Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଉତ୍ତରକାଶୀ ବସ୍ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ଶୋକ, ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡର ଉତ୍ତରକାଶୀଠାରେ ବସ୍ ଦୁର୍ଘଟଣାରେ ଜୀବନହାନୀ ଯୋଗୁଁ ଗଭୀର ଭାବେ ମର୍ମାହତ ହୋଇ ଶୋକ ପ୍ରକାଶ କରିଛନ୍ତି ।

‘‘ଉତ୍ତରକାଶୀରେ ଦୁର୍ଭାଗ୍ୟଜନକ ବସ୍ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପ୍ରତି ମୋର ସମବେଦନା ଓ ପ୍ରାର୍ଥନା ତଥା ଏହି ଦୁଃଖଦ ମୁହୁର୍ତ୍ତରେ ସେମାନଙ୍କ ପରିବାରବର୍ଗଙ୍କ ସହିତ ଆମେ ରହିଛୁ । ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି’’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ପ୍ରତି ମୃତକଙ୍କ ନିକଟ ସଂପର୍କୀୟଙ୍କ ଲାଗି ଦୁଇ ଲକ୍ଷ ଟଙ୍କା ଏବଂ ଆହତମାନଙ୍କ ଆଶୁ ଚିକିତ୍ସା ଲାଗି 50 ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।