Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କ ଆଗାମୀ ଗୁଜରାଟ ଗସ୍ତ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ 29 ଠାରୁ ଜୁନ 30, 2017 ପର୍ଯ୍ୟନ୍ତ ଗୁଜରାଟ ଗସ୍ତରେ ଯିବେ । ଏ ସମ୍ପର୍କରେ କ୍ରମାଗତ ଟୁଇଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ ତାଙ୍କ ଭାବନା ନିମ୍ନମତେ ବ୍ୟକ୍ତ କରିଛନ୍ତି ।

“ଆସନ୍ତା କାଲିଠାରୁ ଦୁଇ ଦିନ ପାଇଁ ମୁଁ ଗୁଜରାଟ ଗସ୍ତରେ ଯିବି । ଏହି ଅବସରରେ ମୁଁ ଅହମ୍ମଦାବାଦ, ରାଜକୋଟ, ମୋଦାସା ଏବଂ ଗାନ୍ଧୀନଗରଠାରେ ଆୟୋଜିତ କେତେକ କାର୍ଯ୍ୟକ୍ରମରେ ଯୋଗଦେବି । ପ୍ରଥମ କାର୍ଯ୍ୟକ୍ରମ ସାବରମତୀ ଆଶ୍ରମରେ ଅନୁଷ୍ଠିତ ହେବ । ସାବରମତୀ ଆଶ୍ରମ ପ୍ରତିଷ୍ଠାର ଶତାବ୍ଦୀ ସମାରୋହ ଅଂଶବିଶେଷ ସ୍ୱରୂପ ସେ ଏଥିରେ ଯୋଗଦାନ କରିବେ । ସାବରମତୀ ଆଶ୍ରମର ଦ୍ୱିତୀୟ କାର୍ଯ୍ୟକ୍ରମ ଭାବେ ଶ୍ରୀମଦ ରାଜଚନ୍ଦ୍ରଜୀଙ୍କ 150ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବି । ଶ୍ରୀ ରାଜଚନ୍ଦ୍ରଜୀ ମହାତ୍ମା ଗାନ୍ଧୀଙ୍କର ଗୁରୁଥିଲେ ।

ଏହାପରେ ମୁଁ ରାଜକୋଟ ଗସ୍ତରେ ଯାଇ ଏକ ସାମାଜିକ ଅଧିକାରୀତା କାର୍ଯ୍ୟକ୍ରମରେ ସାମିଲ ହେବି ଏବଂ ସେଠାରେ ଉପସ୍ଥିତ ଦିବ୍ୟାଙ୍ଗ ଭାଇଭଉଣୀଙ୍କ ସହ ଭାବ ବିନିମୟ କରିବି । (Aji Dam) ଅଯୀ ଡ୍ୟାମଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ ଏକ ଜଳସେଚନ ଓ ଜଳ ବଣ୍ଟନ ସମ୍ପର୍କୀତ ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବି ।

30 ତାରିଖ ସକାଳେ ମୋଦାସାଠାରେ ଉତରକ, ମାଜୁମ ଓ ମେସୱେ ଉପରେ ଆଧାରିତ ଜଳ ଯୋଗାଣ ଯୋଜନାକୁ ଉତ୍ସର୍ଗ କରିବି । ସରକାର ବୟନଶିଳ୍ପ ସେକ୍ଟରକୁ ସାହାଯ୍ୟ ସହଯୋଗ ଯୋଗାଇଦେବା ନିମନ୍ତେ ଅନେକଗୁଡିଏ ପଦକ୍ଷେପ ଗ୍ରହଣ କରିଛନ୍ତି ଯାହା ଅନେକ ଲୋକଙ୍କ ପାଇଁ କର୍ମସଂସ୍ଥାନ ଯୋଗାଇପାରୁଛି । 30 ତାରିଖ ସନ୍ଧ୍ୟାରେ ମୁଁ ଏକ ସମନ୍ୱିତ କ୍ରୀଡା ଓ ମନୋରଂଜନ ପ୍ରକଳ୍ପ “ଆଇନା ପ୍ରକଳ୍ପ”କୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି” ।

 

********