ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅକ୍ଷୟ ଶକ୍ତି ପାଇଁ 2360 କୋଟି ଟଙ୍କାର ବଣ୍ଡ ସଂଗ୍ରହ ନିମେନ୍ତ ଅନୁମୋଦନ ମିଳିଛି । ଏହି ବଣ୍ଡକୁ 2017-18 ମସିହା ମଧ୍ୟରେ ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସୀ(ଆଇଆରଇଡିଏ) ମାଧ୍ୟମରେ ନୂତନ ଓ ଅକ୍ଷୟ ଶକ୍ତି(ଏମ୍ଏନ୍ଆରଇ) ମନ୍ତ୍ରଣାଳୟ ସଂଗ୍ରହ କରିବ । ଏହି ପାଣ୍ଠିକୁ ସୌର ପାର୍କ, ଗ୍ରୀନ୍ ଏନର୍ଜି କରିଡର, ପବନ କଳ ପ୍ରକଳ୍ପକୁ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ, ସିପିଏସୟୁ ଓ ପ୍ରତିରକ୍ଷା ସୌର ପ୍ରକଳ୍ପ, ଛାତ ଉପରେ ସୌର ପ୍ରକଳ୍ପ, ଅଫଗ୍ରୀଡ୍/ଗ୍ରୀଡରେ ବଣ୍ଟନ ଭିତ୍ତିକ ଅକ୍ଷୟ ଶକ୍ତି, ସୌର ପ୍ରକଳ୍ପ ପାଇଁ ପାଣ୍ଠିରେ ଥିବା ପାର୍ଥକ୍ୟ, ନିଗମ ଓ ସ୍ୱୟଂଶାସିତ ସଂସ୍ଥାରେ ନିବେଶ ଆଦି ଅନୁମୋଦିତ କାର୍ଯ୍ୟକ୍ରମ/ ଯୋଜନା ପାଇଁ ଏମ୍ଏନ୍ଆରଇ ମନ୍ତ୍ରଣାଳୟ ଖର୍ଚ୍ଚ କରିବ । ସମୟଭିତ୍ତିକ ନିବେଶ ଦ୍ୱାରା ଅକ୍ଷୟ ଶକ୍ତି କ୍ଷେତ୍ରରେ ଭିତ୍ତିଭୂମିକୁ ପ୍ରୋତ୍ସାହନ ସହ ଅକ୍ଷୟ ଶକ୍ତି କ୍ଷେତ୍ରରେ ମହତ୍ୱାକାଂକ୍ଷୀ ସଫଳତାକୁ ହାସଲ କରିହେବ । ଏହି ସମ୍ବଳ ସଂଗ୍ରହ ମାଧ୍ୟମରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଅତିରିକ୍ତ କ୍ଷମତାକୁ ବିକଶିତ କରିହେବ, ଯାହାକି ଅତିରିକ୍ତ ନିଯୁକ୍ତି ସୃଷ୍ଟି କରିବ ।
****