Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଉସ୍ତାଦ ହୁସେନ ସଇଦୁଦ୍ଦିନ ଡଗରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଖ୍ୟାତ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ଗାୟକ ଉସ୍ତାଦ ହୁସେନ ସଇଦୁଦ୍ଦିନ ଡଗରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।

“ଉସ୍ତାଦ ହୁସେନ ସଇଦୁଦ୍ଦିନ ଡଗରଙ୍କ ବିୟୋଗ ଏକ ଦୁଃଖଦ ଘଟଣା । ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତକୁ ତାଙ୍କର ଅବଦାନ ପିଢ଼ି ପରେ ପିଢ଼ି ସବୁବେଳେ ସ୍ମରଣ କରୁଥିବେ ।

ସଙ୍ଗୀତପ୍ରେମୀମାନଙ୍କ ପାଇଁ ଉସ୍ତାଦ ହୁସେନ ସଇଦୁଦ୍ଦିନ ଡଗର ପ୍ରେରଣାର ଉତ୍ସ ଥିଲେ ଏବଂ ତାଙ୍କ ସଙ୍ଗୀତର ମୁର୍ଚ୍ଛନାରେ ଭାରତ ଏବଂ ବିଶ୍ୱର ଅନେକ ଜନସାଧାରଣ ଅଭିଭୂତ ହୋଇଥିଲେ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

**********