Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ-ବାଂଲାଦେଶ ରାଷ୍ଟ୍ରୀୟ ପ୍ରତିରକ୍ଷା କଲେଜ ଫାକଲ୍ଟି ପ୍ରତିବଦଳ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି


ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ପ୍ରତିରକ୍ଷା କଲେଜ ଏବଂ ବାଂଲାଦେଶର ଢାକାଠାରେ ରାଷ୍ଟ୍ରୀୟ ପ୍ରତିରକ୍ଷା କଲେଜ ମଧ୍ୟରେ ଫାକଲ୍ଟି ପ୍ରତିବଦଳ ନେଇ ହୋଇଥିବା ବୁଝାମଣାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟରେ ପିଛିଲା ଭାବେ ସ୍ୱୀକୃତି ପ୍ରଦାନ କରାଯାଇଛି ।

ରାଷ୍ଟ୍ରୀୟ ସୁରକ୍ଷା, ବିକାଶ ଏବଂ ରଣନୀତିକ ଅଧ୍ୟୟନ କ୍ଷେତ୍ରରେ ପରସ୍ପର ସହଯୋଗ ବୃଦ୍ଧି ପାଇଁ ଦୁଇଟି ରାଷ୍ଟ୍ରୀୟ ପ୍ରତିରକ୍ଷା ମହାବିଦ୍ୟାଳୟଗୁଡିକ ମଧ୍ୟରେ ନିୟମିତ ବିନିମୟ କାର୍ଯ୍ୟକ୍ରମଗୁଡିକୁ ସଂସ୍ଥାଗତ କରିବା ଏବଂ ସ୍ଥାୟୀ ତନ୍ତ୍ର ପ୍ରତିଷ୍ଠା ହେଉଛି ଏହି ବୁଝାମଣାର ଉଦ୍ଦେଶ୍ୟ ।

ଦୁଇ ଦେଶ ମଧ୍ୟରେ ଭୋ÷ଗଳିକ ଏବଂ ସାଂସ୍କୃତିକ ନିକଟତାକୁ ଲକ୍ଷ୍ୟ ରଖି ଆତଙ୍କବାଦର ମୁକାବିଲା କରିବା ସହିତ ଅନ୍ୟ କେତେକ ଆହ୍ୱାନ ରହିଛି ଯାହାପାଇଁ ପାରସ୍ପରିକ ସହଯୋଗର ଆବଶ୍ୟକତା ରହିଛି । ପ୍ରମୁଖ ସଂସ୍ଥାଗୁଡିକ ମଧ୍ୟରେ ଫାକଲ୍ଟି ସଦସ୍ୟମାନଙ୍କର ପ୍ରତିବଦଳ, ସଶସ୍ତ୍ର ବଳର କ୍ଷମତା ବୃଦ୍ଧି କରିବା ଏବଂ ବିପଦ ଓ ଆହ୍ୱାନଗୁଡିକର ମୁକାବିଲା କରିବା ସହ ଏହାର ସୁନ୍ଦର ପରିଚାଳନା କରିପାରିବ ।

ଏହି ବୁଝାମଣା ସାମରିକ ଏବଂ ପରିଚାଳନା ଅଧ୍ୟୟନ ସମ୍ବନ୍ଧିତ ସୈନ୍ୟ ଶିକ୍ଷା କ୍ଷେତ୍ରରେ ଉନ୍ନତ ସହଯୋଗ ପାଇଁ ରୂପରେଖା ପ୍ରତିଷ୍ଠା କରିବ ।

***********