ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ଏବଂ ପାଲେଷ୍ଟାଇନ ମଧ୍ୟରେ ସୂଚନା ଓ ପ୍ରଯୁକ୍ତି ତଥା ଇଲେକ୍ଟ୍ରୋନିକ୍ସ (ଆଇଟି ଆଣ୍ଡ ଇ) କ୍ଷେତ୍ରରେ ସହଯୋଗ ଲାଗି ବୁଝାମଣାପତ୍ର (ଏମ୍ଓୟୁ)କୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି । ଇ-ଗଭର୍ଣ୍ଣାନ୍ସ, ଏମ୍-ଗଭର୍ଣ୍ଣାନ୍ସ, ଇ-ଜନସେବା, ସାଇବର ସୁରକ୍ଷା, ସଫ୍ଟୱେର ପ୍ରଯୁକ୍ତି ପାର୍କ, ଷ୍ଟାର୍ଟ ଅପ୍ ଇକୋ ସିଷ୍ଟମ୍ ଆଦି କ୍ଷେତ୍ରରେ ଅଧିକ ନିବିଡ଼ ସହଯୋଗ ଜାରି ରଖିବା ଏହି ଏମ୍ଓୟୁର ଉଦ୍ଦେଶ୍ୟ ।
ଉଭୟ ପକ୍ଷ ସ୍ୱାକ୍ଷର କରିବା ତାରିଖ ଠାରୁ ଏହି ଏମ୍ଓୟୁ କାର୍ଯ୍ୟକାରୀ ହେବ ଏବଂ ଏହା 5 ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ । ଉଭୟ ପକ୍ଷର ଆଇଟି ଏବଂ ଇ ପ୍ରତିନିଧିଙ୍କୁ ନେଇ ଏକ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରିବା ଲାଗି ଏହି ଏମ୍ଓୟୁରେ ବ୍ୟବସ୍ଥା ରହିଛି । ଏହାଦ୍ୱାରା ଆଇସିଟି କ୍ଷେତ୍ରରେ ଉଭୟ B2B ଏବଂ G2G ପାଇଁ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇବ । B2B ଭାଗିଦାରୀ ଦ୍ୱାରା ନିଯୁକ୍ତି ସୁଯୋଗ ମଧ୍ୟ ବଢ଼ିବ ।
**********