Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସହ ଟେଲିଫୋନରେ କଥାହେଲେ ପ୍ରଧାନମନ୍ତ୍ରୀ


କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଟେଲିଫୋନ ଯୋଗେ କଥାବାର୍ତ୍ତା କରିଛନ୍ତି ।

ଉଭୟ ନେତା ପାରସ୍ପରିକ ସ୍ଵାର୍ଥ ଜଡିତ ପ୍ରସଙ୍ଗଗୁଡିକ ଉପରେ ମତ ବିନିମୟ କରିଥିଲେ । ବିଶେଷକରି ଜଳବାୟୁ ପରିବର୍ତ୍ତନ ସମସ୍ୟା ନେଇ ଆଲୋଚନା ହୋଇଥିଲା । ପ୍ୟାରିସ ରାଜିନାମାକୁ ଆଗକୁ ବଢାଇବା ଦିଗରେ ଭାରତର ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ମୋଦୀ ଦୋହରାଇଥିଲେ ।

ପ୍ରଧାନମନ୍ତ୍ରୀ କାନାଡା ମହାସଂଘର 150 ତମ ବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କୁ ଅଭିନନ୍ଦନ ଜଣାଇଥିଲେ । କାନାଡା-ଭାରତ ଦ୍ଵିପାକ୍ଷିକ ସମ୍ପର୍କରେ ବହୁଧା ଅଗ୍ରଗତି ଏବଂ ଏହି ପ୍ରକ୍ରିୟାରେ ସ୍ଥିରତା ପାଇଁ ପ୍ରଧାନମନ୍ତ୍ରୀ ବେଶ ସନ୍ତୋଷ ପ୍ରକାଶ କରିଥିଲେ ।

ଦୁଇ ଦେଶ ମଧ୍ୟରେ ସଂପର୍କକୁ ଆହୁରି ନିବିଡ କରିବା ଲାଗି ଆବଶ୍ୟକ ସହଯୋଗ ଓ ଯୋଗସୂତ୍ରକୁ ବଜାୟ ରଖିବା ସକାଶେ ଉଭୟ ନେତା ସହମତ ହୋଇଥିଲେ ।