୱ ହର୍ବାଲ୍ ଏନସାଇକ୍ଲୋପିଡିଆର ପ୍ରଥମ ଭାଗ ଉନ୍ମୋଚନ କରିଥିଲେ ।

****