Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସୂଚନା ଓ ପ୍ରଯୁକ୍ତି ବିଜ୍ଞାନ ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଓ ବାଂଲାଦେଶ ମଧ୍ୟରେ ହୋଇଥିବା ବୁଝାମଣା ପତ୍ରକୁ କ୍ୟାବିନେଟ ମଞ୍ଜୁରି


ଇନଫର୍ମେସନ ଟେକ୍ନୋଲୋଜି ଆଣ୍ଡ ଇଲେକ୍ଟ୍ରୋନିକ୍ସ (ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଏବଂ ଇଲେକ୍ଟ୍ରାନିକ୍ସ) କ୍ଷେତ୍ରରେ ପାରସ୍ପରିକ ସହଯୋଗ ପାଇଁ ଭାରତ ଓ ବାଂଲାଦେଶ ମଧ୍ୟରେ ହୋଇଥିବା ଏକ ବୁଝାମଣାପତ୍ର ସମ୍ପର୍କରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟକୁ ଅବଗତ କରାଯାଇଥିଲା ।

2017 ଏପ୍ରିଲରେ ଏହି ବୁଝାମଣାପତ୍ର ଭାରତର ଇଲେକ୍ଟ୍ରୋନିକ୍ସ ଓ ଇନଫର୍ମେସନ ଆଣ୍ଡ ଟେକ୍ନୋଲୋଜି ମନ୍ତ୍ରାଳୟ ଏବଂ ବାଂଲାଦେଶର ଇନଫର୍ମେସନ ଆଣ୍ଡ କମ୍ୟୁନିକେସନ ଟେକ୍ନୋଲୋଜି ଡିଭିଜନ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା । ଏହା ପାଞ୍ଚ ବର୍ଷ ପାଇଁ ବଳବତ୍ତର ରହିବ । ଏହାପରେ ଉଭୟ ପକ୍ଷର ସହମତି ଭିତ୍ତିରେ ଏହାର ଅବଧି ଆଉ ପାଞ୍ଚ ବର୍ଷ ବୃଦ୍ଧି ହୋଇପାରିବ । ନଚେତ 6 ମାସ ପୂର୍ବରୁ କୌଣସି ପକ୍ଷରୁ ସୂଚନା ଅନୁଯାୟୀ ଏହାକୁ ବାତିଲ କରାଯାଇପାରିବ ।

ବୁଝାମଣାପତ୍ର ଅନୁଯାୟୀ ଦୁଇ ଦେଶ ମଧ୍ୟରେ ଇ-ଗଭର୍ଣ୍ଣାନ୍ସ (ପ୍ରଶାସନ), ଏମ୍-ଗଭର୍ଣ୍ଣାନ୍ସ, ଇ-ପବ୍ଲିକ ଡେଲିଭରୀ ସିଷ୍ଟମ (ସାଧାରଣଙ୍କୁ ସେବା ପ୍ରଦାନ), ସାଇବର ନିରାପତ୍ତା, ଦକ୍ଷତା ବୃଦ୍ଧି ଇତ୍ୟାଦି କ୍ଷେତ୍ରରେ ପାରସ୍ପରିକ ସହଯୋଗ ବୃଦ୍ଧି କରାଯିବ । ବୁଝାମଣା ପତ୍ର ଅନୁଯାୟୀ, ବାଂଲାଦେଶ ବଜାରରେ ଭାରତର ଆଇଟି କମ୍ପାନିମାନଙ୍କୁ ବ୍ୟବସାୟର ସୁଯୋଗ ମିଳିବ ଏବଂ ଭାରତର ଆଇଟି କ୍ଷେତ୍ରରେ ନିବେଶ ପାଇଁ ବାଂଲାଦେଶକୁ ସୁଯୋଗ ମିଳିବ, ଯଦ୍ୱାରା କି ପରୋକ୍ଷରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।

*****