ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପିଛିଲା ଭାବେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ଏବଂ ଆସାମ ରାଇଫଲ୍ସର ମେଡିକାଲ ଅଫିସରଙ୍କ ଅବସର ବୟସ ସୀମା ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
(କ) ଆସାମ ରାଇଫଲ୍ସ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ଜେନେରାଲ୍ ଡ୍ୟୁଟି ମେଡ଼ିକାଲ ଅଫିସରଙ୍କ ଅବସର ବୟସସୀମା 60 ରୁ ବଢ଼ାଇ 65 କରିଦିଆଯାଇଛି ।
(ଖ) ସେହିପରି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ଏବଂ ଆସାମ ରାଇଫଲ୍ସର ବିଶେଷଜ୍ଞ ମେଡ଼ିକାଲ୍ ଅଫିସରଙ୍କ ଅବସର ବୟସସୀମା 60 ରୁ ବଢ଼ାଇ 65 କରିଦିଆଯାଇଛି ।
ଏହାଦ୍ୱାରା ବିଶେଷଜ୍ଞ ଏବଂ ଜେନେରାଲ୍ ଡ୍ୟୁଟିରେ ଥିବା ମେଡ଼ିକାଲ ଅଧିକାରୀଙ୍କୁ ଅଧିକ ଦିନ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ । ଯଦ୍ଦ୍ୱାରା ଉତ୍ତମ ରୋଗୀ ସେବା, ମେଡ଼ିକାଲ କଲେଜଗୁଡ଼ିକରେ ପାଠପଢ଼ା କାର୍ଯ୍ୟ ସହିତ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମଗୁଡ଼ିକୁ ଠିକ୍ ଭାବେ କାର୍ଯ୍ୟକାରୀ କରାଯାଇ ସ୍ୱାସ୍ଥ୍ୟ ସେବାରେ ସୁଧାର ଅଣାଯାଇପାରିବ ।
**********