Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ହିମାଚଳପ୍ରଦେଶ ଭୂସ୍ଖଳନରେ ପ୍ରାଣହାନି ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ଶୋକ


ହିମାଚଳପ୍ରଦେଶର ମଣ୍ଡି ଜିଲ୍ଲାରେ ଭୂସ୍ଖଳନ ଜନିତ ଦୁର୍ଘଟଣାରେ ଜୀବନହାନି ଯୋଗୁଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକପ୍ରକାଶ କରିଛନ୍ତି ।

“ହିମାଚଳପ୍ରଦେଶର ମଣ୍ଡି ଜିଲ୍ଲାରେ ଭୁସ୍ଖଳନ ଜନିତ ଦୁର୍ଘଟଣାରେ ଜୀବନହାନି ଯୋଗୁଁ ମୁଁ ଗଭୀର ଭାବେ ମର୍ମାହତ । ମୃତକଙ୍କ ପରିବାର ପ୍ରତି ମୋର ସମବେଦନା ।

ଦୁର୍ଘଟଣାରେ ଆହତ ହିମାଚଳପ୍ରଦେଶ ମଣ୍ଡି ଜିଲ୍ଲାର ଲୋକଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।
ଉଦ୍ଧାର ଓ ରିଲିଫ କାର୍ଯ୍ୟ ତଥା ସମସ୍ତ ଆବଶ୍ୟକ ସହାୟତା ଯୋଗାଇବା ପାଇଁ ଜାତୀୟ ବିପର୍ଯ୍ୟୟ ପରିଚାଳନା ବାହିନୀ ଦଳ ମଣ୍ଡି ଯାଉଛନ୍ତି ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

**********